ବିଷ ମଣିଷ

ଅଭିମନ୍ୟୁ ଧଳ
ମଣିଷ ଅମୃତର ସନ୍ତାନ। ଜନ୍ମରୁ ପ୍ରକୃତିର ଦାନ ଅମୃତ ଜଳ, ବାୟୁ ଓ ମାଟି ସଂସ୍ପର୍ଶରେ ଆସି ଜନନୀଠାରୁ ଅମୃତ କ୍ଷୀର ପାନ କରି ସ୍ନେହ, ପ୍ରେମ ଓ ମମତାକୁ ପାଥେୟ କରି ବଢ଼ିଚାଲେ। ହସ, ଖୁସିରେ ମସ୍‌ଗୁଲ ଏହି ନିଷ୍ପାପ ଶିଶୁର ସରଳ ମନ କଳୁଷିତ ପରିବେଶରେ ଆସି କଳୁଷିତ ହୋଇଯାଏ। ହିଂସା, ଦ୍ୱେଷ, ଅହଂକାର, ପରଶ୍ରୀକାତରତା ଆଦି ଆସୁରିକ ଗୁଣମାନ ତାକୁ କବଳିତ କରିନିଏ। ବିକାଶ ନାମରେ ଆମେ ଯେଉଁ ବିନାଶ ପଥ ଆପଣେଇଛେ ତାହାଦ୍ୱାରା ଅମୃତ ତୁଲ୍ୟ ପାଣି, ପବନ ଓ ମାଟି ବିଷାକ୍ତ ହୋଇଗଲାଣି। ଆମ ଶରୀର ବି ଏହାକୁ ଗ୍ରହଣ କରି ବିଷାକ୍ତ ହୋଇଗଲାଣି। ମନ ବିଷ, ଶରୀର ବିଷ, ଭାବନା ବିଷ- ଆମେ ସମସ୍ତେ ଜଣେ ଜଣେ ବିଷମଣିଷ ପାଲଟିଗଲୁଣି। କୃଷିରେ ଅଧିକ ଅମଳ ପାଇଁ ଆମେ ବିଷ ପ୍ରୟୋଗ କରି ସେଥିରୁ ଫଳୁଥିବା ବିଷ ଭକ୍ଷଣ କରୁଛେ ତଥା ମାଟି, ପାଣି, ପବନ ଓ ସମସ୍ତ ପରିବେଶକୁ ବିଷ ବଳୟ ମଧ୍ୟକୁ ଠେଲିଦେଇଛେ।
ଖାଦ୍ୟ ସହିତ କୀଟନାଶକ ଖାଉଥିବା ଦେଶଗୁଡ଼ିକ ମଧ୍ୟରେ ଭାରତ ପ୍ରଥମ। ସବୁଜ ବିପ୍ଳବ ପରବର୍ତ୍ତୀ ପଞ୍ଜାବ ବର୍ତ୍ତମାନ ‘କ୍ୟାନ୍‌ସର କ୍ୟାପିଟାଲ’ ଭାବେ ପରିଗଣିତ। ଆମ ଦେଶରେ ୨୪୬ ପ୍ରକାରର କୀଟନାଶକ ବିକ୍ରି ପାଇଁ ପଞ୍ଜୀକରଣ ହୋଇଛି। ତା’ ମଧ୍ୟରୁ ୨୩୬ଟି କୀଟନାଶକକୁ ବିକ୍ରି ପାଇଁ ଅନୁମତି ମିଳିଛି। ଏହା ମଧ୍ୟରୁ ୧୦୮ ପ୍ରକାର କୀଟନାଶକ ସାଂଘାତିକ ଭାବେ ମାରାତ୍ମକ। କେତେକ ଦେଶ ଏଥିମଧ୍ୟରୁ ୬୭ଟିକୁ ବନ୍ଦ କରିଛନ୍ତି। ୩୦ଟି କ୍ୟାନ୍‌ସର, ୨୯ଟି ଅନ୍ତଃସ୍ରାବୀ ଗ୍ରନ୍ଥିରେ ଅସୁବିଧା, ୧୦ଟି ପ୍ରଜନନ ବ୍ୟବସ୍ଥାରେ ସମସ୍ୟା ଓ ୫ଟି ସ୍ନାୟବିକ ବ୍ୟବସ୍ଥାରେ ଅସୁବିଧା ସୃଷ୍ଟି କରେ। ନାରୀମାନଙ୍କର ବାତ୍ୱ, ଗର୍ଭଧାରଣ ପରେ ଅସୁବିଧା, ଗର୍ଭପାତ ଓ ସ୍ତନ କର୍କଟ ହେଉଥିବା ବେଳେ ପୁରୁଷମାନଙ୍କର ଯୌନଶକ୍ତି ହ୍ରାସ, ପାରାଲିସିସ, ସ୍ନାୟୁରୋଗ ଆଦି ଦେଖାଯାଏ। କୋମଳମତି ଶିଶୁମାନଙ୍କର ମସ୍ତିଷ୍କ ବିକାଶରେ ବାଧା, ଗୋଡ଼ ସରୁହେବା, ଦୃଷ୍ଟିଶକ୍ତି ଓ ସ୍ମରଣଶକ୍ତି ହ୍ରାସ ଆଦି ସମସ୍ୟା ଦେଖାଦିଏ। କୀଟନାଶକରେ ରହୁଥିବା ବିଷ ପାଣିରେ ଦ୍ରବୀଭୂତ ହୁଏ ନାହିଁ। ପେଟକୁ ଗଲେ ତାହା ଲିପିଡ୍‌ରେ ଦ୍ରବୀଭୂତ ହୋଇ ରହିଯାଏ। ଶରୀରର ରେଚନ ପ୍ରକ୍ରିୟାରେ ଏହାର ନିଷ୍କାସନ ହୋଇପାରେ ନାହିଁ। ତେଣୁ ଏହା ରୋଗ ସୃଷ୍ଟିକରେ।
ସବୁଜ ପନିପରିବାକୁ ସତେଜ ରଖିବା ପାଇଁ ସେଥିରେ କୃତ୍ରିମ ରଙ୍ଗ ଦିଆଯାଏ। ହଳଦୀଗୁଣ୍ଡ ଓ ଲଙ୍କାଗୁଣ୍ଡରେ କୃତ୍ରିମ ରଙ୍ଗ ଦିଆଯାଏ। ସେଓ ଉପରେ ଲେଡ ଆରସିନେଟର ରଙ୍ଗ ସ୍ପ୍ରେ କରିବା ଯୋଗୁ ରୋଗ ହୋଇଥାଏ। ଇଣ୍ଡିଆନ କାଉନସିଲ ଅଫ୍‌ ଏଗ୍ରିକଲ୍‌ଚରାଲ ରିସର୍ଚ୍ଚର ସର୍ବେକ୍ଷଣ ଅନୁଯାୟୀ ୫୧ ପ୍ରତିଶତ ଖାଦ୍ୟରେ କୀଟନାଶକ ଅବଶେଷ ରହୁଛି ଏବଂ ୨୦ ପ୍ରତିଶତ ଦ୍ରବ୍ୟରେ ଅନୁମୋଦନୀୟ ସୀମା ଅତିକ୍ରମ କରୁଛି। ମୃଦୁ ପାନୀୟରେ ଥିବା ମିଥାଇଲ ମିଡାକୋଲ ନାମକ ରାସାୟନିକ ଦ୍ରବ୍ୟ ପୁସ୍‌ଫୁସ୍‌ ଓ ଥାଇରଏଡ୍‌ରେ କର୍କଟ ରୋଗ ସୃଷ୍ଟିକରେ। ଫଳ ପଚାଇବା ପାଇଁ ବ୍ୟବହୃତ କାର୍ବାଇଡ ମଣିଷ ଶରୀର ପ୍ରତି କ୍ଷତିକାରକ। ତେଲ, ଘିଅ, କ୍ଷୀର, ରାବିଡି, ଖୁଆ, ମିଠା ଓ ଜେଲିରେ ଅପମିଶ୍ରଣ ରହୁଛି।
ଆମେରିକାନ ଜର୍ନାଲ ଅଫ୍‌ ଏପିଡୋମିଓଲୋଜିରେ ପ୍ରକାଶ ପାଇଥିବା ତଥ୍ୟ ଅନୁସାରେ କୃଷି ପାଇଁ ବ୍ୟବହୃତ ରାସାୟନିକ ସାର ଆଦି ବୋହିଯାଇ ନିକଟସ୍ଥ ଜଳାଶୟକୁ ପ୍ରଦୂଷିତ କରିଥାଏ।
ଗାଈ ଓ ମଇଁଷିଠାରୁ ଅଧିକ କ୍ଷୀର ପାଇବା ଆଶାରେ ମାଲିକମାନେ ଅକ୍ସିଟୋସିନ ଇଞ୍ଜେକଶନ ଦେଇଥାନ୍ତି। ଏହି ଗୃହପାଳିତ ପଶୁଙ୍କ କ୍ଷୀର ପିଉଥିବା ପିଲାଙ୍କଠାରେ ସମୟ ପୂର୍ବରୁ ଯୌବନର ଲକ୍ଷଣମାନ ପରିଲକ୍ଷିତ ହୁଏ। ଝିଅମାନଙ୍କ କ୍ଷେତ୍ରରେ ସାତ ଆଠବର୍ଷରେ ମଧ୍ୟ ମାସିକ ଧର୍ମ ଆରମ୍ଭ ହୋଇଯାଏ। ଥଣ୍ଡାପାନୀୟ, ଶାଗ, ମାଛ, ପନିପରିବା ଏବଂ ଫଳ ଆଦିରେ ବ୍ୟବହୃତ ହେଉଥିବା ରାସାୟନିକ ପଦାର୍ଥ, କୀଟନାଶକ ଆଦି ପିଲାର ହରମୋନରେ ଥିବା ସନ୍ତୁଳନକୁ ନଷ୍ଟ କରିଦିଏ। ଭାରତରେ କୀଟନାଶକ ବ୍ୟବହାରକୁ ନିୟନ୍ତ୍ରଣ କରିବା ଲାଗି ୩ଟି ବିଭାଗ ରହିଛି। ବଜାରରେ ନୂଆ କୀଟନାଶକ ପ୍ରବେଶ କରିବା ପୂର୍ବରୁ ସେଣ୍ଟ୍ରାଲ ଇନ୍‌ସେକ୍ଟିସାଇଡ୍‌ସ ବୋର୍ଡ ଆଣ୍ଡ ରେଗୁଲେଶନ କମିଟିର ଅନୁମତି ଲୋଡ଼ା। ଫୁଡ୍‌ ସେଫ୍‌ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଅଥରିଟି ଅଫ ଇଣ୍ଡିଆର କାମ ଉତ୍ପାଦିତ କୃଷିଜାତ ପଦାର୍ଥରେ କେତେ ମାତ୍ରାରେ କୀଟନାଶକ ରହିଛି ତାହା ଦେଖିବା। ଏଗ୍ରିକଲ୍‌ଚରାଲ ଆଣ୍ଡ ପ୍ରୋସେସ୍‌ଡ ଫୁଡ୍‌ ପ୍ରଡକ୍ଟସ ଏକ୍ସପୋର୍ଟ ଆଣ୍ଡ ଡେଭ୍‌ଲପମେଣ୍ଟ ଅଥରିଟି ଜୈବ କୃଷିର ମାନକ ପ୍ରସ୍ତୁତ କରିଥାଏ। ଏସବୁ ସତ୍ତ୍ୱେ ଭାରତୀୟ କୃଷିଜାତ ଦ୍ରବ୍ୟରେ କୀଟନାଶକର ମାତ୍ରା ଉଦ୍‌ବେଗଜନକ।
କ୍ଷତିକାରକ କୀଟନାଶକକୁ ବେଳହୁଁ ନିଷେଧ କରିବା ତଥା ଚାଷୀମାନଙ୍କୁ ସଚେତନ କରାଇବା ସର୍ବାଦୌ କର୍ତ୍ତବ୍ୟ। ଆମର ପୁରୁଣା ପଦ୍ଧତି ଜୈବିକ କୃଷିକୁ ଆପଣେଇ ସେଥିରୁ କିପରି ଅଧିକ ଅମଳ ମିଳିପାରିବ ତାହା ଦେଖିବା କୃଷି ବୈଜ୍ଞାନିକମାନଙ୍କର ପ୍ରଥମ କାମ।
ମୋ-୯୮୬୧୦୪୮୦୫୨


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ହରିଶ୍ଚନ୍ଦ୍ର ସୁଦେ ଦିବ୍ୟାଙ୍ଗମାନଙ୍କୁ ଆତ୍ମନିର୍ଭରଶୀଳ କରାଇ ସେମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି। ହରିଶ୍ଚନ୍ଦ୍ର ପିଲାଦିନେ ଗୋଟିଏ ଆଖି ହରାଇବା ପରେ ବହୁ ପ୍ରତିକୂଳ ପରିସ୍ଥିତିକୁ...

ସ୍ତମ୍ଭର ମହତ୍ତ୍ୱ

ଉପେନ୍ଦ୍ର ବିଶ୍ୱାଳ   ଶ୍ରୀଅରବିନ୍ଦଙ୍କ ଭାଷାରେ-‘ସାହିତ୍ୟ ହେଉଛି ଜୀବନ୍ତ ମନେହେଉଥିବା ଶବ୍ଦଚିତ୍ର।’ ପ୍ରଖ୍ୟାତ ବ୍ରିଟିଶ୍‌ ଲେଖିକା ଶେଲି କୁହନ୍ତି, ‘ସାହିତ୍ୟ ହେଉଛି ସତ୍ୟର ପ୍ରତିଫଳନ ।’...

ବୁଝ ନ ବୁଝ…

ରାକେଶ ପଣ୍ଡା   ସାଧାରଣତଃ ଯଦି ଜଣେ ବ୍ୟକ୍ତି ନୀତି ଓ ନିୟମ ବାହାରେ କାର୍ଯ୍ୟ କରନ୍ତି, ତେବେ ସମାଜରେ ବିଶୃଙ୍ଖଳା ଏବଂ ଅରାଜକତା ସୃଷ୍ଟି...

ଆଧୁନିକ ଯୁଗର ଧାର୍ମିକ ନେତା

ପାଶ୍ଚାତ୍ୟ ନେତୃତ୍ୱର ଢାଞ୍ଚାଗୁଡ଼ିକ ହେଉଛି ସାମରିକ ଶକ୍ତି କୈନ୍ଦ୍ରିକ। ଏଗୁଡ଼ିକ ମୁଖ୍ୟତଃ ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣଭିତ୍ତିକ। ପାଶ୍ଚାତ୍ୟ ନେତୃତ୍ୱ କାର୍ଯ୍ୟ ଉପରେ ଗୁରୁତ୍ୱ ଦିଏ ଓ...

ଏଇ ଭାରତରେ

ସମୟ କ୍ରମେ ମଣିଷର ଖାଦ୍ୟ ରୁଚି ବଦଳୁଛି। ସେଫ୍‌ମାନେ ନୂଆ ପ୍ରକାରର ତଥା ସ୍ବାଦର ଖାଦ୍ୟ ସାମ୍ନାକୁ ଆଣୁଛନ୍ତି। ସେଥି ମଧ୍ୟରୁ ଏବେ ମୋମୋ ବେଶ୍‌...

ଦିବ୍ୟାଙ୍ଗ ଓ ନିଯୁକ୍ତି

ମିନତି ପ୍ରଧାନ ଗତ କେଇ ଦଶନ୍ଧି ତଳେ ଦିବ୍ୟାଙ୍ଗଙ୍କୁ କେବଳ ଛୋଟମୋଟ ବ୍ୟବସାୟ କରିବାକୁ ସୁଯୋଗ ମିଳୁଥିଲା। ମାତ୍ର ଅନ୍ତଃରାଷ୍ଟ୍ରୀୟ ଓ ରାଷ୍ଟ୍ରୀୟ ସଂସ୍ଥା, ଏନ୍‌ଜିଓ...

ଉତ୍ତର ପିଢ଼ିର ବ୍ୟାଘ୍ରାରୋହଣ

ଛାୟାକାନ୍ତ ଷଡ଼ଙ୍ଗୀ ଗୋଦାବରୀଶ ମହାପାତ୍ରଙ୍କ କ୍ଷୁଦ୍ରଗଳ୍ପ ‘ଏବେ ବି ବଞ୍ଚତ୍ଛି’ର ଦୁର୍ଭିକ୍ଷ ପ୍ରପୀଡ଼ିତ ନାୟକ ବେଣୁଧର ସରକାରୀ ସାହାଯ୍ୟ କେନ୍ଦ୍ରକୁ ଚାଉଳ ଆଣିବା ପାଇଁ ଯାଇଛି...

ସଙ୍କଟରେ ନ୍ୟାୟାଳୟ

ନ୍ୟାୟପାଳିକା ଗଣତାନ୍ତ୍ରିକ ବ୍ୟବସ୍ଥାର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ନାଗରିକଙ୍କ ସ୍ବାର୍ଥରକ୍ଷା ନିଶ୍ଚିତ କରେ। ଭାରତର ନ୍ୟାୟିକ ବ୍ୟବସ୍ଥା ସୁବ୍ୟସ୍ଥିତ ଓ ଏହାର ଶୀର୍ଷରେ ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri