ବାଙ୍ଗିରିପୋଷି,୩ା୧୨(ଡି.ଏନ୍.ଏ.)- ବାଙ୍ଗିରିପୋଷି ବ୍ଲକ ଅଧୀନ ଚନ୍ଦନପୁର ଗ୍ରାମର ଚନ୍ଦନପୁର ଯୁବକ ସଂଘ ଆନୁକୂଲ୍ୟରେ ନେହେରୁ ଯୁବକେନ୍ଦ୍ର ମୟୂରଭଞ୍ଜ,ବାରିପଦା ତରଫରୁ ବ୍ଲକସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ୨ ଦିନ ଧରି ଅନୁଷ୍ଠିତ ହୋଇଥିଲା। ଯୁବକ ସଂଘର ସମ୍ପାଦକ ଚନ୍ଦ୍ରଶେଖର ଦାସ, ଘନଖ୍ୟାମ ବେହେରା, ବିନୁ ବେହେରା ଓ ଅନ୍ୟ ସଭ୍ୟ ତଥା ଜାହାଙ୍ଗିର ସ୍ପୋର୍ଟିଙ୍ଗ କ୍ଲବର ସଭ୍ୟମାନଙ୍କ ସହଯୋଗରେ ଖେଳ ଉଦ୍ଯାପିତ ହୋଇଥିଲା ା କ୍ରୀଡ଼ା ପ୍ରତିଯୋଗିତାରେ ଗୌରୀଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲୋକନାଥ ମହାନ୍ତ ମୁଖ୍ୟଅତିଥି ଭାବରେ ଯୋଗଦେଇ ଥିବାବେଳେ ସମ୍ମାନୀତ ଅତିଥି ଭାବରେ ଚନ୍ଦନପୁର ପଞ୍ଚାୟତର ସରପଞ୍ଚ ଭାରତୀ ନାଏକ ଯୋଗ ଦେଇଥିଲେ। ସେହିପରି ପୂର୍ବତନ ସରପଞ୍ଚ ବନମାଳୀ ମାର୍ଣ୍ଡୀ ଖେଳକୁ ଉଦ୍ଘାଟନ କରିଥିବା ବେଳେ ବାଙ୍ଗିରିପୋଷି ବ୍ଲକର ଏନୱାଇଭି ସୁରୋଜ କୁମାର ବେହେରା ଓ ରିମା ବେହେରାଙ୍କ ସହଯୋଗରେ ଖେଳ ସମାପନ ହୋଇଥିଲା ା
ମା-ମାମୁ ମୋବାଇଲ ଛଡ଼ାଇ ନେବାରୁ ବିଷ ପିଇଦେଲେ ନାବାଳିକା
ଉଦଳା,୨ା୭(ସନ୍ତୋଷ କୁମାର ବାଛିନି): ମୋବାଇଲ ଛଡ଼ାଇ ନେଇ ଭାଙ୍ଗି ଦେଲେ ବୋଲି ବିଷ ପିଇଦେଇଛନ୍ତି ଜଣେ ନାବାଳିକା। ଏଭଳି ଘଟଣା ଘଟିଛି ରାଜ ବରହମପୁର ଥାନା ଗଗପାଳ…
ମୟୂରଭଞ୍ଜ ଜିଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରୀ ସେବା ସମ୍ପୂର୍ଣ୍ଣ ଠପ: ଓମସାର କାର୍ଯ୍ୟବନ୍ଦ ଆନ୍ଦୋଳନ
ବାରିପଦା, ୧।୭ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ଓଡ଼ିଶା ମେଡିକାଲ ସର୍ଭିସେସ ଆସୋସିଏସନ (ଓମସା)ର କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ରାଜ୍ୟ ସମେତ ମୟୂରଭଞ୍ଜ ଜିଲା ମୁଖ୍ୟ ଚିକିତ୍ସାଳୟରେ …
Archives

