ବିଧାନସଭାରେ ପାରିତ ହେଲା ବ୍ୟୟ ମଞ୍ଜୁରୀ ବିଲ୍‌; ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ୧.୫ ଲକ୍ଷ କୋଟି ଅନୁମୋଦିତ, ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହ ମୁଲତବୀ ଘୋଷଣା

ଭୁବନେଶ୍ୱର, ୩୦।୩(ବ୍ୟୁରୋ): ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ୧.୫ ଲକ୍ଷ କୋଟି ଟଙ୍କାର ବ୍ୟୟ ମଞ୍ଜୁରୀ ବିଲ୍‌ ସୋମବାର ବିଧାନସଭାରେ ଅନୁମୋଦନ ହୋଇଛି। ସର୍ବ ସମ୍ମତି କ୍ରମେ ବାଚନିକ ମତଦାନରେ ଏହାକୁ ପାରିତ କରାଯାଇଛି। ଏଥିସହିତ ୩୮ଟି ବିଭାଗର ଖର୍ଚ୍ଚ ଦାବିକୁ ମଧ୍ୟ ଗିଲୋଟିନ୍‌ ମାଧ୍ୟମରେ ଅନୁମୋଦନ କରାଯାଇଛି। କରୋନା (କୋବିଭ-୧୯) ସଂକ୍ରମଣକୁ ଦୃଷ୍ଟିରେ ରଖି ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟକୁ ସୀମିତ କରାଯାଇଛି। ମଙ୍ଗଳବାର ପାରିତ ହେବାକୁ ଥିବା ବ୍ୟୟମଞ୍ଜୁରୀ ବିଲ୍‌କୁ ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍‌ ମାର୍ଚ୍ଚ ୩୦ରେ ଗୃହିତ କରାଯାଇଛି। କୋଭିଡ-୧୯ ମହାମାରୀକୁ ଦୃଷ୍ଟିରେ ରଖି ଅଧିବେଶନକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି।
ଲୋକସେବା ଭବନରେ ବସିଥିବା ଏହି ସ୍ବଳ୍ପ ସେବା ଅଧିବେଶନ କେବଳ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟକୁ ଅନୁମୋଦନ କରିବା ପାଇଁ ଉଦ୍ଦିଷ୍ଟ ଥିଲା। ସେଥିପାଇଁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏକ ଦିନିକିଆ ଅଧିବେଶନ ଡାକିଥିଲେ। କରୋନା ସଂକ୍ରମଣ ଆଶଙ୍କା ଥିବାରୁ ଅଧିବେଶନକୁ ସମସ୍ତ ରାଜନୈତିକ ଦଳର ମାତ୍ର ୩୦ ପ୍ରତିଶତ ସଦସ୍ୟ ଯୋଗ ଦେବା ପାଇଁ ପରାମର୍ଶ ଦିଆଯାଇଥିଲା। ଏହି କ୍ରମରେ ସୋମବାର ପର୍ବାହ୍ନ ୧୧ଟାରେ ଲୋକସବା କନ୍‌ଭେନ୍‌ସନ୍‌ ହଲ୍‌ରେ ଅଧିବେଶନ ଆରମ୍ଭ ହୋଇଥିଲା। ହଲ୍‌କୁ ଯିବା ପୂର୍ବରୁ ସଦସ୍ୟମାନେ ମାସ୍କ ପରିଧାନ କରିବା ସହିତ ହାତକୁ ଭଲଭାବେ ସାନିଟାଇଜ୍‌ କରିଥିଲେ। ଗୃହ ଆରମ୍ଭ ହେବା ପରେ କିଛି ସମୟ ପାଇଁ ଗୃହକୁ ମୁଲତବୀ କରାଯାଇଥିଲା। ବ୍ୟୟ ମଞ୍ଜୁରୀ ବିଲ୍‌ ପାରିତ ହେବା ପୂର୍ବରୁ ବାଚସ୍ପତି ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକଙ୍କୁ କିଛି କହିବା ପାଇଁ ଅନୁମତି ଦେଇଥିଲେ। ସେ କହିଥିଲେ ଯେ, ସମଗ୍ର ବିଶ୍ୱରେ କରୋନା ଆତଙ୍କ ଖେଳାଇଛି। ଭାରତରେ ଏହି ରୋଗ ସଂକ୍ରମଣ ବ୍ୟାପିବା ଆଶଙ୍କା ରହିଛି। ରାଜ୍ୟ ବାହାରେ ଯେଉଁ ଓଡ଼ିଆ ଶ୍ରମିକମାନେ ରହିଛନ୍ତି ସରକାର ସେମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଅନ୍ତୁ। ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ଅଧିକ ବ୍ୟାପକ କରାଯାଉ। ମିଳିମିଶି କିପରି ଏହି ମାରାତ୍ମକ ରୋଗକୁ ମୁକାବିଲା କରାଯାଇ ପାରିବ ସେ ନେଇ ସମସ୍ତେ ଉଦ୍ୟମ କରିବା ଆବଶ୍ୟକ ବୋଲି ସେ କହିଥିଲେ। ପରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କରୋନା ମୁକାବିଲା ପାଇଁ ସ୍ବାସ୍ଥ୍ୟ ସେବାକୁ ଅଧିକ ବ୍ୟାପକ କରିବା ଏବଂ ଲକ୍‌ଡାଉନ୍‌କୁ କଡାକଡ଼ି ଭାବେ ପାଳନ କରିବା ସକାଶେ ପଦକ୍ଷେପ ନେବାଲାଗି ସେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପରେ ଗୃହରେ ଗିଲୋଟିନ୍‌ ମାଧ୍ୟମରେ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବୀ ଗୃହରେ ଅନୁମୋଦିତ ହୋଇଥିଲା। ଶେଷରେ ବ୍ୟୟ ମଞ୍ଜୁରୀ ବିଲ୍‌କୁ ସର୍ବ ସମ୍ମତି କ୍ରମେ ଅନୁମୋଦନ କରାଯାଇଥିଲା। ଏହି ଅଧିବେଶନ ପ୍ରାୟ ୧ ଘଣ୍ଟା ୨୦ ମିନିଟ ଧରି ଚାଲିଥିଲା। ବିଧାନସଭା ବାହାରେ ଗଣମାଧ୍ୟମକୁ ସୂଚନା ଦେଇ ବିରୋଧୀ ଦଳ ନେତା କହିଥିଲେ ଯେ, ସରକାର ଆଗତ କରିଥିବା ବ୍ୟୟ ମଞ୍ଜୁରୀ ବିଲ୍‌କୁ ସର୍ବ ସମ୍ମତି କ୍ରମେ ସମର୍ଥନ କରାଯାଇଛି। ବର୍ତ୍ତମାନ ପରିସ୍ଥିତିରେ ବିରୋଧ କରିବା ଆଦୌ ଠିକ୍‌ ନୁହେଁ। ଏଥିସହିତ ଏହି ମହାମାରୀର ମୁକାବିଲା ପାଇଁ ସରକାର କିପରି ଅଧିକ ବ୍ୟବସ୍ଥା କରିପାରିବେ ସେ ନେଇ ପ୍ରସ୍ତାବ ଦିଆଯାଇଛି ବୋଲି ସେ କହିଥିଲେ।
ସୂଚନାଯୋଗ୍ୟ, କରୋନା ସଂକମଣକୁ ଦୃଷ୍ଟିରେ ରଖି ଚଳିତ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟକୁ ମାର୍ଚ୍ଚ ୨୯ ତାରିଖ ଯାଏ ସ୍ଥଗିତ ଘୋଷଣା କରାଯାଇଥିଲା। ତେବେ ବ୍ୟୟ ମଞ୍ଜୁରୀ ବିଲ୍‌ ପାରିତ ହୋଇ ନ ଥିବାରୁ ୩୦ ତାରିଖରେ ଅଧିବେଶନ ପୁଣି ଆରମ୍ଭ କରାଯାଇଥାନ୍ତା। ମାତ୍ର ରାଜ୍ୟରେ ଚିହ୍ନଟ ହୋଇଥିବା ତୃତୀୟ କରୋନା ରୋଗୀ ବିଧାନସଭା କର୍ମଚାରୀଙ୍କ ସଂସ୍ପର୍ଶରେ ଆସିବାରୁ ବଜେଟ ଅଧିବେଶନ ଶେଷ ପର୍ଯ୍ୟୟକୁ ବିଧାନସଭାରୁ ଲୋକସେବା କନ୍‌ଭେନ୍‌ସନ୍‌ ହଲକୁ ସ୍ଥାନାନ୍ତର କରାଯାଇଥିଲା। ବିଧାନସଭା କର୍ମଚାରୀ କରୋନା ରୋଗୀ ସଂସ୍ପର୍ଶରେ ଆସିଥିବା ଆଶଙ୍କାକରି ବାଚସ୍ପତି ସମସ୍ତ କର୍ମଚାରୀଙ୍କୁ କ୍ୱାରାଣ୍ଟାଇନ୍‌ରେ ରହିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ ସମ୍ପୂର୍ଣ୍ଣ ବିଧାନସଭାକୁ ପରିସ୍କାର ଓ ବିଶୋଧନ ପାଇଁ ପରାମର୍ଶ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

ଗୋଟିଏ ଆସନ ପାଣ୍ଡିଆନ୍‌ଙ୍କ ପାଇଁ ଛାଡ଼ିବେ ମୁଖ୍ୟମନ୍ତ୍ରୀ: ଭାଜପା

ଭୁବନେଶ୍ୱର, ୨୭।୪(ସୁନିତ୍‌ ମିଶ୍ର): କାର୍ତ୍ତିକ ପାଣ୍ଡିଆନ୍‌ଙ୍କ ନାଁ ବିଜେଡିର ଷ୍ଟାର ପ୍ରଚାରକ ତାଲିକାରେ ଅଛି। ଏଥିରୁ ପ୍ରମାଣିତ ହେଲା ଯେ, ସେ ହେଉଛନ୍ତି ବିଜେଡିର ୨...

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

ମୁକାବିଲା ମୁଡ୍‌ରେ ସୂର୍ଯ୍ୟବଂଶୀ-ସଞ୍ଜୟ

ଧାମନଗର,୨୭୪(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାମନଗର ବିଧାନସଭା କ୍ଷେତ୍ରରେ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଭାଜପା...

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଚାଲିଗଲା ୩ ଜୀବନ

ଅନୁଗୋଳ,୨୭ା୪ (ଅମିତ କୁମାର ସାମଲ): ଅନୁଗୋଳ ସଦର ଥାନା ଅଧୀନ ପଞ୍ଚମହଳା ନିକଟରେ ଶନିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri