Posted inଜାତୀୟ

ବିଜୟ ଜ୍ୟୋତି ସହ ଦ୍ରାସ୍‌ରେ ଦୌଡିଲେ କାରଗିଲ୍‌ ହିରୋ

ନୂଆଦିଲ୍ଲୀ: କାରଗିଲ୍‌ ଯୁଦ୍ଧରେ ପାକିସ୍ତାନୀ ସେନାର ମୋର୍ଟାର ଆକ୍ରମଣରେ ଡାହାଣ ଗୋଡ଼ ହରାଇଥିଲେ ମେଜର ଦେବେନ୍ଦ୍ର ପାଲ୍‌ ସିଂହ। କାରଗିଲ୍‌ ବିଜୟ ଦିବସ ଉପଲକ୍ଷେ ବିଜୟ ଜ୍ୟୋତି ଧରି ଦ୍ରାସ୍‌ ସେକ୍ଟରେ ଶେଷ ରାଉଣ୍ଡରେ ତାଙ୍କୁ ଦୌଡିବା ଦେଖାଯାଇଛି। ସେ କୃତ୍ରିମ ଗୋଡ଼ରେ ଏଭଳି ସାହସ ପ୍ରଦର୍ଶନ କରିଛନ୍ତି। ଜୁଲାଇ ୧୪ରେ ତାଙ୍କୁ ଏହି ବିଜୟ ଜ୍ୟୋତି ଗୃହମନ୍ତ୍ରୀ ରାଜନାଥ ସିଂହ ଦିଲ୍ଲୀରେ ପ୍ରଦାନ କରିଥିଲେ। ୧୯୯୭ ମସିହାରେ ଭାରତୀୟ ସେନାରେ ଯୋଗଦେଇଥିବା ମେଜର ସିଂହଙ୍କୁ ୨୫ ବର୍ଷ ବୟସ ହୋଇଥିବାବେଳେ କାର୍‌ଗିଲ ଯୁଦ୍ଧକ ଲଢିଥିଲେ। ଡାହାଣ ଗୋଡ଼ ହରାଇବା ପରେ ବି ସେ ସେନାର ‘ବ୍ଲେଡ୍‌ ରନର’ ଭାବେ ପରିଚିତ । ଏହି ପରିଚୟକୁ ନେଇ ସେ ଏବେ ସୁଦ୍ଧା ୨୬ଟି ହାଫ୍‌ ମାରାଥନ୍‌ ଓ ଗୋଟିଏ ଫୁଲ୍‌ ମାରାଥନରେ ଭାଗ ନେଇଛନ୍ତି। ମେଜର ସିଂହ ଡୋଗ୍ରା ରେଜିମେଣ୍ଟରେ ଥିଲେ ଓ କାରଗିଲ ଯୁଦ୍ଧ ସମୟରେ ସେ ତାଙ୍କ ୟୁନିଟ ସହ ଅଖ୍‌ନୋର ଏରିଆରେ ମୁତୟନ ହୋଇଥିଲେ। ଏଲ୍‌ଓସି ନିକଟରେ ସେ ତାଙ୍କ କମାଣ୍ଡ୍‌ ସମ୍ଭାଳୁଥିଲେ। ତାଙ୍କ କମାଣ୍ଡ୍‌ରେ ଥିଲେ ୩୦ ଜଣ ସୈନିକ। ଜୁଲାଇ ୧୩, ୧୯୯୯ରେ ପାକିସ୍ଥାନୀ ସେନା ପକ୍ଷରୁ ଆକ୍ରମଣ ଆରମ୍ଭ ହୋଇଥିଲା। ଏହାର ଦୁଇଦିନ ପରେ ଜୁଲାଇ ୧୫ରେ ସେ ବଙ୍କର୍‌ ବାହାରେ ଥିଲାବେଳେ ତାଙ୍କୁ ଲକ୍ଷ୍ୟକରାଯାଇ ଶତ୍ରୁପକ୍ଷରୁ ଦୁଇଟି ମୋର୍ଟାର ବମ୍‌ ଆକ୍ରମଣ କରାଯାଇଥିଲା। ଗୋଟିଏ ତାଙ୍କୁ ଅତିକ୍ରମ କରି ଚାଲିଯାଇଥିବାବେଳେ ଅନ୍ୟଟି ତାଙ୍କ ଡ଼ାହାଣ ପାଖରେ ପଡିଥିଲା ଯାହାଫଳରେ ସେ ଗୁରୁତର ଆହତ ହୋଇଥିଲେ। ଏହାପରେ ତାଙ୍କୁ ମେଡିକାଲ ନିଆଯାଇଥିଲା ଓ ତାଙ୍କ ଚେତା ଫେରିବା ପରେ ଜାଣିବାକୁ ପାଇଥିଲେଯେ, ମେଡିକାଲରେ ପହଞ୍ଚତ୍ବା ସମୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଦେଇଥିଲେ। କିନ୍ତୁ ଜଣେ ଆନାସ୍ଥେସିଓଲୋଜିଷ୍ଟ ତାଙ୍କୁ ଛାଡି ଯିବାକୁ ମନା କରିଦେଇଥିଲେ । ସେ ତାଙ୍କ ଜୀବନ ବଞ୍ଚାଇଥିଲେ ବୋଲି କହନ୍ତି ମେଜର ସିଂହ। ସେହି ଡାକ୍ତରଙ୍କ ପରିଚୟ ୨୦ ବର୍ଷ ପରେ ଜାଣି ୧୫ ଦିନ ତଳେ ସେ ତାଙ୍କ ସହ କଥା ହୋଇଛନ୍ତି । ସେହି ଡାକ୍ତର ହେଉଛନ୍ତି କର୍ନେଲ ରାଜେନ୍ଦ୍ର ସିଂହ ଯେକି ଅବସର ନେବାପରେ ଏବେ କାଲିଫର୍ଣ୍ଣିଆରେ ରହୁଛନ୍ତି। ମେଜର ସିଂହ ମେଡ଼ିିକାଲରେ ଏକ ବର୍ଷ ଚିକିସତ୍ିତ ହୋଇଛନ୍ତି ଓ ତାଙ୍କର ଅନେକ ସର୍ଜରୀ କରାଯାଇଛି। ୨୦୦୯ରେ ସେ ଭାରତର ପ୍ରଥମ ଆମ୍ପ୍ୟୁଟି ମାରାଥନ୍‌ ରନର୍‌ ହୋଇଥିଲେ। ଲେହର ୧୧,୫୦୦ ଫୁଟ୍‌ ଉଚ୍ଚରେ ଅନୁଷ୍ଠିତ ମାରାଥନ୍‌ରେ ଭାଗ ନେଇଛନ୍ତି। ଏବେ ସେ ସ୍କାଏ୍‌ ଡାଇଭିଂ କରୁଛନ୍ତି। ସେ ବି ଜଣେ ଫ୍ରିଲାନ୍ସ ମୋଟିଭେଟର୍‌। ତାଙ୍କ ଗ୍ରାଫିକ ନୋଭେଲ‘ଗ୍ରିଟ୍‌:ଦି ମେଜର ଷ୍ଟୋରି’ ଆସନ୍ତା ମାସରେ ରିଲିଜ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

‘ଭାଜପାର ପ୍ରଥମ ଦିନ ଫ୍ଲପ୍‌ ହୋଇଗଲା’

ଲକ୍ଷ୍ନୌ,୧୯।୪: ସମାଜବାଦୀ ପାର୍ଟୀ ନେତା ଅଖିଳେଶ ଯାଦବ ଲୋକ ସଭା ନିର୍ବାଚନର ପ୍ରଥମ ଦିନର ଭୋଟିଂକୁ ନେଇ ଭାଜପାକୁ କଟାକ୍ଷ କରିଛନ୍ତି। ଭାଜପାର ପ୍ରଥମ ଦିନ...

ମେଣ୍ଟକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ଏମିତି…

ନୂଆଦିଲ୍ଲୀ,୧୯।୪: ଦେଶରେ ଆରମ୍ଭ ହୋଇଛି ଲୋକ ସଭା ନିର୍ବାଚନର ମହାପର୍ବ। ଏହାରି ଭିତରେ ୩ ଦଳ ଭୋଟରଙ୍କୁ ଆକର୍ଷିତ କରେଇବାକୁ ପୁରା ଜୋର ଲଗାଇ ଦେଇଛନ୍ତି।...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ

ଭୋପାଳ,୧୯।୪: ଭାଜପାର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀ ଭାବେ ଶୁକ୍ରବାର ନାମାଙ୍କନପତ୍ର ଦାଖଲ...

କଂଗ୍ରେସକୁ ଭୋଟ ନ ଦେବାକୁ କହିଲେ ମମତା ବାନାର୍ଜୀ

କୋଲକତା,୧୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିରୋଧୀ ଇଣ୍ଡିଆ ମେଣ୍ଟରେ ଥିବା ସିପିଆଇ(ଏମ) ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଉଭୟ ଦଳ ବେଙ୍ଗଲରେ...

‘ଜେଲ୍‌ରେ କେଜ୍‌ରିଓ୍ବାଲଙ୍କ ସହ କିଛି ବି ହୋଇପାରେ’

ନୂଆଦିଲ୍ଲୀ,୧୯।୪: ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ମଧୁମେହ ହୋଇଥିଲେ ହେଁ ସେ ଜେଲ୍‌ରେ ଆମ୍ବ ଏବଂ ମିଠା ଖାଉଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦାବି କରିଛି। ଏହାପରେ ରାଜନୈତିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri