Posted inଜାତୀୟ

ବିଜୟ ଜ୍ୟୋତି ସହ ଦ୍ରାସ୍‌ରେ ଦୌଡିଲେ କାରଗିଲ୍‌ ହିରୋ

ନୂଆଦିଲ୍ଲୀ: କାରଗିଲ୍‌ ଯୁଦ୍ଧରେ ପାକିସ୍ତାନୀ ସେନାର ମୋର୍ଟାର ଆକ୍ରମଣରେ ଡାହାଣ ଗୋଡ଼ ହରାଇଥିଲେ ମେଜର ଦେବେନ୍ଦ୍ର ପାଲ୍‌ ସିଂହ। କାରଗିଲ୍‌ ବିଜୟ ଦିବସ ଉପଲକ୍ଷେ ବିଜୟ ଜ୍ୟୋତି ଧରି ଦ୍ରାସ୍‌ ସେକ୍ଟରେ ଶେଷ ରାଉଣ୍ଡରେ ତାଙ୍କୁ ଦୌଡିବା ଦେଖାଯାଇଛି। ସେ କୃତ୍ରିମ ଗୋଡ଼ରେ ଏଭଳି ସାହସ ପ୍ରଦର୍ଶନ କରିଛନ୍ତି। ଜୁଲାଇ ୧୪ରେ ତାଙ୍କୁ ଏହି ବିଜୟ ଜ୍ୟୋତି ଗୃହମନ୍ତ୍ରୀ ରାଜନାଥ ସିଂହ ଦିଲ୍ଲୀରେ ପ୍ରଦାନ କରିଥିଲେ। ୧୯୯୭ ମସିହାରେ ଭାରତୀୟ ସେନାରେ ଯୋଗଦେଇଥିବା ମେଜର ସିଂହଙ୍କୁ ୨୫ ବର୍ଷ ବୟସ ହୋଇଥିବାବେଳେ କାର୍‌ଗିଲ ଯୁଦ୍ଧକ ଲଢିଥିଲେ। ଡାହାଣ ଗୋଡ଼ ହରାଇବା ପରେ ବି ସେ ସେନାର ‘ବ୍ଲେଡ୍‌ ରନର’ ଭାବେ ପରିଚିତ । ଏହି ପରିଚୟକୁ ନେଇ ସେ ଏବେ ସୁଦ୍ଧା ୨୬ଟି ହାଫ୍‌ ମାରାଥନ୍‌ ଓ ଗୋଟିଏ ଫୁଲ୍‌ ମାରାଥନରେ ଭାଗ ନେଇଛନ୍ତି। ମେଜର ସିଂହ ଡୋଗ୍ରା ରେଜିମେଣ୍ଟରେ ଥିଲେ ଓ କାରଗିଲ ଯୁଦ୍ଧ ସମୟରେ ସେ ତାଙ୍କ ୟୁନିଟ ସହ ଅଖ୍‌ନୋର ଏରିଆରେ ମୁତୟନ ହୋଇଥିଲେ। ଏଲ୍‌ଓସି ନିକଟରେ ସେ ତାଙ୍କ କମାଣ୍ଡ୍‌ ସମ୍ଭାଳୁଥିଲେ। ତାଙ୍କ କମାଣ୍ଡ୍‌ରେ ଥିଲେ ୩୦ ଜଣ ସୈନିକ। ଜୁଲାଇ ୧୩, ୧୯୯୯ରେ ପାକିସ୍ଥାନୀ ସେନା ପକ୍ଷରୁ ଆକ୍ରମଣ ଆରମ୍ଭ ହୋଇଥିଲା। ଏହାର ଦୁଇଦିନ ପରେ ଜୁଲାଇ ୧୫ରେ ସେ ବଙ୍କର୍‌ ବାହାରେ ଥିଲାବେଳେ ତାଙ୍କୁ ଲକ୍ଷ୍ୟକରାଯାଇ ଶତ୍ରୁପକ୍ଷରୁ ଦୁଇଟି ମୋର୍ଟାର ବମ୍‌ ଆକ୍ରମଣ କରାଯାଇଥିଲା। ଗୋଟିଏ ତାଙ୍କୁ ଅତିକ୍ରମ କରି ଚାଲିଯାଇଥିବାବେଳେ ଅନ୍ୟଟି ତାଙ୍କ ଡ଼ାହାଣ ପାଖରେ ପଡିଥିଲା ଯାହାଫଳରେ ସେ ଗୁରୁତର ଆହତ ହୋଇଥିଲେ। ଏହାପରେ ତାଙ୍କୁ ମେଡିକାଲ ନିଆଯାଇଥିଲା ଓ ତାଙ୍କ ଚେତା ଫେରିବା ପରେ ଜାଣିବାକୁ ପାଇଥିଲେଯେ, ମେଡିକାଲରେ ପହଞ୍ଚତ୍ବା ସମୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଦେଇଥିଲେ। କିନ୍ତୁ ଜଣେ ଆନାସ୍ଥେସିଓଲୋଜିଷ୍ଟ ତାଙ୍କୁ ଛାଡି ଯିବାକୁ ମନା କରିଦେଇଥିଲେ । ସେ ତାଙ୍କ ଜୀବନ ବଞ୍ଚାଇଥିଲେ ବୋଲି କହନ୍ତି ମେଜର ସିଂହ। ସେହି ଡାକ୍ତରଙ୍କ ପରିଚୟ ୨୦ ବର୍ଷ ପରେ ଜାଣି ୧୫ ଦିନ ତଳେ ସେ ତାଙ୍କ ସହ କଥା ହୋଇଛନ୍ତି । ସେହି ଡାକ୍ତର ହେଉଛନ୍ତି କର୍ନେଲ ରାଜେନ୍ଦ୍ର ସିଂହ ଯେକି ଅବସର ନେବାପରେ ଏବେ କାଲିଫର୍ଣ୍ଣିଆରେ ରହୁଛନ୍ତି। ମେଜର ସିଂହ ମେଡ଼ିିକାଲରେ ଏକ ବର୍ଷ ଚିକିସତ୍ିତ ହୋଇଛନ୍ତି ଓ ତାଙ୍କର ଅନେକ ସର୍ଜରୀ କରାଯାଇଛି। ୨୦୦୯ରେ ସେ ଭାରତର ପ୍ରଥମ ଆମ୍ପ୍ୟୁଟି ମାରାଥନ୍‌ ରନର୍‌ ହୋଇଥିଲେ। ଲେହର ୧୧,୫୦୦ ଫୁଟ୍‌ ଉଚ୍ଚରେ ଅନୁଷ୍ଠିତ ମାରାଥନ୍‌ରେ ଭାଗ ନେଇଛନ୍ତି। ଏବେ ସେ ସ୍କାଏ୍‌ ଡାଇଭିଂ କରୁଛନ୍ତି। ସେ ବି ଜଣେ ଫ୍ରିଲାନ୍ସ ମୋଟିଭେଟର୍‌। ତାଙ୍କ ଗ୍ରାଫିକ ନୋଭେଲ‘ଗ୍ରିଟ୍‌:ଦି ମେଜର ଷ୍ଟୋରି’ ଆସନ୍ତା ମାସରେ ରିଲିଜ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌କୁ ପିଟିଲା ବାଇକ୍‌: ୨ ଛାତ୍ରଙ୍କ ସମେତ ୪ ଗୁରୁତର

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ନିକଟରେ ଶନିବାର ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଯୁକ୍ତ ୩ରେ ପଢୁଥିବା ୨ ଛାତ୍ରଙ୍କ ସମେତ…

ଦୁର୍ଘଟଣାରେ ଆହତ ବୃଦ୍ଧଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଆଜି ମୃତଦେହ ଜବତ କରି…

ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମ ନିକଟ ମୁଖ୍ୟରାସ୍ତାରେ ଏକ ବାଇକ୍‌ ଧକ୍କାରେ ସାନଖେମୁଣ୍ଡି ବ୍ଲକ ଗୌତମୀ ଗ୍ରାମର…

ଗୁଣିଆ ସନ୍ଦେହରେ ବାନ୍ଧିକି ରଖିଲେ, ଭିଡିଓ ଭାଇରାଲ

ପାତ୍ରପୁର,୧୨।୯(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ବି ନୂଆଗାଁ ଗ୍ରାମରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି l ଗ୍ରାମର କେଉଟ…

ଭଦ୍ରକରୁ ଅପହରଣ କରି ୫ ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ରଖିଥିଲେ ଅପହରଣକାରୀ, ଆଉ ତା’ ପରେ…

ହାଟଡିହୀ,୧୨ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ପୋଲିସ ପାଇଁ ଅପହରଣର ଶିକାର ହୋଇଥିବା ୩ ଜଣଙ୍କ ଜୀବନ ବଞ୍ଚିଯାଇଛି। ପୋଲିସର ହସ୍ତକ୍ଷେପ ପରେ ଅପହରଣ ଶିକାର ହୋଇ ୫…

ଜୀବନ ସଂଘର୍ଷରେ ହାରିଗଲେ ଚାଷୀ

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ଗ୍ରାମର ଜଣେ ଚାଷୀ ସାପ କାମୁଡ଼ାରେ ଗୁରୁତର ହୋଇ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା…

କାର୍‌ରେ ଚାଲାଣ ହେଉଥିଲା ଗଞ୍ଜେଇ, ଯାଞ୍ଚ ସମୟରେ ମହାରାଷ୍ଟ୍ରର ୨ ଅଭିଯୁକ୍ତଙ୍କୁ ଧରି…

ଦାରିଙ୍ଗବାଡ଼ି,୧୨ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତ ଟୋଲଗେଟ ନିକଟରେ ପୋଲିସ ବ୍ଲକିଂ କରି ଯାଞ୍ଚ କରିବା ସମୟରେ ଗୋଟିଏ କାର୍‌ରୁ ୪୨ କେଜି…

କାନପୁରରେ ବାରମ୍ବାର ଖସୁଛି ଅତଡ଼ା: ସ୍ଥିତି ଅନୁଧ୍ୟାନ କଲେ ଅଧିକାରୀ

ଛେନାପଦୀ/ହାଟଡିହୀ,୧୨l୯(ନିରାକାର ପରିଡା/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସୋସୋ ପଞ୍ଚାୟତ କାନପୁର ଗ୍ରାମର ଦକ୍ଷିଣ ପାର୍ଶ୍ୱ ସାଳନ୍ଦୀ ନଦୀ ଦ୍ୱାରା ବାରମ୍ବାର ଅତଡ଼ା ଖସି କାନପୁର…

ରାସ୍ତାରେ ଯାଉଯାଉ ବାଇକ୍‌ ସହ କଚାଡ଼ି ହୋଇପଡ଼ିଗଲେ ଯୁବକ, ୮ ଘଣ୍ଟା ପରେ…

ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା -ଛଣମେରି ଗ୍ରାମ ମଧ୍ୟବର୍ତ୍ତୀ ମୁଖ୍ୟରାସ୍ତା ୟରେ ଶନିବାର ମଧ୍ୟାହ୍ନରେ ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇଥିବା ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?