ଢେଙ୍କିକୋଟ, ୨୬।୫(ଡି.ଏନ୍.ଏ.)- ଡାହାଣୀ ସନ୍ଦେହ ଭଳି ଅନ୍ଧବିଶ୍ୱାସକୁ ନେଇ କେନ୍ଦୁଝର ଜିଲା ଢେଙ୍କିକୋଟ ଫାଣ୍ଡି ଅଧୀନ ଆମ୍ବୁଆପଡ଼ା ଗ୍ରାମରେ ଜଣେ ମହିଳାଙ୍କୁ ବୁଧବାର ଅପରାହ୍ନରେ ଉଲଗ୍ନ କରି ମାରଧର କରିବା ସହ ବିଷ୍ଠା ଖୁଆଇବା ଭଳି ଅମାନବୀୟ କାଣ୍ଡ ଘଟିଛି। ଘଟଣା ଜଣାପଡ଼ିବା ପରେ ପୋଲିସ ଶୁକ୍ରବାର ତଦନ୍ତ ଚଳାଇ ଅଭିଯୁକ୍ତ ଏକ ଦମ୍ପତିଙ୍କୁ ଗିରଫ କରିଛି। ସେମାନଙ୍କୁ ପଚରାଉଚରା କରାଯାଉଛି। ପୀଡ଼ିତା ମହିଳାଙ୍କୁ ଚିକିତ୍ସା ପାଇଁ ଘଟଗାଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁଇଦିନ ପରେ ଏହି ଘଟଣା ଲୋକଲୋଚନକୁ ଆସିଛି। ସ୍ବାସ୍ଥ୍ୟସେବା ଅପହଞ୍ଚ ଥିବା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଡାହାଣୀ ସନ୍ଦେହ ଭଳି ଅନ୍ଧବିଶ୍ୱାସ ଦୂର କରିବାକୁ ପୋଲିସ ଓ ପ୍ରଶାସନର ଉଦ୍ୟମ କିଭଳି ଫେଲ ମାରୁଛି ଏହି ଘଟଣାରୁ ସ୍ପଷ୍ଟ ହୋଇଛି।
ପୋଲିସ ସୂଚନା ଅନୁଯାୟୀ ଢେଙ୍କିକୋଟଠାରୁ ୧୦ କି.ମି. ଦୂର ଆଦିବାସୀ ଅଧ୍ୟୁଷିତ ଭୋଳବେଡ଼ା ପଞ୍ଚାୟତ ଆମ୍ବୁଆପଡ଼ା ଗ୍ରାମର ଏକ ଦମ୍ପତି ରମେଶ ମୁଣ୍ଡା ଓ ଗଦଲି ମୁଣ୍ଡା ଏହି ବିଧବା ମହିଳାଙ୍କୁ ଦୀର୍ଘଦିନ ଧରି ଡାହାଣୀ ବୋଲି ସନ୍ଦେହ କରି ଆସୁଥିଲେ। ଜେରାବେଳେ ରମେଶ ଓ ତାଙ୍କ ସ୍ତ୍ରୀ କହିଛନ୍ତି, ଦୁଇବର୍ଷ ତଳେ ସେମାନଙ୍କର ଏକ ଝିଅ ହୋଇଥିଲା। ତାର ସ୍ବାସ୍ଥ୍ୟ ଭଲ ନ ରହିବାରୁ ସେମାନେ ଗୁଣିଗାରେଡ଼ି ଦ୍ୱାରା ପୂଜାପାଠ କରାଇ ନିରାଶ ହୋଇଥିଲେ। ପଡ଼ିଶା ଘରର ସମ୍ପୃକ୍ତ ମହିଳା ତାଙ୍କ ଝିଅକୁ ଡାହାଣୀ ହୋଇ ଗୁଣି କରୁଥିବା ସେମାନେ ସନ୍ଦେହ ପ୍ରକାଶ କରିଥିଲେ। କିଛିଦିନ ପରେ ଝିଅଟି ମରିଯାଇଥିଲା। ଦୁଇବର୍ଷ ପରେ ରମେଶଙ୍କର ଏକ ପୁଅ ହୋଇଥିଲା। ଜନ୍ମ ପରଠାରୁ ପିଲାଟି ସବୁବେଳେ କାନ୍ଦୁଥିଲା। ଏଥିଲାଗି ସମ୍ପୃକ୍ତ ମହିଳା ଗୁଣି କରିଥିବା ସେମାନଙ୍କ ସନ୍ଦେହ ଅଧିକ ଦୃଢ଼ୀଭୂତ ହୋଇଥିଲା। ଗତ ବୁଧବାର ଅପରାହ୍ନ ୩ଟା ବେଳେ ଏହି ଦମ୍ପତି ଗ୍ରାମବାସୀଙ୍କ ଉପସ୍ଥିତିରେ ମହିଳାଙ୍କୁ ତାଙ୍କ ଘରୁ ଘୋଷାରି ଆଣି ପୂର୍ବରୁ ମରିଯାଇଥିବା ଝିଅକୁ ଯେଉଁଠି ପୋତାଯାଇଥିଲା, ସେଠାକୁ ନେଇଯାଇଥିଲେ। ପରେ ସେମାନେ ତାଙ୍କୁ ବିଷ୍ଠା ଖୁଆଇ ମୁହଁରେ ବୋଳି ନିସ୍ତୁକ ମାଡ଼ ମାରିଥିଲେ। କେତେକ ଗ୍ରାମବାସୀ ବିରୋଧ କରିଥିଲେ ମଧ୍ୟ ସେମାନେ ଏହି ଦମ୍ପତିଙ୍କୁ ରୋକି ପାରି ନ ଥିଲେ। ତେବେ ମହିଳା ଜଣଙ୍କ କୌଶଳକ୍ରମେ ସେଠାରୁ ଖସି ଆସି ଢେଙ୍କିକୋଟ ଫାଣ୍ଡିକୁ ଯାଇ ଜଣାଇଥିଲେ। ଏହାପରେ ଫାଣ୍ଡି ଏଏସଆଇ ସତ୍ୟନାରାୟଣ ପରିଡ଼ା ସଦଳବଳ ଆମ୍ବୁଆପଡ଼ା ଗ୍ରାମରେ ପହଞ୍ଚି ରମେଶ ମୁଣ୍ଡା ଓ ତାଙ୍କ ସ୍ତ୍ରୀ ଗଦଲି ମୁଣ୍ଡାଙ୍କୁ ଗିରଫ କରିଥିଲେ। ଏନେଇ ଢେଙ୍କିକୋଟ ଥାନାରେ ଦଫା ୩୦୭, ୩୫୪ ଓ ୫୦୬ ଆଇପିସିରେ ଏକ ମାମଲା (ନଂ ୫୩/୧୯) ରୁଜୁ ହୋଇଛି। ଗିରଫ ଦମ୍ପତିଙ୍କୁ ଶୁକ୍ରବାର କୋର୍ଟଚାଲାଣ କରାଯାଇଛି। ଏହି ଦମ୍ପତିଙ୍କ ପୁଅ କେଉଁ କାରଣରୁ କାନ୍ଦୁଛି, ଚିକିତ୍ସା ନ କରି ଡାହାଣୀ ସନ୍ଦେହ ଭଳି ଅନ୍ଧବିଶ୍ୱାସକୁ ମାନି ଜଣେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରିବା ଘଟଣା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ପୀଡ଼ିତା ମହିଳାଙ୍କୁ ଡାକ୍ତରଖାନାରେ ପଚରାଉଚରା କରି ପୋଲିସ ଅଧିକ ତଦନ୍ତ ଜାରି ରଖିଥିବା କହିଛି।
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ
ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…
ଭୁବନେଶ୍ୱର ଫୁଲ ଦୋକାନ
ଫର୍ନସ ଏନ୍ ପେଟାଲ୍ସ ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ
କଳିଙ୍ଗ ଫିଟନେସ୍ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍ରେ ସବୁ ପ୍ରକାର…
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ
ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…
କଟକ ଦହିବରା ଆଳୁଦମ
ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ
ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…
ଶ୍ରେଷ୍ଠ ପାଞ୍ଚ ପୁରୀର ମଠ
ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…
ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ
ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…
Archives

