ବିଭିନ୍ନ ସମସ୍ୟାରେ ଚମ୍ପୁଆ ଉପଡାକଘର: ବଢ଼ୁଛି ଅସନ୍ତୋଷ

ଚମ୍ପୁଆ, ୧୭।୬(ଡି.ଏନ୍‌.ଏ.)- ଚମ୍ପୁଆ ସଦର ମହକୁମାରେ ଥିବା ଉପଡାକଘରେ ଦୀର୍ଘଦିନ ଧରି ପ୍ରାୟ ୧୫୦ରୁ ଊର୍ଦ୍ଧ୍ୱ ନୂତନ ପାସ୍‌ବହି ଖୋଲା ନ ଯାଇ ପଡିରହିଥିବା ଦେଖିବାକୁ ମିଳିଛି। ଏ ନେଇ ବର୍ତ୍ତମାନର ପୋଷ୍ଟମାଷ୍ଟର ଲିଙ୍ଗରାଜ ପାତ୍ରଙ୍କୁ ପଚାରିବାରୁ ପୂର୍ବରୁ ଥିବା ପୋଷ୍ଟମାଷ୍ଟରମାନେ କାହିଁକି ଏହା ଖୋଲିପାରିନାହାନ୍ତି, ତାହା ଆମେ ମଧ୍ୟ ଜାଣିପାରୁନାହୁଁ। ସୂଚନା ଅନୁସାରେ, ଏହି ଉପଡାକଘରେ ଗତ ନଭେମ୍ବର ୨୦୧୮ ମସିହାରୁ ନୂତନ ପାସ୍‌ବୁକ୍‌ ଖୋଲିବା ପାଇଁ ଗ୍ରାହକମାନେ ଆବେଦନ କରିଥିଲେ। ମାତ୍ର ଆଜିପର୍ଯ୍ୟନ୍ତ ତାହା ପଡ଼ିରହିଛି। କର୍ମଚାରୀ ଅଭାବ ସାଙ୍ଗକୁ ଲିଙ୍କ୍‌ ଫେଲ୍‌ ଏହାର ପ୍ରମୁଖ କାରଣ ସାଜିଥିବା ଜଣାଯାଇଛି। କର୍ମଚାରୀ ଅଭାବ ଥିଲେ ମଧ୍ୟ ଅନେକ ସମୟରେ କର୍ମଚାରୀମାନଙ୍କୁ ଡେପୁଟେଶନରେ ପଠାଯାଉଥିବା ଅନ୍ୟ ଏକ କାରଣ ହୋଇଛି। ଫଳରେ ଗ୍ରାହକମାନେ ଏଠାକୁ ବହୁ ସମୟରେ ଆସି ଅସନ୍ତୋଷ ପ୍ରକାଶ କରୁଥିବା ଦେଖାଦେଇଛି। ସମସ୍ୟାରେ ଥିବା ଏହି ଡାକଘରେ ପୂର୍ବରୁ ୧୦ ହଜାର ଲୋକଙ୍କ ପାଇଁ ୩ରୁ ୪ ଜଣ ପୋଷ୍ଟ ପିଅନ କାର୍ଯ୍ୟ କରୁଥିଲେ। ମାତ୍ର ବର୍ତ୍ତମାନ ପ୍ରାୟ ୪୦ ହଜାର ଜନସଂଖ୍ୟା ବିଶିଷ୍ଟ ଚମ୍ପୁଆ ଏନ୍‌ଏସିରେ ଜଣେ ମାତ୍ର ପିଅନ କାର୍ଯ୍ୟ କରୁଛନ୍ତି। ତତ୍କାଳୀନ ସବ୍‌ଇନ୍ସପେକ୍ଟର ଏହି ସଂଖ୍ୟା କମାଇଥିଲେ। ଫଳରେ ସାଧାରଣ ଡାକ ସମେତ ରେଜିଷ୍ଟ୍ରି, ସ୍ପିଡ୍‌ ପୋଷ୍ଟ ଆଦି ପ୍ରମୁଖ କାର୍ଯ୍ୟ ଠିକ୍‌ ସମୟରେ ଗ୍ରାହକ ପାଖରେ ପହଞ୍ଚିପାରୁ ନ ଥିବା ଅଭିଯୋଗ ହୋଇଛି। ଏତଦ୍‌ ବ୍ୟତୀତ ଉପଡାକଘର କାର୍ଯ୍ୟ ପାଇଁ ବିଏସ୍‌ଏନ୍‌ଏଲ ଓ ସିଫି ପକ୍ଷରୁ ନେଟ୍‌ୱର୍କ ଦିଆଯାଉଥିଲା। ମାତ୍ର ବର୍ଷେ ହେବ ବିଏସ୍‌ଏନ୍‌ଏଲ ମୋଡେମ ପୋଡ଼ିଯାଇଥିଲେ ମଧ୍ୟ ତାହା ଠିକ୍‌ କରାଯାଇ ପାରିନାହିଁ। କେବଳ ସିଫି ନେଟ୍‌ୱର୍କ ମାଧ୍ୟମରେ କାର୍ଯ୍ୟ କରାଯାଉଥିଲେ ମଧ୍ୟ ତାହା ଅନେକ ସମୟରେ ଫେଲ୍‌ ରହୁଥିବା ଯୋଗୁ ଡାକଘର ଗ୍ରାହକଙ୍କୁ ସେବା ଯୋଗାଇବାରେ ବିଫଳ ହେଉଛି। ନୂତନ ମୋଡେମ ପ୍ରଦାନ କରି ଓ ପୋଷ୍ଟ ପିଅନ ସଂଖ୍ୟା ବୃଦ୍ଧି କରିବାକୁ ଗ୍ରାହକମାନେ ଦାବି ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ଶୋଇଥିବାବେଳେ ମାଡ଼ି ଆସିଲା ବିପଦ: ଆକାଶରୁ ଖସିଲା ମୃତ୍ୟୁ, ଗୋଟିଏ ପରିବାରର…

ନୀଳଗିରି,୨୦ା୭(ପ୍ରଶାନ୍ତ କୁମାର ବିଶ୍ୱାଳ): ଘରେ ଶୋଇଥିବା ଅବସ୍ଥାରେ ରବିବାର ରାତିରେ ହଠାତ୍‌ ହେଲା ବଜ୍ରପାତ। ଏହି ବଜ୍ରପାତରେ ଗୋଟିଏ ପରିବାରର ୮ ଜଣଙ୍କ ମଧ୍ୟରୁ ୫ ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri