ବିଦ୍ୟାଳୟ ଜମିରେ ଜବର ଦଖଲକୁ ବିରୋଧ: କାଟିଙ୍ଗିଆ ବନ୍ଦ, ସ୍କୁଲ, ସରକାରୀ କାର୍ଯ୍ୟାଳୟରେ ତାଲା

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୨୧।୬(ଡି.ଏନ.ଏ.)- କନ୍ଧମାଳ ଜିଲା ଦୁର୍ଗମ ପଞ୍ଚାୟତ କାଟିଙ୍ଗିଅ ମହର୍ଷି ଦୟାନନ୍ଦ ଉଚ୍ଚ ବିଦ୍ୟାଳୟର ଜମିରେ ଗତ ୧୦ବର୍ଷ ହେଲା ଜବରଦଖଲ କରି ଜଣେ ବ୍ୟକ୍ତି ଘର କରି ରହିଛନ୍ତି। ଏନେଇ ଗ୍ରାମବାସୀ ବହୁବାର ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କିଛି ସୁଫଳ ମିଳୁନାହିଁ। ଫଳରେ ଶୁକ୍ରବାର କାଟିଙ୍ଗିଆ ବନ୍ଦ ସହ ପଞ୍ଚାୟତରେ ଥିବା ସ୍କୁଲ, ଅଙ୍ଗନଓ୍ବାଡି କେନ୍ଦ୍ର ଓ ସରକାରୀ କାର୍ଯ୍ୟାଳୟରେ ତାଲାପକାଇ ଦେଇଛନ୍ତି ଅଞ୍ଚଳବାସୀ। ଦାବି ପୂରଣ ନହେବା ପର୍ଯ୍ୟନ୍ତ ତାଲା ଖୋଲିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି।
ସରକାରଙ୍କ ପକ୍ଷରୁ ଗ୍ରୀଷ୍ମ ଛୁଟି ପରେ ଶୁକ୍ରବାର ବିଦ୍ୟାଳୟ ଖୋଲିବାକୁ ଘୋଷଣା ହୋଇଥିଲା। କିନ୍ତୁ ଅଞ୍ଚଳର ଶତାଧିକ ଲୋକ ପଞ୍ଚାୟତରେ ଥିବା ୧୮ ବିଦ୍ୟାଳୟ, ୨୧ ଅଙ୍ଗନାୱାଡ଼କେନ୍ଦ୍ର ସହ ଉପସ୍ବାସ୍ଥ୍ୟକେନ୍ଦ୍ର, ରାଜସ୍ବ ନିରୀକ୍ଷକ, ପ୍ରାଣୀଧନ ନିରୀକ୍ଷକଙ୍କ କାର୍ଯ୍ୟାଳୟ ସମେତ ସମସ୍ତ ସରକାରୀ କାର୍ଯ୍ୟାଳୟରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଜବରଦଖଲ ଉଚ୍ଛେଦ ସହ ଜବରଦଖଲକାରୀଙ୍କ ଉପରେ ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ। ଦାବି ପୂରଣ ନହେବା ପର୍ଯ୍ୟନ୍ତ ସାଧାରଣ ବଣ୍ଟନ ସାମଗ୍ରୀ ଏବଂ ସରକାରୀ ଭତ୍ତାକୁ ଲୋକେ ଗ୍ରହଣ ନକରିବା ସହ ପଞ୍ଚାୟତ କାର୍ଯ୍ୟାଳୟକୁ ମଧ୍ୟ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ବନ୍ଦ ରଖାଯିବାକୁ ଅଞ୍ଚଳବାସୀ ନିଷ୍ପତି ନେଇଛନ୍ତି। ଜବରଦଖଲ ନ ହଟିବା ପର୍ଯ୍ୟନ୍ତ ବିକ୍ଷୋଭ କରାଯିବା ସହ ଆଗାମୀଦିନରେ ଦାରିଙ୍ଗବାଡ଼ି ତହସିଲ ଅଫିସ ସମେତ ବ୍ଲକ କାର୍ଯ୍ୟାଳୟକୁ ଅଚଳ କରିଦିଆଯିବ ବୋଲି ଆଞ୍ଚଳିକ ମହର୍ଷୀ ଦୟାନନ୍ଦ ସୁରକ୍ଷା କମିଟି ସଭାପତି ତଥା କାଟିଙ୍ଗିଆ ସରପଞ୍ଚ କପିଳାଶ ମଲ୍ଲିକ, ସମ୍ପାଦକ ପ୍ରେମାନନ୍ଦ ବସ୍ତରାୟ ଚେତାବନୀ ଦେଇଛନ୍ତି। ବିକ୍ଷୋଭ ବେଳେ ତିଆରିଗାଁ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖୋଲିଥିବାରୁ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ସହ ଆନ୍ଦୋଳନକାରୀ ଯୁକ୍ତିତର୍କ କରିଥିଲେ ଓ ପରେ ବିଦ୍ୟାଳୟରେ ତାଲା ପକାଇଥିଲେ।
ପ୍ରକାଶ ଯେ, ବିକ୍ଷୋଭକାରୀ ଜବର ଦଖଲଉଚ୍ଛେଦ ପାଇଁ କିଛିବର୍ଷ ହେଲା ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ସୁଦ୍ଧା କୌଣସି ସୁଫଳ ମିଳୁନଥିବା ସୁରକ୍ଷା କମିଟି ଅଭିଯୋଗ କରିଛି। ଜବରଦଖଲ ଯୋଗୁ ଉକ୍ତ ବିଦ୍ୟାଳୟରେ ଉନ୍ନୟନମୂଳକ କାମ ହୋଇପାରୁନାହିଁ। ଚଳିତମାସ ୧୦ରେ ଅଞ୍ଚଳବାସୀ ଫୁଳବାଣୀ ଯାଇ ଜିଲାପାଳଙ୍କୁ ଫେରାଦ ହୋଇଥିଲେ ସୁଦ୍ଧା କୌଣସି ସୁଫଳ ନମିଳିବାରୁ ରାଜରାସ୍ତାକୁ ଓହ୍ଲାଇଲୁ ବୋଲି ବିକ୍ଷୋଭକାରୀମାନେ କହିଛନ୍ତି। ସେମାନେ ଏନେଇ କନ୍ଧମାଳ ଜିଲାପାଳଙ୍କ ସମେତ କନ୍ଧମାଳ ଏସପି, ବାଲିଗୁଡ଼ା ଉପଜିଲାପାଳ, ଜିଲା ଶିକ୍ଷା ଅଧିକାରୀ, ଦକ୍ଷିଣାଞ୍ଚ ରାଜସ୍ବ କମିଶନର, ସ୍ଥାନୀୟ ବିଧାୟକ. କନ୍ଧମାଳ ଏମପି, ମୁଖ୍ୟ ଶାସନ ସଚିବ, ତହସିଲଦାର ଏବଂ ବିଡିଓଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ଘଟଣା ସ୍ଥଳରେ କୌଣସି ଅଧିକାରୀ କିମ୍ବା ପୋଲିସ ପହଞ୍ଚତ୍ ନଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ଆନ୍ଦୋଳନ ପରେ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ)- ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ଆନ୍ଦୋଳନ କରିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବ ନିଷ୍ପତ୍ତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri