ବ୍ରହ୍ମପୁର ବଡ଼ ମେଡିକାଲ୍‌: ଡାଏଲିସିସ୍‌ ୱାର୍ଡରେ ଅଚଳାବସ୍ଥା

ବ୍ରହ୍ମପୁର ଅଫିସ୍‌,୨୬ା୫-ବ୍ରହ୍ମପୁର ବଡ଼ ମେଡିକାଲ୍‌ରେ ଥିବା ଡାଏଲିସିସ୍‌ ୱାର୍ଡ଼ ଅବହେଳାର ଶିକାର ହେବାରେ ଲାଗିଛି। ଏହି ୱାର୍ଡ଼ରେ ରୋଗୀଙ୍କ ସଂଖ୍ୟା ବଢ଼ୁଥିବା ବେଳେ ନୂଆ ମେଶିନ୍‌ ଦିଆଯାଉ ନାହିଁ।
ପୁରୁଣା ମେଶିନ୍‌ରେ ଯେନତେନ ପ୍ରକାରେ କାମ ଚଳାଯାଉଛି। ଏହି ପୁରୁଣା ମେଶିନ୍‌ଗୁଡ଼ିକ ବାରମ୍ବାର ଖରାପ ହେଉଥିବା ଯୋଗୁ ରୋଗୀଙ୍କ ଡାଏଲିସିସ୍‌ ହୋଇପାରୁ ନାହିଁ। ରୋଗୀଙ୍କ ଅବସ୍ଥା ଗୁରୁତର ହୋଇ ପଡ଼ୁଥିବା ବେଳେ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ତରଫରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ । ରୋଗୀଙ୍କୁ ମରଣ ମୁହଁକୁ ଠେଲି ଦେଉଛି ସ୍ବାସ୍ଥ୍ୟ ବିଭାଗ ।
ଶ୍ଚତ୍ୟେକ ମାସ ୧୨୦ରୁ ୧୫୦ ରୋଗୀଙ୍କ ଡାଏଲିସିସ୍‌ କରାଯାଉଛି। ନିୟମିତ ରୋଗୀଙ୍କ ସଂଖ୍ୟା ବଢ଼ୁଛି। ହେଲେ ସମସ୍ୟା ହେଲା ମେଶିନ।
କାରଣ ଏହି ୱାର୍ଡ଼ରେ ମାତ୍ର ଦୁଇଟି ମେଶିନ ଅଛି। ଗୋଟିଏକୁ ୧୦ରୁ ଅଧିକ ବର୍ଷର ଅନ୍ୟ ଏକ ଜିଲାରେ କାର୍ଯ୍ୟ କରିବା ପରେ ତାକୁ ବଡ଼ ମେଡ଼ିକାଲ୍‌କୁ ଅଣାଯାଇଛି। ଆଉ ଗୋଟିଏ କମ୍‌ ବର୍ଷର ପୁରୁଣା ମେଶିନ୍‌ ରହିଛି। ଗତ କିଛି ଦିନ ହେଲା ପୁରୁଣା ମେଶିନ୍‌ଟି ବାରମ୍ବାର ଖରାପ ସହ ବନ୍ଦ ମଧ୍ୟ ହୋଇଯାଉଛି ।
ଏଭଳି ସ୍ଥଳେ ନୂଆ ମେଶିନ୍‌ରେ ରୋଗୀଙ୍କ ଡାଏଲିସିସ୍‌ କରାଯାଉଥିଲା।
ହେଲେ ଶନିବାର ନୂଆ ମେଶିନ୍‌ଟି ଖରାପ ହୋଇଯାଇଛି। ଫଳରେ ରୋଗୀଙ୍କ ଡାଏଲିସିସ୍‌ ଏକ ପ୍ରକାର ବନ୍ଦ ହୋଇଯାଇଛି। ଯେଉଁମାନଙ୍କ ପାଳି ଶନିବାର ଥିଲା, ମେଶିନ୍‌ ଖରାପ ହେବା ଯୋଗୁ ସେମାନଙ୍କ ଡାଏଲିସିସ୍‌ ହୋଇପାରି ନାହିଁ। ଫଳରେ ସେମାନେ ନିରାଶ ହୋଇ ଫେରିଥିଲେ।
ସମସ୍ୟା ଅନେକ ମାସ ହେଲା ଦେଖିବାକୁ ମିଳିଛି । ଏହି ୱାର୍ଡ଼ରେ ରୋଗୀଙ୍କ ସଂଖ୍ୟା ବଢ଼ୁଥିବା ବେଳେ ମେଶିନ ସଂଖ୍ୟା ବଢ଼ୁନି। ଘରୋଇ ନର୍ସିଂହୋମ୍‌ଗୁଡ଼ିକରେ ପ୍ରତ୍ୟେକ ଥର ଡାଏଲିସିସ୍‌ ପାଇଁ ପ୍ରାୟ ୩ରୁ ୫ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଥାଏ। ଏଣୁ ଗରିବ ରୋଗୀମାନେ ବଡ଼ ମେଡ଼ିକାଲ୍‌ରେ ମାଗଣା ଡାଏଲିସିସ୍‌କୁ ପସନ୍ଦ କରୁଛନ୍ତି। ସରକାର ଯୋଜନା ମାଗଣା କରି ଦେଇଥିବା ବେଳେ ସୁବିଧା କିନ୍ତୁ ଯୋଗାଉ ନାହାନ୍ତି। ଗତ ଡିସେମ୍ବର ୨୬ତାରିଖରେ ସହରର କେତେକ ସଚେତନ ନାଗରିକ ଏନେଇ ସ୍ବାସ୍ଥ୍ୟ ବିଭାଗକୁ ଟୁଇଟ୍‌ ମାଧ୍ୟମରେ ଅବଗତ କରିଥିଲେ। ଦୁଇଟି ମେଶିନ୍‌ ତୁରନ୍ତ ଯୋଗାଇ ଦିଆଯିବ ବୋଲି ବିଭାଗ ତରଫରୁ ପ୍ରତିଶ୍ରୁତି ଦିଆଯାଇଥିଲା। ୫ ମାସ ହେଲା, କିନ୍ତୁ ନୂତନ ମେଶିନ୍‌ ଏଯାଏ ୱାର୍ଡ଼କୁ ଆସିନାହିଁ, ଫଳରେ ରୋଗୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଖୋଲିଲା ମା’ ତାରାତାରିଣୀଙ୍କ ଦାନହୁଣ୍ଡି; ସୁନା-ରୁପା ଅଳଙ୍କାର ସହ ମିଳିଲା…

ପୁରୁଷୋତ୍ତମପୁର,୬।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ଦାନହୁଣ୍ଡି ସୋମବାର ଖୋଲାଯାଇଛି । ମନ୍ଦିର ନିର୍ବାହୀ ଅଧିକାରୀ ତଥା ପୁରୁଷୋତ୍ତମପୁର ତହସିଲଦାର ବିନୋଦ…

ହାଇଜମ୍ପରେ ସ୍ବର୍ଣ୍ଣପଦକ ଜିତିଲେ ରୁକ୍ମିଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଭଞ୍ଜନଗର,୬।୧୦ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବାହାଡ଼ାପଦର ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ରୁକ୍ମିଣୀ ବିଷୋୟୀ ରାଜ୍ୟସ୍ତରୀୟ ହାଇଜମ୍ପ ପ୍ରତିଯୋଗିତାରେ ସ୍ବର୍ଣ୍ଣପଦକ…

ମୋବାଇଲ୍‌ଠାରୁ ଦୂରେଇ ରହିବାକୁ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଲେ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି, ୫।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଡିଗ୍ରୀ କଲେଜ ପରିସରରେ ସେବା ସଂକଳ୍ପ ଅଭିଯାନ ଆନୁକୂଲ୍ୟରେ ଯୁକ୍ତ ୩ ଛାତ୍ରୀଛାତ୍ରଙ୍କୁ ନେଇ…

ଗାଁରେ ଚାଲିଥିଲା ଜୁଆ ଖେଳ: ମାଡ଼ିବସିଲା ପୋଲିସ, ଆଉ ତା’ପରେ…

ଦିଗପହଣ୍ଡି,୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗାଁରେ ଜୁଆ ଖେଳ ଚାଲିଥିଲା। ଖବର ପାଇ ଦିଗପହଣ୍ଡି ପୋଲିସର ଏକ ଟିମ୍‌ ଚଢ଼ାଉ କରି…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ        

ଦିଗପହଣ୍ଡି,୫|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଟିଗୁଡ଼ା ଗ୍ରାମର ନବୀନ ମହାଙ୍କୁଡ଼ ଙ୍କୁ ଗ୍ରାମର ଗୋପୀନାଥ ଡାକୁଆ ରବିବାର ଅପରାହ୍ନ ପ୍ରାୟ ସାଢେ ୪ ଟାରେ…

ଦକ୍ଷିଣପୁର ଗାଁ ପୋଖରୀରେ ୪ କୁମ୍ଭୀର: ଲୋକେ ଆତଙ୍କିତ

ଦିଗପହଣ୍ଡି,୫|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଗୋକର୍ଣ୍ଣପୁର ପଞ୍ଚାୟତ ଦକ୍ଷିଣପୁର ଗାଁ ଦାନ୍ତା ପୋଖରୀ(ବନ୍ଧ) ରେ ୪ ଟି କୁମ୍ଭୀର ଥିବା ଲୋକେ ଦେଖିବା ପରେ…

ପୋଖରୀରୁ ମାଛ ଚୋରି ଉଦ୍ୟମ: ଧରାପଡ଼ିବାରୁ ତେଣ୍ଟାରେ ଭୁଷି ହତ୍ୟା ଉଦ୍ୟମ, ଅଭିଯୁକ୍ତ ଗଲେ ଜେଲ

ଦିଗପହଣ୍ଡି, ୫/୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ ଅନ୍ତର୍ଗତ ସିନ୍ଧୁଖାଳି ଗ୍ରାମ ନିକଟସ୍ଥ ପୋଖରୀରୁ ମାଛ ଚୋରି ଉଦ୍ୟମକୁ କେନ୍ଦ୍ର…

ହୃଦ୍‌ଘାତରେ ଅନିତା ଆରୁଖଙ୍କ ପରଲୋକ: ଖେଳିଗଲା ଶୋକର ଛାୟା

ଭଞ୍ଜନଗର, ୫।୧ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର୍‌ ଆସୋସିଏସନର ବରିଷ୍ଠ ସଦସ୍ୟ ତଥା ବରିଷ୍ଠ ବିଜେଡି ନେତା ଦିବାକର ନାୟକଙ୍କ ଧର୍ମପତ୍ନୀ ଅନିତା ଆରୁଖଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?