ବିଶ୍ୱର ପ୍ରଥମ କରୋନା ପଜିଟିଭ୍‌ ଥିଲେ ଜଣେ ମହିଳା, ବର୍ତ୍ତମାନ ଅଛନ୍ତି ସୁସ୍ଥ

ବେଜିଂ: ଚାଇନାର ଉହାନ ସହରରୁ ବ୍ୟାପିଥିବା କରୋନା ଭାଇରସ୍‌ ଏପର୍ଯ୍ୟନ୍ତ ପ୍ରାୟ ୩୪,୦୦୦ ଲୋକଙ୍କ ଜୀବନ ନେଇ ସାରିଲାଣି। ସେଥିମଧ୍ୟରୁ ଇଟାଲୀରେ ବର୍ତ୍ତମାନ ସୁଦ୍ଧା ସର୍ବାଧିକ ୧୦,୭୦୦ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ୭ ଲକ୍ଷରୁ ଅଧିକ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି। ଯଦିଓ ଚାଇନାରେ ବର୍ତ୍ତମାନ ମୃତ୍ୟୁ ଏବଂ ଏବଂ ସଂକ୍ରମଣର ଆଶଙ୍କା ହ୍ରାସ ପାଇଛି। କିନ୍ତୁ ସମଗ୍ର ପୃଥିବୀରୁ ଏହି ବିପଦ ଟଳି ନାହିଁ। ବିଶ୍ୱର ପ୍ରଥମ କରୋନା ରୋଗୀ ଭାବେ ଯିଏ ଚିହ୍ନଟ ହୋଇଥିଲେ ସେ ଜଣେ ମହିଳା ଥିଲେ।
ଏକ ରିପୋର୍ଟ ଅନୁଯାୟୀ, ଚିଙ୍ଗୁଡ଼ି ବିକ୍ରି କରୁଥିବା ୫୭  ବର୍ଷୀୟା ଜଣେ ମହିଳା ଚାଇନାର ଉହାନ ସହରରେ କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଥିଲେ। ଏହା ପରେ ଆଉ ଜଣେ ବ୍ୟକ୍ତି କରୋନାର ଶିକାର ହୋଇଥିଲେ। ଏହି ସଂଖ୍ୟା ବଢ଼ି ୭ ଲକ୍ଷରୁ ଅଧିକରେ ପହଞ୍ଚିଥିଲା।
ପ୍ରଥମେ କରୋନା ପଜିଟିଭ୍‌ ଥିବା ଏହି ମହିଳା ଜଣକ ବର୍ତ୍ତମାନ ଆରୋଗ୍ୟ ଲାଭ କରିଛନ୍ତି। ତାଙ୍କୁ ଏକ ମାସ ଚିକିତ୍ସା କରାଯାଇଥିଲା ଏବଂ ଏହା ପରେ ସେ ସୁସ୍ଥ ହୋଇଥିଲେ। ମହିଳା ଜଣକ କହିଛନ୍ତି ଯେ, ଯଦି ଚାଇନା ସରକାର ଶୀଘ୍ର ପଦକ୍ଷେପ ଗ୍ରହଣ କରି ନ ଥାନ୍ତେ ତେବେ ଏହି ରୋଗ ଆହୁରି ଭୟଙ୍କର ହୋଇଥା’ନ୍ତା। ଗତବର୍ଷ ଡିସେମ୍ବର ୧୦ରେ ସଂପୃକ୍ତା ମହିଳାଙ୍କୁ ସାମାନ୍ୟ ଜ୍ୱର ହୋଇଥିଲା। ତେଣୁ ସେ ସ୍ଥାନୀୟ କ୍ଲିନିକ୍‌କୁ ଚିକିତ୍ସା ପାଇଁ ଯାଇଥିଲେ। ଯେଉଁଠାରେ ତାଙ୍କୁ ଇଞ୍ଜେକ୍‌ସନ ଦିଆଯାଇଥିଲା। ଏହା ପରେ ସେ ଦୁର୍ବଳ ଅନୁଭବ କରିବାରେ ଲାଗିଲେ। ତା’ ପରେ ସେ ଉହାନର ଏକାଦଶ ଡାକ୍ତରଖାନାକୁ ଯାଇଥିଲେ। ଏହା ପରେ ବି ତାଙ୍କ ସ୍ବାସ୍ଥ୍ୟରେ କୌଣସି ଉନ୍ନତି ହୋଇ ନ ଥିଲା। ଡିସେମ୍ବର ୧୬ରେ ସେହି ଅଞ୍ଚଳର ସର୍ବ ବୃହତ ଚିକିତ୍ସା ସୁବିଧା ସହିତ ଉହାନ ୟୁନିୟନ ହସ୍ପିଟାଲକୁ ଯାଇଥିଲେ। ତାଙ୍କଠାରେ ଭିନ୍ନ ଲକ୍ଷଣ ସବୁ ଦେଖିବାକୁ ମିଳିଥିଲା। ଡିସେମ୍ବର ଶେଷରେ ଡାକ୍ତରମାନେ ଏହା କରୋନା ଭୂତାଣୁ ବୋଲି ଜାଣିବାକୁ ପାଇଥିଲେ। ପରେ ତାଙ୍କୁ ଦେଖିବା ପାଇଁ ବହୁ ଲୋକ ସେହି ହସ୍ପିଟାଲକୁ ଯାଇଥିଲେ। ଫଳସ୍ବରୂପ ଏହି ଭୂତାଣୁ ଜଣକ ପରେ ଜଣକ ଦେହରେ ପ୍ରବେଶ କରି ସମଗ୍ର ବିଶ୍ୱକୁ ଗ୍ରାସ କରିସାରିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ଜୁଲାଇରେ ୧୭ ପ୍ରତିଶତ ଅଧିକ ବର୍ଷା: ବଢ଼ିପାରେ ହୀରାକୁଦ ଜଳଭଣ୍ଡାର ସ୍ତର

ଭୁବନେଶ୍ୱର,୧୭ା୭: ଜୁଲାଇ ୧ରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ୧୭% ଅଧିକ ବର୍ଷା ହୋଇଛି। ଏନେଇ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ ସୂଚନା ଦେଇଛନ୍ତି।…

ଗୋଟିଏ ଦିନପରେ କୋଟିଆରେ ହେଲା ରଥଟଣା: ଯୋଗ ଦେଲେ ପଟ୍ଟାଙ୍ଗି ବିଧାୟକଙ୍କ ସହ…

ପଟ୍ଟାଙ୍ଗି,୧୭।୭(ଶରତ କୁମାର ଧଳ): ସାରା ରାଜ୍ୟରେ ଗୋଟିଏ ଦିନରେ ରଥଯାତ୍ରା ବା ରଥଟଣା ହେଉଥିବା ବେଳେ ରାଜ୍ୟର କିଛି ସ୍ଥାନରେ ଦିନକ ପରେ ରଥଯାତ୍ରା ବା ରଥଟଣା…

ସଂସଦର ମୌସୁମୀ ଅଧିବେଶନ: ୭ଟି ବଡ଼ ବିଲ୍ ଆଗତ କରିବେ ସରକାର; ଗରମ ହେବ ‘ବନ୍ଦେ ମାତରମ୍’ ମୁଦ୍ଦା, ଜାଣନ୍ତୁ କେବେ ଆରମ୍ଭ?

ନୂଆଦିଲ୍ଲୀ,୧୭।୭: ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି ଏବଂ ଏହିଥର କେନ୍ଦ୍ର ସରକାର ଅଧିବେଶନରେ ୭ଟି ବଡ଼ ବିଲ୍ ପେଶ୍ କରିବେ। ଏଥିମଧ୍ୟରୁ ୨ଟି ପୁରୁଣା…

IND vs ENG: ତୃତୀୟ ODI ପୂର୍ବରୁ ଟିମ ଇଣ୍ଡିଆକୁ ବଡ଼ ଝଟକା; ନିର୍ଣ୍ଣାୟକ ମ୍ୟାଚରୁ ବାଦ ପଡ଼ିଲେ ଏହି ଖେଳାଳି

ନୂଆଦିଲ୍ଲୀ,୧୭।୭: ଇଂଲଣ୍ଡ ବିପକ୍ଷ ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ସ୍ପିନ ଅଲରାଉଣ୍ଡର ୱାଶିଂଟନ ସୁନ୍ଦର ଶେଷ ମ୍ୟାଚ…

ସାଧାରଣ ଲୋକ ବି ଖୋଲିପାରିବେ ନିଜର ଏକ ବ୍ୟାଙ୍କ? ଜାଣନ୍ତୁ କେତେ ଟଙ୍କା ଆବଶ୍ୟକ…

ନୂଆଦିଲ୍ଲୀ,୧୭।୭: ଅନେକ ଲୋକ ନିଜର ବ୍ୟାଙ୍କ ଆରମ୍ଭ କରିବାର ସ୍ୱପ୍ନ ଦେଖନ୍ତି, କିନ୍ତୁ ଭାରତରେ ଏହା ପ୍ରକୃତରେ ସମ୍ଭବ କି? ଏହାର ଉତ୍ତର ହେଉଛି ହଁ। ଭାରତୀୟ…

ବିସିସିଆଇ ଅଧିକାରୀଙ୍କ ସହ ସାକ୍ଷାତ କଲେ ରୋହିତ ଶର୍ମା; ଜାଣନ୍ତୁ କ’ଣ ହେଲା ବୈଠକରେ

ନୂଆଦିଲ୍ଲୀ,୧୭।୭: ଭାରତୀୟ କ୍ରିକେଟ ଗଣମାଧ୍ୟମରେ ଗୁରୁବାର ପ୍ରକାଶିତ ଖବରରୁ ଭାରତୀୟ କ୍ରିକେଟ ହଇଚଇ ସୃଷ୍ଟି ହୋଇଥିଲା ଯେଉଁଥିରେ ଦାବି କରାଯାଇଥିଲା ଯେ ୧୯ ଜୁଲାଇରେ ଲର୍ଡସରେ ଇଂଲଣ୍ଡ…

୭ ମାସର ଗର୍ଭବତୀ ଥାଇ ଆକ୍ସନ କରୁଛନ୍ତି ଦୀପିକା

ବଲିଉଡ ହେଉ କି ହଲିଉଡ ଆଜିର ଅଭିନେତ୍ରୀମାନେ ଗର୍ଭାବସ୍ଥାରେ ମଧ୍ୟ ଅତ୍ୟନ୍ତ ସମର୍ପିତ ହୋଇ ସେମାନଙ୍କର ବୃତ୍ତିଗତ କର୍ତ୍ତବ୍ୟ ପାଳନ କରୁଛନ୍ତି। ଏହାର ସଦ୍ୟତମ ଉଦାହରଣ ହେଉଛନ୍ତି…

ନିଟ୍‌ ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଦୁଇ ଭଉଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

କର୍ଲାମୁଣ୍ଡା,୧୭।୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ତିନି ଛାତ୍ରୀଛାତ୍ର ସଫଳତା ପାଇଛନ୍ତି। ଏଥିମଧ୍ୟରୁ ଗୋଟିଏ ପରିବାରର ଦୁଇ ଭଉଣୀ ଏକା ସାଙ୍ଗେ ନିଟ ପରୀକ୍ଷାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri