ବୁଡ଼ି ଯାଉଛି ପୁରୁଣା ବୃତ୍ତି

ବନ୍ତ,୨୩।୫(ଡି.ଏନ୍‌.ଏ.) – ପରିଶ୍ରମ ତୁଳନାରେ ପାରିଶ୍ରମିକ ମିଳୁ ନ ଥିଲେ ବି ଅନେକ ଗ୍ରାମୀଣ କଳାକାର ପୁରୁଣା ବୃତ୍ତିକୁ ନେଇ ଜିଇବା ଲାଗି ସଂଘର୍ଷ ଜାରି ରଖିଛନ୍ତି। ଆଗରୁ ଭଦ୍ରକ ଜିଲା ବନ୍ତ ଅଞ୍ଚଳରେ ଅନେକ କୁମ୍ଭକାର ମାଟି ସାମଗ୍ରୀ ପ୍ରସ୍ତୁତ କରି ପରିବାର ଚଳାଉଥିଲେ। ବର୍ତ୍ତମାନ ଅନେକ ସ୍ଥାନରେ ଏହି ପାରମ୍ପରିକ ବୃତ୍ତି ଲୋପ ପାଇଗଲାଣି। ଭଦ୍ରକ ଜିଲା ବନ୍ତ ବ୍ଲକ ନିଳୋକ ଗ୍ରାମର ହାଡିବନ୍ଧୁ ବେହେରା କହିଛନ୍ତି, ସମୟର ପରିବର୍ତ୍ତନ ସବୁ କିଛି ଓଲଟପାଲଟ କରିଦେଇଛି। ତଥାପି ସେ ହାର୍‌ ନ ମାନି ୪୦ ବର୍ଷ ଧରି ମାଟି ସାମଗ୍ରୀ ପ୍ରସ୍ତୁତ କରିଆସୁଛନ୍ତି। ତାଙ୍କ ବାପା ସ୍ବର୍ଗତ ପ୍ରାଣକୃଷ୍ଣ ବେହେରାଙ୍କ ଠାରୁ ସେ ଏହି ସାମଗ୍ରୀ ପ୍ରସ୍ତୁତ କଳା ଶିଖିଥିଲେ। କଳସ, ଦୀପ, ସରା, ପାଳିକା, ଅଷ୍ଟଗୋଟି, ଡିବି, ଝୁଣାଦାନି, ଘୋଡା ଆଦି ସାମଗ୍ରୀ ତିଆରି କରି ବିଭିନ୍ନ ଗ୍ରାମ ତଥା ବଜାର ବୁଲି ବିକ୍ରୟ କରିଥାନ୍ତି। ମାସିକ ପ୍ରାୟ ୬ ହଜାର ଟଙ୍କା ରୋଜଗାର କରି ପାରୁଛନ୍ତି ା ନିଜର ସ୍ବଳ୍ପ ଜମି ଓ ଘରେ ୭ ପ୍ରାଣୀ କୁଟୁମ୍ବ ଥିବାରୁ ସେ ଏହି ପୁରୁଣା ବେଉସା ଛାଡି ପାରି ନାହାନ୍ତି। ହାଡିବନ୍ଧୁଙ୍କ ଭଳିି ନିଳୋକ ଗ୍ରାମରେ କରୁଣାକର ବେହେରା, ଶ୍ରୀଧର ବେହେରା, ରନତ୍ାକର ବେହେରା, ପୂର୍ଣ୍ଣଚନ୍ଦ୍ର ସାହୁ, କୃଷ୍ଣଚନ୍ଦ୍ର ସାହୁ, କିଶୋର କୁମାର ବେହେରା, କୃଷ୍ଣଚନ୍ଦ୍ର ବେହେରା, ବାବୁରାମ ବେହେରା, ସୁରେନ୍ଦ୍ର ବେହେରା ପ୍ରମୁଖ ଏହି କୌଳିକ ବୃତ୍ତି ଉପରେ ନିର୍ଭରକରି ଦୁଃଖକଷ୍ଟରେ ଚଳୁଛନ୍ତି । ବନ୍ତ ବ୍ଲକର ସିଲନ୍ଦି, ଷେଣ୍ଢତୀରା, ବନ୍ତ, ଡାଳିମ୍ବଗଢିଆ, ବଳଭଦ୍ରପୁର, ଆଗରପଡା, ଗୋବିନ୍ଦପୁର, ବାଲୋ ଆଦି ଗ୍ରାମର କୁମ୍ଭକାରମାନେ କୁଳ ବେଉସାକୁ ବଞ୍ଚାଇ ରଖିବା ଲାଗି ଯଥା ସମ୍ଭବ ପ୍ରୟାସ କରୁଛନ୍ତି। ସରକାରୀ ସ୍ତରରେ ପ୍ରୋତ୍ସାହନ ନ ମିଳିଲେ ଏହି ବୃତ୍ତି ବୁଡିଯିବ ବୋଲି କୁମ୍ଭକାରମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହୋଲି ଉତ୍ସବରେ ଗୋଷ୍ଠୀ ସଂଘର୍ଷ: ଖଣ୍ଡା, ଭୁଜାଲି ମାଡ଼ରେ ୫ ଗୁରୁତର

ନୀଳଗିରି,୨୬।୩(ପ୍ରଶାନ୍ତ କୁମାର ବିଶ୍ବାଳ): ରଙ୍ଗର ପର୍ବ ହୋଲି ପାଇଁ ସବୁଠି ଉତ୍ସବ ମୁଖର ଥିବା ବେଳେ ବାଲେଶ୍ୱର ଜିଲା ନୀଳଗିରି ଥାନା ବାଉଁଶବଣିଆ ପଞ୍ଚାୟତ ଅଧୀନ...

ହୋଲି ଅଘଟଣ: ଗାଧୋଇବାକୁ ଯାଇ ବୁଡ଼ିଗଲେ ୨ ଛାତ୍ର

ଭୁବନେଶ୍ୱର,୨୬।୩: ରଙ୍ଗର ପର୍ବ ହୋଲିରେ ଘଟିଛି ଅଘଟଣ । ପୋଖରୀରେ ଗାଧୋଇଲା ବେଳେ ବୁଡ଼ି ୨ଜଣଙ୍କ ମୃତ୍ୟୁ ଘଟିଛି। କଟକ ଜିଲା ସାଲେପୁର ଥାନା ଅଧୀନ...

ବାଲେଶ୍ୱରରୁ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ିବାକୁ ଘୋଷଣା କଲେ ଖାରବେଳ ସ୍ବାଇଁ

ଭୁବନେଶ୍ୱର,୨୫।୩: ଭାରତୀୟ ଜନତା ପାର୍ଟି (ଭାଜପା) ରବିବାର ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି। ଏଥିରେ ମୋଟ ୧୧୧ ପ୍ରାର୍ଥୀଙ୍କୁ ଟିକେଟ ଦିଆଯାଇଛି। ଓଡ଼ିଶାର...

ବାହାଘର ସାତ ଦିନ ପରେ ନବବଧୂଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଆରମ୍ଭ

ବାଲେଶ୍ୱର, ୨୫।୩: ବିବାହର ସାତ ଦିନ ପରେ ଜଙ୍ଗଲରୁ ମିଳିଲା ନବ ବଧୂଙ୍କର ମୃତଦେହ। ବାଲେଶ୍ୱର ଜିଲାର ସୋର ଅଂଚଳରେ ଏହି ଘଟଣାର ଘଟିଥିବା ସୂଚନା...

କାନ୍ଥ ଭୁଶୁଡ଼ି ପୁଅଙ୍କ ଜୀବନ ଗଲା, ମା-ବାପା ଗୁରୁତର

ଭୋଗରାଇ,୨୫।୩(ପ୍ରଦୀପ ଦାସ): କାନ୍ଥ ଭୁଶୁଡ଼ି ପଡ଼ିବାରୁ ଗୋଟିଏ ପରିବାରର ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ମା-ବାପା ଗୁରୁତର ଅଛନ୍ତି। ତାଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାରେ...

ସାଇକେଲରେ ପଞ୍ଚଲିଙ୍ଗେଶ୍ୱର ପହଞ୍ଚିଲେ ବିଦେଶୀ ପର୍ଯ୍ୟଟକ

ନୀଳଗିରି, ୨୪।୩(ପ୍ରଶାନ୍ତ ବିଶ୍ୱାଳ):ପର୍ଯ୍ୟଟନ ମାନଚିତ୍ରରେ ଉତ୍ତରଓଡ଼ିଶାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ପଞ୍ଚଲିଙ୍ଗେଶ୍ୱର। ବିସ୍ତୀର୍ଣ୍ଣ ସବୁଜ ବନାନୀ ପଞ୍ଚଲିଙ୍ଗେଶ୍ୱରକୁ ପ୍ରତିଦିନ ଦେଶ ଓ ଦେଶ ବାହାରର ପର୍ଯ୍ୟଟକଙ୍କୁ ଆକର୍ଷିତ...

ମାରାଥନ ଚଢ଼ାଉ, ଚୋରା ବେପାରୀ ଛାନିଆଁ

ବାଲେଶ୍ୱର,୨୪।୩(ମାନସ ବିଶ୍ୱାଳ):ବାଲେଶ୍ୱର ସହର ନିକଟସ୍ଥ ପୁରୁଣା ବାଲେଶ୍ୱର ଓ ବସ୍ତା ଥାନା ଅଧୀନ ଗାନ୍ଧି ଛକ ଦେଶୀ ମଦ କାରବାରର ହବ୍‌ ପାଲଟିଛି। ପୁରୁଣାବାଲେଶ୍ୱରରୁ ଜିଲାର...

୧ରୁ ଚନ୍ଦନେଶ୍ୱର ମହାଦେବଙ୍କ ପ୍ରସିଦ୍ଧ ଚୈତ୍ର ଚଡ଼କ ମେଳା

ଭୋଗରାଇ, ୨୩।୩(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସ୍ଥିତ ପୂର୍ବଭାରତର ପ୍ରସିଦ୍ଧ ଶୈବପୀଠ ଚନ୍ଦନେଶ୍ୱର ମହାଦେବଙ୍କ ବିଶ୍ୱପ୍ରସିଦ୍ଧ ଚୈତ୍ର ଚଡ଼କମେଳା ଆସନ୍ତା ୧ରୁ ଶୁଭାରମ୍ଭ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri