Posted inଖେଳ

ବିଶ୍ୱ ସନ୍ତରଣ ଚାମ୍ପିୟନଶିପ୍‌ରେ ଅଘଟଣ, ୨ ମୃତ

ଗ୍ବାଙ୍ଗଜୁ(ଦକ୍ଷିଣ କୋରିଆ),୨୭।୭(ଏଏଫ୍‌ପି)- ଏଠାରେ ଚାଲିଥିବା ବିଶ୍ୱ ସନ୍ତରଣ ଚାମ୍ପିୟନଶିପ୍‌ରେ ଘଟିଛି ଅଘଟଣ। ଏକ ନାଇଟ୍‌ କ୍ଲବ୍‌ର ବାଲ୍‌କୋନି ଭାଙ୍ଗିପଡ଼ିବାରୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୬ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରେ ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ କରିଥିବା ଆଥ୍‌ଲେଟ୍‌ ମଧ୍ୟ ଅଛନ୍ତି। ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ କରିଥିବା ଆଥ୍‌ଲେଟ୍‌ଙ୍କ ରହଣିସ୍ଥଳ ନିକଟରେ ଥିବା କୋୟୋଟ ଅଗଲି କ୍ଲବ୍‌ର ପ୍ରାୟ ୫ ମିଟର ଉଚ୍ଚରେ ଥିବା ବାଲ୍‌କୋନି ତଳେ ଥିବା ଲୋକ ଓ ଆଥ୍‌ଲେଟଙ୍କ ଉପରେ ଭୁଶୁଡ଼ି ପଡ଼ିଥିଲା। ରିଓ ଅଲିମ୍ପିକ୍‌ ସ୍ବର୍ଣ୍ଣ ପଦକଧାରୀ ଓ ୟୁଏସ୍‌ ଓ୍ବାଟର ପୋଲୋ ଖେଳାଳି କାଲେଗ ଗିଲ୍‌ଖ୍ରିଷ୍ଟଙ୍କ ସମେତ ୮ ଆଥ୍‌ଲେଟ୍‌ ଏହି ଅଘଟଣର ଶିକାର ହୋଇଛନ୍ତି। ଏଥିରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ୧୬ ଆହତଙ୍କ ମଧ୍ୟରେ ୧୦ ବିଦେଶୀ ରହିଛନ୍ତି। ସେଥିରେ ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ କରିଥିବା ୮ ଆଥ୍‌ଲେଟ୍‌ ମଧ୍ୟ ଅଛନ୍ତି ବୋଲି ମେଟ୍ରୋପଲିଟାନ ପୋଲିସ ଏଜେନ୍ସି ତଦନ୍ତକାରୀ ସଙ୍ଗ ଗି-ଜି କହିଛନ୍ତି। ଦୁଇ ମୃତକ ସ୍ଥାନୀୟ ଲୋକ। ଚାମ୍ପିୟନଶିପ୍‌ ସହ ସେମାନେ ଜଡ଼ିତ ନ ଥିଲେ। ବାଲ୍‌କୋନି ଭୁଶୁଡ଼ିବାର କାରଣ ବେଆଇନ ନିର୍ମାଣ ହୋଇପାରେ ବୋଲି ସେ କହିଛନ୍ତି। ୮ ଆହତ ଆଥ୍‌ଲେଟଙ୍କ ମଧ୍ୟରେ ଆମେରିକାର ୩, ନ୍ୟୁଜିଲାଣ୍ଡ ୨, ନେଦରଲାଣ୍ଡର ୧, ବ୍ରାଜିଲର ୧ ଓ ଇଟାଲୀର ୧ ରହିଛନ୍ତି। ଏହି ଘଟଣା ସମ୍ପର୍କରେ ବିଶ୍ୱ ଚାମ୍ପିୟନଶିପ ଆୟୋଜକ କମିଟି ପକ୍ଷରୁ କୁହାଯାଇଛି, ଆଥ୍‌ଲେଟ୍‌ମାନେ ସାମାନ୍ୟ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା କରାଇ ରହଣିସ୍ଥଳକୁ ପଠାଇ ଦିଆଯାଛି। ଆମେରିକାର ୟୁଏସ୍‌ ଓ୍ବାଟର ପୋଲୋ ଖେଳାଳି ଗିଲ୍‌ଖ୍ରିଷ୍ଟଙ୍କ ବାମଗୋଡ଼ରେ ଗଭୀର ଆଘାତ ଲାଗିଛି। ତାଙ୍କର ଅସ୍ତ୍ରୋପଚାର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ରାଜନୀତିରେ ହଇଚଇ: ମମତାଙ୍କୁ ଧମକ ଦେଲେ ମୁଖ୍ୟମନ୍ତ୍ରୀ! ଘରୁ ବାହାରିବାକୁ….

କୋଲକାତା,୨୫ା୮: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୁଭେନ୍ଦୁ ଅଧିକାରୀଙ୍କୁ ଟାର୍ଗେଟ କରିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ଭିଡିଓ ସେୟାର କରି ଶୁଭେନ୍ଦୁ…

ଗରିମା କନକ୍ଲେଭ୍‌, ଛତ୍ରପୁର ପୌରପରିଷଦକୁ ରାଜ୍ୟସ୍ତରୀୟ ସମ୍ମାନ

ଛତ୍ରପୁର,୨୫।୮( ଦିଲ୍ଲୀପ ସାମଲ): ଓଡ଼ିଶା ସରକାରଙ୍କ ‘ଗରିମା ଯୋଜନା’ର ସଫଳ ରୂପାୟନ ପାଇଁ ଛତ୍ରପୁର ପୌରପରିଷଦକୁ ରାଜ୍ୟସ୍ତରୀୟ ସମ୍ମାନ ପ୍ରଦାନ କରାଯାଇଛି । ଭୁବନେଶ୍ୱରସ୍ଥିତ ଲୋକସେବା ଭବନଠାରେ…

ଧାନ ବିକ୍ରି ପଞ୍ଜୀକରଣବେଳେ ଚାଷୀଙ୍କୁ ବିଭ୍ରାନ୍ତ କରିଥିବା ଅଭିଯୋଗ: ଜିଲାପାଳଙ୍କୁ ଫେରାଦ ହେଲେ ଚାଷୀ

ଲୋଇସିଂହା,୨୫।୮(ସୁଶାନ୍ତ ବାରିକ): ଖରିଫ ୨୦୨୬-୨୭ ଧାନ ବିକ୍ରି ପାଇଁ ପାକ୍ସଗୁଡ଼ିକରେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଚାଲିଥିବାବେଳେ ଆଗଲପୁର ବ୍ଲକ ମୁରୁଶୁଣ୍ଡି ପାକ୍ସରେ ଧାନ କିଣାବିକାକୁ ନେଇ ଏକ…

ଦୁର୍ଗମ ଅଞ୍ଚଳରେ ‘ଦମନ’ ଟିମ୍‌: କମୁଛି ମ୍ୟାଲେରିଆ ଜ୍ୱର ଭୟ

ଦାରିଙ୍ଗବାଡି, ୨୫।୮ (ଅରୁଣ ସାହୁ): ମ୍ୟାଲେରିଆ ମୁକ୍ତ ଲକ୍ଷ୍ୟରେ ଦୁର୍ଗମ ଅଞ୍ଚଳରେ ଅପରେଶନ ଦମନ କାର୍ଯ୍ୟକ୍ରମ ଜୋରଦାର କରାଯାଉଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ…

ଜଳ ନିଷ୍କାସନ ଫେଲ୍‌, ବେହାଲ ବରଗଡ଼ ସହର

ବରଗଡ଼,୨୫।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ବର୍ଷାଜଳ ନିଷ୍କାସନ ବ୍ୟବସ୍ଥା ଫେଲ୍‌ ମାରିଛି। ସହରର ବିଭିନ୍ନ ସ୍ଥାନରେ ଏପର୍ଯ୍ୟନ୍ତ ଡ୍ରେନ୍‌(ନାଳ) ନିର୍ମାଣ ହୋଇପାରି ନାହିଁ। ସେହିପରି ଯେଉଁଠି ନାଳ ରହିଛି,…

ନାଗାବଳୀ ନଦୀରୁ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଉଦ୍ଧାର, ନିଖୋଜର ୩ ଦିନ ପରେ ମିଳିଲା ପତ୍ତା

କଲ୍ୟାଣସିଂହପୁର,୨୫।୮(ଦୀପକ କୁମାର ପରିଡା ): ବିଦ୍ୟାଳୟରୁ ନିଖୋଜ ଥିବା ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ନାଗାବଳୀ ନଦୀରୁ ଉଦ୍ଧାର ହୋଇଛି । ମୃତ ଛାତ୍ରଜଣକ କାଶୀପୁର…

ଆପରାଧିକ ମାନସିକତାରେ ପୋଲିସ ଅଧିକାରୀ: ଲୋକଙ୍କୁ ନ୍ୟାୟ ପରିବର୍ତ୍ତେ କରୁଛନ୍ତି ଶୋଷଣ

ଭୁବନେଶ୍ୱର,୨୫।୮(ତ୍ରିନାଥ ମହାନ୍ତି):ଖାକି ପୋଷାକରେ ଥାଇ ପୋଲିସ ଅଧିକାରୀ ଘଟାଉଛନ୍ତି ଅପରାଧ। କେଉଁଠି ସୁରକ୍ଷା ଆଳରେ ଶୋଷଣ ତ’ ଆଉ କେଉଁଠି ଲଭ୍‌ ସେକ୍ସ ଧୋକାର ସଙ୍ଗିନ ଅଭିଯୋଗ।…

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri