Posted inଭଦ୍ରକ

ବିଲୁପ୍ତ ହେବାକୁ ବସିଲାଣି କୁଣ୍ଡି ନଦୀ

ତିହିଡ଼ି,୧୮ା୩(ସ୍ବ.ପ୍ର.)- ନଦୀ ଏକ, ନାମ ଏକାଧିକ । ଏପରି ଏକ ନଦୀ ହେଲା କୁଣ୍ଡି ନଦୀ। ଭିନ୍ନ ଭିନ୍ନ ସ୍ଥାନରେ ଲୋକେ ଏହାକୁ ଚୂଡ଼ାଖିଆ, ଗୁପ୍ତଗଙ୍ଗା, କରଞ୍ଜଇ, ଧଳା ନଦୀ ବୋଲି କହନ୍ତି। ଭଦ୍ରକ ଜିଲାର ସାଳନ୍ଦୀ ନଦୀ ସହିତ ସଂଯୋଗ କରୁଥିବା ଦଶମୌଜା କେନାଲ ଅଞ୍ଚଳରୁ ଏହା ବେନ୍ତାଳ ପଞ୍ଚାୟତ ଭବାନୀବିନ୍ଧା ମୌଜାର ବାଗସିରିଆଠାରୁ ବାହାରି ଦଧିବାମନପୁରଠାରେ ମନ୍ତେଇ ନଦୀକୁ ସଂଯୋଗ କରୁଛି। ସରକାରୀ ଭାବେ ନଦୀର ମାନ୍ୟତା ପାଇ ନ ଥିଲେ ବି ଭଦ୍ରକ, ତିହିଡ଼ି ଓ ବାସୁଦେବପୁର ବ୍ଲକ ଅଧୀନ ପ୍ରାୟ ୨୦ରୁ ଊଦ୍ଧର୍‌ବ ପଞ୍ଚାୟତର ଜୀବନ ରେଖାଭାବେ ପରିଚିତ ଏହି ନଦୀ ଏବେ ସମ୍ପୂର୍ଣ୍ଣ ବିଲୁପ୍ତ ହେବାକୁ ବସିଲାଣି।
ସ୍ଥାନୀୟ ପୁରୁଖା ଚାଷୀଙ୍କ ସୂଚନା ଅନୁଯାୟୀ, ସେମାନେ ଆଗରୁ କୁଣ୍ଢି ନଦୀ ଉପରେ ନିର୍ଭରକରି ଖରିଫ ଓ ରବି ଚାଷ କରୁଥିଲେ। କ୍ରମଶଃ ଏହା ପୋତି ହୋଇପଡ଼ିବାରୁ ୨୦୦୮ରୁ ନଦୀତଟ ଅଞ୍ଚଳରେ ଚାଷ ବନ୍ଦ ହୋଇ ଗଲାଣି। ବିଭିନ୍ନ ସ୍ଥାନରେ ମାଟି ଅତଡ଼ା ଧସି ଏହି ନଦୀ ସଙ୍କୁଚିତ ହେବା ସହ କେତେକ ସ୍ଥାନରେ ସ୍ଥିତି ହରାଇବସିଛି। ପୂର୍ବରୁ ଏଥିରେ ସାଳନ୍ଦୀ ନଦୀର ମଧୁର ଜଳ ପ୍ରବାହିତ ହେଉଥିଲା । କିନ୍ତୁ ଏବେ ମନ୍ତେଇ ନଦୀର ଲୁଣା ପାଣି କୁଣ୍ଢି ନଦୀକୁ ପ୍ରବେଶ କରୁଛି। ଏଥିଲାଗି ଚାଷୀମାନେ ଆଉ ରବି ଫସଲ କରି ପାରୁ ନାହାନ୍ତି। ଏ ସମ୍ପର୍କରେ ଚାଷୀମାନେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ନିରାଶ ହୋଇଥିବା ସ୍ଥାନୀୟ ଚାଷୀ ରାଜେନ୍ଦ୍ର ଗାରେଡ଼ି ଓ ଅନ୍ୟ ଗ୍ରାମବାସୀ କହିଛନ୍ତି। ନଦୀ ସଂସ୍କାର ଯୋଜନାରେ କୁଣ୍ଡି ନଦୀକୁ ଗଭୀର ଓ ଓସାରିଆ କରି ଜଳସେଚନ ବ୍ୟବସ୍ଥା କରିବା ସକାଶେ କ୍ଷେତ ମଜଦୁର ୟୁନିୟନ ବାରମ୍ବାର ଦାବିକରି ଆସୁଛି। ପାଳିଆଠାରେ ଏକ ସ୍ଲୁଇସ ଗେଟ୍‌ କରାଗଲେ ଲୁଣାପାଣିକୁ ରୋକାଯାଇ ପାରିବ ବୋଲି ଦାବି କରାଯାଇ ଆସୁଛି। ଧାମନଗର ବିଧାୟକ ବିଷ୍ଣୁ ସେଠୀ ତିହିଡ଼ି ବ୍ଲକ ଅଞ୍ଚଳରେ ପ୍ରବାହିତ କୁଣ୍ଢି ନଦୀର ପୁନରୁଦ୍ଧାର ଓ ରକ୍ଷଣାବେକ୍ଷଣ ଲାଗି ମଧ୍ୟ ଦାବି କରିଛନ୍ତି। ସର୍ବେକ୍ଷଣ ଏବଂ ତଦନ୍ତ ପରେ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରି ଏ ଦିଗରେ ପଦକ୍ଷେପ ନିଆଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଉଥିଲେ ବି ଏଯାଏ କୌଣସି ପଦକ୍ଷେପ ନିଆଯାଇ ନାହିଁ । ଏ ସମ୍ପର୍କରେ ତିହିଡ଼ି ତହସିଲଦାର ରମେଶ ଚନ୍ଦ୍ର ପଣ୍ଡାଙ୍କୁ ପଚାରିବାରୁ କହିଛନ୍ତି, କୁଣ୍ଡିନଦୀର ପୁନରୁଦ୍ଧାର ଲାଗି ବହୁ ଅର୍ଥର ଆବଶ୍ୟକତା ରହିଛି। ତେବେ ଜଳ ସମ୍ପଦ ବିଭାଗ ମାଧ୍ୟମରେ ଏହାର ପୁନରୁଦ୍ଧାର ପାଇଁ ଯୋଜନା କରାଯାଉଛି।
ଫଟୋ-


Enter your email to get our daily news in your inbox.

All Right Reserved By Dharitri.Com

ବାଲୁଙ୍କେଶ୍ୱର ହାଇସ୍କୁଲ ସହକାରୀ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ

ଖଲ୍ଲିକୋଟ, ୮/୯/୨୦୨୬ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଏନ୍‌ଏସି ଅନ୍ତର୍ଗତ ବାଲୁଙ୍କେଶ୍ୱର ହାଇସ୍କୁଲର ଜଣେ ସହକାରୀ ଶିକ୍ଷକଙ୍କୁ ସ୍କୁଲ ଗେଟ୍‌ ନିକଟରେ ମଙ୍ଗଳବାର ମରଣାନ୍ତକ ଆକ୍ରମଣ କରାଯାଇଛି।…

ଦୁର୍ଗମ ଜଙ୍ଗଲରେ ଚଢାଉ: ମଦ କାରଖାନା ଭାଙ୍ଗିଲା ଅବକାରୀ ବିଭାଗ, ୧୯ ହଜାର ଲିଟର ମଦ ପୋଚ * ୧୧ ଶହ ଲିଟର ଦେଶୀ ମଦ ଜବତ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ଜନଜାତି ବହୁଳ ଦାମପୁର ଗାଁ ନିକଟ ଦୁର୍ଗମ ଜଙ୍ଗଲରେ ମଙ୍ଗଳବାର ସକାଳେ ସାନଖେମୁଣ୍ଡି…

ଭ୍ରମରପୁର ସ୍କୁଲରେ ଶିକ୍ଷକ ବଦଳି ବାତିଲ ଦାବିରେ ଜେନ୍ ଆଲଫାଙ୍କ ଆନ୍ଦୋଳନ, ସ୍କୁଲ ସମ୍ମୁଖରେ ଉତ୍ତେଜନା            

ଦିଗପହଣ୍ଡି,୮|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଭାଗବତ ପ୍ରସାଦ ନାୟକଙ୍କୁ ଚୌଧୁରୀ ଟିକରପଡ଼ା ଗ୍ରାମ ବିଦ୍ୟାଳୟକୁ…

ଘରେ କରୁଥିଲେ କାମ: ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଦିନ ମଜୁରିଆଙ୍କ ଜୀବନ

କୁଆଁରମୁଣ୍ଡା,୮।୯(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଚୁଟିଆଟୋଲି ଗ୍ରାମ ରୀତା ତିର୍କୀଙ୍କ ଘର ସେଣ୍ଟ୍ରିଂ କାମ କରୁଥିବା ବେଳେ ମଙ୍ଗଳବାର…

ବୁଧଙ୍କ ନକ୍ଷତ୍ର ପରିବର୍ତ୍ତନରେ ୩ ରାଶି ହେବେ ଭାଗ୍ୟଶାଳୀ; କ୍ୟାରିୟରରେ ବଡ଼ ଅଫର୍‌, ଘରକୁ ଆସିବ ଟଙ୍କା!

ବୈଦିକ ଜ୍ୟୋତିଷରେ ବୁଧ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଗ୍ରହ, ଯିଏକି ପ୍ରତ୍ୟକ୍ଷ ଭାବରେ ଜୀବନକୁ ଗଭୀର ଭାବେ ପ୍ରଭାବିତ କରନ୍ତି। ଜ୍ୟୋତିଷଙ୍କ ଅନୁଯାୟୀ, ବୁଧ ଗ୍ରହ ମାନସିକ…

କମ୍‌ ବୟସରେ ଧନୀ ହୁଅନ୍ତି ଏହି ୩ ରାଶିର ଲୋକ: ମା’ ଲକ୍ଷ୍ମୀଙ୍କ ରହିଥାଏ ବିଶେଷ କୃପା, କେବେ ରହେନି ଅଭାବ!

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ୧୨ଟି ରାଶି ଓ ୨୭ଟି ନକ୍ଷତ୍ରର ବର୍ଣ୍ଣନା ରହିଛି। ପ୍ରତ୍ୟେକ ରାଶି ଉପରେ କୌଣସି ନା କୌଣସି ଗ୍ରହଙ୍କ ଆଧିପତ୍ୟ ରହିଥାଏ। ତେଣୁ…

ମୋଦିଙ୍କ କାର୍ଯ୍ୟକ୍ରମ ସ୍ଥଳରୁ ବନ୍ଧୁକ ସହ ଧରାପଡିଲେ ୨ ସନ୍ଦିଗ୍ଧ

ମୁମ୍ବାଇ,୮।୯: ମୁମ୍ବାଇର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଛନ୍ତି ସେହି ସ୍ଥାନ ନିକଟରୁ ଦୁଇଜଣଙ୍କୁ ଅଟକ ରଖାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କଠାରୁ ଏକ…

ବର୍ଷକୁ ବ୍ୟାଙ୍କରେ କେତେ କ୍ୟାଶ୍‌ ଜମା କରିପାରିବେ? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୮।୯: ସଞ୍ଚୟ ଖାତାରେ (Savings Account) ନଗଦ ଟଙ୍କା ଜମା କରିବା ଏକ ସାଧାରଣ ପ୍ରକ୍ରିୟା, କିନ୍ତୁ ଆପଣ ଜାଣନ୍ତି କି ଏକ ନିର୍ଦ୍ଦିଷ୍ଟ ସୀମାରୁ ଅଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri