ବିଶ୍ୱର ଆଦି ଭାଷା ସଂସ୍କୃତ: କେନ୍ଦ୍ରମନ୍ତ୍ରୀ ପ୍ରତାପଙ୍କ ସଂସ୍କୃତ ଭାଷଣରେ କମ୍ପିଲା ସଂସଦ

ବାଲେଶ୍ୱର ଅଫିସ, ୧୫।୧୨-ବାଲେଶ୍ୱର ଏମ୍‌ପି ତଥା କେନ୍ଦ୍ର ଅଣୁ, କ୍ଷୁଦ୍ର ଏବଂ ମଧ୍ୟମଉଦ୍ୟୋଗ, ମତ୍ସ୍ୟ, ପ୍ରାଣୀବିକାଶ ଏବଂ ଗୋପାଳନ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଗତ ଗୁରୁବାର ଲୋକସଭାରେ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ବିଲ୍‌ ଉପରେ ଆଲୋଚନା ସମୟରେ ସଂସ୍କୃତ ଭାଷାରେ ନିଜ ବକ୍ତବ୍ୟ ରଖିଥିଲେ। ସଂସ୍କୃତ ଭାଷାକୁ ବିଶ୍ୱର ଆଦି ଭାଷା ଭାବେ ବର୍ଣ୍ଣନା କରି ସେ ସଂସ୍କୃତ ଶ୍ଳୋକ ଓ ଦୃଷ୍ଟାନ୍ତ ମାଧ୍ୟମରେ ମତ ଉପସ୍ଥାପନ କରିବାରୁ ସାରା ଗୃହ କମ୍ପି ଉଠିଥିଲା। ବହୁ ସଦସ୍ୟ ତାଙ୍କ ବକ୍ତବ୍ୟକୁ ସମର୍ଥନ ଜଣାଇ ତାଳି ମାଡ କରିଥିଲେ। କେନ୍ଦ୍ରରାଷ୍ଟ୍ର ମନ୍ତ୍ରୀ ଷଡଙ୍ଗୀ କହିଥିଲେ, ସଂସ୍କୃତ କେବଳ ଭାରତର ନୁହେଁ, ଏହା ସମଗ୍ର ବିଶ୍ୱରେ ପ୍ରଚଳିତ ସମସ୍ତ ଭାଷାର ଜନନୀ। ‘ପିତା’ ଶବ୍ଦକୁ ‘ଫାଦର’, ‘ମାତା’ ଶବ୍ଦକୁ ‘ମଦର’, ‘ଭ୍ରାତା’ ଶବ୍ଦକୁ ‘ବ୍ରଦର’, ‘ମାନବ’ ଶବ୍ଦକୁ ‘ମ୍ୟାନ’, ‘ନାମ’ ଶବ୍ଦକୁ ‘ନେମ’ ବିଦେଶରେ ବ୍ୟବହାର ହେଉଥିବା ଏମିତି ଅନେକ ଶବ୍ଦ ରହିଛି ଯାହା ସଂସ୍କୃତ ଶବ୍ଦରୁ ଜାତ ହୋଇଛି। ଗ୍ରୀକ୍‌, ଲାଟିନ୍‌ ଓ ଆଂଗ୍ଲୋ ଭଳି ପାଶ୍ଚାତ୍ୟ ଭାଷା ସହ ଭାରତର ମୂଳ ଭାଷା ସଂସ୍କୃତର ଅନେକ ସାମଞ୍ଜସ୍ୟ ଦେଖିବାକୁ ମିଳିଥାଏ। ସେ ତାଙ୍କ ବକ୍ତବ୍ୟରେ ବେଦରୁ ଉପନିଷଦ, କାଶ୍ମୀରରୁ କନ୍ୟାକୁମାରୀ ଯାଏ ବିଭିନ୍ନ ତଥ୍ୟର ଅବତାରଣା କରି ସଂସ୍କୃତ ଭାଷା ସପକ୍ଷରେ ବଳିଷ୍ଠ ଯୁକ୍ତି ଉପସ୍ଥାପନ କରିଥିଲେ। ସେ ଆହୁରି କହିଥିଲେ, ସଂସ୍କୃତ ହେଉଛି ଭାରତର ପ୍ରାଣ ବିନ୍ଦୁ। ସଂସ୍କୃତ ବିନା ଭାରତବର୍ଷର କଳ୍ପନା କରିବା ଅସମ୍ଭବ। ଏଥିଲାଗି ସମସ୍ତେ ସଂସ୍କୃତ ଓ ‘ପାଣିନି ବ୍ୟାକରଣ’ ପଢ଼ିବାର ଆବଶ୍ୟକତା ରହିଛି। ଏହି ଭାଷା ସାରା ବିଶ୍ୱରେ ଗ୍ରହଣୀୟ ବୋଲି ସେ କହିଥିଲେ। ପ୍ରତାପ ଅନର୍ଗଳ ଭାବେ ସଂସ୍କୃତ ଭାଷାରେ ବକ୍ତବ୍ୟ ରଖି ଶ୍ଳୋକ ଉଚ୍ଚାରଣ କରିବା ସମୟରେ ଗୃହର ସମସ୍ତ ସଦସ୍ୟ ଏକାଗ୍ରତାର ସହ ତାଙ୍କ ଭାଷଣ ଶୁଣୁଥିବା ଦେଖିବାକୁ ମିଳିଥିଲା। ଏହାପୂର୍ବରୁ ଷଡଙ୍ଗୀ ରାଷ୍ଟ୍ରପତିଙ୍କ ଅଭିଭାଷଣ ନେଇ ଗୃହରେ ଆଗତ ଧନ୍ୟବାଦ ପ୍ରସ୍ତାବ ଉପରେ ବିତର୍କ ହେବା ବେଳେ ସେ ସଂସ୍କୃତ ଭାଷାରେ ଓଡ଼ିଶାର ବରପୁତ୍ର ଉତ୍କଳମଣି ଗୋପବନ୍ଧୁ, ବୀର ସୁରେନ୍ଦ୍ର ସାଏ ଓ ବକ୍ସି ଜଗବନ୍ଧୁଙ୍କ ବୀରତ୍ୱର ଗାଥା ଉପସ୍ଥାପନ କରି ସମସ୍ତଙ୍କୁ ସ୍ତବ୍ଧ କରି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୫ ଓରାଙ୍ଗଉଟାନ: ଦେଖନ୍ତୁ…

ଭୁବନେଶ୍ୱର,୯।୯: ବାଲେଶ୍ୱର ବିଚିତ୍ରପୁର ଜଙ୍ଗଲରୁ ଉଦ୍ଧାର ହୋଇଥିବା ୫ଟି ଓରାଙ୍ଗଉଟାନ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପହଞ୍ଚିଛନ୍ତି। ଉଦୟପୁର ଫରେଷ୍ଟ ଅଫିସରୁ ଏହି ୫ଟି ଓରାଙ୍ଗଉଟାନଙ୍କୁ ନନ୍ଦନକାନନକୁ ଅଣାଯାଇଛି।…

ମଦ ବିରୋଧରେ ତାତିଲେ ମହିଳା: ଦୋକାନରେ ପକାଇଲେ ତାଲା

ମହାକାଳପଡ଼ା, ୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବାଙ୍କୀଛନ୍ଦା ଗ୍ରାମରେ ବେଆଇନ ଦେଶୀ ଓ ବିଦେଶୀ ମଦ ଦୋକାନରେ ମହିଳା ଗୋଷ୍ଠୀ ମଙ୍ଗବଳାର ତାଲା ପକାଇ…

ବ୍ରିଟିଶ ଗଣ୍ଡ ପୋତିବା ପାଇଁ ଗଦା ହୋଇଛି ଆସ୍‌ପଣ୍ଡ: ଜମିରେ ମାଡ଼ୁଛି ବିଷାକ୍ତ ପାଣି

ମହାକାଳପଡ଼ା, ୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ଜମ୍ବୁ – ମାର୍ଶାଘାଇ ମୁଖ୍ୟ କେନାଲ ବ୍ରିଟିଶ ଗଣ୍ଡ ପୋତିବା ପାଇଁ ପାହାଡ଼ ଭଳି…

କଟକରେ ଚାଞ୍ଚଲ୍ୟ: ଘରୋଇ କଲେଜରୁ ମିଳିଲା ଛାତ୍ରଙ୍କ ଝୁଲନ୍ତା ମୃତଦେହ

କଟକ,୯।୯(ପ୍ରଭୁ କଲ୍ୟାଣ ପାଲ୍‌): କଟକର ସିଡିଏ ଅଞ୍ଚଳରେ ଚାଞ୍ଚଲ୍ୟ। ଏକ ଘରୋଇ କଲେଜରେ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ଝୁଲନ୍ତା ଅବସ୍ଥାରେ ମିଳିଛି ଛାତ୍ରଙ୍କ ମୃତଦେହ। ସିଡିଏ…

ସିକନ୍ଦରାବାଦରୁ ଓଡ଼ିଆ ଶ୍ରମିକ ନିଖୋଜ: ସୁପରଫାଷ୍ଟ ଟ୍ରେନରେ ଗାଁକୁ ଫେରୁଥିବାବେଳେ ବାଟରୁ ଉଭାନ୍‌

ଦିଗପହଣ୍ଡି,୯।୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ନନ୍ଦ ଗାଁ ର ସମୀର ଗୌଡ଼(୨୬) ଦାଦନ ଶ୍ରମିକ ଭାବେ ମହାରାଷ୍ଟ୍ରର ପୁଣେ ନିକଟ…

ଇରାନର ୫ ଜାହାଜ ଧ୍ୱଂସ କଲା ଆମେରିକା: ବଢିଲା ଉତ୍ତେଜନା

ନୂଆଦିଲ୍ଲୀ,୯।୯: ଆମେରିକା ଏବଂ ଇରାନ ମଧ୍ୟରେ ପୁଣି ଥରେ ଉତ୍ତେଜନା ବୃଦ୍ଧି ପାଇଛି। ଆମେରିକୀୟ କେନ୍ଦ୍ରୀୟ କମାଣ୍ଡ (CENTCOM) ଅନୁଯାୟୀ, ଇରାନର ଇସଲାମିକ ରିଭଲ୍ୟୁସନାରୀ ଗାର୍ଡ କର୍ପସ…

ଓଭରବ୍ରିଜ ନିର୍ମାଣ ଦାବି: ଗମନାଗମନରେ ଲୋକେ ହେଉଛନ୍ତି ହନ୍ତସନ୍ତ

କେସିଙ୍ଗା,୯।୯(ତୁମେଶ୍ୱର ସାହୁ): ସମ୍ବଲପୁର ରେଳ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଳ ଷ୍ଟେଶନଠାରୁ ପ୍ରାୟ ୩ କିଲୋମିଟର ଦୂରରେ ଥିବା ଡୁମେରମୁଣ୍ଡା ଗ୍ରାମ ଦେଇ କେସିଙ୍ଗା ସହରକୁ ଯାଇଥିବା…

ବିଚାରପତି ବି ଅସହାୟ

ଭାରତୀୟ ଗଣତନ୍ତ୍ରରେ ବିଧାନପାଳିକା, କାର୍ଯ୍ୟପାଳିକା ଓ ନ୍ୟାୟପାଳିକା ତିନୋଟି ପ୍ରମୁଖ ସ୍ତମ୍ଭ ଭାବେ ଜଣାଶୁଣା। ତନ୍ମଧ୍ୟରୁ ନ୍ୟାୟପାଳିକା ଉପରେ ଜନସାଧାରଣ ନ୍ୟାୟ ପାଇଁ ସବୁଠାରୁ ଅଧିକ ଭରସା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri