ବୁଲା ଜୀବଜନ୍ତୁଙ୍କୁ ମିଳୁନି ଖାଦ୍ୟ

ଭୁବନେଶ୍ୱର,୨୬ା୩(ବ୍ୟୁରୋ): ସାରା ବିଶ୍ୱ ଏବେ କରୋନା ମହାମାରୀର ଶିକାର ହୋଇଛି। ଏଭଳିସ୍ଥିତିରେ ସମଗ୍ର ଦେଶ ଏବଂ ରାଜ୍ୟରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ବିଶେଷକରି ରାଜଧାନୀ ଭୁବନେଶ୍ୱରରେ ଗତ ରବିବାରଠାରୁ ଲକ୍‌ଡାଉନ ଘୋଷଣା ହେବା ପରଠାରୁ ଅଧିକାଂଶ ଜନସାଧାରଣ ଘରେ ରହିବାକୁ ଉଚିତ ମଣିଥିବାବେଳେ ହୋଟେଲ, ରେଷ୍ଟୁରାଣ୍ଟ, ଦୋକାନ ବଜାର ସବୁକିଛି ବନ୍ଦ ରହିଛି। ଏଭଳିସ୍ଥଳେ ଛୋଟ ବଡ଼ ହୋଟେଲ ଓ ଦୋକାନଗୁଡ଼ିକରୁ ବଳକା ଖାଦ୍ୟ ଖାଇ ବଞ୍ଚୁଥିବା ପଶୁପକ୍ଷୀ ଏବେ ଖାଦ୍ୟ ନ ପାଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଶୂନ୍‌ଶାନ୍‌ ରାସ୍ତାଘାଟରେ ନ ଖାଇ ନ ପିଇ ପଡ଼ି ରହୁଛନ୍ତି। ଏଭଳିସ୍ଥଳେ ନିରୀହ ପଶୁପକ୍ଷୀଙ୍କ ଜୀବନରକ୍ଷା ପାଇଁ ସହାୟତାର ହାତ ବଢ଼ାଇଛନ୍ତି କେତେକ ସଂଗଠନ ଏବଂ ବ୍ୟକ୍ତିବିଶେଷ। ପ୍ରତିଦିନ ରାଜଧାନୀ ରାଜରାସ୍ତାରେ ବୁଲି ସେମାନେ ଗୋରୁ ଏବଂ ବୁଲା କୁକୁରଙ୍କୁ ଖାଦ୍ୟ ଖୁଆଉଛନ୍ତି। ଭୁବନେଶ୍ୱରରେ ଏବେ କିଛି ସଂଗଠନ ନିଜେ ଜୀବଜନ୍ତୁଙ୍କୁ ଖାଦ୍ୟ ଖୁଆଇବା ସହ ନିଜସ୍ବ ଉଦ୍ୟମରେ ପ୍ରତିଦିନ କିଛି ନା କିଛି ଖାଦ୍ୟ ଜୀବମାନଙ୍କୁ ଦେବାକୁ ସାଧାରଣ ଜନତାଙ୍କୁ ଅନୁରୋଧ କରିଛନ୍ତି।
ଖଣ୍ଡଗିରିରୁ ଆରମ୍ଭକରି ରାଜଧାନୀର ଚାରିଆଡେ ଜୀବଜନ୍ତୁଙ୍କ ଶୁଖିଲା ମୁହଁ ଦେଖିବାକୁ ମିଳୁଛି। ଖଣ୍ଡିଗିରି ଏବଂ ଉଦୟଗିରି ଶତାଧିକ ମାଙ୍କଡ଼ଙ୍କ ରହଣିସ୍ଥଳ ହୋଇଥିବା ବେଳେ ପ୍ରତ୍ୟହ ପର୍ଯ୍ୟଟକ ଦେଉଥିବା ଖାଦ୍ୟ ଖାଇ ସେମାନେ ବଞ୍ଚତ୍ଥାନ୍ତି। ହେଲେ ଲକ୍‌ଡାଉନ୍‌ ପରେ ଖାଁ ଖାଁ ପଡ଼ିଥିବା ଖଣ୍ଡିଗିରି-ଉଦୟଗିରିରେ ଏବେ ମାଙ୍କଡ଼ମାନଙ୍କ କରୁଣ ଅବସ୍ଥା ଦେଖିବାକୁ ମିଳୁଛି। ଏଭଳି ସମୟରେ ମାଙ୍କଡ଼ମାନଙ୍କୁ ଖାଦ୍ୟ ଯୋଗାଇଦେବାକୁ ଆଗେଇ ଆସିଛି ଭୁବନେଶ୍ୱରର ‘ପିପୁଲ୍‌ସ ଫର୍‌ ଆନିମଲ୍‌ସ’ (ପିଏଫ୍‌ଏ) ସଂଗଠନ। ପିଏଫ୍‌ଏ ପକ୍ଷରୁ ମଙ୍ଗଳବାର ପାହାଡ଼ରେ ଥିବା ମାଙ୍କଡ଼ଙ୍କୁ ସେଓ, କଦଳୀ, ତରଭୁଜ ଭଳି ବିଭିନ୍ନ ଫଳ ବଣ୍ଟା ଯାଇଥିବାବେଳେ ଅନ୍ୟ ଜୀବଜନ୍ତୁଙ୍କୁ ମଧ୍ୟ ଖାଦ୍ୟ ଦିଆଯାଇଛି। ସେହିଭଳି ‘କଳିଙ୍ଗ ଯୁବ ସେନା’ ପକ୍ଷରୁ ଲଗାତର ଦ୍ୱିତୀୟ ଦିନ ପାଇଁ ଶୈଳଶ୍ରୀ ବିହାର, ଡମଣା, ଇନ୍‌ଫୋସିଟି ଛକ, ପଟିଆ, ଶିଶୁ ବିହାର, କାନନ ବିହାର ଅଞ୍ଚଳର ସମସ୍ତ ଗାଈ, ବାଛୁରୀ, ଷଣ୍ଢ, କୁକୁରମାନଙ୍କୁ ଖାଇବାକୁ ଦିଆଯାଇଛି। ସମ୍ପାଦକ ମନୋରଞ୍ଜନ ଜେନାଙ୍କ ନେତୃତ୍ୱରେ ଏହି ଯୁବ ସଂଗଠନ ଲକ୍‌ଡାଉନ୍‌ ଜାରି ରହିବା ପର୍ଯ୍ୟନ୍ତ ବୁଲା ଜୀବଜନ୍ତୁଙ୍କୁ ଖାଦ୍ୟ ଯୋଗାଇଦେବ ବୋଲି କହିଛି। ଏହାବ୍ୟତୀତ ‘ସ୍ପିକ୍‌ ଫର୍‌ ଆନିମଲ୍‌ସ’ର ଯୁବ ସ୍ବେଚ୍ଛାସେବୀମାନେ ରାତିରେ ଏବଂ ଦିନରେ ସହରର ବିଭିନ୍ନ ସ୍ଥାନ ବୁଲି ବୁଲା କୁକୁରମାନଙ୍କୁ ଖାଦ୍ୟ ଖୁଆଉଥିବା ଦେଖିବାକୁ ମିଳିଛି। ରାଜ୍ୟର ସମସ୍ତ ଗାଈଗୋରୁ ଓ ବୁଲା କୁକୁରଙ୍କ ପାଇଁ ସରକାର ଯୁଦ୍ଧକାଳୀନ ଭିତ୍ତିରେ ଖାଦ୍ୟ ଯୋଗାଇଦେବାକୁ ଭାରତୀୟ ବିକାଶ ପରିଷଦ ଦାବି କରିଥିବାବେଳେ ଲକ୍‌ଡାଉନ୍‌ ସମୟରେ ଖାଇବାକୁ ପାଉ ନଥିବା ଜୀବମାନଙ୍କୁ ଦୟା କରିବା ସହ ପ୍ରତିଦିନ ବ୍ୟକ୍ତିଗତ ଉଦ୍ୟମରେ କିଛି ଖାଦ୍ୟ ଦେବାକୁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ରାଜଧାନୀବାସୀଙ୍କୁ ନିବେଦନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ଆନ୍ଦୋଳନ ପରେ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ)- ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ଆନ୍ଦୋଳନ କରିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବ ନିଷ୍ପତ୍ତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri