ବେଆଇନ ଭାବେ ଗୋରୁ ହସ୍ତାନ୍ତର ଘଟଣା: ରାଜରାସ୍ତାକୁ ଓହ୍ଲାଇବ ବଜରଙ୍ଗ ଦଳ

ଜଳେଶ୍ୱର, ୨୦।୭(ଡି.ଏନ.ଏ.)-ବେଆଇନ ଗୋରୁ ବୋଝେଇ ଏକ ପିକ୍‌ଅପ୍‌ ଭ୍ୟାନ୍‌କୁ ସୋମବାର ବିଳମ୍ବିତ ରାତିରେ ଜଳେଶ୍ୱରସ୍ଥିତ ବଜରଙ୍ଗ ଦଳର କର୍ମକର୍ତ୍ତା ଓ ଜନସାଧାରଣ ଅଟକାଇ ଜଳେଶ୍ୱର ପୋଲିସକୁ ହସ୍ତାନ୍ତର କରିଥିଲେ। ପୋଲିସ ଉକ୍ତ ପିକ୍‌ଅପ୍‌ରେ ଅତି ଦୟନୀୟ ଅବସ୍ଥାରେ ଥିବା ୨୪ଟି ଗୋରୁ ଉଦ୍ଧାର କରି ସହରର ଶାନ୍ତିଆସ୍ଥିତ ଷ୍ଟାଡ଼ିୟମ ପରିସରରେ ସ୍ଥାନୀୟ ଗ୍ରାମବାସୀଙ୍କ ସହଯୋଗରେ ରଖିଥିଲେ। ଏହି ଘଟଣାକୁ ନେଇ ପୋଲିସ ଏକ ମାମଲା (ନଂ.୧୬୩/୧୯) ରୁଜୁ କରିଥିଲା। ଗୁରୁବାର ପୋଲିସ ଉକ୍ତ ଗୋରୁଙ୍କୁ ବିନା କୋର୍ଟ ଆଦେଶରେ ତରବରିଆ ଭାବେ ସ୍ଥାନୀୟ ଗ୍ରାମବାସୀଙ୍କ ଅଜାଣତରେ ଗୋଶାଳାକୁ ନ ପଠାଇ ଶାନ୍ତିଆ, ମହମ୍ମଦନଗର ପାଟଣା, ଗୋବରଘାଟା, ଗୋପ, ସାହାଡ଼ାପଡ଼ା ଆଦି ଗ୍ରାମର ଲୋକମାନଙ୍କୁ ହସ୍ତାନ୍ତର କରିଥିଲା। ଯାହାକୁ ନେଇ ଶୁକ୍ରବାର ଅପରାହ୍ନରେ ଜଳେଶ୍ୱର ବଜରଙ୍ଗ ଦଳ ତରଫରୁ ଏକ ଖବରଦାତା ସମ୍ମିଳନୀ ଷ୍ଟେଶନବଜାରସ୍ଥିତ ଏକ ହୋଟେଲରେ ଅନୁଷ୍ଠିତ ହୋଇଥିଲା। ସମ୍ମିଳନୀରେ ବଜରଙ୍ଗ ଦଳର ଜଳେଶ୍ୱର ସଂଯୋଜକ ପବନ କୁମାର ସାହୁ, ସଦସ୍ୟ କାଳିଚରଣ ରାଜ, ତାପସ କର୍ମକାର, ସପନ କର୍ମକାର, ଅଞ୍ଜନ ଦାସ, ସତ୍ୟବ୍ରତ ପଣ୍ଡା, ଜୟଶଙ୍କର ବେହେରା ଓ ଅନ୍ୟ କର୍ମକର୍ତ୍ତା ପୋଲିସ ସନ୍ଦେହଜନକ କାର୍ଯ୍ୟଶୈଳୀ ଉପରେ ଘୋର ଆପତ୍ତି ଉଠାଇଛନ୍ତି। ଜଳେଶ୍ୱର ପୋଲିସ ଗୋରୁ ମାଫିଆଙ୍କ ସହିତ ଭାଗବଣ୍ଟା କରି ଚାଷୀ ଭାବେ କେତେକ ଗୋଚାଲାଣକାରୀଙ୍କୁ ଚଞ୍ଚକତାପୂର୍ଣ୍ଣ ଭାବେ ଉକ୍ତ ଗୋରୁକୁ ହସ୍ତାନ୍ତର କରିଛନ୍ତି ବୋଲି ଅଭିଯୋଗ ଉଠାଇଛନ୍ତି। ଉଦ୍ଧାର କରାଯାଇଥିବା ଗୋରୁକୁ ଗୋଶାଳାକୁ ପଠାଇବାର ବନ୍ଦୋବସ୍ତ ନ କଲେ ବଜରଙ୍ଗ ଦଳ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଗୁରୁବାର ଉକ୍ତ ଗୋରୁଗୁଡ଼ିକୁ ବେଆଇନ ଭାବେ ହସ୍ତାନ୍ତରକୁ ନେଇ ଶାନ୍ତିଆ ଗ୍ରାମର ଶତାଧିକ ମହିଳା ଜଳେଶ୍ୱର ପୋଲିସର ଅଧିକାରୀ ଓ କର୍ମଚାରୀଙ୍କୁ ଘଣ୍ଟାଧିକାଳ ଅଟକ ରଖି ଗୋରୁଗୁଡ଼ିକୁ ଫେରାଇ ଆଣିବା ପାଇଁ ଦାବି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସରପଞ୍ଚରୁ ବିଧାୟିକା ପ୍ରାର୍ଥୀ

ବାଲେଶ୍ୱର,୨୧।୪(ମାନସ ବିଶ୍ୱାଳ)ବାଲେଶ୍ୱର ଜିଲାର ଦୁଇଟି ବିଧାନସଭା ଆସନର ପ୍ରାର୍ଥୀଙ୍କ ନାମ ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଘୋଷଣା କରିଛି। ରେମୁଣା ବିଧାନସଭା କ୍ଷେତ୍ରରୁ ବିଦ୍ୟାସ୍ମିତା...

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମତ୍ସ୍ୟଜୀବୀଙ୍କୁ ମିଳୁନି ମୌଳିକ ସୁବିଧା

କାଳିପଦା, ୨୦।୪(ରାଜଶ୍ରୀ ପାଣିଗ୍ରାହୀ)ନିର୍ବାଚନ ପୂର୍ବରୁ ସବୁବର୍ଗର ଲୋକଙ୍କୁ ଖୁସି କରିବା ଲାଗି ବିଭିନ୍ନ ଲୋଭନୀୟ ଯୋଜନା ମାଧ୍ୟମରେ ସରକାର ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।...

ପର୍ଯ୍ୟବେକ୍ଷକଙ୍କ ଆଗରେ ଅସନ୍ତୋଷ ଝାଡ଼ିଲେ ଛାମୁଆ ନେତା

ବାଲେଶ୍ୱର, ୨୦୪(ମାନସ ବିଶ୍ୱାଳ):  ବାଲେଶ୍ୱର ଜିଲା ବାମପଦାସ୍ଥିତ ନୋସି ବିଜିନେସ ପାର୍କରେ ଶୁକ୍ରବାର ବିଜେଡିର ବାଲେଶ୍ୱର ସଂସଦୀୟ କ୍ଷେତ୍ରର ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ଶ୍ରୀକାନ୍ତଙ୍କ ପ୍ରାର୍ଥିତ୍ୱରୁ ତ୍ରିମୁଖୀ ଲଢ଼େଇ

ବାଲେଶ୍ୱର,୧୬ା୪(ମାନସ ବିଶ୍ୱାଳ):ବାଲେଶ୍ୱର ଲୋକ ସଭା ଆସନ ପାଇଁ କଂଗ୍ରେସ ପକ୍ଷରୁ ଶ୍ରୀକାନ୍ତ ଜେନାଙ୍କ ନାମ ଘୋଷଣା କରାଯାଇଛି। ପୂର୍ବରୁ ଭାଜପାରୁ ପ୍ରତାପ ଷଡ଼ଙ୍ଗୀ ଓ ବିଜେଡିରୁ...

ପ୍ରତାପ ଷଡଙ୍ଗୀଙ୍କୁ ନିଜ ଦଳର କର୍ମୀ ଚେତାବନୀ, ଏମିତି ନ କଲେ ନିର୍ବାଚନମଣ୍ଡଳୀରେ ପୂରାଇ ଦିଆଯିବ ନାହିଁ

ବାଲେଶ୍ୱର,୧୪।୪(ମାନସ ବିଶ୍ୱାଳ)- ଜଳେଶ୍ୱର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ପକ୍ଷରୁ ଘୋଷଣା କରାଯାଇଥିବା ପ୍ରାର୍ଥୀଙ୍କୁ ବିରୋଧ କରାଯାଇଛି। ଏନେଇ ବାଲେଶ୍ୱର ସହର ସହଦେବଖୁଣ୍ଟାସ୍ଥିତ ଏକ ଘରୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri