Posted inଫୁରସତ

ବ୍ୟକ୍ତିତ୍ୱ: ହ୍ୟୁଗୋ ଆଓ୍ବାର୍ଡ ପାଇଁ ମନୋନୀତ ଭାରତର ପ୍ରଥମ ଲେଖିକା ମିମି ମଣ୍ଡଲ

ମୋନିଦୀପା ମଣ୍ଡଲ ଓରଫ୍‌ ମିମି ହେଉଛନ୍ତି ଭାରତର ପ୍ରଥମ ଲେଖିକା (ରାଇଟର) ଯିଏ ସମ୍ମାନଜନକ ହ୍ୟୁଗୋ ଆଓ୍ବାର୍ଡ ପାଇଁ ମନୋନୀତ ହୋଇଥିଲେ। ସମ୍ପ୍ରତି ନ୍ୟୁୟର୍କରେ ରହୁଥିବ ମିମି ସାଧାରଣତଃ ଜଣେ ଫିକ୍ସନ୍‌ (ଗପ, ଉପନ୍ୟାସ ଇତ୍ୟାଦି)ର ଲେଖିକା। ସେ ବିବିଧ ପର୍ଯ୍ୟାୟର ବିଷୟବସ୍ତୁକୁ ନେଇ ତାଙ୍କର ସାହିତ୍ୟ ସୃଷ୍ଟି କରନ୍ତି। ଏମିତି ସେ ବହୁ ବିଜ୍ଞାନ ସମ୍ବଳିତ ଗଳ୍ପ ମଧ୍ୟ ରଚନା କରିଛନ୍ତି। ମିମି ‘ଲୁମିନିସେଣ୍ଟ ଥ୍ରେଡ୍‌’ର ସହଯୋଗୀ ସମ୍ପାଦକ ଭାବରେ ମଧ୍ୟ ସଫଳତାର ସହିତ ଦାୟିତ୍ୱ ନିଷ୍ପାଦନ କରିଛନ୍ତି। ସେ କାମ କରୁଥିବା ବେଳେ ‘ଲୁମିନିସେଣ୍ଟ ଥ୍ରେଡ୍‌’ ବହୁ ଦିଗରୁ ନୂତନତାକୁ ସାମ୍ନା କରିଛି। ମିମିଙ୍କ ପରିଚୟ ଏତିକିରେ ସୀମିତ ନୁହେଁ। ୨୦୧୨ରୁ ୨୦୧୩ – ଦୁଇବର୍ଷ ପାଇଁ ସେ ପେଙ୍ଗୁଇନ୍‌ ଇଣ୍ଡିଆରେ ସମ୍ପାଦକ ଭାବେ କାର୍ଯ୍ୟକରି ନିଜ ସମ୍ପାଦନା ଦକ୍ଷତାର ପରିଚୟ ପ୍ରଦାନ କରିଛନ୍ତି। ତାଙ୍କର ରଚନା ସବୁ ଭାରତ ତଥା ବିଶ୍ୱର ବହୁ ପତ୍ରପତ୍ରିକାରେ ପ୍ରକାଶିତ ହୋଇଛି। ସେଥିମଧ୍ୟରୁ କେତୋଟି ହେଉଛି ଟର ଡଟ୍‌ କମ୍‌, ଫାୟାରସାଇଡ୍‌ ମାଗାଜିନ୍‌, ଦି ବୁକ୍‌ ସ୍ମଗଲର୍ସ, ଡେଲି ସାଇନ୍ସ ଫିକ୍ସନ୍‌, କିଣ୍ଡ୍‌ଲ ମାଗାଜିନ୍‌, ମ୍ୟୁଜ୍‌ ଇଣ୍ଡିଆ, ପଡ୍‌କ୍ୟାସଲ୍‌ ଏବଂ ସ୍କ୍ରଲ ଆଦି ଅନ୍ୟତମ।

ଜନ୍ମ ଓ ପରିବାର : କୋଲକାତାରେ ମିମି ଓରଫ ମୋନିଦୀପା ମଣ୍ଡଲଙ୍କ ଜନ୍ମ। ତାଙ୍କ ବାପା ଓ୍ବେଷ୍ଟବେଙ୍ଗଲ ସିଭିଲ୍‌ ସର୍ଭିସ୍‌ରେ ଜଣେ ଅଧିକାରୀ ଭାବରେ କାମ କରୁଥିଲେ। ମା’ ଥିଲେ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଜଣେ କର୍ମଚାରୀ। ପିଲାବେଳେ ଶ୍ରଦ୍ଧାରେ ତାଙ୍କୁ ମିମି ବୋଲି ଡକା ଯାଉଥିଲା। ତାଙ୍କର ସ୍କୁଲ ନାମ ଥିଲା ମୋନିଦୀପା। ସେ ଜଣେ ସାଧାରଣ ବଙ୍ଗାଳୀ ଝିଅଙ୍କ ପରି ବଡ଼ ହୋଇଥିଲେ। ସ୍କୁଲ ଯାଇଥିଲେ। ପାଠ ପଢ଼ିଥିଲେ। ତେବେ ବଡ଼ ହେବା ପରେ ଅନୁଭବ କଲେ ଯେ, ତାଙ୍କୁ ମିମି ନାମଟି ଯେତିକି ଭଲ ଲାଗୁଛି ମୋନିଦୀପା ନାମଟି ସେତିକି ଭଲ ଲାଗୁନାହିଁ। ତେବେ ତାହାକୁ ହଟେଇଦବାର କୌଣସି ଉପାୟ ନ ଥିଲା। କାରଣ ସ୍କୁଲ୍‌ ତଥା କଲେଜ୍‌ ଆଦିର ରେକର୍ଡରେ ମୋନିଦୀପା ଭାବରେ ତାଙ୍କର ନାମ ପଞ୍ଜୀକୃତ ହୋଇ ସାରିଥିଲା। ତେବେ ଯେତେବେଳେ ସେ ଲେଖାଲେଖି ଆରମ୍ଭ କଲେ ସେତେବେଳେ ତାଙ୍କୁ ତାଙ୍କର ନାମ ବଦଳେଇ ଲେଖିବାର ଏକ ଅବସର ମିଳିଗଲା। ସେ ଲେଖାଲେଖି ସବୁରେ ମୋନିଦୀପା ବଦଳରେ ନିଜ ନାମ ମିମି ମଣ୍ଡଲ ଉଲ୍ଲେଖ କଲେ। ବାସ୍‌, ତା’ ପରଠୁ ସେ ମୋନିଦୀପା ଭାବରେ କମ୍‌, ମିମି ଭାବରେ ବେଶି ପରିଚିତ ହୋଇଗଲେ। ଜଣେ ବଙ୍ଗାଳୀ ଭାବରେ ସେ ନିଜକୁ ନେଇ ଗର୍ବ କରନ୍ତି। ଏକ ଅନ୍‌ଲାଇନ୍‌ ପ୍ରବନ୍ଧରେ ସେ ତାଙ୍କର ଦୁଇଗୋଟି ପ୍ରଥମ ଭାଷା ବୋଲି ଉଲ୍ଲେଖ କରିଥିଲେ। ତାହା ଥିଲା ବଙ୍ଗଳା ଏବଂ ଇଂଲିଶ। ଅବଶ୍ୟ ପରେ ସେ ହିନ୍ଦୀ ସହିତ ଅନ୍ୟାନ୍ୟ ଭାଷା ଶିକ୍ଷା କଲେ।
ସାହିତ୍ୟ : ମିମି କୋଲକାତାର ନବ ନାଳନ୍ଦା ହାଇସ୍କୁଲ୍‌ରୁ ଶିକ୍ଷା ଆରମ୍ଭ କରିଥିଲେ। ପରେ କୋଲକାତା ଇଣ୍ଟରନ୍ୟାଶନାଲ ସ୍କୁଲ୍‌ରେ ପଢ଼ିଲେ। ଯାଦବପୁର ୟୁନିଭର୍ସିଟିରୁ ସେ ପ୍ରଥମେ ଇଂଲିଶରେ ସ୍ନାତକ ଡିଗ୍ରୀ ଏବଂ ପରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କଲେ। କମଲଓ୍ବେଲ୍‌ଥ ସ୍କଲାରଶିପ୍‌ ପାଇ ସ୍କଟ୍‌ଲାଣ୍ଡର ୟୁନିଭର୍ସିଟି ଅଫ୍‌ ଷ୍ଟର୍ଲିଂକୁ ଗଲେ ଏବଂ ସେଠାରେ ପବ୍ଲିଶିଂ ଷ୍ଟଡିଜ୍‌ରେ ମାଷ୍ଟର ଅଫ୍‌ ଲେଟର୍ସ ହାସଲ କଲେ। ଏସବୁ ମଧ୍ୟରେ ସେ ସାହିତ୍ୟ ସୃଷ୍ଟି କରିବାର କଳା ହାସଲ କରି ସାରିଥିଲେ। ସେ ଏକଦା ମତଦେଇ କହିଥିଲେ ଯେ, ସାହିତ୍ୟ ହେଉଛି ଏକ ଛୋଟିଆ କଥାରେ ବୃହତ୍ତର ଜିନିଷର ଠାବ କରିବା। ସାଧାରଣତଃ ନିଜେ ପସନ୍ଦ କରୁଥିବା କଥା ହିଁ ଲେଖିବା ପାଇଁ ପସନ୍ଦ କରିଥାନ୍ତି। ସେ ମଧ୍ୟ ଠିକ୍‌ ସେଇଆ କରନ୍ତି। ତେବେ ତାଙ୍କର ପସନ୍ଦ ପୁରାଣ କାହାଣୀ, କିମ୍ବଦନ୍ତୀ, ଲୋକକଥା। ମାତ୍ର ସେ ଅନ୍ୟମାନଙ୍କ ପରି ପୁରାଣ କିମ୍ବା ଲୋକକଥାକୁ ଦେଖନ୍ତି ନାହିଁ। ତା’ ଭିତରୁ ସେ କିଛି ନୂଆ କଥା ଆବିଷ୍କାର କରିବାର ପ୍ରୟାସ କରନ୍ତି। ତାଙ୍କ ସୃଷ୍ଟି ସର୍ଜନା ସବୁ ମଧ୍ୟରେ ରହିଛି ‘ଅଦର ପିପୁଲ, ଦିସ୍‌ ସ୍ୟୁଲିଡ୍‌ ଆର୍ଥ-ଆଓ୍ବାର ହୋମ୍‌, ଦି ଟ୍ରିଜ୍‌ ଅଫ୍‌ ମାଇଁ ୟଥ୍‌ ଗ୍ରିଓ ଟଲ୍‌, ହିଜ୍‌ ଫୁଟ୍‌ଷ୍ଟେପ୍ସ, ସୋ ଇଟ୍‌ ଓ୍ବାଜ୍‌ ଫୋରଟୋଲ୍ଡ, ଲର୍ନିଂ ଟୁ ସ୍ବିମ୍‌, ଦି ସି ସାଇନ୍ସ ଆଟ୍‌ ନାଇଟ୍‌ ଇତ୍ୟାଦି।
ବିଜ୍ଞାନ ଗପ : ସାଇନ୍ସ ଫିକ୍ସନ୍‌ ବା ବିଜ୍ଞାନକୁ ନେଇ ଲେଖାଯାଉଥିବା ଗଳ୍ପ ଉପନ୍ୟାସ ଆଦି କାଳ୍ପନିକ କାହାଣୀର ଗୁରୁତ୍ୱ କିିଛି କମ୍‌ ନୁହେଁ ବୋଲି ମିମିଙ୍କ ସ୍ପଷ୍ଟ ମତ। ରୋମାନ୍ସ ବା ସାମାଜିକ ଗପ ତୁଳନାରେ ଏହାର ଆବଶ୍ୟକତା ମଧ୍ୟ ରହିଛି। ସାଇନ୍ସ ଫିକ୍ସନ୍‌ର ଏକ କମ୍ପନ ସୃଷ୍ଟିକାରୀ ସାମର୍ଥ୍ୟ ରହିଛି ଯାହା ପାଠକର ମାନସିକତା ବା ଆଇଡୋଲୋଜିକୁ ଆନ୍ଦୋଳିତ କରେ। ଫଳରେ ତା’ ଭିତରେ ଥିବା ଭୁଲ୍‌ ଠିକ୍‌ର ଭ୍ରାନ୍ତି ଦୂରୀଭୂତ ହୋଇଥାଏ। ମିମି ଜଣେ ଉଚ୍ଚକୋଟୀର ବିଜ୍ଞାନ ଲେଖିକା। ବିଶେଷକରି ‘ଅନ୍‌କାନି’ ପତ୍ରିକା ପାଇଁ କାମ କରିବା ଅବସରରେ ସେ ବିଜ୍ଞାନ ଗପ ଆଡ଼କୁ ଢଳିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri