ବିପର୍ଯ୍ୟୟ କାରଣ ନେଇ ୩୦ରେ ଆଲୋଚନା

ଭୁବନେଶ୍ୱର,୨୮।୫(ବ୍ୟୁରୋ): କଂଗ୍ରେସ ପ୍ରଦର୍ଶନ ଖରାପ ହେବାପରେ ରାଜ୍ୟରେ ଦଳୀୟ ନେତାମାନଙ୍କ ମଧ୍ୟରେ କାଦୁଅ ଫିଙ୍ଗା ଆରମ୍ଭ ହୋଇଯାଇଛି। ବାପ-ପୁଅ ରାଜନୀତି କଥା ଉଠାଇ ରବିବାର ବରିଷ୍ଠ ନେତା କାହ୍ନୁ ଲେଙ୍କା ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ କଡା ସମାଲୋଚନା କରିଥିଲେ। ହେଲେ ନିରଞ୍ଜନ କଥା ବୁଲାଇ ଆଉ ଗୋଟିଏ ତଥ୍ୟ ରଖୁଛନ୍ତି। ତାଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକଙ୍କୁ ଏଆଇସିସି ଓ ଜିଲା କମିଟି ପ୍ରାର୍ଥୀ କରିଥିବା ନିରଞ୍ଜନ କହିଛନ୍ତି। ହେଲେ କେବଳ ନିରଞ୍ଜନ ନୁହନ୍ତି ଦଳର ଆହୁରି ଅନେକ ନେତାଙ୍କ ପରିବାର ପିଛା ଦୁଇ ଦୁଇଟା ଟିକେଟ ମିଳିଲା। ନରସିଂହ ମିଶ୍ର ଏବଂ ତାଙ୍କ ପୁଅ ସମରେନ୍ଦ୍ର ମିଶ୍ର, ଜର୍ଜ ତିର୍କୀ ଓ ରାଜେଶ ଜୋଶେଫ ତିର୍କୀ, ଅନନ୍ତ ସେଠୀ ଝିଅ ମଧୁମିତା ସେଠୀ, ଭକ୍ତ ଦାସ ପୁଅ ସାଗର ଦାସ ଏଥର ଟିକେଟ ନେଇ ନିର୍ବାଚନ ଲଢିଥିଲେ। ହେଲେ ଏମାନଙ୍କ ମଧ୍ୟରୁ ସମସ୍ତ ପ୍ରାର୍ଥୀ ହାରିଥିବା ବେଳେ କେବଳ ନରସିଂହ ମିଶ୍ର ବିଜୟୀ ହୋଇଛନ୍ତି। ପୂର୍ବରୁ ଏନେଇ ଦଳ ଭିତରୁ ବହୁ ନେତା ପ୍ରଶ୍ନ ଉଠାଇଥିଲେ। ହେଲେ ବର୍ତ୍ତମାନ ଫଳାଫଳ ପ୍ରକାଶ ପାଇବାପରେ ପାରିବାରିକ ରାଜନୀତି କଥାକୁ ନେଇ ନିରଞ୍ଜନଙ୍କ ବିରୋଧରେ ବିରୋଧୀ ସିଧାସିଧା ଅଭିଯୋଗ କଲେଣି।
ଅପରପକ୍ଷରେ ନିର୍ବାଚନରେ କଂଗ୍ରେସ ଖରାପ ପ୍ରଦର୍ଶନ କାରଣ ଖୋଜିବାକୁ ପିସିସି ସଭାପତି ଏକ ୨୧ଜଣିଆ କମିଟି ଗଠନ କରିଛନ୍ତି। ନରସିଂହ ମିଶ୍ରଙ୍କୁ କମିଟି ଅଧ୍ୟକ୍ଷଭାବେ ଦାୟିତ୍ୱ ଦିଆଯାଇଛି। କିନ୍ତୁ ୩୦ତାରିଖରେ ଏଆଇସିସିର ଏକ ଟିମ୍‌ ଏହି ପ୍ରସଙ୍ଗକୁ ନେଇ ଦଳର ରାଜ୍ୟ କାର୍ଯ୍ୟାଳୟରେ ବୈଠକ କରିବେ। ବୈଠକରେ ପିସିସି ପ୍ରଭାରୀ ଜିତେନ୍ଦ୍ର ସିଂ, ଟି.ଏସ୍‌ ସିଂ ଦେଓ ଏବଂ ଅନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ରହିବେ। ବିଜୟୀ ଓ ପରାଜିତ ପ୍ରାର୍ଥୀମାନେ ମଧ୍ୟ ଯୋଗଦେବେ ବୋଲି ଶୁଣିବାକୁ ମିଳୁଛି। ସେଦିନ କଂଗ୍ରେସ ବିଧାୟକ ଦଳ ନେତା ମଧ୍ୟ ବଛାଯିବ ବୋଲି ନିରଞ୍ଜନ ସୂଚନା ଦେଇଛନ୍ତି। ହେଲେ ଏସବୁ କାର୍ଯ୍ୟକ୍ରମକୁ ଦଳର ବହୁ ବରିଷ୍ଠ ନେତା ସମାଲୋଚନା କରିବା ଆରମ୍ଭ କଲେଣି। ନିରଞ୍ଜନଙ୍କ ଭୁଲ୍‌ ତ୍ରୁଟିକୁ ଘୋଡାଇବା ପାଇଁ ଏଭଳି ବାହାନା କରାଯାଉଥିବା କିଛି ନେତା କହିଲେଣି। ଅନ୍ୟପଟେ କାରଣ ଖୋଜିବା ପାଇଁ ଗଠନ କରାଯାଇଥିବା ୨୧ ଜଣିଆ କମିଟିକୁ ମଧ୍ୟ ସମସ୍ତେ ବିଶ୍ୱାସକୁ ନେଇପାରୁ ନାହାନ୍ତି। ହେଲେ ଆସନ୍ତା ୩୦ରେ ହେବାକୁ ଥିବା ବୈଠକରେ ଦଳୀୟ ନେତାଙ୍କ ମଧ୍ୟରେ କାଦୁଅ ଫିଙ୍ଗା ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେବାରେ ଲାଗିଛି।
ଦଳର ବରିଷ୍ଠ ନେତା ଶରତ ରାଉତ କହିଛନ୍ତି, ଦଳର ପ୍ରଦର୍ଶନ କାହିଁକି ଏତେ ଖରାପ ହେଲା ସେନେଇ ଖୋଲାଖୋଲି ଭାବେ ଆଲୋଚନା ହେଉ। କ’ଣ ତ୍ରୁଟି ରହିଲା ତାର ସମୀକ୍ଷା ହେବା ଆବଶ୍ୟକ। ନିର୍ବାଚନ ପରିଚାଳନାରେ ସମ୍ପୃକ୍ତ ଥିବା ନେତାଙ୍କ ମଧ୍ୟରୁ କେତେଜଣଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି। ତେବେ ସମୀକ୍ଷା ପୂର୍ବରୁ ପିସିସି ସଭାପତି ପଦ ନିରଞ୍ଜନ କାହିଁକି ଛାଡିଲେ ସେକଥା ସ୍ପଷ୍ଟ ହେବା ଆବଶ୍ୟକ। ତାଙ୍କ ଇସ୍ତଫା କଥା କେହି ଦାବି କରି ନାହାନ୍ତି, ଦଳର ଭୁଲ୍‌କୁ ଖୋଜି ତା’ର ସମାଧାନ କଥା କହିଥିଲୁ ବୋଲି ଛାଡିଛନ୍ତି। ବରିଷ୍ଠ ନେତା ଅନନ୍ତ ସେଠୀଙ୍କ କହିବା କଥା, ପିସିସି ସଭାପତି ଇସ୍ତଫା ଦେବାପରେ କୌଣସି କମିଟିରେ ଆମେ ନାହୁଁ। ଦଳ ବିରୋଧରେ ଏବେ ବହୁତ କଥା ଚର୍ଚ୍ଚା ହେବ। ଆଗକୁ କ’ଣ ହେଉଛି ତାହା ଦେଖିବା ଦରକାର। ବୈଠକ ହେବା ନେଇ କୌଣସି ଖବର ତାଙ୍କ ପାଖରେ ନ ଥିବା ଅନନ୍ତ କହିଛନ୍ତି।
ଏସବୁ ମଧ୍ୟରେ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ କହିଛନ୍ତି, କଂଗ୍ରେସ ଯେଉଁ ରଣନୀତିରେ ନିର୍ବାଚନ ଲଢିଛି ତାହା ସମ୍ପୂର୍ଣ୍ଣ ପରିବର୍ତ୍ତନ ହେବା ଆବଶ୍ୟକ। ଲୋକମାନେ ଏବେ ପ୍ରଲୋଭନର ଶିକାର ହେଲେଣି। କଂଗ୍ରେସର ଭୋଟ୍‌ ପ୍ରତିଶତ କମିବା ବର୍ତ୍ତମାନ ସବୁଠାରୁ ବଡ଼ ସମସ୍ୟା। ଏଥିପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ। ନଚେତ୍‌ ଦଳକୁ ଆହୁରି ନେତା ଓ କର୍ମୀ ଚାଲିଯିବେ ବୋଲି ପ୍ରଦୀପ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?