ବିଧାନସଭାରେ ପାରିତ ହେଲା ବ୍ୟୟ ମଞ୍ଜୁରୀ ବିଲ୍‌; ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ୧.୫ ଲକ୍ଷ କୋଟି ଅନୁମୋଦିତ, ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହ ମୁଲତବୀ ଘୋଷଣା

ଭୁବନେଶ୍ୱର, ୩୦।୩(ବ୍ୟୁରୋ): ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ୧.୫ ଲକ୍ଷ କୋଟି ଟଙ୍କାର ବ୍ୟୟ ମଞ୍ଜୁରୀ ବିଲ୍‌ ସୋମବାର ବିଧାନସଭାରେ ଅନୁମୋଦନ ହୋଇଛି। ସର୍ବ ସମ୍ମତି କ୍ରମେ ବାଚନିକ ମତଦାନରେ ଏହାକୁ ପାରିତ କରାଯାଇଛି। ଏଥିସହିତ ୩୮ଟି ବିଭାଗର ଖର୍ଚ୍ଚ ଦାବିକୁ ମଧ୍ୟ ଗିଲୋଟିନ୍‌ ମାଧ୍ୟମରେ ଅନୁମୋଦନ କରାଯାଇଛି। କରୋନା (କୋବିଭ-୧୯) ସଂକ୍ରମଣକୁ ଦୃଷ୍ଟିରେ ରଖି ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟକୁ ସୀମିତ କରାଯାଇଛି। ମଙ୍ଗଳବାର ପାରିତ ହେବାକୁ ଥିବା ବ୍ୟୟମଞ୍ଜୁରୀ ବିଲ୍‌କୁ ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍‌ ମାର୍ଚ୍ଚ ୩୦ରେ ଗୃହିତ କରାଯାଇଛି। କୋଭିଡ-୧୯ ମହାମାରୀକୁ ଦୃଷ୍ଟିରେ ରଖି ଅଧିବେଶନକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି।
ଲୋକସେବା ଭବନରେ ବସିଥିବା ଏହି ସ୍ବଳ୍ପ ସେବା ଅଧିବେଶନ କେବଳ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟକୁ ଅନୁମୋଦନ କରିବା ପାଇଁ ଉଦ୍ଦିଷ୍ଟ ଥିଲା। ସେଥିପାଇଁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏକ ଦିନିକିଆ ଅଧିବେଶନ ଡାକିଥିଲେ। କରୋନା ସଂକ୍ରମଣ ଆଶଙ୍କା ଥିବାରୁ ଅଧିବେଶନକୁ ସମସ୍ତ ରାଜନୈତିକ ଦଳର ମାତ୍ର ୩୦ ପ୍ରତିଶତ ସଦସ୍ୟ ଯୋଗ ଦେବା ପାଇଁ ପରାମର୍ଶ ଦିଆଯାଇଥିଲା। ଏହି କ୍ରମରେ ସୋମବାର ପର୍ବାହ୍ନ ୧୧ଟାରେ ଲୋକସବା କନ୍‌ଭେନ୍‌ସନ୍‌ ହଲ୍‌ରେ ଅଧିବେଶନ ଆରମ୍ଭ ହୋଇଥିଲା। ହଲ୍‌କୁ ଯିବା ପୂର୍ବରୁ ସଦସ୍ୟମାନେ ମାସ୍କ ପରିଧାନ କରିବା ସହିତ ହାତକୁ ଭଲଭାବେ ସାନିଟାଇଜ୍‌ କରିଥିଲେ। ଗୃହ ଆରମ୍ଭ ହେବା ପରେ କିଛି ସମୟ ପାଇଁ ଗୃହକୁ ମୁଲତବୀ କରାଯାଇଥିଲା। ବ୍ୟୟ ମଞ୍ଜୁରୀ ବିଲ୍‌ ପାରିତ ହେବା ପୂର୍ବରୁ ବାଚସ୍ପତି ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକଙ୍କୁ କିଛି କହିବା ପାଇଁ ଅନୁମତି ଦେଇଥିଲେ। ସେ କହିଥିଲେ ଯେ, ସମଗ୍ର ବିଶ୍ୱରେ କରୋନା ଆତଙ୍କ ଖେଳାଇଛି। ଭାରତରେ ଏହି ରୋଗ ସଂକ୍ରମଣ ବ୍ୟାପିବା ଆଶଙ୍କା ରହିଛି। ରାଜ୍ୟ ବାହାରେ ଯେଉଁ ଓଡ଼ିଆ ଶ୍ରମିକମାନେ ରହିଛନ୍ତି ସରକାର ସେମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଅନ୍ତୁ। ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ଅଧିକ ବ୍ୟାପକ କରାଯାଉ। ମିଳିମିଶି କିପରି ଏହି ମାରାତ୍ମକ ରୋଗକୁ ମୁକାବିଲା କରାଯାଇ ପାରିବ ସେ ନେଇ ସମସ୍ତେ ଉଦ୍ୟମ କରିବା ଆବଶ୍ୟକ ବୋଲି ସେ କହିଥିଲେ। ପରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କରୋନା ମୁକାବିଲା ପାଇଁ ସ୍ବାସ୍ଥ୍ୟ ସେବାକୁ ଅଧିକ ବ୍ୟାପକ କରିବା ଏବଂ ଲକ୍‌ଡାଉନ୍‌କୁ କଡାକଡ଼ି ଭାବେ ପାଳନ କରିବା ସକାଶେ ପଦକ୍ଷେପ ନେବାଲାଗି ସେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପରେ ଗୃହରେ ଗିଲୋଟିନ୍‌ ମାଧ୍ୟମରେ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବୀ ଗୃହରେ ଅନୁମୋଦିତ ହୋଇଥିଲା। ଶେଷରେ ବ୍ୟୟ ମଞ୍ଜୁରୀ ବିଲ୍‌କୁ ସର୍ବ ସମ୍ମତି କ୍ରମେ ଅନୁମୋଦନ କରାଯାଇଥିଲା। ଏହି ଅଧିବେଶନ ପ୍ରାୟ ୧ ଘଣ୍ଟା ୨୦ ମିନିଟ ଧରି ଚାଲିଥିଲା। ବିଧାନସଭା ବାହାରେ ଗଣମାଧ୍ୟମକୁ ସୂଚନା ଦେଇ ବିରୋଧୀ ଦଳ ନେତା କହିଥିଲେ ଯେ, ସରକାର ଆଗତ କରିଥିବା ବ୍ୟୟ ମଞ୍ଜୁରୀ ବିଲ୍‌କୁ ସର୍ବ ସମ୍ମତି କ୍ରମେ ସମର୍ଥନ କରାଯାଇଛି। ବର୍ତ୍ତମାନ ପରିସ୍ଥିତିରେ ବିରୋଧ କରିବା ଆଦୌ ଠିକ୍‌ ନୁହେଁ। ଏଥିସହିତ ଏହି ମହାମାରୀର ମୁକାବିଲା ପାଇଁ ସରକାର କିପରି ଅଧିକ ବ୍ୟବସ୍ଥା କରିପାରିବେ ସେ ନେଇ ପ୍ରସ୍ତାବ ଦିଆଯାଇଛି ବୋଲି ସେ କହିଥିଲେ।
ସୂଚନାଯୋଗ୍ୟ, କରୋନା ସଂକମଣକୁ ଦୃଷ୍ଟିରେ ରଖି ଚଳିତ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟକୁ ମାର୍ଚ୍ଚ ୨୯ ତାରିଖ ଯାଏ ସ୍ଥଗିତ ଘୋଷଣା କରାଯାଇଥିଲା। ତେବେ ବ୍ୟୟ ମଞ୍ଜୁରୀ ବିଲ୍‌ ପାରିତ ହୋଇ ନ ଥିବାରୁ ୩୦ ତାରିଖରେ ଅଧିବେଶନ ପୁଣି ଆରମ୍ଭ କରାଯାଇଥାନ୍ତା। ମାତ୍ର ରାଜ୍ୟରେ ଚିହ୍ନଟ ହୋଇଥିବା ତୃତୀୟ କରୋନା ରୋଗୀ ବିଧାନସଭା କର୍ମଚାରୀଙ୍କ ସଂସ୍ପର୍ଶରେ ଆସିବାରୁ ବଜେଟ ଅଧିବେଶନ ଶେଷ ପର୍ଯ୍ୟୟକୁ ବିଧାନସଭାରୁ ଲୋକସେବା କନ୍‌ଭେନ୍‌ସନ୍‌ ହଲକୁ ସ୍ଥାନାନ୍ତର କରାଯାଇଥିଲା। ବିଧାନସଭା କର୍ମଚାରୀ କରୋନା ରୋଗୀ ସଂସ୍ପର୍ଶରେ ଆସିଥିବା ଆଶଙ୍କାକରି ବାଚସ୍ପତି ସମସ୍ତ କର୍ମଚାରୀଙ୍କୁ କ୍ୱାରାଣ୍ଟାଇନ୍‌ରେ ରହିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ ସମ୍ପୂର୍ଣ୍ଣ ବିଧାନସଭାକୁ ପରିସ୍କାର ଓ ବିଶୋଧନ ପାଇଁ ପରାମର୍ଶ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

CJP ବିକ୍ଷୋଭ ମଧ୍ୟରେ ୩ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଟକ, ଭାଜପା କହିଲା…

ନୂଆଦିଲ୍ଲୀ,୧୦।୧୦: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ହୋଇଥିବା ଏକ ବିକ୍ଷୋଭ ସମୟରେ ମମତା ବାନାର୍ଜୀ, ଅରବିନ୍ଦ କେଜରିୱାଲ ଏବଂ ପି. ବିଜୟନଙ୍କ ସମେତ ଅନେକ…

ସୁନ୍ଦରଗଡ଼ ୱାଟରସେଡ୍ ପିଡି ପ୍ରସନ୍ନ ପାତ୍ର ଗିରଫ: ଆୟଠାରୁ ୨୦୪% ଅଧିକ ସମ୍ପତ୍ତି

ସୁନ୍ଦରଗଡ଼, ୧୦।୧୦ (ଜୟ ନାରାୟଣ ମେଣ୍ଡୁଳି): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ସୁନ୍ଦରଗଡ଼ ମୃତ୍ତିକା ସଂରକ୍ଷଣ ଉପନିର୍ଦ୍ଦେଶକ ତଥା ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ (ୱାଟରସେଡ୍ ପିଡି)…

‘ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚିବ ସରକାରୀ ସେବା’

ଭଞ୍ଜନଗର,୧୦ା୧୦(ବାବୁଲା ପ୍ରଧାନ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନର ୨୫ ବର୍ଷ ପୂର୍ତ୍ତି ଅବସରରେ ଗତ ସେପ୍ଟେମ୍ବର ୧୭ରୁ ଏକ ମାସ ବ୍ୟାପୀ ସେବା ସଂକଳ୍ପ ଅଭିଯାନ ଆରମ୍ଭ…

ଖେମୁଣ୍ଡି କଲେଜ ଛାତ୍ର ସଂସଦ ନିର୍ବାଚନ: ବିଭିନ୍ନ ପଦବୀ ପାଇଁ ମଇଦାନ ରେ ୧୪ ପ୍ରାର୍ଥୀ , ଦ୍ବିି – ମୁଖି ପ୍ରତିଦ୍ବନ୍ଦିତା

ଦିଗପହଣ୍ଡି,୧୦|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜ ରେ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେଉଥିବାରୁ ଛାତ୍ରୀ ଛାତ୍ର ଙ୍କ…

ନ୍ୟାଶନାଲ ବୁକ୍‌ ଅଫ୍‌ ରେକର୍ଡସରେ ସ୍ଥାନ ପାଇଲେ ଛତ୍ରପୁର ଝିଅ ଶୁଭସ୍ମିତା

ଛତ୍ରପୁର,୧୦ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ଦେବୀନଗର ସାହିର ଯୁବ ଚିତ୍ରଶିଳ୍ପୀ ତଥା ଲେଖିକା ଶୁଭସ୍ମିତା ପଣ୍ଡା ନିଜର ଅନନ୍ୟ କଳାପ୍ରତିଭା ପାଇଁ ନ୍ୟାଶନାଲ ବୁକ୍‌…

ତାରାତାରିଣୀ କଲେଜରେ ତ୍ରିମୁଖୀ ଲଢ଼େଇ: ନାମାଙ୍କନ ପ୍ରତ୍ୟାହାର କଲେ ସଭାପତି ପ୍ରାର୍ଥୀ ଅଙ୍କିତ ପ୍ରଧାନ, ମଇଦାନରେ ଅଛନ୍ତି…

ପୁରୁଷୋତ୍ତମପୁର,୧୦ା୧୦(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସରେ ରାଜନୈତିକ ଉଷ୍ଣତା ବଢ଼ିଛି। ଶନିବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ଦିବସରେ ସଭାପତି…

ସାଢ଼େ ୯ ବର୍ଷ ପରେ ଶତକ ହାସଲ କରି ଇତିହାସ ରଚିଲେ ଏହି କ୍ରିକେଟର

ନୂଆଦିଲ୍ଲୀ,୧୦।୧୦: ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଡର୍ବାନର କିଙ୍ଗସମିଡ ଷ୍ଟାଡିୟମରେ ଚାଲିଛି। ଅଷ୍ଟ୍ରେଲିଆର ମଧ୍ୟ-କ୍ରମ ବ୍ୟାଟର ମ୍ୟାଟ ରେନଶ’ ଏହି ମ୍ୟାଚରେ…

CJP ବିରୋଧ ମଧ୍ୟରେ ରାହୁଲ ଗାନ୍ଧୀଙ୍କ ଗୁରୁତ୍ୱପୂର୍ଣ୍ଣ ବୟାନ: ’…ଗଣତନ୍ତ୍ରର ସୁଧାର ପୁନର୍ବାର ଆରମ୍ଭ ହେବ’

ନୂଆଦିଲ୍ଲୀ,୧୦।୧୦: CJP ବିରୋଧ ପ୍ରଦର୍ଶନ ମଧ୍ୟରେ, ରାହୁଲ ଗାନ୍ଧୀ ଗତକାଲି ‘ଇଣ୍ଡିଆ’ (INDIA) ମେଣ୍ଟର ନେତାମାନଙ୍କ ସହ ଏକ ବୈଠକ କରିଥିଲେ ଏବଂ ସେଥିରେ ମୋଦି ସରକାରଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?