ବିଶ୍ୱର ସବୁଠାରୁ ଭୟଙ୍କର ସ୍ଥାନ: ମାଟିତଳେ ରହିଛି ୬୦ଲକ୍ଷ ଖପୁରି

ବିଶ୍ୱରେ ଏମିତି ସ୍ଥାନ ଅଛି ଯେଉଁଠିକି ଯିବାକୁ ଦିନରେ ମଧ୍ୟ ଭୟ ଲାଗିବ। ଆଉ ଏମିତି ବି କିଛି ସ୍ଥାନ ରହିଛି ଯାହାକୁ ଦେଖିଲେ ବା ଯାହା ବିଷୟରେ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ। ଫ୍ରାନ୍ସର ପ୍ୟାରିସଠାରେ ରହିଛି ଏମିତି ଏକ ସ୍ଥାନ। ଯାହା ମୃତବ୍ୟକ୍ତିଙ୍କ ସମାଧି ସ୍ଥଳ ଭାବେ ପରିଚିତ। ଭୂପୃଷ୍ଠରୁ ମାତ୍ର ୨୦୦ ମିଟର ଗଭୀରତାରେ ପାଖାପାଖି ୬୦ ଲକ୍ଷ ମୃତ ବ୍ୟକ୍ତିଙ୍କ ହାଡକଙ୍କାଳ ଓ ଖପୁରି ରହିଛି। ସବୁଠାରୁ ରୋଚକ ତଥ୍ୟ ହେଉଛି ଏହିସବୁ ହାଡକଙ୍କାଳ ଓ ଖପୁରିକୁ ଏକାଠି କରି ୨ କିଲୋମିଟର ପର୍ଯ୍ୟନ୍ତ ପାଚେରି ନିର୍ମାଣ କରାଯାଇଛି। ଏହା ଫ୍ରାନ୍ସର କାଟା କମ୍ବସ୍‌ ନାମରେ ପରିଚିତ। କୁହାଯାଏ ୧୭୮୫ରେ ଏଠାରେ ସ୍ଥାନର ଅଭାବ ଯୋଗୁ ଅନେକ ଗୁଡିଏ ମୃତ ଶରୀରକୁ ଏକାଠି କରି ମାତ୍ର ୨ଶହ ମିଟର ଗଭୀରତାରେ ପୋତି ଦିଆଯାଉଥିଲା। ଏହାର ଲମ୍ବ ଥିଲା ୨ଶହ ମିଟର। ପ୍ରଥମେ ପ୍ରଥମେ ଲୋକେ ଏଠାକୁ ଯିବାକୁ ଭୟ କରୁଥିବା ବେଳ ୨୦୦୮ରେ ଏହାକୁ ସର୍ବସାଧାରଣଙ୍କ ପାଇଁ ଖୋଲି ଦିଆଯାଇଥିଲା। ଏପର୍ଯ୍ୟନ୍ତ ଏଠାକୁ ୪ କୋଟି ଲୋକ ଭ୍ରମଣରେ ଆସିଥିବା କୁହାଯାଏ। ଏଆର୍‌ବିଏନ୍‌ବି ନାମକ ଏକ ଓ୍ବେସାଇଟର ସୂଚନା ଅନୁଯାୟୀ, ଏଠାରେ କିଛି ହଲିଉଡ୍‌ ଫିଲ୍ମ ଶୁଟିଂ ହେବା ସହ କେତେ ଗୁଡିଏ ଫ୍ୟାଶନ ଶୋ’ର ଆୟୋଜନ ମଧ୍ୟ କରାଯାଇଛି। କୁହାଯାଏ ଏଠାରେ ଥିବା କଙ୍ଗାଳ ଗୁଡିକୁ ଏକାଠି କରିବାକୁ ପାଖାପାଖି ୧୦ ବର୍ଷ ସମୟ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ଆଉ ଏକ ଘୂର୍ଣ୍ଣିବଳୟ, ୭ ଦିନ ଯାଏ ପ୍ରବଳ ବର୍ଷା; ଜାରି ହେଲା ଓ୍ବାର୍ନିଂ

ଭୁବନେଶ୍ୱର, ୧୦ା୭ (ବନ୍ଦନା ସେଠୀ) – ଗାଙ୍ଗେଟିକ ୱେଷ୍ଟବେଙ୍ଗଲ ଓ ତା’ ପାଖାପାଖି ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ସମୁଦ୍ରପତନଠାରୁ ୪.୫ ରୁ ୫.୮…

ମୃତ ପୋଲିସ କର୍ମଚାରୀଙ୍କ ପରିବାରକୁ ବୀମା ରାଶି ପ୍ରଦାନ

ଛତ୍ରପୁର, ୧୦।୭ (ଦିଲୀପ ସାମଲ) : ୨୦୨୪ ମସିହାରେ କାର୍ଯ୍ୟରତ ଅବସ୍ଥାରେ ଅକସ୍ମାତ ହୃଦ୍ଘାତରେ ପରଲୋକ ବରଣ କରିଥିବା ଚମାଖଣ୍ଡି ପୋଲିସ ଥାନା କର୍ମଚାରୀ ସଞ୍ଜିତ ସ୍ୱାଇଁଙ୍କ…

ଇନ୍ଦ୍ରାବତୀରୁ ଖରିଫ ପାଇଁ ଜଳ ସେଚନର ଶୁଭାରମ୍ଭ

ଜୟପାଟଣା,୧୦।୭(ଓମ ପ୍ରକାଶ ବୈଠାରୁ): ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ମଙ୍ଗଳପୁର ବ୍ୟାରେଜରୁ ଶୁକ୍ରବାର ସକାଳରୁ ଚଳିତ ପାଇଁ ଖରିଫ ଜଳ ସେଚନ ର ଶୁଭାରମ୍ଭ ହୋଇ ଯାଇଛି।ଏଥିରେ…

ଧରିତ୍ରୀ ପ୍ରଭାବ: ରାସ୍ତାରୁ ହଟିଲା ବିପଜ୍ଜନକ ଚାମ୍ବର

ଥୁଆମୂଳ ରାମପୁର, ୧୦ା୭ (ଦୁର୍ଗା କୀର୍ତ୍ତି): ଧରିତ୍ରୀରେ ଖବର ପ୍ରକାଶ ପରେ ଥୁଆମୂଳ ରାମପୁର ବ୍ଲକ ସଦର ମହକୁମା ମୁଖ୍ୟ ରାସ୍ତାରେ ବିପଦସଙ୍କୁଳ ଅବସ୍ଥାରେ ଥିବା ଦୁଇଟି…

ବିଦେଶୀ ମଦ ଦୋକାନକୁ ନେଇ ତେଜୁଛି ଅସନ୍ତୋଷ

ଲାଞ୍ଜିଗଡ଼, ୧୦ା୭(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ରୁ ମୁନିଗୁଡ଼ାକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତା କଡ଼ରେ ଲଟେରି ମାଧ୍ୟମରେ ଖୋଲାଯାଇଥିବା ଠିପି ବନ୍ଦ ବିଦେଶୀ ମଦ ଦୋକାନକୁ…

ପାଟପୁରରେ ବୁଲା କୁକୁରଙ୍କ ଆତଙ୍କ: ବ୍ରହ୍ମପୁର ବିଏମସି ପକ୍ଷରୁ କୁକୁର ଧରା ଅଭିଯାନ, ୯ ବୁଲା କୁକୁରଙ୍କୁ ଉଠାଇନେଲେ…

ଦିଗପହଣ୍ଡି,୧୦|୭(ଅଶେଷ ନାଥ ମିଶ୍ର ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର, ମହାନାଳା,  ଜୟନଗର, ରାଧାଦେଇପୁର,ପଳାଶପୁର ପ୍ରଭୃତି ବିଭିନ୍ନ ଗ୍ରାମରେ ଗତ ପ୍ରାୟ ୩ ମାସ ହେଲା…

ଅବସରପ୍ରାପ୍ତ କର୍ମଚାରୀ ସଙ୍ଘର ୩୮ ତମ ବାର୍ଷିକୋତ୍ସବ: ବୃନ୍ଦ ଯୋଗଦେଇ ଥିଲେ …

ଦିଗପହଣ୍ଡି,୧୦।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଙ୍ଘର ୩୮ତମ ବାର୍ଷିକୋତ୍ସବ ଶୁକ୍ରବାର ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଦିଗପହଣ୍ଡି ରାଜବାଟି ପରିସରରେ…

୧୨ ନବନିଯୁକ୍ତ ପ୍ରଧାନଶିକ୍ଷକଙ୍କୁ ସମ୍ବର୍ଦ୍ଧନା: ଶିକ୍ଷା କ୍ଷେତ୍ରରେ ନେତୃତ୍ୱର ଭୂମିକା…

ଭଞ୍ଜନଗର, ୧୦।୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ସମ୍ମିଳନୀ କକ୍ଷରେ ଶୁକ୍ରବାର ବ୍ଲକର ୧୨ ଜଣ ନବନିଯୁକ୍ତ ପ୍ରଧାନଶିକ୍ଷକଙ୍କୁ ସମ୍ବର୍ଦ୍ଧନା ଜଣାଯାଇଛି। ଗୋଷ୍ଠୀ ଉନ୍ନୟନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri