Posted inରାଜ୍ୟ

ବିରୋଧୀ ଦଳ ନେତା ଘୋଷଣାକୁ ନେଇ ବିଧାନସଭାରେ କଂଗ୍ରେସର ହଟ୍ଟଗୋଳ: ବୁଧବାର ଯାଏ ଗୃହ ମୁଲତବୀ

ଭୁବନେଶ୍ୱର,୨୫।୬(ବ୍ୟୁରୋ): ଭାଜପା ଓ ବିଜେଡି ମଧ୍ୟରେ ଥିବା ଖୋଲା ବୁଝାମଣା ଏବଂ ବିରୋଧୀ ଦଳ ନେତା ପ୍ରସଙ୍ଗକୁ ନେଇ ବିଧାନସଭାରେ ହଟ୍ଟଗୋଳ ହୋଇଛି। ବିରୋଧୀ ଦଳ ନେତାଙ୍କ ନାମ ଘୋଷଣା କରା ନ ଯାଇ ବାଚସ୍ପତି ତାଙ୍କୁ ଭାଷଣ ଦେବାକୁ କିପରି ଅନୁମତି ଦେଲେ। ମୁଖ୍ୟ ସଚେତକ ମଧ୍ୟ ତାଙ୍କୁ ଧନ୍ୟବାଦ ଦେଲେ। ବିଜେଡି ଓ ଭାଜପା ମଧ୍ୟରେ ଖୋଲା ବୁଝାମଣା ହୋଇଛି। ଏହାକୁ ନେଇ ବିରୋଧୀ ଦଳ ସଦସ୍ୟମାନେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ହଲାପଟା କରିଛନ୍ତି। କଂଗ୍ରେସ ଦଳ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁ କିଛି ସମୟ ପାଇଁ ଗୃହରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ଯେଉଁଥିପାଇଁ ବାଚସ୍ପତି ବିରୋଧୀ ଦଳ ନେତାଙ୍କ ନାମ ଘୋଷଣା କଲେ ନାହିଁ ତାହାର ଜବାବ ଦିଆଯାଉ। ସର୍ବଦଳୀୟ ବୈଠକ ଡାକି ଏ ବିଷୟରେ ଆଲୋଚନା ହେଉ, ଏହା ପରେ ଗୃହ ଚାଲିବ । ଏଭଳି ଜିଦ୍‌ରେ ଅଡ଼ିବସି କଂଗ୍ରେସ ସଦସ୍ୟମାନେ ହଟ୍ଟଗୋଳ କରିଥିଲେ।
ରାଜ୍ୟପାଳଙ୍କ ଅଭିଭାଷଣ ପରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି, ସୁରେଶ ଚନ୍ଦ୍ର ରାଉତରାୟ, ରମେଶ ଜେନା, ମହମ୍ମଦ ମୋକିମଙ୍କ ସମେତ କଂଗ୍ରେସର ଅନ୍ୟ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ହୋହଲ୍ଲା କରିଥିଲେ। କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ବିରୋଧୀ ଦଳ ନେତାଙ୍କ ନାମ କାହିଁକି ଘୋଷଣା କରାଗଲା ନାହିଁ ବୋଲି ବାଚସ୍ପତିଙ୍କୁ ଇଙ୍ଗିତକରି ଗୃହର ମଧ୍ୟଭାଗକୁ ଆସି ପାଟିକଲେ। ବିଜେଡି, ଭାଜପା ଭାଇଭାଇ। ଶାସକ ବିରୋଧୀ ଏକ ହେବା ଦୁର୍ଭାଗ୍ୟଜନକ। ଏହା ଲଜ୍ଜା, ଲଜ୍ଜା, ଲଜ୍ଜା ବୋଲି ସ୍ଲୋଗାନ ଦେଇ ଗୃହରେ ହଟ୍ଟଗୋଳ କରିଥିଲେ। ନରସିଂହ ଏହି ପ୍ରସଙ୍ଗରେ ବାଚସ୍ପତିଙ୍କୁ କଡ଼ା ସମାଲୋଚନା କରିଥିଲେ। ବିରୋଧୀ ଦଳ ନେତାଙ୍କ ନାମ ଘୋଷଣା ନ କରି ବାଚସ୍ପତି ଗୃହର ପରମ୍ପରା ଭଙ୍ଗ କରିବା ସହିତ ବୈଠକକୁ ସ୍ଥଗିତ ରଖି ଏ ସମ୍ପର୍କରେ ଆଲୋଚନା ହେଉ ବୋଲି ଦାବି କରିଥିଲେ। ତେବେ ବାଚସ୍ପତି କଂଗ୍ରେସର ଦାବିକୁ ଗ୍ରହଣକରି ନ ଥିଲେ। ଗୃହରେ କିଛି ସମୟ ନାରାବାଜି କରିବା ପରେ କଂଗ୍ରେସ ସଦସ୍ୟମାନେ ବିଧାନସଭା କକ୍ଷ ଛାଡ଼ି ବାହାରକୁ ଚାଲିଯାଇଥିଲେ। କଂଗ୍ରେସ ଦଳର ଅନୁପସ୍ଥିତିରେ ବାଚସ୍ପତି ଗୃହ ପରିଚାଳନା କରିବା ସହିତ ସରକାରୀ ଦଳ ମୁଖ୍ୟ ସଚେତକଙ୍କୁ ରାଜ୍ୟପାଳ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଗତ କରିବା ପାଇଁ କହିଥିଲେ। ଏଥିସହିତ ବିଧାନସଭା କାର୍ଯ୍ୟବିଧି ଓ କାର୍ଯ୍ୟପରିଚାଳନା ନିୟମାବଳୀର ନିୟମ ୧୫-ଏ ଅନୁଯାୟୀ ବିଧାନସଭାର ଗତ ଅଧିବେଶନ ଠାରୁ ରାଜ୍ୟପାଳଙ୍କ ସମ୍ମତି ଲାଭ କରିଥିବା ବିଲଗୁଡିକୁ ଉପସ୍ଥାପନ କରିବା ପାଇଁ ବିଧାନସଭା ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ବାଚସ୍ପତି ଅଧିଷ୍ଠାତା ମଣ୍ଡଳୀଙ୍କ ନାମ ଘୋଷଣାକରି ଗୃହକୁ ବୁଧବାର ପୂର୍ବାହ୍ନ ୧୦ଟା ୩୦ ମିନିଟ ଯାଏ ମୁଲତବୀ ଘୋଷଣା କରିଛନ୍ତି।
ଏହି ପ୍ରସଙ୍ଗରେ ଭାଜପାର ବରିଷ୍ଠ ନେତା ଜୟନାରାୟଣ ମିିଶ୍ର କହିଛନ୍ତି ଯେ, ଆମେ ମୁଖ୍ୟ ବିରୋଧୀ ଦଳର ଦାୟିତ୍ୱ ଠିକ୍‌ ଭାବେ ତୁଲାଇବୁ । କଂଗ୍ରେସ ବିରୋଧୀ ଦଳର ନେତା ବିଜେଡିରେ ମିଶିଛନ୍ତି। କଂଗ୍ରେସର କୌଣସି ଅସ୍ତିତ୍ୱ ନାହିଁ ବୋଲି ଜୟନାରାୟଣ କହିଛନ୍ତି। ଅନ୍ୟପକ୍ଷରେ କଂଗ୍ରେସର ବିନା ଅନୁପସ୍ଥିତିରେ ଗୃହ ପରିଚାଳନାକୁ ନରସିଂହ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ପ୍ରକୃତ ବିରୋଧୀ ଦଳ ଅନୁପସ୍ଥିତିରେ ଗୃହ ଚାଲିଲା କେମିତି। ବିରୋଧୀ ଦଳ କହିବାର ଅଧିକାର ଭାଜପାର ନାହିଁ। ସାରା ଭାରତ ବିଷୟରେ ଭାଜପା, ବିଜେଡି ଇତିହାସ ସୃଷ୍ଟି କରିଛନ୍ତି। ଉଭୟ ଦଳ ମଧ୍ୟରେ ଭିତିରିଆ ବୁଝାମଣା ରହିଛି। ମିଳିତ ଭାବେ କାର୍ଯ୍ୟ କରୁଥିବା ନେଇ ଉଭୟ ଦଳ ବିଧିବଦ୍ଧ ଘୋଷଣା କରି ନ ଥିଲେ ମଧ୍ୟ ବିଜେଡି ସମର୍ଥନରେ ଭାଜପାକୁ ଗୋଟିଏ ରାଜ୍ୟସଭା ଆସନ ମିଳିଛି। ଏଥିରୁ ସ୍ପଷ୍ଟ ଯେ, ଭାଜପା ଗୃହରେ ପ୍ରକୃତ ବିିରୋଧୀ ଦଳ ନୁହେଁ। ଏହା ସରକାରୀ ଦଳର ବୋଲି ନରସିଂହ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ଏଏପି ପରେ ଓଡ଼ିଶାରେ ପ୍ରାର୍ଥୀ ଘୋଷଣା କଲା ସିପିଆଇଏମ, ଭୁବନେଶ୍ୱର ଲୋକ ସଭା ଆସନରୁ ଲଢିବେ ଏହି ନେତା

ଭୁବନେଶ୍ୱର,୧୮।୪: ରାଜ୍ୟର ୩୭ଟି ବିଧାନସଭା ପାଇଁ ଆମ ଆଦମୀ ପାର୍ଟି ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ ସିପିଆଇ(ଏମ ) ମଧ୍ୟ ଆଜି ଭୁବନେଶ୍ୱର ଲୋକ...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ଟ୍ୱିନ୍ ସିଟିରେ ମହିଳାଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କଲା କମିସନରେଟ ପୋଲିସ

ଭୁବନେଶ୍ୱର,୧୮।୪: ସର୍ବସାଧାରଣ ସ୍ଥାନରେ ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ ଏକ ବଡ ପଦକ୍ଷେପ ନେଇଛି କମିଶନରେଟ୍ ପୋଲିସ୍। ମହିଳା ମାନଙ୍କ ସୁରକ୍ଷା ପାଇଁ ଏଣିକି...

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି, ଏହୁ ସବୁ ଜିଲାକୁ ସତର୍କ ସୂଚନା ଜାରି

ଭୁବନେଶ୍ୱର,୧୮।୪: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ ଗୁରୁବାର ଦିନ ଆଜି ଦିନ ୨ଟା ୩୦ ସୁଦ୍ଧା ଭୁବନେଶ୍ୱରରେ...

ସତ୍ୟବାଦୀରୁ ମନୋଜ ରଥଙ୍କୁ ପ୍ରାର୍ଥୀ କରିବା ପରେ ପ୍ରସାଦ ହରିଚନ୍ଦନ କହିଲେ…

ଭୁବନେଶ୍ୱର,୧୮।୪: ଆଜି କଂଗ୍ରେସ ଆଉ ୪ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ମାହାଙ୍ଗାରୁ ଦେବେନ୍ଦ୍ର ସାହୁ, ସତ୍ୟବାଦୀରୁ ମନୋଜ ରଥ, ଭୁବନେଶ୍ୱର-ମଧ୍ୟରୁ ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri