ବେଡ୍‌ ପିଛା ୫୦ ଟଙ୍କା ଲାଞ୍ଚ ଅଭିଯୋଗ

ବ୍ରହ୍ମପୁର ଅଫିସ୍‌,୧୩ା୧୨- ପରୀକ୍ଷାଠାରୁ ଚିକିତ୍ସା, ଔଷଧଠାରୁ ଆରମ୍ଭ କରି ରକ୍ତ ପର୍ଯ୍ୟନ୍ତ ସବୁ ମାଗଣା । କିନ୍ତୁ ବେଡ୍‌ ପାଇବାକୁ ହେଲେ ଟଙ୍କା ଦେବାକୁ ପଡ଼ୁଛି । ଏହି ଟଙ୍କା ସରକାରଙ୍କ ତହବିଲ୍‌କୁ ଯାଉନି କିମ୍ବା କୌଣସି ସରକାରୀ ନିର୍ଦ୍ଦେଶ ନୁହେଁ। ବ୍ରହ୍ମପୁର ବଡ଼ ମେଡ଼ିକାଲ୍‌ର କେତେଜଣ କର୍ମଚାରୀ ଟଙ୍କା ଲାଞ୍ଚ ମାଗୁଥିବା ଅଭିଯୋଗ ହୋଇଛି॥ ଥରେ କି ଦୁଇ ଥର ନୁହେଁ, ବାରମ୍ବାର କର୍ମଚାରୀମାନେ ରୋଗୀଙ୍କୁ ଟଙ୍କା ମାଗୁଥିବା ଭିଡ଼ିଓ ଭାଇରାଲ୍‌ ହେଉଛି। ଅଥଚ କର୍ମଚାରୀମାନେ ସୁଧୁରୁ ନାହାନ୍ତି । ମେଡ଼ିକାଲ୍‌ର ଏକ ଭିଡ଼ିଓ ଗତ ଦୁଇ ଦିନ ହେଲା ସୋସିଆଲ୍‌ ମିଡ଼ିଆରେ ଭାଇରାଲ୍‌ ହେବାରେ ଲାଗିଛି । ଭିଡ଼ିଓରୁ ଏହା ମେଡ଼ିସିନ୍‌ ୱାର୍ଡ଼ ଆଉଟ୍‌ଡୋର୍‌ ବୋଲି ଜଣାପଡ଼ିଛି। ଜଣେ ରୋଗୀ ଆଉଟ୍‌ଡୋର୍‌ରେ ଡାକ୍ତରଙ୍କ ପାଖରେ ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ଯଦି ଆବଶ୍ୟକ ପଡ଼େ, ତେବେ ଇନ୍‌ଡୋର୍‌ରେ ଆଡମିଶନ୍‌ କରାଯାଏ। ଇନ୍‌ଡୋର୍‌ରେ ବେଡ୍‌ ଯୋଗାଇ ଦେବା ପାଇଁ କର୍ମଚାରୀ ଜଣକ ରୋଗୀ ସମ୍ପର୍କୀୟଙ୍କୁ ୫୦ଟଙ୍କା ମାଗୁଥିବା ଦେଖିବାକୁ ମିଳିଛି। ଟଙ୍କା ମାଗୁଥିବାର ଦୃଶ୍ୟକୁ ଆଉ ଜଣେ ରୋଗୀଙ୍କ ସମ୍ପର୍କୀୟ ମୋବାଇଲ୍‌ ଫୋନରେ ଉତ୍ତୋଳନ କରିଥିଲେ। କର୍ମଚାରୀ ଜଣକ ଏହା ଦେଖି ସମ୍ପୃକ୍ତ ବ୍ୟକ୍ତିଙ୍କୁ ଧମକ ଦେଇଥିଲେ। ଟଙ୍କା ମାଗିଲି ତ କ’ଣ ହେଲା ବୋଲି କର୍ମଚାରୀ ଜଣକ ଓଲଟା ପ୍ରଶ୍ନ କରୁଛନ୍ତି । କେବଳ ଏତିକି ନୁହଁ, ସେଠାରେ ଦାୟିତ୍ୱରେ ଥିବା ନର୍ସ ନୀରବରେ ଏଭଳି ବେଆଇନ୍‌ କାର୍ଯ୍ୟକୁ ସହମତି ପ୍ରକାଶ କରୁଥିବା ଦେଖାଦେଉଛି। ରୋଗୀଙ୍କ ସମ୍ପର୍କୀୟମାନେ ଟଙ୍କା କାରବାର ବିଷୟରେ ନର୍ସଙ୍କୁ ଜଣାଉଥିଲେ ମଧ୍ୟ ସେ କଥାକୁ ସେ ଏଡ଼ାଇଦେବାକୁ ଚେଷ୍ଟା କରୁଛନ୍ତି। ବଡ଼ ମେଡ଼ିକାଲ୍‌ କର୍ତ୍ତୃପକ୍ଷ କର୍ମଚାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ଦାବି ହୋଇଛି। ଟଙ୍କା ମାଗୁଥିବାର ଏହା ପ୍ରଥମ ଘଟଣା ନୁହଁ। ସ୍ତ୍ରୀ ଓ ପ୍ରସୂତି ବିଭାଗଠାରୁ ଆରମ୍ଭ କରି ଅନ୍ୟାନ୍ୟ ବିଭାଗରେ କର୍ମଚାରୀମାନେ ଟଙ୍କା ମାଗୁଥିବାର ଅନେକ ଭିଡ଼ିଓ ବିଗତ ଦିନରେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ୍‌ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର

ପୁରୀ,୫ା୭(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସର ତତ୍ପରତାରେ ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୧୦ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

ଚିଠା ଭୋଟର ତାଲିକା ପ୍ରକାଶ, ବଲାଙ୍ଗୀର ଜିଲାରୁ ବାଦ ପଡ଼ିଲେ…

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (Special Intensive Revision – SIR) ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ…

କାଳ ବୈଶାଖୀରେ ଉଡ଼ିଯାଇଥିଲା ଟିଣ, ଛପର, ହେଉନି ମରାମତି

ମୋହନା,୫।୭(ମନ୍ମଥ ମିଶ୍ର): କାଳବୈଶାଖୀରେ ଉଡ଼ିଯାଇଥିଲା ବିଦ୍ୟାଳୟର ଟିଣ ଛପର। ହେଲେ ବର୍ତ୍ତମାନ ସୁଦ୍ଧା ଏହା ମରାମତି ହୋଇନାହିଁ। ଫଳରେ ବାଧ୍ୟହୋଇ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

୩ ଶହରୁ ଅଧିକ ଚାଷୀଙ୍କୁ ଠକି ଲୁଟିଥିଲେ ଟଙ୍କା, ବାନ୍ଧିଲା ଉଦୟଗିରି ପୋଲିସ

ମୋହନା,୫ା୭ (ମନ୍ମଥ ମିଶ୍ର ): ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଶେଷରେ ବନ୍ଧା ହେଲା ଠକ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି…

ନଦିଗାଁ ରାସ୍ତାର ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ଧୂଷୁରୀ ଥାନା ଘେରାଉ କଲେ ଶତାଧିକ ମହିଳା

ଅସୁରାଳି,୫ା୭(ସନ୍ତୋଷ ସାହୁ): ଧୂଷୁରୀ ଥାନା ଅଞ୍ଚଳର ନଦିଗାଁ ରାସ୍ତା ନିକଟରେ ପ୍ରସ୍ତାବିତ ମଦ ଦୋକାନ ଖୋଲିବାକୁ ବିରୋଧ କରିଛନ୍ତି ସ୍ଥାନୀୟ ମହିଳା । ରବିବାର ଶତାଧିକ ମହିଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri