ଯିଶୁଙ୍କ ଜନ୍ମ ମନୁଷ୍ୟ ଜାତି ପାଇଁ

ହରିଶ୍ଚନ୍ଦ୍ର ଅରିଶଲ୍ୟ
ପ୍ରଭୁ ଯିଶୁ ଡିସେମ୍ବର ୨୫ରେ ଜନ୍ମଗ୍ରହଣ କରିଥିବା ପ୍ରମାଣ ବାଇବେଲରେ ନାହିଁ। ବାଇବେଲରେ ଉଲ୍ଲେଖ ଅଛି, ”ଆଦ୍ୟରେ ବାକ୍ୟ ଥିଲେ, ବାକ୍ୟ ଈଶ୍ୱରଙ୍କ ସହ ଥିଲେ ଏବଂ ସେହି ବାକ୍ୟ ଈଶ୍ୱର ଥିଲେ।“ ଯୋହନ:୧:୧। ବାଇବେଲ କୁହେ, ”ଈଶ୍ୱର ଜଗତକୁ ଏପରି ପ୍ରେମ କଲେ ଯେ, ସେ ତାହାଙ୍କ ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ, ଯେ କେହି ତାଙ୍କଠାରେ ବିଶ୍ୱାସ କରିବ ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହେବ। ଯୋହନ ୩:୧୬। ପ୍ରଭୁ ଯିଶୁ ଈଶ୍ୱରଙ୍କ ଅନ୍ୟତମ ମନୁଷ୍ୟ ଅବତାର ଅଟନ୍ତି। ଯିଶୁଙ୍କ ଏହି ଅବତାର ଗ୍ରହଣ ଘଟଣାକୁ ମେରୀ କ୍ରିସ୍‌ମାସ ବା ବଡ଼ଦିନ ରୂପେ ବିଶ୍ୱବ୍ୟାପୀ ପାଳନ କରାଯାଏ।
କ୍ରିସ୍‌ମାସ ଉତ୍ସବ ପାଳନ ଅବସରରେ ପ୍ରଭୁ ଯିଶୁଙ୍କ ସମ୍ପର୍କିତ ଦୁଇଟି ଘଟଣା ଉଲ୍ଲେଖନୀୟ। ଯିଶୁ କୁଷ୍ଠରୋଗୀମାନଙ୍କୁ ସ୍ପର୍ଶ କରି ସମ୍ପୂର୍ଣ୍ଣ ସୁସ୍ଥ କରିଥିଲେ। ସାଧାରଣତଃ କୁଷ୍ଠରୋଗୀମାନଙ୍କୁ ସମାଜରେ ଘୃଣା କରାଯାଏ। କିନ୍ତୁ ପ୍ରଭୁ ଯିଶୁ ସେମାନଙ୍କୁ ଆପଣାର କରିଥିଲେ। ଅର୍ଥାତ୍‌ ସେ ସମଗ୍ର ମାନବ ଜାତି ନିମନ୍ତେ ଅବତାର ନେଇଥିଲେ। ଦ୍ୱିତୀୟ ଘଟଣା- କେତେକ ଆତ୍ମଗର୍ବୀ ଧାର୍ମିକ ଲୋକ ଜଣେ ମହିଳାଙ୍କୁ ଦେହ ବ୍ୟବସାୟରେ ଲିପ୍ତ ଥିବା ଦେଖି ତାଙ୍କୁ ଘେରି ଦଣ୍ଡ ଦେବା ପାଇଁ ଉଦ୍ୟମ କରୁଥିଲେ। ଏହି ସମୟରେ ପ୍ରଭୁ ଯିଶୁ ସେଠାରେ ପହଞ୍ଚିଲେ। ମହିଳା ଜଣକ ଯିଶୁଙ୍କ ପାଦତଳେ ପଡ଼ି ତାଙ୍କୁ ରକ୍ଷା କରିବା ପାଇଁ ନିବେଦନ କରିଥିଲେ। ପ୍ରଭୁ ଉତ୍ତ୍ୟକ୍ତ ଲୋକମାନଙ୍କୁ ପଚାରିଲେ- ଏପରି ପାପିନୀକୁ କିପରି ଦଣ୍ଡ ଦେବା ପାଇଁ ତୁମ ଧର୍ମଶାସ୍ତ୍ରରେ ଲେଖା ଅଛି? ସେମାନେ କହିଲେ- ଏପରି ପାପିନୀକୁ ପଥର ଫୋପାଡି ମୃତ୍ୟୁଦଣ୍ଡ ଦେବା ପାଇଁ ମୋସା କହିଛନ୍ତି। ଯିଶୁ କହିଲେ, ତା’ହେଲେ ଠିକ୍‌ ଅଛି- ତୁମମାନଙ୍କ ମଧ୍ୟରୁ ଯିଏ କେବେ ବି ଜୀବନରେ ପାପ କରିନାହିଁ, ସେ ପ୍ରଥମେ ପଥର ମାରୁ। ଏହା ଶୁଣିଲା ପରେ ସମସ୍ତେ ଜଣ ଜଣ କରି ତଳେ ପଥର ପକାଇ ସେହି ସ୍ଥାନ ଛାଡି ଚାଲିଗଲେ। କାରଣ କେହି ହେଲେ ସମ୍ପୂର୍ଣ୍ଣ ନିଷ୍ପାପ ନ ଥିଲେ। ତା’ପରେ ଯିଶୁ ସେହି ମହିଳାଙ୍କୁ କହିଲେ, ”ଯାଅ, ଆଜିଠାରୁ ପାପ କର ନାହିଁ।“ ସେହି ମହିଳା ଜଣକ ହେଉଛନ୍ତି ମେରୀ ମ୍ୟାଗ୍‌ଡାଲିନ, ଯେ କି ପରେ ପ୍ରଭୁ ଯିଶୁଙ୍କ ପରମ ଭକ୍ତ ପାଲଟିଯାଇଥିଲେ।
ଯିଶୁଙ୍କ ଜନ୍ମର ଏକମାତ୍ର ଲକ୍ଷ୍ୟ ଥିଲା, ପାପୀ ମଣିଷକୁ ଉଦ୍ଧାର କରିବା। ବାଇବେଲ କୁହେ, ”ମନୁଷ୍ୟପୁତ୍ର ପରିତ୍ରାଣ ଦାନ କରିବାକୁ ଏବଂ ସେବା କରିବାକୁ ଆସିଥିଲେ।“ ଯିଶୁ ହେଉଛନ୍ତି ଜୀବର ତ୍ରାଣକର୍ତ୍ତା। ଉଲ୍ଲେଖନୀୟ ଯେ, ପ୍ରଭୁ ଯିଶୁଙ୍କ ଜନ୍ମ କୌଣସି ଏକ ନିର୍ଦ୍ଦିଷ୍ଟ ଧର୍ମ, ସମାଜ, ଗୋଷ୍ଠୀ ପାଇଁ ହୋଇ ନ ଥିଲା, ସେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସଭିଙ୍କ ପାଇଁ ଜନ୍ମିଥିଲେ। ବାଇବେଲ କହେ, ”ଜଗତର ବିଚାର କରିବା ନିମନ୍ତେ ଈଶ୍ୱର ଆପଣା ପୁତ୍ରକୁ ପ୍ରେରଣ କରି ନ ଥିଲେ, ବରଂ ଜଗତ ଯେପରି ତାହାଙ୍କ ଦ୍ୱାରା ପରିତ୍ରାଣପ୍ରାପ୍ତ ହୁଏ, ଏଥିପାଇଁ ତାହାଙ୍କୁ ପ୍ରେରଣ କରିଥିଲେ। ଏହି ମେରୀ କ୍ରିସ୍‌ମାସରେ ପ୍ରଭୁ ସମସ୍ତଙ୍କୁ ଆଶୀର୍ବାଦ କରି ନୂତନବର୍ଷ ୨୦୨୦ରେ ଶାନ୍ତିମୟ ଜୀବନ ପ୍ରଦାନ କରନ୍ତୁ, ଏତିକି ପ୍ରାର୍ଥନା।
ଗୁଡ୍‌ ଶେଫାର୍ଡ ଚର୍ଚ୍ଚ ଅଫ୍‌ ଇଣ୍ଡିଆ,ସିକନ୍ଦରାବାଦ, ମୋ-୯୪୯୪୭୮୨୭୭୭


Enter your email to get our daily news in your inbox.

All Right Reserved By Dharitri.Com

ପୂଜା

ନିର୍ମଳ ତା’ର ମାଆବାପାଙ୍କ ସହିତ ମନ୍ଦିରକୁ ଯାଏ। ନିୟମିତ ସ୍କୁଲ ପାଠ୍ୟକ୍ରମ କରିବା, ମାଆବାପାଙ୍କୁ ସମ୍ମାନ ଦେବା, ସହପାଠୀମାନଙ୍କୁ ଭଲ ପାଇବା, ଗୁରୁଙ୍କ ନିକଟରେ ପ୍ରଣିପାତ...

ଶୂନ୍ୟରେ ସୁଖ ଖୋଜା

ଶ୍ରୀମଦ୍‌ ଭାଗବତ ମହାପୁରାଣର କୃଷ୍ଣଲୀଳା ଉପାଖ୍ୟାନ ବଡ଼ ଚମତ୍କାର। ଏଥିରେ ଭଗବାନ ଶ୍ରୀକୃଷ୍ଣଙ୍କ ଅଲୌକିକ ଲୀଳା ସବୁର ବର୍ଣ୍ଣନା ରହିଛି। ତେବେ ଭାଗବତ ଅନୁସାରେ ଭଗବାନ...

ଏଇ ଭାରତରେ

ଏମିତି ଜାଗାକୁ ଯିବେ ଯେଉଁଠି ମାଟିଘରେ ରହି ଜୈବିକ ଚାଷ ଦେଖିବେ ଓ ଶିଖିବେ ମଧ୍ୟ। ଏଭଳି ଏକ ପରିବେଶ ପାଇବେ ରାଜସ୍ଥାନର ଖୋରା ଶ୍ୟାମଦସାସ...

ଓଜୋନ୍‌ ଓ ପୃଥିବୀର ସୁରକ୍ଷା

ଏକ ସମୟ ଥିଲା (ବହୁ ପୁରାତନ ନୁହେଁ) ଯେତେବେଳେ ପୃଥିବୀର ଓଜୋନ୍‌ ସ୍ତରର ଅବକ୍ଷୟ ଏକ ବଡ଼ ଚ୍ୟାଲେଞ୍ଜ ପରି ମନେହେଉଥିଲା। ଅନେକ ଦଶନ୍ଧି ଧରି...

ଏଇ ଭାରତରେ

ମହାରାଷ୍ଟ୍ରର ହରିଶ୍ଚନ୍ଦ୍ର ସୁଦେ ଦିବ୍ୟାଙ୍ଗମାନଙ୍କୁ ଆତ୍ମନିର୍ଭରଶୀଳ କରାଇ ସେମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି। ହରିଶ୍ଚନ୍ଦ୍ର ପିଲାଦିନେ ଗୋଟିଏ ଆଖି ହରାଇବା ପରେ ବହୁ ପ୍ରତିକୂଳ ପରିସ୍ଥିତିକୁ...

ସ୍ତମ୍ଭର ମହତ୍ତ୍ୱ

ଉପେନ୍ଦ୍ର ବିଶ୍ୱାଳ   ଶ୍ରୀଅରବିନ୍ଦଙ୍କ ଭାଷାରେ-‘ସାହିତ୍ୟ ହେଉଛି ଜୀବନ୍ତ ମନେହେଉଥିବା ଶବ୍ଦଚିତ୍ର।’ ପ୍ରଖ୍ୟାତ ବ୍ରିଟିଶ୍‌ ଲେଖିକା ଶେଲି କୁହନ୍ତି, ‘ସାହିତ୍ୟ ହେଉଛି ସତ୍ୟର ପ୍ରତିଫଳନ ।’...

ବୁଝ ନ ବୁଝ…

ରାକେଶ ପଣ୍ଡା   ସାଧାରଣତଃ ଯଦି ଜଣେ ବ୍ୟକ୍ତି ନୀତି ଓ ନିୟମ ବାହାରେ କାର୍ଯ୍ୟ କରନ୍ତି, ତେବେ ସମାଜରେ ବିଶୃଙ୍ଖଳା ଏବଂ ଅରାଜକତା ସୃଷ୍ଟି...

ଆଧୁନିକ ଯୁଗର ଧାର୍ମିକ ନେତା

ପାଶ୍ଚାତ୍ୟ ନେତୃତ୍ୱର ଢାଞ୍ଚାଗୁଡ଼ିକ ହେଉଛି ସାମରିକ ଶକ୍ତି କୈନ୍ଦ୍ରିକ। ଏଗୁଡ଼ିକ ମୁଖ୍ୟତଃ ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣଭିତ୍ତିକ। ପାଶ୍ଚାତ୍ୟ ନେତୃତ୍ୱ କାର୍ଯ୍ୟ ଉପରେ ଗୁରୁତ୍ୱ ଦିଏ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri