ବିଜେଡିରେ ପରାଜୟ ମନ୍ଥନ ପ୍ରକ୍ରିୟା ଆରମ୍ଭ:

ଭୁବନେଶ୍ୱର,୨୮।୫(ବ୍ୟୁରୋ)
ନିର୍ବାଚନ ଫଳାଫଳ ପରେ ବିଜେଡି ୫ମ ଥର ପାଇଁ ରାଜ୍ୟରେ ସରକାର ଗଢିବାକୁ ଯାଉଛି। ହେଲେ ସରକାର ଗଢିବା ଖୁସି ଅପେକ୍ଷା ୯ ଲୋକ ସଭା ଏବଂ କେତେକ ଗୁରୁତ୍ୱପୂର୍ଣ୍ଣ ବିଧାନସଭା ଆସନରେ ପରାଜୟ ଦଳର ମୁଣ୍ଡବିନ୍ଧାର କାରଣ ହୋଇଛି। ପରାଜୟର କାରଣ ଖୋଜିବା ପାଇଁ ଦଳ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ସୋମବାର ନବୀନ ନିବାସରେ ବିଭିନ୍ନ ନିର୍ବାଚନମଣ୍ଡଳୀରେ ପରାସ୍ତ ହୋଇଥିବା ନେତାମାନଙ୍କର ଭିଡ ଦେଖିବାକୁ ମିଳିଥିଲା। ସେମାନେ କେଉଁ କାରଣରୁ ହାରିଲେ, ସେ ନେଇ ଦଳୀୟ ଫୋରମ୍‌ରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ତେଣୁ ପରାଜିତ ପ୍ରାର୍ଥୀମାନେ ନିଜ ନିଜର ଅସଫଳତା ନେଇ ଏକ ରିପୋର୍ଟ ନେତୃତ୍ୱ ନିକଟରେ ପ୍ରଦାନ କରିଛନ୍ତି।
କେତେଜଣ ନେତା ନିଜ ପ୍ରଚାର ଶୈଳୀକୁ ପରାଜୟର କାରଣ ବୋଲି କହିବା ସହ କେତେକ ଦଳୀୟ ନେତାଙ୍କ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ଏପରିକି କେତେଜଣ ନେତା ଗଣମାଧ୍ୟମ ସମ୍ମୁଖରେ ନିଜ ଦଳୀୟ ନେତାଙ୍କ ବିରୋଧରେ କହିବାକୁ ପଛାଇ ନାହାନ୍ତି। ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଆୟୁବ ଖାଁ, ବଲାଙ୍ଗୀରର ପୂର୍ବତନ ଏମ୍‌ପି କଳିକେଶ ନାରାୟଣ ସିଂଦେଓଙ୍କ ଉପରେ ବର୍ଷିଛନ୍ତି। ଆୟୁବ କହିଛନ୍ତି ଯେ, କଳିକେଶ ସିଂଦେଓ ଜିଲାରେ ଅନେକ ନେତାକୁ ବିଧାୟକ ହେବାର ସ୍ବପ୍ନ ଦେଖାଇଲେ। ଏହା ଦ୍ୱାରା ଗୋଷ୍ଠୀ ବୃଦ୍ଧି ପାଇଲା, ଏହା ପରବର୍ତ୍ତୀ ସମୟରେ ଦଳର ପରାଜୟର ମଧ୍ୟ କାରଣ ହେଲା ବୋଲି ଆୟୁବ କହିଛନ୍ତି। ବଲାଙ୍ଗୀର ଲୋକ ସଭା ଏବଂ ଏହା ଅନ୍ତର୍ଗତ ବଲାଙ୍ଗୀର, ଲୋଇସିଂହା ଏବଂ କଣ୍ଟାବାଞ୍ଜି ଆସନ ବିଜେଡି ହାତରୁ ଚାଲିଯାଇଛି। ତେଣୁ ଏହି ପରାଜୟର ସମୀକ୍ଷା ପରେ କେତେଜଣ ନେତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି ରାଜନୈତିକ ସମୀକ୍ଷକମାନେ କହିଛନ୍ତି। ଆୟୁବଙ୍କ ଅଭିଯୋଗ ଉପରେ କଳିକେଶଙ୍କ ପ୍ରତିକ୍ରିୟା ପାଇଁ ଚେଷ୍ଟା କରାଯାଇଥିଲା। ହେଲେ ତାହା ଆମ୍ଭର ହସ୍ତଗତ ହୋଇପାରିନାହିଁ। ସେହିପରି ସୁନ୍ଦରଗଡ ଲୋକ ସଭା ଏବଂ ଏହା ଅଧୀନ ସୁନ୍ଦରଗଡ, ତଳସରା,ବୀରମିତ୍ରପୁର, ରାଜଗାଙ୍ଗପୁର, ବଣାଇ ଆସନ ବିଜେଡି ହାତରୁ ଚାଲିଯାଇଛି। ସୁନ୍ଦରଗଡ ବିଧାନସଭା ନିର୍ବାଚନମଣ୍ଡଳୀ ପ୍ରାର୍ଥୀ ଯୋଗେଶ ସିଂ ଏବଂ ଲୋକ ସଭା ପ୍ରାର୍ଥୀ ସୁନୀତା ବିଶ୍ୱାଳ ପରାଜୟ ପାଇଁ ନିଜକୁ ଦାୟୀ କରିଛନ୍ତି। ହେଲେ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ସୁନ୍ଦରଗଡ ଲୋକ ସଭା ପ୍ରାର୍ଥିନୀଙ୍କୁ ନେଇ ବିଜେଡିରେ ମତଭେଦ ରହିଥିଲା। ନିକଟ ଅତୀତରେ ଦଳକୁ ଆସିଥିବା ଜଣେ କଂଗ୍ରେସ ନେତାଙ୍କ ପ୍ରରୋଚନାରେ ସୁନୀତାଙ୍କୁ ପ୍ରାର୍ଥୀ କରାଯାଇଥିଲା। ସେହି ସମୟରେ ଅନ୍ୟ କାହା ପ୍ରସ୍ତାବକୁ ଗୁରୁତ୍ୱ ଦିଆଯାଇ ନ ଥିଲା। ସୁନ୍ଦରଗଡ ପ୍ରାର୍ଥୀ ଚୟନ ନେଇ ବିଜେଡି ଫେରିବାକୁ ଚାହଁୁଥିବା ଜଣେ ପ୍ରତିଷ୍ଠାତା ସଦସ୍ୟ ମଧ୍ୟ ଅସନ୍ତୋଷ ପ୍ରକାଶ କରିଥିଲେ। ସେ ବିଜେଡିକୁ ନ ଫେରିବା ପାଇଁ ସୁନ୍ଦରଗଡ ଲୋକ ସଭା ପ୍ରାର୍ଥୀ ଚୟନ ଏବଂ ଆମଦାନୀ ନେତାଙ୍କୁ ଅଧିକ ଗୁରୁତ୍ୱ ପ୍ରମୁଖ କାରଣ ବୋଲି ରାଜନୈତିକ ପଣ୍ଡିତମାନେ ମତ ରଖିଛନ୍ତି। ଅପରପକ୍ଷରେ ଚଳିତ ନିର୍ବାଚନରେ କେତେଜଣ ବିଧାୟକ ପ୍ରାର୍ଥୀ ଏମ୍‌ପି ପ୍ରାର୍ଥୀଙ୍କୁ ଭୋଟ କରାଇବାରେ ସହଯୋଗ କରିନାହାନ୍ତି। ଅନୁରୂପଭାବେ କେତେଜଣ ଏମ୍‌ପି ପ୍ରାର୍ଥୀ ଦଳ ଏବଂ ବିଧାୟକ ପ୍ରାର୍ଥୀଙ୍କ ଉପରେ ଅଧିକ ନିର୍ଭରଶୀଳ ହୋଇପଡିଥିଲେ, ଯାହା ପରୋକ୍ଷରେ ବିଜେଡିକୁ କ୍ଷତି କରିଥିବା ନେତୃତ୍ୱ ଅନୁଭବ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?