ବିଦାୟ ବେଳାରେ ସରକାରଙ୍କୁ ବିରାଲଙ୍କ ପରାମର୍ଶ: ବନ୍ଦ ହେଉ ଲାଭ ଦେଉ ନ ଥିବା ସବ୍‌ସିଡି ସ୍କିମ୍‌

ମୁମ୍ବାଇ,୨୪-୭ – ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ସ୍ବାଧୀନତା ନେଇ ମୁଖର ଥିବା ଡେପୁଟି ଗଭର୍ନର ବିରାଲ ଆଚାର୍ଯ୍ୟ ନିଜ କାର୍ଯ୍ୟକାଳର ଶେଷ ଦିନରେ ମଙ୍ଗଳବାର କେନ୍ଦ୍ର ସରକାରଙ୍କୁ ଅର୍ଥନୀତି ନେଇ କେତେକ ପରାମର୍ଶ ଦେଇଛନ୍ତି। ଫାଇଦା ଦେଉ ନ ଥିବା ସବ୍‌ସିଡିଯୁକ୍ତ ଯୋଜନା(ସ୍କିମ୍‌)ଗୁଡ଼ିକୁ ସରକାର ବିଚାର କରି ବନ୍ଦ କରିଦିଅନ୍ତୁ ବୋଲି ସେ ତାଙ୍କ ପରାମର୍ଶରେ କହିଛନ୍ତି।
ଚାକିରି କାଳର ୬ ମାସ ପୂର୍ବରୁ ନିଜ ପଦରୁ ଇସ୍ତଫା ଦେଇଥିବା ବିରାଲ ପୂର୍ବତନ ଗଭର୍ନର ଡ.ଉର୍ଜିତ ପଟେଲଙ୍କ ବଡ଼ ସମର୍ଥକ ଥିଲେ। ରିଜର୍ଭ ବ୍ୟାଙ୍କର ସ୍ବାଧୀନତାରେ କେନ୍ଦ୍ର ସରକାର ହସ୍ତକ୍ଷେପ କରୁଛନ୍ତି ବୋଲି ଖୋଲାଖୋଲି ଅଭିଯୋଗ କରି ସମସ୍ତଙ୍କୁ ଚକିତ କରିଥିବା ବିରାଲ କେନ୍ଦ୍ରୀୟ ବ୍ୟାଙ୍କରେ ମୁଦ୍ରାନୀତି ନିର୍ଣ୍ଣାୟକ କମିଟିର ଅନ୍ୟତମ ସଦସ୍ୟ ଥିଲେ। ସେ କହିଛନ୍ତି ଯେ, କ୍ଷତିରେ ଚାଲୁଥିବା ରାଷ୍ଟ୍ରାୟତ୍ତ କମ୍ପାନୀଗୁଡ଼ିକରୁ ସରକାର ନିଜର ଅଂଶଧନକୁ ପ୍ରତ୍ୟାହାର କରିନିଅନ୍ତୁ। ଏହାଦ୍ୱାରା ଘରୋଇ ସେକ୍ଟର ଏଥିରେ ପ୍ରବେଶ କରିପାରିବେ। କାରଣ ଏଭଳି ରାଷ୍ଟ୍ରାୟତ୍ତ କମ୍ପାନୀଙ୍କ ଯୋଗୁ ସରକାରଙ୍କ ଉପରେ ଅଯଥା ବୋଝ ବଢ଼ିବାରେ ଲାଗିଛି। ଏହି ନିଷ୍ପତ୍ତି ଯୋଗୁ ଏହା ହାଲୁକା ହୋଇଯିବ। ତାଙ୍କ ମତରେ ୨୦୦୦ ପରେ ଉତ୍ପାଦନ ତୁଳନାରେ ଭାରତର ଋଣ ୬୭ରୁ ବୃଦ୍ଧି ପାଇ ୮୫%ରେ ପହଞ୍ଚତ୍ୟାଇଛି। ଯାହା କି, କୌଣସି ବିକାଶଶୀଳ ବଜାର ଠାରୁ ଯଥେଷ୍ଟ ଅଧିକ। ମିଡିଆ ରିପୋର୍ଟ ଅନୁଯାୟୀ, ବିଦାୟର ଠିକ୍‌ ପୂର୍ବରୁ ବିରାଲ ଏହା ମଧ୍ୟ କହିଛନ୍ତି ଯେ, ସରକାରୀ ଋଣ ବୃଦ୍ଧି ପାଇବା ଯୋଗୁ ଡେଟ୍‌ ବଜାର ଉପରେ ଚାପ ବଢ଼ିବାର ବିପଦ ବଢ଼ିବ। ଏହାଦ୍ୱାରା ସୁଧ ହାର ବଢ଼ିଯିବାର ଆଶଙ୍କା ସୃଷ୍ଟି ହେବ। ଫଳସ୍ବରୂପ କମ୍ପାନୀଙ୍କ ପାଇଁ ଋଣ ଆହୁରି ମହଙ୍ଗା ହୋଇଯିବ। ଉଲ୍ଲେଖ କରାଯାଇପାରେ ଯେ, ମୁଦ୍ରାସ୍ଫୀତିକୁ ନେଇ ସର୍ବଦା ଦୃଢ଼ ମନୋଭାବ ପ୍ରଦର୍ଶନ କରିଆସୁଥିବା ବିରାଲ ଅନେକ ଥର ସୁଧ ହାର ହ୍ରାସ ନିଷ୍ପତ୍ତିକୁ ବିରୋଧ କରିଆସିଛନ୍ତି। ମୁଦ୍ରା ନୀତି ସମୀକ୍ଷା କମିଟି ବୈଠକରେ ସେ ଏ ପ୍ରସଙ୍ଗରେ ବାରମ୍ବାର ନିଜର ଅସହମତି ପ୍ରକାଶ କରିଆସିଛନ୍ତି। ଆଚାର୍ଯ୍ୟଙ୍କ ସମୟରେ ହିଁ ମୁଦ୍ରା ନୀତି ସମୀକ୍ଷା କମିଟିକୁ ୬ ସଦସ୍ୟବିଶିଷ୍ଟ କରାଯାଇଥିଲା। ନ୍ୟୁୟର୍କ ୟୁନିଭର୍ସିଟିର ଷ୍ଟେର୍ମ ସ୍କୁଲ୍‌ ଅଫ୍‌ ବିଜନେସ୍‌ରେ ପ୍ରଫେସର ଥିବା ଆଚାର୍ଯ୍ୟ ବ୍ୟକ୍ତିଗତ କାରଣ ଦର୍ଶାଇ ଆର୍‌ବିଆଇରୁ ଦୂରେଇ ଯାଇଛନ୍ତି। ୨୦୧୭ ଜାନୁୟାରୀ ୨୩ରେ କେନ୍ଦ୍ରୀୟ ବ୍ୟାଙ୍କରେ ସେ ଯୋଗ ଦେଇଥିଲେ। ତାଙ୍କର କାର୍ଯ୍ୟକାଳ ୩ବର୍ଷ ପର୍ଯ୍ୟନ୍ତ ରହିଥିଲା। ସୂଚନାଯୋଗ୍ୟ ଯେ, ଆର୍‌ବିଆଇ ଗଭର୍ନର ଶକ୍ତିକାନ୍ତ ଦାସଙ୍କ ନିଷ୍ପତ୍ତିକୁ ବିରାଲ ସହଜରେ ଗ୍ରହଣ କରିପାରୁ ନ ଥିଲେ। ସେ ନିଜର ସ୍ବତନ୍ତ୍ର ମତପୋଷଣ କରୁଥିଲେ। ଗତ ଦୁଇଟି ମୁଦ୍ରାନୀତି କମିଟି ବୈଠକରେ ସେ ମୁଦ୍ରାସ୍ପୀତି ଏବଂ ଜିଡିପି ଅଭିବୃଦ୍ଧିକୁ ନେଇ ଭିନ୍ନ ମତପୋଷଣ କରିଥିଲେ। ଗଭର୍ନର ପଦରୁ ଉର୍ଜିତ ପଟେଲ ଇସ୍ତଫା ଦେବା ପୂର୍ବରୁ ବିରାଲ ଏକ ଖୋଲା ସଭାରେ ୁ ଆର୍‌ବିଆଇ ସ୍ବାଧୀନତାରେ କେନ୍ଦ୍ର ସରକାର ହସ୍ତକ୍ଷେପ କରୁଥିବା ଅଭିଯୋଗ କରିଥିଲେ। କେନ୍ଦ୍ରୀୟ ବ୍ୟାଙ୍କର ସ୍ବାଧୀନତାକୁ ସମ୍ମାନ ନ କଲେ ଶୀଘ୍ର ହେଉ ଅଥବା ବିଳମ୍ବ ସରକାରଙ୍କୁ ବଜାରର ଅସନ୍ତୋଷର ସାମ୍ନା କରିବାକୁ ପଡିବ। ବଜାରରୁ ସରକାରଙ୍କୁ
ନିରାଶ ହେବାକୁ ପଡିବ। ଏକ ଗୁରୁତ୍ୱପୂର୍ଣ୍ଣ ସଂସ୍ଥାର କମ୍‌ ମୂଲ୍ୟାୟନ କରିବା
ନେଇ ସରକାର ପରେ ପଶ୍ଚାତ୍ତାପ କରିବେ। ସେ କହିଥିଲେ ଯେ, ସରକାରଙ୍କୁ କ୍ରୂର ଅଥଚ ସ୍ବଚ୍ଛ ସତ୍ୟ ଜଣାଇବା ଆର୍‌ବିଆଇର କାର୍ଯ୍ୟ। ଅର୍ଥନୀତି ସମ୍ପର୍କରେ ଏହା ମିତ୍ର ଭାବେ ସରକାରଙ୍କୁ ବାରମ୍ବାର ସଚେତ କରିଥାଏ। ଯିବା ବେଳେ ବିରାଲ କହିଛନ୍ତି ଯେ, ସରକାରଙ୍କ ଦ୍ୱାରା ଋଣ ମାଫ୍‌ କରିବା ଅତ୍ୟନ୍ତ ବିପଦପୂର୍ଣ୍ଣ। ଏହାଦ୍ୱାରା ବ୍ୟାଙ୍କଗୁଡ଼ିକ ଦୀର୍ଘସମୟ ଧରି କ୍ଷତି ସହିବେ। ସରକାର କ୍ରମାଗତ ଋଣ ଛାଡ଼ କରିଚାଲିଲେ ବ୍ୟାଙ୍କଗୁଡ଼ିକ ପାଇଁ କାମ କରିବା ଅସୁବିଧା ଜନକ ହେବ ବୋଲି ବିରାଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୀଷ୍ମଗିରି ଉଚ୍ଚ ବିଦ୍ୟାଳୟରେ ପାଚିକା ସହାୟିକାମାନଙ୍କୁ ରୋଷେଇ ସମୟରେ ସୁରକ୍ଷା

ଦିଗପହଣ୍ଡି,୩୧|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଭୀଷ୍ମଗିରି ଗ୍ରାମ ସ୍ଥିତ ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ପୋଷଣ ଯୋଜନାରେ କାର୍ଯ୍ଯରତ ପାଚିକା…

ଦୁର୍ଗମ ଗାଁରେ ଉପଜିଲାପାଳଙ୍କ ଗସ୍ତ, ଆଦିବାସୀଙ୍କ ସମସ୍ୟା ଶୁଣିଲେ

ବଞ୍ଚୋ, ୩୧ ଜୁଲାଇ (ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ପନସଡ଼ିହା ପଞ୍ଚାୟତର ଅତି ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଗ୍ରାମଗୁଡ଼ିକୁ ଉପଜିଲାପାଳ ନୀଳମାଧବ ସୁନା, ବିଡିଓ…

CWG 2026: ଜୁଡୋରେ ଭାରତର ଐତିହାସିକ ସଫଳତା, ଅସ୍ମିତାଙ୍କ ପରେ ହର୍ଷ ସିଂହ ଜିତିଲେ ସ୍ୱର୍ଣ୍ଣ

ନୂଆଦିଲ୍ଲୀ,୩୧।୭: କମନୱେଲଥ୍ ଗେମ୍ସ ୨୦୨୬ରେ ଭାରତୀୟ କ୍ରୀଡ଼ା ଜଗତ ପାଇଁ ଆଜିର ଦିନଟି ଏକ ଐତିହାସିକ ଦିନ ହୋଇଛି। ଜୁଡୋରେ ଅସ୍ମିତା ଦେ ସ୍ୱର୍ଣ୍ଣ ପଦକ ଜିତିବାର…

ପିକ୍ଅପ  ଧକ୍କାରେ ସାଇକେଲ ଆରୋହୀ ମୃତ:  ମୃତଦେହ ଜବତ

ଦିଗପହଣ୍ଡି,୩୧|୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗୋକର୍ଣ୍ଣପୁର ଗ୍ରାମ ଶିବାନନ୍ଦ ଆଶ୍ରମ ନିକଟରେ ଏକ ମହିନ୍ଦ୍ରା ପିକ୍ଅପ…

ସ୍ମାର୍ଟ ସ୍କୁଲରେ ତାଲା, ବାରଣ୍ଡାରେ ପାଠପଢ଼ା

ମୋହନା,୩୦।୭(ମନ୍ମଥ ମିଶ୍ର): ପୂର୍ବ ସରକାରଙ୍କ ୫-ଟି ଯୋଜନାରେ ରୂପାନ୍ତରିତ ସ୍ମାର୍ଟ ସ୍କୁଲ, କିନ୍ତୁ ସ୍ମାର୍ଟ ଶିକ୍ଷା କେବଳ ସରକାରୀ ଦସ୍ତାବିଜରେ ସୀମିତ ରହିଯାଇଛି। ଏଠାରେ ସ୍ମାର୍ଟ କ୍ଲାସରୁମରେ…

କଶ୍ମୀର କୁଲଗାମରେ ଆତଙ୍କବାଦୀ ଆକ୍ରମଣ: ଦୁଇ ଅଣସ୍ଥାନୀୟ ବ୍ୟକ୍ତିଙ୍କୁ ଗୁଳିମାଡ଼, ଜଣଙ୍କ ମୃତ୍ୟୁ

ଶ୍ରୀନଗର,୩୧।୭: କଶ୍ମୀରର କୁଲଗାମ ଜିଲାରେ ଶୁକ୍ରବାର ଏକ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି। ଆତଙ୍କବାଦୀମାନେ ଦୁଇଜଣ ଅଣ-ସ୍ଥାନୀୟ ବା ବାହାର ଶ୍ରମିକଙ୍କୁ ଟାର୍ଗେଟ କରି ଆଖିବୁଜା ଗୁଳିଚାଳନା…

CWG 2026: ଇତିହାସ ରଚିଲେ ଭାରତର ଅସ୍ମିତା ଦେ’, ଜୁଡୋରେ ଜିତିଲେ ପ୍ରଥମ ସ୍ୱର୍ଣ୍ଣ ପଦକ

ନୂଆଦିଲ୍ଲୀ, ୩୧।୭: କମନୱେଲ୍ଡ ଗେମ୍ସ (ରାଜ୍ୟଗୋଷ୍ଠୀ କ୍ରୀଡା) ଇତିହାସରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି। ଭାରତର ଯୁବ ଜୁଡୋ ଖେଳାଳି ଅସ୍ମିତା ଦେ’ ୪୮…

ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କୁ ଅଶାଳୀନ ମନ୍ତବ୍ୟ, ଥାନାରେ ଅଭିଯୋଗ

ହାଟଡିହୀ,୩୧।୭(ଶୁଭକାନ୍ତ ନାୟକ):ରାଜ୍ୟରେ ଭାଜପା ସରକାର ଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୋସିଆଲ ମିଡିଆରେ ଅଶାଳୀନ ମନ୍ତବ୍ୟ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଏପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri