ବିନା ହେଲ୍‌ମେଟ୍‌ରେ ବାଇକ୍‌ ରାଲି ଘଟଣା: ନୋଟିସ ପୂର୍ବରୁ ଦେଲେ ଜରିମାନା ୪୦ ବିଜେଡି କର୍ମୀ

ଭୁବନେଶ୍ୱର, ୭।୧(ବ୍ୟୁରୋ):ବିନା ହେଲ୍‌ମେଟ୍‌ରେ ରାଜଧାନୀରେ ବାଇକ୍‌ ରାଲି କରିଥିବା ଆଉ ୪୦ଜଣ ବିଜେଡି କର୍ମୀ ଜରିମାନା ଦେଇଛନ୍ତି। ସୋମବାର ଭୁବନେଶ୍ୱର-ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ସହ ଏହି କର୍ମୀମାନେ ଏଜି ଛକସ୍ଥିତ ଟ୍ରାଫିକ ଥାନାରେ ପହଞ୍ଚତ୍ ଜରିମାନା ଅର୍ଥ ବାଦକୁ ପ୍ରତ୍ୟେକ ୧ହଜାର ଟଙ୍କା ଲେଖାଏ ମୋଟ ୪୦ହଜାର ଟଙ୍କା ଦାଖଲ କରିଛନ୍ତି। ଏମାନଙ୍କୁ ପୋଲିସ ପକ୍ଷରୁ ନୋଟିସ ହୋଇ ନ ଥିଲେ ମଧ୍ୟ ଟ୍ରାଫିକ ନିୟମ ଉଲ୍ଲଂଘନ କରିଥିବାରୁ ନିଜ ତରଫରୁ ଜରିମାନା ଦେଉଥିବା କହିଛନ୍ତି। ଏହାପୂର୍ବରୁ କମିଶନରେଟ ପୋଲିସ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ଚିହ୍ନଟ ହୋଇଥିବା ୨୫ଜଣ ନିୟମ ଉଲ୍ଲଂଘନକାରୀ ବିଜେଡି କର୍ମୀଙ୍କ ନାମରେ ଚାଲାଣ କଟାଯାଇଥିଲା। ସେମାନେ ଏବାବଦ ଜରିମାନା ଦାଖଲ କରିଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ଡିସେମ୍ବର ୨୬ ବିଜେଡିର ପ୍ରତିଷ୍ଠା ଦିବସରେ ଦଳୀୟ କର୍ମୀମାନେ ବିନା ହେଲ୍‌ମେଟ୍‌ରେ ସହରରେ ବାଇକ୍‌ ରାଲି କରି ଟ୍ରାଫିକ ନିୟମ ଉଲ୍ଲଂଘନ କରିଥିଲେ। ଏହାକୁ ନେଇ ସୋସିଆଲ ମିଡିଆ ସମେତ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ କାହିଁକି ନିୟମ ଉଲ୍ଲଂଘନକାରୀ ବିଜେଡି କର୍ମୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବ ସେନେଇ କମିଶନରେଟ ପୋଲିସକୁ ପ୍ରଶ୍ନ ପ୍ରଚାରିଥିଲେ। କିଛି ଯୁବବର୍ଗ ଏନେଇ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଓ ଟ୍ରାଫିକ ଡିସିପି ସାଗରିକା ନାଥଙ୍କୁ ଟୁଇଟ୍‌ କରି ଜଣାଇଥିଲେ। ପ୍ରତିଶ୍ରୁତି ମୁତାବକ କମିଶନ ଷଡ଼ଙ୍ଗୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ସ୍ବରୂପ ପ୍ରଥମ ପର୍ଯ୍ୟାୟରେ ୨୫ଜଣଙ୍କ ନାଁରେ ଚାଲାଣ କଟାଯାଇଥିଲା। ଅନ୍ୟ ନିୟମ ଉଲ୍ଲଂଘନକାରୀଙ୍କୁ ଚିହ୍ନଟ ପ୍ରକ୍ରିୟା ଜାରି ରହିଥିବାବେଳେ ସେମାନଙ୍କ ମଧ୍ୟରେ ଛନକା ପଶିଥିଲା। ଏନେଇ ବିଧାୟକ ଜେନା କହିଛନ୍ତି, ନେତା ହୁଅନ୍ତୁ କି ଦଳୀୟ କର୍ମୀ ଅବା ସାଧାରଣ ଜନତା, ଆଇନ ସମସ୍ତଙ୍କ ପାଇଁ ସମାନ। ଦଳର ପ୍ରତିଷ୍ଠା ଦିବସରେ କର୍ମୀମାନେ ବିନା ହେଲ୍‌ମେଟ୍‌ରେ ବାଇକ୍‌ ରାଲି କରିଥିଲେ। ନିୟମ ଉଲ୍ଲଂଘନ କରିଥିବାରୁ ସେମାନେ ଆପଣାଛାଏଁ ଜରିମାନା ଦେଲେ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ପୂର୍ବରୁ ବାଲେଶ୍ୱରରେ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ପ୍ରଚାରରେ କର୍ମୀମାନେ ହେଲ୍‌ମେଟ ନ ପିନ୍ଧି ବାଇକ୍‌ ରାଲି କରିଥିଲେ। ଏହାକୁ ନେଇ ଜାତୀୟ ମାନବିକ ଅଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି) ପୋଲିସ ଡିଜିଙ୍କୁ ନୋଟିସ କରିଥିଲେ। ଏବେ ରାଜଧୀନରେ ବିଜେଡିର ପ୍ରତିଷ୍ଠା ଦିବସରେ ସମାନ ଘଟଣା ଘଟିବା ପରେ ପୋଲିସ କମିଶନର ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri