ବିଦେଶିନୀ

ଡ. ବାସୁଦେବ ମିଶ୍ର
ଟ୍ରେନର କମ୍ପାର୍ଟମେଣ୍ଟ ଭିତରକୁ ପଶିଯାଇ ଦେଖିଲି ମୋ ପାଖ ସିଟ୍‌ରେ ଉପବିଷ୍ଟା ଗୌରାଙ୍ଗୀ ତନ୍ବୀ ସମ୍ବଲପୁରୀ ଶାଢ଼ି ପରିହିତା ତରୁଣୀଙ୍କୁ ଭାରତୀୟ ଗେଟ୍‌ ଅପ୍‌ରେ। କିଛି କଲେଜପଢୁଆ ପିଲା ତାଙ୍କ ସହିତ ଖଣ୍ଡି ଇଂଲିଶରେ ବାର୍ତ୍ତାଳାପ କରୁଥାନ୍ତି। କହିବାକୁ ଗଲେ ବାର୍ତ୍ତାଳାପ କମ୍‌, ମଜା କରୁଥାନ୍ତି ବେଶି। ମଝି ମଝିରେ ସେହି ଯୁବତୀଙ୍କ ସମ୍ପର୍କରେ କିଛି ମନ୍ତବ୍ୟ ଦେବା ମଧ୍ୟ ମୋ କାନରେ ବାଜିଲା। ମୋ ସିଟ୍‌ ସେମାନେ ମୋତେ ଛାଡ଼ିଦେଲେ। ସେମାନଙ୍କ ଚପଳତା ମଧ୍ୟ ଧିମେଇ ଯିବାପରି ମୋତେ ଲାଗିଲା ଏବଂ କ୍ରମେ ସଂପୂର୍ଣ୍ଣ ବନ୍ଦ ହୋଇଗଲା।
ସମୟକ୍ରମେ ମୋର ତାଙ୍କ ସହିତ ଆରମ୍ଭ ହେଲା ବାର୍ତ୍ତାଳାପ। ପଚାରି ବୁଝିଲି ସେ ଆସିଛନ୍ତି ସୁଦୂର ନେଦରଲାଣ୍ଡରୁ ଭାରତ ଭ୍ରମଣ ଉଦ୍ଦେଶ୍ୟରେ। ବାଲେଶ୍ୱରରୁ ଯାଉଛନ୍ତି ପୁରୀ। ଗତକାଲି ତାଙ୍କର ସାଥୀମାନେ ପୁରୀ ଚାଲିଯାଇଛନ୍ତି। କୌଣସି ବିଶେଷ କାରଣରୁ ସେ ଯାଇପାରି ନ ଥିଲେ। ତାଙ୍କର ସାଥୀମାନଙ୍କ ସହ ଭେଟ ହେବ ପୁରୀରେ। ଆଜି ସନ୍ଧ୍ୟାରେ ତାଙ୍କର କିଛି କାର୍ଯ୍ୟକ୍ରମ ଅଛି ସେଠାରେ। ତା’ ପରଦିନ ସେମାନେ ଯିବେ ଫୁଲବାଣୀ।
ପ୍ରସଙ୍ଗକ୍ରମେ ପଚାରିଦେଲି- କେମିତି ଲାଗୁଛି ତାଙ୍କୁ ଆମ ଦେଶ। କେମିତି ଲାଗନ୍ତି ତାଙ୍କୁ ଆମ ଦେଶର ଲୋକେ, ସେମାନଙ୍କର ବ୍ୟବହାର। ମୁଁ ତାଙ୍କୁ ଏତକ ପ୍ରଶ୍ନ କରିବା ଭିତରେ ସେ ପ୍ରାୟ ଇମୋଶନାଲ ହୋଇ ସାରିଥିଲେ। ସେ ଭାରତ ଭ୍ରମଣରେ ଆସି ଅତି ବୁଦ୍ଧିମାନର କାମ କରିଛନ୍ତି। ତାଙ୍କ ଦଳର ଅନ୍ୟ ସଦସ୍ୟମାନଙ୍କର ମଧ୍ୟ ମତ ପ୍ରାୟ ଏଇଆ। ତେବେ ଏହି ଦେଶ ଜ୍ଞାନ ଓ ପୁଣ୍ୟର ଦେଶ ବୋଲି ତାଙ୍କର ମତ। ଏ ଭୂଇଁରେ ଭଗବାନ ସ୍ବଦେହରେ ଜନ୍ମ ନେଇ ଅର୍ଜୁନଙ୍କୁ ଗୀତା ଉପଦେଶ ଦେଇଥିଲେ। ତେଣୁ ସେ ଏ ଦେଶ ବୁଲିବାକୁ ଆସି ଅନେକ ଜ୍ଞାନ ଓ ପୁଣ୍ୟ ଅର୍ଜନ କରିଛନ୍ତି। ତାଙ୍କ କଥାରେ ମୁଁ ବିସ୍ମିତ ହେଲି। ଗୀତା ଉପଦେଶ କଥା ସେ କିପରି ଜାଣନ୍ତି? ପଚାରି ବୁଝିଲି ଅନେକ ଭାରତୀୟ ଶାସ୍ତ୍ରପୁରାଣ ସେ ଅଧ୍ୟୟନ କରିଛନ୍ତି। ଭାରତୀୟ ଦର୍ଶନ ତାଙ୍କ ପାଠ୍ୟର ଅନ୍ତର୍ଗତ ଥିଲା। ସେହି ହେତୁରୁ ଭଗବତ୍‌ ଗୀତା ସେ ପଢ଼ିଛନ୍ତି। ସେଥିତ୍ରୁ ଅନେକ ଶ୍ଳୋକ ତାଙ୍କର କଣ୍ଠସ୍ଥ ଅଛି। ତାଙ୍କ କଣ୍ଠରୁ ଗୀତାର ଶ୍ଳୋକ ‘ଧର୍ମକ୍ଷେତ୍ରେ କୁରୁକ୍ଷେତ୍ରେ ସମବେତାଃ ଯୁଜୁତ୍ସବଃ, ମାମକାଃ ପାଣ୍ଡବାଶ୍ଚୈବ କିମକୁର୍ବତ ସଞ୍ଜୟ’ରୁ ଆରମ୍ଭକରି ଅନେକ ଶ୍ଳୋକ ଶୁଣି ମୋର ବିସ୍ମୟର ସୀମା ରହିଲା ନାହିଁ।
କେବଳ ସେତିକି ନୁହେଁ। ଭାରତବର୍ଷର ତୁଙ୍ଗ ରାଜନେତାଙ୍କଠାରୁ ଆରମ୍ଭ କରି ସ୍ବାଧୀନ ଭାରତର ଅନେକ ଶହୀଦଙ୍କ ସମ୍ପର୍କରେ ତାଙ୍କର ଜ୍ଞାନ ଗଭୀର। ଭାରତର ଅନେକ ଦର୍ଶନୀୟ ସ୍ଥାନ ସମ୍ପର୍କରେ ସେ ଅବଗତ। ସେଗୁଡ଼ିକ ସମ୍ବନ୍ଧରେ ସେ ପୁସ୍ତକରୁ ତଥା ଇଣ୍ଟରନେଟରୁ ବହୁ ତଥ୍ୟ ସଂଗ୍ରହ କରିଛନ୍ତି। ଜର୍ମାନୀର କୌଣସି ଏକ ବିଶ୍ୱବିଦ୍ୟାଳୟରେ ପଢୁଥିବା ସମୟରେ କେତେକ ଭାରତୀୟ ସହପାଠୀ ବନ୍ଧୁ ମଧ୍ୟ ତାଙ୍କର ଅଛନ୍ତି। ସେମାନଙ୍କ ସହିତ ତାଙ୍କର ପତ୍ରାଳାପ ସଂଯୋଗ ରହିଛି। ଭାରତ ଆସିବା ପରେ ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ସହିତ ସାକ୍ଷାତ ମଧ୍ୟ ହୋଇ ସାରିଲାଣି।
ସେ ଯେଉଁ ଶାଢ଼ିଟି ପିନ୍ଧିଛନ୍ତି, ସେ ସମ୍ପର୍କରେ ତାଙ୍କର ବିଚାରଧାରା ଅନନ୍ୟ। ଶାଢ଼ିିଟିରେ ପ୍ରକୃତିର ବ୍ୟାଖ୍ୟା ତାଙ୍କ ମନକୁ ସତେଯେମିତି ମୋହାବିଷ୍ଟ କରିଛି। ମନୁଷ୍ୟର କାରିଗରି, ପୁରୀ ଜଗନ୍ନାଥଙ୍କ ରଥର ସୁନ୍ଦର କଳାକୃତି ତାଙ୍କୁ ଏହି ଶାଢ଼ିିଟି ପ୍ରତି ଆକୃଷ୍ଟ କରିଛି। ବାଲେଶ୍ୱରର ଏକ ଦୋକାନରୁ ସେ କିଣିଛନ୍ତି ଏଇ ଶାଢ଼ିି କିଛିଦିନ ତଳେ। ଆଜି ଦ୍ୱିତୀୟ ଥର ପାଇଁ ପିନ୍ଧିଛନ୍ତି। ଭାରି ଭଲ ଲାଗୁଛି। ପଚାରିଲି- ଶାଢ଼ିଟିକୁ ସୁନ୍ଦର ଭାବେ ପିନ୍ଧିଛନ୍ତି, ପିନ୍ଧିବା ଶିଖିଲେ କେଉଁଠୁ? ପ୍ରଶ୍ନଟିକୁ ଶୁଣି ପ୍ରଥମେ ଖୁବ୍‌ ହସିଲେ ସେ। ଉତ୍ତରରେ କହିଲେ- ଇଣ୍ଟରନେଟରୁ ସେ ଶାଢ଼ି ପିନ୍ଧିବା ଶିଖିଛନ୍ତି, ତେବେ ବାଲେଶ୍ୱରର ଜଣେ ଓଡ଼ିଆଣୀ ବୋହୂ ତାଙ୍କୁ ଏ ବାଟରେ ବହୁତ ସାହାଯ୍ୟ କରିଛନ୍ତି। ଟିକିଏ ହସି ସେ ପୁଣି କହିଲେ- ସି ଇଜ୍‌ ମାଇଁ ଟିଚର। ସି ଟଟ୍‌ ମି ହାଓ ଟୁ ୱିଅର ଇଟ୍‌।
ମୁଣ୍ଡରେ ଓଡ଼ିଆଣୀ ବେଣୀ, କାନରେ ଝୁମୁକା, ନାକରେ ନାକଫୁଲ ସାଙ୍ଗକୁ ପାଦରେ ଅଳତା ଏବଂ ପାଉଁଜି ଖୁବ୍‌ ମାନୁଥିଲା ତାଙ୍କୁ। କୌଣସି ମେକ୍‌ ଅପ୍‌ ବିନା ସେ କଣ୍ଢେଇଟିଏ ପରି ଝଲସି ଉଠୁଥିଲେ। ମୁହଁରେ ସରୁ ହସଟିଏ ଲାଗି ରହିଥିଲା ଯେମିତି।
କେମିତି ଲାଗୁଛି ଆମ ଦେଶ ଆପଣଙ୍କୁ? କେମିତି ଲାଗୁଛନ୍ତି ଏଠା ଲୋକମାନେ, ଚାଲିଚଳନ, ବ୍ୟବହାର? ବୃକ୍ଷଲତା, ରାସ୍ତାଘାଟ କେମିତି ଲାଗୁଛନ୍ତି ଆପଣଙ୍କୁ? ମନରେ ଉତ୍କଣ୍ଠା ରଖି ପଚାରିଦେଲି।
ଫିକ୍‌ କିନା ହସିଦେଇ କହି ପକେଇଲେ, ଏଭ୍ରିଥିଙ୍ଗ ଫାଇନ୍‌। ଆଇ ଲଭ୍‌ ଏଭ୍ରିଥିଙ୍ଗ। ବହୁତ ଭଲ ଲାଗୁଛି। ଏଇ ଯେମିତି ଆପଣ। କେତେ କମ୍‌ ସମୟରେ ଆମ ଦୁହିଁଙ୍କ ମଧ୍ୟରେ ଏତେ ନିବିଡ଼ତା। ମୁଁ ଭାବିଲି- ଏଇ କିଛି ସମୟ ତଳେ ତାଙ୍କ ସହିତ ଚଗଲାମି କରୁଥିବା ପିଲା କେତେଜଣଙ୍କ ବ୍ୟବହାରକୁ ସେ ହୁଏତ ମାଇଣ୍ଡ କରି ନାହାନ୍ତି। ପଜିଟିଭ୍‌ ଥିଙ୍କିଙ୍ଗ ରଖିଲେ ସବୁ ଭଲ ଲାଗିବ ସବୁଠି। ସେ କହୁଥିଲେ, ଭାରତବର୍ଷ ପ୍ରାଚୀନ ସଂସ୍କୃତିର ଦେଶ। ଏଠି ଏମିତି ଖରାପ ଲାଗିବା ପରି କିଛି ନାହିଁ। ହଁ, ଖରାପ ଲୋକ ସବୁଠି ଅଛନ୍ତି। ଆମେ ସେମାନଙ୍କ କଥା ମନକୁ ଆଣିବା ଆବଶ୍ୟକ ନାହିଁ। ଏଠା ପ୍ରକୃତି ଅତି ସୁନ୍ଦର। ତା’ଠାରୁ ଆହୁରି ସୁନ୍ଦର ଏଠାକାର ସାଂସ୍କୃତିକ ପରମ୍ପରା।
ଆମ ପାରିବାରିକ ସଂସ୍କୃତିରେ ପ୍ରତିପାଳିତ ଆଜିକାଲିର ଝିଅଟିଏ ଶାଢ଼ି ପିନ୍ଧି ବାହାବେଦିରେ ବସେ। ଶାଢ଼ି ପିନ୍ଧି ଶାଶୁଘରକୁ ଯାଏ। କିନ୍ତୁ ସେଇଟିକୁ ସେ ବାଧ୍ୟବାଧକତାରେ ପିନ୍ଧେ ବୋଲି ମନେହୁଏ। କାରଣ ସମୟ ସୁବିଧା ଖୋଜି ପୁଣି ଡ୍ରେସ୍‌ର ଖୋଳପାଟିଏ ଦେହରେ ଗଳାଇଦିଏ। ସ୍ବାମୀ ସହିତ ସହରାଞ୍ଚଳରେ ରହିବାର ସୁବିଧା ହୋଇଗଲା ତ କଥା ସଇଲା। ପୂରା ସ୍ବାଧୀନ। କେହି କହିବାର ନାହିଁ। ନାଇଟି ଗୋଟାଏ ପିନ୍ଧି ରହିଥିବ ଅନବରତ। ମୁଣ୍ଡରେ ବେଣୀ ଖୋସା ପାରିବା ସମୟ ତ କେବେଠୁ ଗଲାଣି। ବିୟୁଟି ପାର୍ଲରର ହେୟାର କଟ୍‌ ବିଚିତ୍ର ଧରଣର। କିଛି ଆଗକୁ ତ କିଛି ପଛକୁ। ରଙ୍ଗ କିଛି ନାଲି ତ କିଛି କହରା। ପିନ୍ଧିଥିବା ଡ୍ରେସ୍‌ କେତେବେଳେ କାନ୍ଧପାଖରେ ଚିରା ତ କେତେବେଳେ ଜଙ୍ଘ ପାଖରେ ଫଟା। ପିଠିପାଖ ମୁକୁଳା ତ ଛାତିର ଅଧାଅଂଶ ଫୁଙ୍ଗୁଳା। ଯେଉଁମାନଙ୍କୁ ଅନୁସରଣ କରି ଆମେ ଏତେବାଟ ଗଲୁଣି ସେମାନେ ଯେ ଆମ ପିଛା ଧରିଛନ୍ତି, ଏ କଥା ଆମେ କେବେ ବୁଝିବା?
ଦଶରଥପୁର, ଯାଜପୁର, ମୋ-୯୪୩୮୩୨୮୭୫୫


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri