ବିରକ୍ତ କଲା ଟ୍ରାଫିକ ଜାମ୍‌: ଘରେ ତିଆରି କଲେ ହେଲିକପ୍ଟର

ଜାକର୍ତ୍ତା: ବ୍ୟସ୍ତବହୁଳ ଜୀବନଶୈଳୀ ସାଙ୍ଗକୁ ଟ୍ରାଫିକ ସମସ୍ୟା ଲୋକଙ୍କୁ ଅଧିକ ବିରକ୍ତ କରିଥାଏ। କୌଣସି କାର୍ଯ୍ୟରେ ଘରୁ ବାହାରିଲେ ଅତି କମ୍‌ରେ ଅଧଘଣ୍ଟା ବା ଘଣ୍ଟାଏ ଅଧିକ ସମୟ ହାତରେ ରଖି ବାହାରିବାକୁ ପଡ଼େ। ଭାରତର ମୁମ୍ବାଇ, ଦିଲ୍ଲୀ ଓ ବାଙ୍ଗାଲୋର ଆଦି ବଡ଼ ସହର ଭଳି ଛୋଟ ଛୋଟ ସହରରେ ବି ଟ୍ରାଫିକ ସମସ୍ୟା ପାଇଁ ଲୋକେ ଅତିଷ୍ଠ ହୋଇପଡ଼ନ୍ତି। ବେଳେବେଳେ ଟ୍ରାଫିକ ଜାମ୍‌ରେ ଫସି ଥିବା ବେଳେ ଅନେକେ ଆକାଶରେ ଉଡ଼ି ଆଗକୁ ଚାଲିଯିବାକୁ ଇଚ୍ଛା କରନ୍ତି। କିନ୍ତୁ ସମସ୍ତେ ଏହି ଇଚ୍ଛା ପୂରଣ କରିପାରୁ ନ ଥିବା ବେଳେ ଇଣ୍ଡୋନେସିଆର ଜୁଜୁନ୍‌ ଜୁନେଦୀ ନାମକ ଜଣେ ବ୍ୟକ୍ତି ଏହାକୁ ସତରେ ପରିଣତ କରିଛନ୍ତି। ଜାକର୍ତ୍ତାଠାରୁ ପ୍ରାୟ ୧୦୦ କିମି ଦୂରରେ ଜୁଜୁନ୍‌ଙ୍କ ଘର। ଟ୍ରାଫିକ୍‌ ଜାମ୍‌ରେ ବାରମ୍ବାର ଫସି ଅତିଷ୍ଠହେବା ପରେ ଜୁଜୁନ୍‌ ନିଜ ଘର ପଛ ପଟ ବାଡ଼ିରେ ଏକ ହେଲିକପ୍ଟର ତିଆରି କରିଛନ୍ତି। ଇଣ୍ଟରନେଟ୍‌ରେ ଭିଡିଓ ଦେଖି ସେ ଏହାକୁ ତିଆରି କରିବାରେ ସଫଳ ହୋଇଛନ୍ତି। ଏଥିପାଇଁ ତାଙ୍କୁ ୧,୫୦,୪୧୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଛି। ଏ ସମ୍ପର୍କରେ ଜୁଜୁନ୍‌ କୁହନ୍ତି, ଟ୍ରାଫିକ୍‌ ଜାମ୍‌ରେ ବାରମ୍ବାର ଫସିବା ପରେ ନିଜେ ହେଲିକପ୍ଟର ତିଆରି କରିବେ ବୋଲି ଭାବିଥିଲେ। ଏହାକୁ ତିଆରି କରିବାରେ ଜୁଜୁନ୍‌ଙ୍କ ପୁଅ ଓ ପଡୋଶୀ ତାଙ୍କୁ ସହଯୋଗ କରିଥିଲେ। ୨୬ ଫୁଟ୍‌ର ଏହି ହେଲିକପ୍ଟର ତିଆରି କରିବା ପାଇଁ ୧୮ ମାସ ସମୟ ଲାଗିଥିଲା। ଜୁଜୁନ୍‌ଙ୍କ ହେଲିକାପ୍ଟର ପେଟ୍ରୋଲ ସାହାଯ୍ୟରେ ଉଡ଼ିବ। ଏହା ଥରେ ଆକାଶରେ ଉଡ଼ିଗଲା ପରେ ମନକୁ ଶାନ୍ତି ଆସିବ ବୋଲି ଜୁଜୁନ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବସ୍‌ଷ୍ଟାଣ୍ଡରେ ବିକୁଥିଲେ ମଦ: ଚଢ଼ାଉ କରି ଧରିଲା ପୋଲିସ

ବଞ୍ଚୋ,୧।୬(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ସରକାରୀ ବସ୍‌ଷ୍ଟାଣ୍ଡ ନିକଟରେ ଦୀର୍ଘଦିନ ଧରି ବେଆଇନ ଭାବେ ମଦ ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତି…

ସ୍ୱୟଂ ସହାୟକ ଗୋଷ୍ଠୀର ବ୍ୟାଙ୍କ ଖାତା ଖୋଲିବା ପାଇଁ ଯାଇଥିଲେ: ମୁକୁଳା ବିଏସଏନଏଲ୍ ତାର ନେଲା ଜୀବନ

ମୋହନା,୧।୬ (ମନ୍ମଥ ମିଶ୍ର): ମୁକୁଳା ଭାବେ ପଡ଼ିଥିବା ବିଏସଏନଏଲ୍ ତାର ନେଲା ଜଣେ ମହିଳାଙ୍କ ଜୀବନ। ଏଭଳି   ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲା ଆର.ଉଦୟଗିରି ଥାନା…

ଜୋର ଧରିଲା ‘ମାଳି ସୁରକ୍ଷା ଆନ୍ଦୋଳନ’: ଖଣି ଖନନ ବିରୋଧରେ ଏକଜୁଟ ହେଲେ ଆଦିବାସୀ, କହିଲେ ଆମକୁ ଭତ୍ତା ନୁହଁ…

ଥୁଆମୂଳ ରାମପୁର, ୧।୬ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଅଞ୍ଚଳରେ ‘ମାଆ, ମାଟି ଓ ମାଳି’ର ସୁରକ୍ଷା ପାଇଁ ଚାଲିଥିବା ଗଣ-ଆନ୍ଦୋଳନ ଏବେ ତୀବ୍ର…

ଟେଲିଫୋନ ଏକ୍ସଚେଞ୍ଜରୁ ବ୍ୟାଟେରୀ ଚୋରି: ବିଜୁଳି ଚାଲିଗଲେ ଉପଭୋକ୍ତା ସେବାରୁ ବଞ୍ଚିତ

ଭଞ୍ଜନଗର, ୧।୬(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ ଟେଲିଫୋନ ଏକ୍ସଚେଞ୍ଜରୁ ଗତ ଶୁକ୍ରବାର ମୂଲ୍ୟବାନ ସବୁ ବ୍ୟାଟେରୀ ଚୋରି ହୋଇଯାଇଛି । ଏହାପୂର୍ବରୁ…

ପାଣି ପାଇଁ ବ୍ଲକ ସମ୍ମୁଖରେ ଅନଶନ କଲେ ସମିତି ସଭ୍ୟ, ବାଲଟି ଧରି ମହିଳାମାନେ

ବଲାଙ୍ଗୀର,୧।୬(ସୁନିଲ କୁମାର ମହାନ୍ତି): ପାଣି ପାଇଁ ସମିତି ସଭ୍ୟ ବ୍ଲକ ସମ୍ମୁଖରେ ଅନଶନ କରିଥିବା ବେଳେ ମହିଳାମାନେ ରାସ୍ତା ଅବରୋଧ କରିଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ…

Featured Video Play Icon

ପୋଲିସ ଟିମ୍‌ ନେଇ ଶାଶୂ ଘରେ ପହଞ୍ଚିଲେ ତ୍ରିଷ୍ଣା, ତା’ପରେ…

ଭୁବନେଶ୍ୱର, ୧।୬: ୟ୍ୟୁଟବର ତ୍ରିଷ୍ଣା ପୋଲିସ ଉପସ୍ଥିତରେ ଶାଶୂ ଘରେ ପହଞ୍ଚି ସମସ୍ତ ଯୌତୁକ ଜିନିଷ…

RCB ଜିତିବା ପରେ ରୋମାଣ୍ଟିକ ହେଲେ ଅନୁଷ୍କା: ଶେୟାର କଲେ ଏମିତି ଫଟୋ

ନୂଆଦିଲ୍ଲୀ,୧।୬: ଲଗାତାର ଦ୍ୱିତୀୟ ବର୍ଷ ପାଇଁ ଇଣ୍ଡିଆନ ପ୍ରିମିୟର ଲିଗର ଫାଇନାଲ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିଜୟୀ ହୋଇଛି। ବିରାଟ କୋହଲିଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ…

ପୁଣି ଜଗନ୍ନାଥ ପ୍ରେମୀଙ୍କ ଭାବାବେଗ ସହ ଖେଳ: ଅନଲାଇନରେ ମହାପ୍ରସାଦ, ଖଜା ବିକ୍ରି ନେଇ…

ପୁରୀ, ୧।୬ (ଅଜିତ କୁମାର ମହାନ୍ତି): ପୁଣିଥରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ଅପମାନ ହେଉଥିବା ସହ ଭକ୍ତମାନଙ୍କ ଭାବାବେଗ ସହିତ ଖେଳାଯାଉଥିବା ଘଟଣା ସାମ୍ନାକୁ ଆସିଛି। ଅନଲାଇନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri