ବିଦେଶରେ ‘ମୋ ସ୍କୁଲ’:ଓଡ଼ିଆଙ୍କଠାରୁ ସାହାଯ୍ୟ ପାଇଁ ପ୍ରୟାସ

ଭୁବନେଶ୍ୱର, ୧୩।୧୨(ବ୍ୟୁରୋ):‘ମୋ ସ୍କୁଲ’ ଯୋଜନା ସଂକ୍ରାନ୍ତରେ ଆମେରିକାରେ ରହୁଥିବା ଓଡ଼ିଆଙ୍କୁ ଅବଗତ କରାଇବା ସହ ସେମାନଙ୍କଠାରୁ ସାହାଯ୍ୟ ପାଇବା ପାଇଁ ଆରମ୍ଭ ହୋଇଛି ପ୍ରୟାସ। ଏଥିପାଇଁ ‘ମୋ ସ୍କୁଲ’ ଯୋଜନାର ଅଧ୍ୟକ୍ଷା ସୁସ୍ମିତା ବାଗ୍‌ଚୀ ଆସନ୍ତା ୧୫ ତାରିଖରେ କାଲିଫର୍ନିଆସ୍ଥିତ ମିଲିପିଟାସଠାରେ ଏକ କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି। ଏଥିପାଇଁ ଭାରତୀୟ କନ୍‌ସେଲ ଜେନେରାଲଙ୍କ ଦପ୍ତରରୁ କାଲିଫର୍ନିଆରେ ରହୁଥିବା ଓଡ଼ିଆମାନଙ୍କ ନିକଟକୁ ନିମନ୍ତ୍ରଣ ପତ୍ର ପଠାଯାଇଛି। କାର୍ଯ୍ୟକ୍ରମର ସୂଚନା ଅନୁଯାୟୀ, ୧୫ ତାରିଖ ଅପରାହ୍ନ ୪ଟାରେ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଥିବାବେଳେ ଅତିଥିମାନଙ୍କୁ ‘ମୋ ସ୍କୁଲ’ ଯୋଜନା ଉପରେ କ୍ଷୁଦ୍ର ଚଳଚ୍ଚିତ୍ର ଦେଖାଯିବ। ଏହାପରେ ଅଧ୍ୟକ୍ଷା ବାଗ୍‌ଚୀ ଉପସ୍ଥିତ ବ୍ୟକ୍ତିଙ୍କୁ ‘ମୋ ସ୍କୁଲ’ ଯୋଜନା ସଂକ୍ରାନ୍ତରେ ଅବଗତ କରାଇବେ। ଏହାପରେ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରହିଛି। ଇଣ୍ଡୋ-ଆମେରିକା ସେବକ ଫାଉଣ୍ଡେଶନ ସହିତ ମଧ୍ୟ ଏ ସଂକ୍ରାନ୍ତରେ ଏକ ରାଜିନାମା ସ୍ବାକ୍ଷରିତ ହେବ।
ସୂଚନାନୁଯାୟୀ, କାଲିଫର୍ନିଆରେ ଥିବା ଓଡ଼ିଆମାନେ ଯେଭଳି ‘ମୋ ସ୍କୁଲ’ ଯୋଜନାକୁ ଆର୍ଥିକ ସହାୟତା ଯୋଗାଇଦେବେ ସେ ଦିଗରେ ସେମାନଙ୍କୁ ଅବଗତ କରାଯିବ। ଏଠାରେ ଉଲ୍ଲେଖଯୋଗ୍ୟ, ବିଦ୍ୟାଳୟର ପୂର୍ବତନ ଛାତ୍ରୀଛାତ୍ରଙ୍କ ସହଯୋଗରେ ବିଦ୍ୟାଳୟର ଭିତ୍ତିଭୂମି ବିକାଶ ଲାଗି ରାଜ୍ୟରେ ‘ମୋ ସ୍କୁଲ’ ଯୋଜନା ଆରମ୍ଭ ହୋଇଛି। ଯୋଜନା ଅନୁଯାୟୀ ପୂର୍ବତନ ଛାତ୍ରୀଛାତ୍ରମାନେ ବିଦ୍ୟାଳୟକୁ ଯେତିକି ଟଙ୍କା ସହାୟତା କରିବେ ସରକାର ତାହାର ଦୁଇଗୁଣ ଅର୍ଥ ଯୋଗାଇଦେବେ। ଇତିମଧ୍ୟରେ ରାଜ୍ୟରେ ‘ମୋ ସ୍କୁଲ’ ଯୋଜନାରେ ପୂର୍ବତନ ଛାତ୍ରୀଛାତ୍ରମାନେ ଅଂଶଗ୍ରହଣ କରିବା ସହ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି। ତେବେ ଏହି ଯୋଜନାରେ ଏବେ ପ୍ରଥମ ଥର ବିଦେଶରୁ ଅର୍ଥ ଆଣିବା ଲାଗି ଉଦ୍ୟମ ଆରମ୍ଭ ହୋଇଛି। ଯୋଜନା ଆରମ୍ଭ ହେବା ପରେ ଇତିମଧ୍ୟରେ ମୋ ସ୍କୁଲ ପାଣ୍ଠି ୧୦୦ କୋଟି ଟଙ୍କା ଟପିଯାଇଛି। ପ୍ରାୟ ଦେଢ଼ ଲକ୍ଷ ପୂର୍ବତନ ଛାତ୍ରୀଛାତ୍ର ସହାୟତା ବାବଦରେ ୩୩ କୋଟି ୬୦ଲକ୍ଷରୁ ଅଧିକ ଟଙ୍କା ଯୋଗାଇ ଦେଇଥିବାବେଳେ ରାଜ୍ୟ ସରକାର ତାଙ୍କ ପ୍ରତିଶ୍ରୁତି ମୁତାବକ ଦାନ ପରିମାଣର ଦୁଇଗୁଣା ଅର୍ଥ ଯୋଗାଇ ଦେଇଛନ୍ତି। ଏବେ ବିଦେଶରୁ ସହାୟତା ମିଳିଲେ ‘ମୋ ସ୍କୁଲ’ ଯୋଜନା ପାଣ୍ଠି ବୃଦ୍ଧି ପାଇବ ବୋଲି କର୍ତ୍ତୃପକ୍ଷ ଆଶା ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓମ୍‌ଫେଡ୍‌ର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଦୁଗ୍ଧଚାଷୀଙ୍କୁ ଲିଟର ପ୍ରତି ୨ ଟଙ୍କା ଅଧିକ ମିଳିବ

ଭୁବନେଶ୍ୱର,୯ା୯: ରାଜ୍ୟର ଦୁଗ୍ଧଚାଷୀମାନଙ୍କ ଜୀବିକା, ଆୟ ଓ ସ୍ବାର୍ଥକୁ ପ୍ରାଥମିକତା ଦେଇ ଓମ୍‌ଫେଡ୍‌ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୧୧ ତାରିଖରୁ ଚାଷୀମାନଙ୍କଠାରୁ ଦୁଗ୍ଧ…

ମଦ ନିଶାରେ ବାପାଙ୍କୁ ପିଟି ହତ୍ୟା, ଥାନାରେ ଆତ୍ମସମର୍ପଣ କଲା ପୁଅ

ପାଟଣା, ୯/୯ (ବୀର କିଶୋର ଦାଶ): ପାରିବାରିକ କଳହକୁ କେନ୍ଦ୍ର କରି କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ନୁଆଖମଣ ଗ୍ରାମରେ ଏକ ଅଭାବନୀୟ ହତ୍ୟାକାଣ୍ଡ ଘଟିଛି।…

ବିବାହ ପରେ ଏହି ୨ ରାଶିଙ୍କର ଖୋଲେ ଭାଗ୍ୟର ତାଲା, ହୁଅନ୍ତି କୋଟିପତି! ଜୀବନରେ ଆସେ ଧନ-ଐଶ୍ୱର୍ଯ୍ୟ

ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟେକ ରାଶିର ନିଜସ୍ବ ଗୁଣ ଓ ଗ୍ରହ ପ୍ରଭାବ ରହିଛି। ଜ୍ୟୋତିଷୀୟ ମାନ୍ୟତା ଅନୁସାରେ, କିଛି ରାଶିର ଲୋକଙ୍କ ପାଇଁ ବିବାହ ପରେ ଧନ,…

ବ୍ଲାକ୍‌ରୋଜ୍‌ ଜାହାଜ ବୁଡ଼ି ଘଟଣାକୁ ୧୭ ବର୍ଷ ପୂରିଲା: କାରଣ ଏବେବି ଅସ୍ପଷ୍ଟ

ପାରାଦୀପ, ୯।୯(ଶରତ ରାଉତ):ପାରାଦୀପ ବନ୍ଦରରୁ ଚାଇନା ଅଭିମୁଖେ ଯାଉଥିବା ଏମ୍‌ଭି ବ୍ଲାକରୋଜ୍‌ ଜାହାଜ ବୁଡ଼ିବା ଘଟଣାକୁ ଇତିମଧ୍ୟରେ ୧୭ ବର୍ଷ ପୂରିଗଲାଣି। ଉକ୍ତ ବ୍ଲାକରୋଜ୍‌ ବୁଡ଼ି ଘଟଣାକୁ…

୪୮ ଘଣ୍ଟା ପରେ ବଦଳିବ ଗ୍ରହଙ୍କ ଚଳନ: ଫେବୃଆରୀ ୨୦୨୭ ଯାଏ ବୃଷ ସମେତ ୪ ରାଶିଙ୍କୁ ମିଳିବ ଅପ୍ରତ୍ୟାଶିତ ଲାଭ, ବ୍ୟବସାୟରେ…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ୟୁରେନସ୍‌କୁ ଅରୁଣ ଗ୍ରହ ବୋଲି କୁହାଯାଏ। ଆଧୁନିକ ଏବଂ ପାଶ୍ଚାତ୍ୟ ଜ୍ୟୋତିଷରେ ଏହି ଗ୍ରହକୁ ଅଚାନକ ପରିବର୍ତ୍ତନ, ନୂଆ ପରିସ୍ଥିତି ଓ ଅପ୍ରତ୍ୟାଶିତ…

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୫ ଓରାଙ୍ଗଉଟାନ: ଦେଖନ୍ତୁ…

ଭୁବନେଶ୍ୱର,୯।୯: ବାଲେଶ୍ୱର ବିଚିତ୍ରପୁର ଜଙ୍ଗଲରୁ ଉଦ୍ଧାର ହୋଇଥିବା ୫ଟି ଓରାଙ୍ଗଉଟାନ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପହଞ୍ଚିଛନ୍ତି। ଉଦୟପୁର ଫରେଷ୍ଟ ଅଫିସରୁ ଏହି ୫ଟି ଓରାଙ୍ଗଉଟାନଙ୍କୁ ନନ୍ଦନକାନନକୁ ଅଣାଯାଇଛି।…

ଫ୍ଲାଟ୍‌ରୁ ଝୁଲନ୍ତା ଅବସ୍ଥାରେ ମିଳିଲା ପୂର୍ବତନ ମୁଖ୍ୟ ଶାସନ ସଚିବଙ୍କ ମୃତଦେହ, ଘଟଣାକୁ ନେଇ ଖେଳିଗଲା ଚାଞ୍ଚଲ୍ୟ

ନୂଆଦିଲ୍ଲୀ, ୯।୯: ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ୧୯୭୫ ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀ ରାକେଶ ମେହଟ୍ଟା (୭୪) ନୋଏଡ଼ା ସ୍ଥିତ ନିଜ ଫ୍ଲାଟ୍‌ରେ ଆତ୍ମହତ୍ୟା…

କୋହଲିଙ୍କୁ ପଛରେ ପକାଇଲେ ରୋହିତ! ଟି-୨୦ ଅନ୍ତର୍ଜାତୀୟରେ ଭାରତର ଦ୍ରୁତତମ ଶତକ ଭାବେ ନମ୍ବର-୧, ଜାଣନ୍ତୁ କିଏ କେଉଁ ସ୍ଥାନରେ…

ନୂଆଦିଲ୍ଲୀ,୯।୯: ଗତ ଦୁଇ ଦଶନ୍ଧି ଧରି କ୍ରିକେଟର ସବୁଠୁ ଲୋକପ୍ରିୟ ଫର୍ମାଟ ହେଉଛି ଟି-୨୦। ପ୍ରାୟ ପ୍ରତି ମାସରେ ବିଶ୍ୱର କୌଣସି ନା କୌଣସି ଦେଶରେ ଟି-୨୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri