ବିରଳ ବଳୟ ସୂର୍ଯ୍ୟୋପରାଗ

ଡ. ଶୁଭେନ୍ଦୁ ପଟ୍ଟନାୟକ
ଡିସେମ୍ବର ୨୬ ତାରିଖ ପୂର୍ବାହ୍ଣରେ ସଂଘଟିତ ହେବ ଏକ ବଳୟ ସୂର୍ଯ୍ୟୋପରାଗ। ଏହି ମହାଜାଗତିକ ଘଟଣା ଦକ୍ଷିଣ ଭାରତର ଅଳ୍ପ କେତେକ ଅଞ୍ଚଳରେ ପୂର୍ଣ୍ଣ ଭାବରେ ଦେଖାଯିବ। ସମଗ୍ର ଓଡିଶାରେ ସେହି ସମୟରେ ଆଂଶିକ ସୂର୍ଯ୍ୟୋପରାଗ ଦେଖାଯିବ। ସୂର୍ଯ୍ୟୋପରାଗ ଓ ଚନ୍ଦ୍ରଗ୍ରହଣ ଗୋଟିଏ ଗୋଟିଏ ବିରଳ ମହାଜାଗତିକ ଘଟଣା। ଆମ ସମାଜରେ ଆବହମାନ କାଳରୁ ଗ୍ରହଣ ଓ ଉପରାଗକୁ ନେଇ ଅନେକ ବିଶ୍ୱାସ ଓ ଅନ୍ଧବିଶ୍ୱାସ ରହିଛି। ଚନ୍ଦ୍ରଗ୍ରହଣ ସମୟରେ ଚନ୍ଦ୍ରକୁ ରାହୁ ବା କେତୁ ନାମକ ରାକ୍ଷସ ଗିଳି ଦେଉଥିବା ପରି ଅନେକ ଲୋକକଥା ପ୍ରଚଳିତ ଅଛି। ଗ୍ରହଣ ସମୟରେ ଦେବନୀତିରେ ପରିବର୍ତ୍ତନ, ପାକ ନିଷେଧ, ଗର୍ଭବତୀ ମହିଳାଙ୍କ ଉପରେ କଟକଣା ଆଦି। ଏବେ କିନ୍ତୁ ଆମେ ଉପରାଗ କାହିଁକି ଏବଂ କିପରି ଘଟେ ତାହା ଜାଣିସାରିଲେଣି। ଗ୍ରହଣ ଓ ଉପରାଗ ଏକ ଛାଇଆଲୁଅର ଖେଳ ଯାହା, ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀର ଏକ ବିଶେଷ ଅବସ୍ଥିତିରେ ଘଟିଥାଏ। ଏବେ ସେଗୁଡିକୁ ସମ୍ପୂର୍ଣ୍ଣ ଠିକ୍‌ ଭାବରେ ପୂର୍ବାନୁମାନ ମଧ୍ୟ କରାଗଲାଣି ଯାହା ପୂର୍ବକାଳରେ ସମ୍ଭବ ନ ଥିଲା। ଏବେ ଆମେ ଜାଣିଛୁ ଯେ ସୂର୍ଯ୍ୟ ଚାରିପଟେ ପୃଥିବୀ ଓ ପୃଥିବୀ ଚାରିପଟେ ଚନ୍ଦ୍ର ଏକ ନିର୍ଦ୍ଦିଷ୍ଟ କକ୍ଷ ପଥରେ ଘୂରି ବୁଲୁଛନ୍ତି। ମହାକାଶରେ ବୁଲୁଥିବା ଏହି ପିଣ୍ଡ ଦୁଇଟି ବେଳେବେଳେ ସୂର୍ଯ୍ୟ ସହ ଏକ ସରଳରେଖାରେ ରହିଥାନ୍ତି ଓ ସେ ସମୟରେ ସୂର୍ଯ୍ୟୋପରାଗ ଓ ଚନ୍ଦ୍ରଗ୍ରହଣ ଘଟିଥାଏ। ସୂର୍ଯ୍ୟୋପରାଗ ସମୟରେ ‘ପୃଥିବୀ ଓ ସୂର୍ଯ୍ୟ’ ମଝିରେ ଚନ୍ଦ୍ର ଏକ ସରଳରେଖାରେ ରହିଥାଏ ଓ ଚନ୍ଦ୍ରର ଛାଇ ପୃଥିବୀ ଉପରେ ପଡିଥାଏ ଏବଂ ସେହି ଅଞ୍ଚଳର ଲୋକମାନେ କିଛି ସମୟ ପାଇଁ ଦିନବେଳେ ସୂର୍ଯ୍ୟକୁ ଦେଖିପାରନ୍ତି ନାହିଁ। ସୂର୍ଯ୍ୟୋପରାଗ କେବଳ ଅମାବାସ୍ୟା ଦିନ ହିଁ ଘଟିବା ସମ୍ଭବ।
ଏଠି ସୂଚାଇ ଦିଆଯାଇପାରେ ଯେ ଚନ୍ଦ୍ରର କକ୍ଷପଥ ଓ ପୃଥିବୀର କକ୍ଷ ଗୋଟିଏ ସମତଳରେ ନ ରହି ୫ ଡିଗ୍ରୀ ଢଳି ରହିଛି। ଯଦି କକ୍ଷପଥ ଦୁଇଟି ଗୋଟିଏ ସମତଳରେ ଥାଆନ୍ତା ତା’ହେଲେ ପ୍ରତି ଅମାବାସ୍ୟାରେ ସୂର୍ଯ୍ୟୋପରାଗ ଓ ସବୁ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ହେଉଥାଆନ୍ତା, କିନ୍ତୁ କକ୍ଷପଥ ଦୁଇଟି ସାମାନ୍ୟ ଢଳି ରହିଥିବାରୁ ଏପରି ଘଟୁ ନାହିଁ। ଗ୍ରହଣ ଓ ଉପରାଗ ମିଶି ବର୍ଷକୁ ଅତି ବେଶିରେ ୭ଟି ଓ ଅତି କମ୍‌ରେ ୨ଟି ଘଟିଥାଏ।
ଡିସେମ୍ବର୨୬ ତାରିଖ ପୂର୍ବାହ୍ଣରେ ସଂଘଟିତ ହେବ ଏକ ବଳୟ ସୂର୍ଯ୍ୟୋପରାଗ। ଏହି ବିରଳ ମହାଜାଗତିକ ଘଟଣାଟି ସମଗ୍ର ଓଡିଶାକୁ ଆଂଶିକ ସୂର୍ଯ୍ୟୋପରାଗ ଭାବରେ ଦେଖାଯିବ। ଏହା ଭାରତର ଦକ୍ଷିଣରେ ଥିବା କେତେକ ରାଜ୍ୟକୁ ସଂପୂର୍ଣ୍ଣ ଦେଖାଯିବ। ଏହି ଉପରାଗ ଓଡିଶାବାସୀଙ୍କ ପାଇଁ ସକାଳ ୮ଟା ୨୦ ମିନିଟ୍‌ରେ ଆରମ୍ଭ ହୋଇ ଦିନ ୧୧ଟା ୨୮ ମିନିଟ୍‌ରେ ଶେଷ ହେବ। ଓଡିଶାରେ ସର୍ବାଧିକ ଉପରାଗ ଦେଖାଯିବ ସକାଳ ୯ଟା ୪୬ ମିନିଟ ସମୟରେ। ସେତେବେଳେ ଚନ୍ଦ୍ର ସୂର୍ଯ୍ୟକୁ ପ୍ରାୟ ୫୫ରୁ ୬୫% ଘୋଡାଇଦେବ ଓ ସୂର୍ଯ୍ୟର ଆଲୋକ ମଳିନ ପଡିବା ସହ ଏହା ଅଧାଖଣ୍ଡିଆ ଦେଖାଯିବ। ଏହା ଏକ ବିରଳ ଦୃଶ୍ୟ।
ସୂର୍ଯ୍ୟକୁ ବା ସୂର୍ଯ୍ୟୋପରାଗକୁ ଖାଲିଆଖିରେ କେବେ ବି ଦେଖନ୍ତୁ ନାହିଁ। ଏହାକୁ ଦେଖିବା ପାଇଁ ଅନେକ ନିରାପଦ ଉପାୟ ରହିଛି। ସେଗୁଡିକ ବ୍ୟବହାର କରି ନିରାପଦ ଭାବରେ ସୂର୍ଯ୍ୟୋପରାଗ ଦେଖି ହେବ। ନିରାପଦ ଓ ସହଜ ଉପାୟଗୁଡିକ ମଧ୍ୟରେ ରହିଛି ସୌର ଚଷମା, ୧୪ ନମ୍ବର ଓ୍ବେଲ୍ଡିଂ କାଚ, ପିନ୍‌ହୋଲ ପ୍ରକ୍ଷେପଣ ଓ ଦର୍ପଣ ମାଧ୍ୟମରେ ପ୍ରତିଫଳନ କରି। ଏହି ଉପାୟଗୁଡିକ ବିଷୟରେ ସବିଶେଷ ତଥ୍ୟ ଇଣ୍ଟର୍‌ନେଟକୁ ତଥା ପଠାଣି ସାମନ୍ତ ପ୍ଲାନେଟାରିୟମ୍‌ରୁ ମିଳିପାରିବ। ଓଡିଶାର ସବୁ ଅଞ୍ଚଳରୁ ଏହା ଦେଖି ହେବ। ପଠାଣି ସାମନ୍ତ ପ୍ଲାନେଟାରିୟମ୍‌, ତଥା ଅନେକ ଅନୁଷ୍ଠାନ ତରଫରୁ ଲୋକମାନଙ୍କୁ ସଚେତନ କରାଇବା ସହ ଏହି ଦୃଶ୍ୟକୁ ନିରାପଦରେ ଦେଖିବା ପାଇଁ ସୁବ୍ୟବସ୍ଥା କରାଯାଉଛି। ତେଣୁ ଏହି ସୁଯୋଗକୁ ହାତଛଡା ନ କରିବା ପାଇଁ ଅନୁରୋଧ କରାଯାଉଛି। ଆସନ୍ତୁ ସମସ୍ତେ ଏହି ବିରଳ ଦୃଶ୍ୟକୁ ଉପଭୋଗ କରିବା, ଏହା ପଛରେ ଥିବା ବୈଜ୍ଞାନିକ କାରଣଗୁଡିକ ଜାଣିବା ଏବଂ ସମାଜରେ ଭରି ରହିଥିବା ଅନ୍ଧବିଶ୍ୱାସଗୁଡିକୁ ଦୂରକରିବାରେ ସହାୟକ ହେବା।
ପଠାଣି ସାମନ୍ତ ପ୍ଲାନେଟାରିୟମ୍‌, ଭୁବନେଶ୍ୱର, ମୋ- ୯୪୩୭୦୦୩୨୮୧


Enter your email to get our daily news in your inbox.

All Right Reserved By Dharitri.Com

ପୂଜା

ନିର୍ମଳ ତା’ର ମାଆବାପାଙ୍କ ସହିତ ମନ୍ଦିରକୁ ଯାଏ। ନିୟମିତ ସ୍କୁଲ ପାଠ୍ୟକ୍ରମ କରିବା, ମାଆବାପାଙ୍କୁ ସମ୍ମାନ ଦେବା, ସହପାଠୀମାନଙ୍କୁ ଭଲ ପାଇବା, ଗୁରୁଙ୍କ ନିକଟରେ ପ୍ରଣିପାତ...

ଶୂନ୍ୟରେ ସୁଖ ଖୋଜା

ଶ୍ରୀମଦ୍‌ ଭାଗବତ ମହାପୁରାଣର କୃଷ୍ଣଲୀଳା ଉପାଖ୍ୟାନ ବଡ଼ ଚମତ୍କାର। ଏଥିରେ ଭଗବାନ ଶ୍ରୀକୃଷ୍ଣଙ୍କ ଅଲୌକିକ ଲୀଳା ସବୁର ବର୍ଣ୍ଣନା ରହିଛି। ତେବେ ଭାଗବତ ଅନୁସାରେ ଭଗବାନ...

ଏଇ ଭାରତରେ

ଏମିତି ଜାଗାକୁ ଯିବେ ଯେଉଁଠି ମାଟିଘରେ ରହି ଜୈବିକ ଚାଷ ଦେଖିବେ ଓ ଶିଖିବେ ମଧ୍ୟ। ଏଭଳି ଏକ ପରିବେଶ ପାଇବେ ରାଜସ୍ଥାନର ଖୋରା ଶ୍ୟାମଦସାସ...

ଓଜୋନ୍‌ ଓ ପୃଥିବୀର ସୁରକ୍ଷା

ଏକ ସମୟ ଥିଲା (ବହୁ ପୁରାତନ ନୁହେଁ) ଯେତେବେଳେ ପୃଥିବୀର ଓଜୋନ୍‌ ସ୍ତରର ଅବକ୍ଷୟ ଏକ ବଡ଼ ଚ୍ୟାଲେଞ୍ଜ ପରି ମନେହେଉଥିଲା। ଅନେକ ଦଶନ୍ଧି ଧରି...

ଏଇ ଭାରତରେ

ମହାରାଷ୍ଟ୍ରର ହରିଶ୍ଚନ୍ଦ୍ର ସୁଦେ ଦିବ୍ୟାଙ୍ଗମାନଙ୍କୁ ଆତ୍ମନିର୍ଭରଶୀଳ କରାଇ ସେମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି। ହରିଶ୍ଚନ୍ଦ୍ର ପିଲାଦିନେ ଗୋଟିଏ ଆଖି ହରାଇବା ପରେ ବହୁ ପ୍ରତିକୂଳ ପରିସ୍ଥିତିକୁ...

ସ୍ତମ୍ଭର ମହତ୍ତ୍ୱ

ଉପେନ୍ଦ୍ର ବିଶ୍ୱାଳ   ଶ୍ରୀଅରବିନ୍ଦଙ୍କ ଭାଷାରେ-‘ସାହିତ୍ୟ ହେଉଛି ଜୀବନ୍ତ ମନେହେଉଥିବା ଶବ୍ଦଚିତ୍ର।’ ପ୍ରଖ୍ୟାତ ବ୍ରିଟିଶ୍‌ ଲେଖିକା ଶେଲି କୁହନ୍ତି, ‘ସାହିତ୍ୟ ହେଉଛି ସତ୍ୟର ପ୍ରତିଫଳନ ।’...

ବୁଝ ନ ବୁଝ…

ରାକେଶ ପଣ୍ଡା   ସାଧାରଣତଃ ଯଦି ଜଣେ ବ୍ୟକ୍ତି ନୀତି ଓ ନିୟମ ବାହାରେ କାର୍ଯ୍ୟ କରନ୍ତି, ତେବେ ସମାଜରେ ବିଶୃଙ୍ଖଳା ଏବଂ ଅରାଜକତା ସୃଷ୍ଟି...

ଆଧୁନିକ ଯୁଗର ଧାର୍ମିକ ନେତା

ପାଶ୍ଚାତ୍ୟ ନେତୃତ୍ୱର ଢାଞ୍ଚାଗୁଡ଼ିକ ହେଉଛି ସାମରିକ ଶକ୍ତି କୈନ୍ଦ୍ରିକ। ଏଗୁଡ଼ିକ ମୁଖ୍ୟତଃ ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣଭିତ୍ତିକ। ପାଶ୍ଚାତ୍ୟ ନେତୃତ୍ୱ କାର୍ଯ୍ୟ ଉପରେ ଗୁରୁତ୍ୱ ଦିଏ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri