ବିହନ ଅନୁକୂଳ, ସାଥୀ ବାଛିବାର ପର୍ବ ‘ଚୈତ୍ର’: ଗୀତବାଦ୍ୟ ସହ ଢେମ୍‌ସା ନାଚରେ କମ୍ପୁଛି ଆଦିବାସୀ ପଡ଼ା

କୋରାପୁଟ,୧୯।୪(ସ୍ବ.ପ୍ର.): କୋରାପୁଟ ଜିଲାର ଆଦିବାସୀ ବହୁଳ ଅଞ୍ଚଳ ଚୈତ୍ର ପରବ ପାଇଁ ଉତ୍ସବମୁଖର ହୋଇପଡ଼ିଛି। ଆଦିବାସୀ ତରୁଣୀଙ୍କ ଢେମସା ନାଚ ସାଙ୍ଗକୁ ମାଇକରେ ଆଦିବାସୀ ଗୀତ ସାଙ୍ଗକୁ ଯୁବକଙ୍କ ବାଦ୍ୟ ଗାଁଦାଣ୍ଡ ପ୍ରକମ୍ପିତ କରୁଛି। ଗୁରୁବାର ଜିଲାର କୋରାପୁଟ ବ୍ଲକର ମସ୍ତିପୁଟ, ପଣସପୁଟ, କେନ୍ଦାର ଗ୍ରାମ ସମେତ ସହରର ବଡଚିନ୍ଦିରି, ସାନ ଚିନ୍ଦିରି, ତେନ୍ତୁଳିଗୁଡ଼ା, କୁମ୍ଭା, ଜାନିଗୁଡା, ରେଲିକୁମ୍ଭା, ଡାଙ୍ଗଦେଉଳା ଗ୍ରାମରେ ଚୈତ୍ର ପର୍ବର ଝଲକ ଦେଖିବାକୁ ମିଳିଛ।
ଆଦିବାସୀମାନେ ବିହନ ଅନୁକୂୂଳ କରିବା ତଥା ଜୀବନ ସାଥୀ ବାଛିବାର ପର୍ବ ହେଉଛି ଚୈତ୍ର। ଏହି ପରବରେ ବେଣ୍ଟ ଶିକାର ପାଇଁ ବୟସ୍କ ଲୋକେ ଗାଁ ଛାଡି ଜଙ୍ଗଲମୁହଁା ହୋଇଛନ୍ତି। ଶିକାର ନ ମିଳିବା ଯାଏ ସେମାନେ ଜଙ୍ଗଲରେ ରହୁନ୍ତି। ଶିକାର ନ ମିଳିଲେ ଗାଁରେ ମହିଳାମାନେ ତାଙ୍କୁ ବୀରତ୍ୱହୀନ ପୁରୁଷ କହି ଘରେ ପୂରାଇ ନଦେବା ପରମ୍ପରା ରହିଛି। ମହିଳା ଓ ପିଲାମାନେ ଗାଁ ରାସ୍ତାରେ ଚଇତି ପରବର ଇନାମ ଆଦାୟ କରିବାରେ ବ୍ୟସ୍ତ ଅଛନ୍ତି। ଏହି ପର୍ବ ଅବସରରେ ବିଭିନ୍ନ ସ୍ଥାନରେ ଚଇତି ଇନାମ ସଂଗ୍ରହ, ଆମ୍ବ, ମହୁଲ, ମୁଆଁ ଓ ବଣୁଆ ଫୁଲ ଦେଇ ଗ୍ରାମ ଠାକୁରାଣୀଙ୍କ ପୂଜା କରାଯାଏ। ମାସେବ୍ୟାପୀ ପାଳିତ ହେଉଥିବା ଏହି ସମୟ ଭିତରେ ବଙ୍ଗଳାଣୀ ଯାତ୍ରା, ହୁଣ୍ଡି ଶୀତଳରାଣୀ, ଅସ୍ତ୍ରଶସ୍ତ୍ର ପୂଜା, ଶିକାର ପର୍ବ ଓ ବିହନ ବୁଣା କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ। ଏହି ସମୟରେ ଚାଷବାସ, କାଠକଟା, ମାଟିଖୋଳା ଓ ଧାନକୁଟା ବାରଣ ଥାଏ। ଅନ୍ୟପକ୍ଷରେ ଆଦିବାସୀ ଯୁବତୀ ଯୁବକଙ୍କ ପାଇଁ ଏହା ମନ ଦିଆନିଆର ସମୟ ା ସେମାନେ ନିଜ ମନ ପସନ୍ଦର ଜୀବନସାଥୀ ଏହି ଅବସରରେ ବାଛି ନିଅନ୍ତି। ସେମାନେ ପରସ୍ପରକୁ ରଙ୍ଗମାଟିରେ ରଙ୍ଗେଇ ବଣୁଆଫୁଲର ମାଳ ପିନ୍ଧେଇ ଦିଅନ୍ତି। ସାଥୀ ବାଛିବା ପରେ ବିବାହ ହୋଇଥାଏ। ଚୈତ୍ର ପର୍ବର ମୁଖ୍ୟ ଆକର୍ଷଣ ହେଉଛି ପଶୁ ଶିକାର। ଏଥିରେ ପ୍ରଥମେ ହୁଏ ଟିଙ୍ଗିରି ବେଣ୍ଟ। ଏଥିରେ ଆଦିବାସୀ ବାଳକମାନେ ଜଙ୍ଗଲକୁ ଶିକାରରେ ଯାଇ ଛୋଟବଡ଼ ବନ୍ୟଜନ୍ତୁ ଧରି ଫେରିବା ପରେ ସେମାନଙ୍କୁ ମହିଳାମାନେ ବାଟବରଣ କରନ୍ତି। ଏହାପରେ ସୁସଜ୍ଜିତ ବିମାନରେ ଶିକାରକୁ ରଖି ଘରଘର ବୁଲି ପଇସା ସଂଗ୍ରହ କରାଯାଏ। ଟିଙ୍ଗିରି ବେଣ୍ଟ ପରଦିନ ପଡ଼େ ବଡ଼ବେଣ୍ଟ। ହୁଣ୍ଡି ଠାକୁରାଣୀ ପୀଠରେ ଅସ୍ତ୍ରଶସ୍ତ୍ର ପୂଜାକରି ଗାଁର ସମସ୍ତେ ଶିକାର ଅଭିଯାନରେ ବାହାରନ୍ତି। ବଡ଼ବେଣ୍ଟରେ ଯିବାକୁ ଯେଉଁ ପୁରୁଷ ଅମଙ୍ଗ ହୁଏ, ମହିଳାମାନେ ସେମାନଙ୍କ ଉପରେ ଗୋବର ପାଣି ଛିଞ୍ଚତ୍ ଜଙ୍ଗଲକୁ ତଡ଼ିଦିଅନ୍ତି। ସେହିଦିନ ଗ୍ରାମ ପୁରୁଷ ଶୂନ୍ୟ ହୋଇପଡ଼େ। ସେମାନଙ୍କ ଅନୁପସ୍ଥିତିରେ ମହିଳାମାନେ ନାଚଗୀତ ସହ ରାସ୍ତା ଅବରୋଧ କରି ବାଟୋଇଙ୍କଠାରୁ ଖୁଚୁରା ପଇସା (ଚଇତି ଇନାମ) ଆଦାୟ କରନ୍ତି। ଶିକାର ଧରି ପୁରୁଷ ଫେରିବା ପରେ ମହିଳାମାନେ ଗୀତନାଚରେ ସ୍ବାଗତ କରନ୍ତି। ବଡ଼ବେଣ୍ଟ ପରଦିନ ସମସ୍ତେ ହୁଣ୍ଡିପୀଠରେ ଜମା ହୁଅନ୍ତି। ସେଠାରେ ମହିଳାଙ୍କ ମଧ୍ୟରେ ଡାଲ ସମ୍ବର ପ୍ରଥା ଅନୁଷ୍ଠିତ ହୁଏ। ଏହି ପରବ ଶେଷ ହେଲେ ହୁଣ୍ଡିରେ ପୂଜା ପାଉଥିବା ବିହନକୁ ପୂଜାରୀ ଜମିରେ ବୁଣିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନଳକୂପରୁ ବାହାରୁନି ପାଣି, ଝରଣା ଭରସା

ରାୟଗଡ଼ା,୮।୪(ଆଶିଷ ରଞ୍ଜନ ପଣ୍ଡା): ଗ୍ରୀଷ୍ମଋତୁ ଆରମ୍ଭରୁ ରାୟଗଡ଼ା ଜିଲାରେ ପାନୀୟ ଜଳ ସଙ୍କଟ ଉତ୍କଟ ହେବାରେ ଲାଗିଛି। ସ୍ବାଧୀନତାର ୭୫ ବର୍ଷ ପରେ ଆଜି ବି...

ଜିଲା ବିଜେଡିରେ ବଡ଼ ପରିବର୍ତନ, ଭେଟରାନ ନେତାଙ୍କୁ ସଭାପତି ଦାୟିତ୍ୱ

ରାୟଗଡା,୫।୪(ଆଶିଷ ରଞ୍ଜନ ପଣ୍ଡା): ନିର୍ବାଚନକୁ ଆଉ ମାସେ ସମୟ ରହିଥିବା ବେଳେ ଜିଲା ବିଜେଡିରେ ପରିବର୍ତନ । ଯାହାକୁ ନେଇ ଜିଲାରେ ହଟଚମଟ ସୃଷ୍ଟି ହୋଇଛି...

ଦାଦା-ପୁତୁରା, ଅଜା-ନାତି ଲଢ଼େଇ

ଗୁଣପୁର,୫ା୪ (ପ୍ରଦୀପ କୁମାର ପାଢ଼ୀ):ରାୟଗଡ଼ା ଜିଲା ଗୁଣପୁର ବିଧାନସଭା ନିର୍ବାଚନମଣ୍ଡଳୀର ୩ ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇସାରିଛି। ବିଜେଡି ପକ୍ଷରୁ ରଘୁନାଥ...

କଂଗ୍ରେସ ତାଲିକାରୁ ଗମାଙ୍ଗ ପରିବାର ବାଦ୍‌

ଗୁଣପୁର,୩ା୪ (ପ୍ରଦୀପ କୁମାର ପାଢ଼ୀ):କଂଗ୍ରେସ ଏବଂ ଭାଜପା ପକ୍ଷରୁ ରାୟଗଡା ଜିଲା ଗୁଣପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି। ୩ ପ୍ରମୁଖ ରାଜନୈତିକ...

କାଗଜ କଲମରେ ସୀମିତ ଓଡ଼ିଆ ଭାଷା ସୁରକ୍ଷା

ରାୟଗଡା,୧।୪(ଭାଗ୍ୟଶ୍ରୀ ମିଶ୍ର): ସାରା ରାଜ୍ୟରେ ଏପ୍ରିଲ ୧କୁ ଉତ୍କଳ ଦିବସ ଭାବେ ପାଳନ କରାଯାଉଛି l ଭାଷା ଭିତ୍ତିରେ ପ୍ରଥମ ରାଜ୍ୟ ଗଠନ ଏବଂ ସ୍ବତନ୍ତ୍ର...

ଜନସାଧାରଣ, ସମର୍ଥକ ଚାହିଁଲେ ପୁଣି ସ୍ୱାଧୀନରେ ଲଢ଼ିବେ ମକରନ୍ଦ

ରାୟଗଡ଼ା,୩୧/୩(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ନିର୍ବାଚନମଣ୍ଡଳୀରେ ରାଜ୍ୟର ଏକମାତ୍ର ସ୍ୱାଧୀନ ବିଧାୟକ ଭାବେ ୨୦୧୯ରେ ବିଜୟୀ ହୋଇଥିଲେ ମକରନ୍ଦ ମୁଦୁଲି । ବିଜେଡ଼ିର ପ୍ରାର୍ଥି ତଥା...

ଅନସୂୟାଙ୍କ ପ୍ରାର୍ଥତ୍ତ୍ୱକୁ ବିରୋଧ: ପରିବର୍ତ୍ତନ ନ ହେଲେ ଅନ୍ୟ ପନ୍ଥା

ରାୟଗଡ଼ା,୨୯।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ବିଧାନସଭା ଆସନ ପ୍ରାର୍ଥତ୍ନୀ ଅନସୂୟା ମାଝିଙ୍କ ପ୍ରାର୍ଥତ୍ତ୍ୱକୁ ବିରୋଧ ତେଜିବାରେ ଲାଗିଛି। ଶୁକ୍ରବାର ବିଜେଡି ରାଜ୍ୟ ଉପସଭାପତି ଏନ୍‌.ଭାସ୍କର ରାଓଙ୍କ...

ଅନସୂୟାଙ୍କ ପ୍ରାର୍ଥତ୍ତ୍ୱକୁ ବିରୋଧ, ୧୯ କାଉନସିଲରଙ୍କ ଇସ୍ତଫା

ରାୟଗଡ଼ା,୨୯।୩(ଆଶିଷ ରଞ୍ଜନ ପଣ୍ଡା):ରାୟଗଡ଼ା ବିଧାନସଭା ଆସନ ପାଇଁ ବିଜେଡି ଅନସୂୟା ମାଝିଙ୍କ ନାମ ଘୋଷଣା କରିବା ପରେ ଦଳରେ ଅନ୍ତକନ୍ଦଳ ସୃଷ୍ଟି ହୋଇଛି। ତାଙ୍କ ପ୍ରାର୍ଥତ୍ତ୍ୱକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri