ବିଜେଡିରେ ପରାଜୟ ମନ୍ଥନ ପ୍ରକ୍ରିୟା ଆରମ୍ଭ:

ଭୁବନେଶ୍ୱର,୨୮।୫(ବ୍ୟୁରୋ)
ନିର୍ବାଚନ ଫଳାଫଳ ପରେ ବିଜେଡି ୫ମ ଥର ପାଇଁ ରାଜ୍ୟରେ ସରକାର ଗଢିବାକୁ ଯାଉଛି। ହେଲେ ସରକାର ଗଢିବା ଖୁସି ଅପେକ୍ଷା ୯ ଲୋକ ସଭା ଏବଂ କେତେକ ଗୁରୁତ୍ୱପୂର୍ଣ୍ଣ ବିଧାନସଭା ଆସନରେ ପରାଜୟ ଦଳର ମୁଣ୍ଡବିନ୍ଧାର କାରଣ ହୋଇଛି। ପରାଜୟର କାରଣ ଖୋଜିବା ପାଇଁ ଦଳ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ସୋମବାର ନବୀନ ନିବାସରେ ବିଭିନ୍ନ ନିର୍ବାଚନମଣ୍ଡଳୀରେ ପରାସ୍ତ ହୋଇଥିବା ନେତାମାନଙ୍କର ଭିଡ ଦେଖିବାକୁ ମିଳିଥିଲା। ସେମାନେ କେଉଁ କାରଣରୁ ହାରିଲେ, ସେ ନେଇ ଦଳୀୟ ଫୋରମ୍‌ରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ତେଣୁ ପରାଜିତ ପ୍ରାର୍ଥୀମାନେ ନିଜ ନିଜର ଅସଫଳତା ନେଇ ଏକ ରିପୋର୍ଟ ନେତୃତ୍ୱ ନିକଟରେ ପ୍ରଦାନ କରିଛନ୍ତି।
କେତେଜଣ ନେତା ନିଜ ପ୍ରଚାର ଶୈଳୀକୁ ପରାଜୟର କାରଣ ବୋଲି କହିବା ସହ କେତେକ ଦଳୀୟ ନେତାଙ୍କ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ଏପରିକି କେତେଜଣ ନେତା ଗଣମାଧ୍ୟମ ସମ୍ମୁଖରେ ନିଜ ଦଳୀୟ ନେତାଙ୍କ ବିରୋଧରେ କହିବାକୁ ପଛାଇ ନାହାନ୍ତି। ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଆୟୁବ ଖାଁ, ବଲାଙ୍ଗୀରର ପୂର୍ବତନ ଏମ୍‌ପି କଳିକେଶ ନାରାୟଣ ସିଂଦେଓଙ୍କ ଉପରେ ବର୍ଷିଛନ୍ତି। ଆୟୁବ କହିଛନ୍ତି ଯେ, କଳିକେଶ ସିଂଦେଓ ଜିଲାରେ ଅନେକ ନେତାକୁ ବିଧାୟକ ହେବାର ସ୍ବପ୍ନ ଦେଖାଇଲେ। ଏହା ଦ୍ୱାରା ଗୋଷ୍ଠୀ ବୃଦ୍ଧି ପାଇଲା, ଏହା ପରବର୍ତ୍ତୀ ସମୟରେ ଦଳର ପରାଜୟର ମଧ୍ୟ କାରଣ ହେଲା ବୋଲି ଆୟୁବ କହିଛନ୍ତି। ବଲାଙ୍ଗୀର ଲୋକ ସଭା ଏବଂ ଏହା ଅନ୍ତର୍ଗତ ବଲାଙ୍ଗୀର, ଲୋଇସିଂହା ଏବଂ କଣ୍ଟାବାଞ୍ଜି ଆସନ ବିଜେଡି ହାତରୁ ଚାଲିଯାଇଛି। ତେଣୁ ଏହି ପରାଜୟର ସମୀକ୍ଷା ପରେ କେତେଜଣ ନେତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି ରାଜନୈତିକ ସମୀକ୍ଷକମାନେ କହିଛନ୍ତି। ଆୟୁବଙ୍କ ଅଭିଯୋଗ ଉପରେ କଳିକେଶଙ୍କ ପ୍ରତିକ୍ରିୟା ପାଇଁ ଚେଷ୍ଟା କରାଯାଇଥିଲା। ହେଲେ ତାହା ଆମ୍ଭର ହସ୍ତଗତ ହୋଇପାରିନାହିଁ। ସେହିପରି ସୁନ୍ଦରଗଡ ଲୋକ ସଭା ଏବଂ ଏହା ଅଧୀନ ସୁନ୍ଦରଗଡ, ତଳସରା,ବୀରମିତ୍ରପୁର, ରାଜଗାଙ୍ଗପୁର, ବଣାଇ ଆସନ ବିଜେଡି ହାତରୁ ଚାଲିଯାଇଛି। ସୁନ୍ଦରଗଡ ବିଧାନସଭା ନିର୍ବାଚନମଣ୍ଡଳୀ ପ୍ରାର୍ଥୀ ଯୋଗେଶ ସିଂ ଏବଂ ଲୋକ ସଭା ପ୍ରାର୍ଥୀ ସୁନୀତା ବିଶ୍ୱାଳ ପରାଜୟ ପାଇଁ ନିଜକୁ ଦାୟୀ କରିଛନ୍ତି। ହେଲେ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ସୁନ୍ଦରଗଡ ଲୋକ ସଭା ପ୍ରାର୍ଥିନୀଙ୍କୁ ନେଇ ବିଜେଡିରେ ମତଭେଦ ରହିଥିଲା। ନିକଟ ଅତୀତରେ ଦଳକୁ ଆସିଥିବା ଜଣେ କଂଗ୍ରେସ ନେତାଙ୍କ ପ୍ରରୋଚନାରେ ସୁନୀତାଙ୍କୁ ପ୍ରାର୍ଥୀ କରାଯାଇଥିଲା। ସେହି ସମୟରେ ଅନ୍ୟ କାହା ପ୍ରସ୍ତାବକୁ ଗୁରୁତ୍ୱ ଦିଆଯାଇ ନ ଥିଲା। ସୁନ୍ଦରଗଡ ପ୍ରାର୍ଥୀ ଚୟନ ନେଇ ବିଜେଡି ଫେରିବାକୁ ଚାହଁୁଥିବା ଜଣେ ପ୍ରତିଷ୍ଠାତା ସଦସ୍ୟ ମଧ୍ୟ ଅସନ୍ତୋଷ ପ୍ରକାଶ କରିଥିଲେ। ସେ ବିଜେଡିକୁ ନ ଫେରିବା ପାଇଁ ସୁନ୍ଦରଗଡ ଲୋକ ସଭା ପ୍ରାର୍ଥୀ ଚୟନ ଏବଂ ଆମଦାନୀ ନେତାଙ୍କୁ ଅଧିକ ଗୁରୁତ୍ୱ ପ୍ରମୁଖ କାରଣ ବୋଲି ରାଜନୈତିକ ପଣ୍ଡିତମାନେ ମତ ରଖିଛନ୍ତି। ଅପରପକ୍ଷରେ ଚଳିତ ନିର୍ବାଚନରେ କେତେଜଣ ବିଧାୟକ ପ୍ରାର୍ଥୀ ଏମ୍‌ପି ପ୍ରାର୍ଥୀଙ୍କୁ ଭୋଟ କରାଇବାରେ ସହଯୋଗ କରିନାହାନ୍ତି। ଅନୁରୂପଭାବେ କେତେଜଣ ଏମ୍‌ପି ପ୍ରାର୍ଥୀ ଦଳ ଏବଂ ବିଧାୟକ ପ୍ରାର୍ଥୀଙ୍କ ଉପରେ ଅଧିକ ନିର୍ଭରଶୀଳ ହୋଇପଡିଥିଲେ, ଯାହା ପରୋକ୍ଷରେ ବିଜେଡିକୁ କ୍ଷତି କରିଥିବା ନେତୃତ୍ୱ ଅନୁଭବ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗେଷ୍ଟ ହାଉସରେ ବ୍ୟବସାୟୀ ରହସ୍ୟମୟ ମୃତଦେହ ଠାବ

ଭୁବନେଶ୍ୱର,୧୯।୪: ଗୁରୁବାର ଭୁବନେଶ୍ୱରର ମୈତ୍ରୀ ବିହାର ଅଞ୍ଚଳର ଏକ ଗେଷ୍ଟ ହାଉସରୁ ଜଣେ ବ୍ୟବସାୟୀଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତକଙ୍କ ନାମ ତପନ ପ୍ରସାଦ...

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଧଳାବାଘ ‘ସ୍ନେହା’ ମୃତ

ଭୁବନେଶ୍ୱର,୧୯।୪: ଶୁକ୍ରବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଚିକିତ୍ସିତ ହେଉଥିବାବେଳେ ଧଳାବାଘ ‘ସ୍ନେହା’ର ମୃତ୍ୟୁ ଘଟିଛି। ବୃଦ୍ଧାବସ୍ଥା ଏବଂ ଗ୍ରୀଷ୍ମ ପ୍ରବାହ କାରଣରୁ ଗତକାଲି ଅସୁସ୍ଥ ହେବା...

୨ଦିନ ପରେ ହ୍ରାସ ପାଇବ ତାପମାତ୍ରା

ଭୁବନେଶ୍ୱର,୧୯।୪: ଆଗାମୀ ୨ଦିନ ତାପମାତ୍ରାରେ କୌଣସି ପ୍ରକାର ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। ଅର୍ଥାତ ୨ ଦିନ...

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

ବାଇକ୍‌ଆରୋହୀଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ, ନିର୍ବାଚନ ସମୟରେ ଏତେ ଟଙ୍କା କେଉଁଠୁ ଆସିଲା ଚାଲିଛି ତନାଘନା

ଝାରବନ୍ଧ,୧୯ା୪(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଗୁରୁବାର ରାତିରେ ଡଭାଛକଠାରେ ଚେକିଂ କରୁଥିବା ସମୟରେ ୨ ବାଇକ୍‌ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା...

ବିପଜ୍ଜନକ ସ୍ତରରେ ହିଟ୍‌ଓ୍ବେଭ୍‌, ଚିନ୍ତା ବଢ଼ାଇଲା ଆଇଏମଡି ରିପୋର୍ଟ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ସକାଳ ସାଢ଼େ ୮ଟାରେ ୬୪% ଆର୍ଦ୍ରତା...

୨୧ରୁ ତାତିରେ ଲାଗିବ ବ୍ରେକ୍‌, ଏହି ସବୁ ଜିଲାରେ ବର୍ଷିବ

ଭୁବନେଶ୍ୱର,୧୯।୪: ତାତିରୁ ମିଳିବ ଆଶ୍ୱସ୍ତି। ୨୧ ଓ ୨୨ ତାରିଖ ବେଳକୁ ଖରାର ପ୍ରକୋପ ସାମାନ୍ୟ ହ୍ରାସ ପାଇବା ସହ ରାଜ୍ୟରେ କିଛି ସ୍ଥାନରେ ବର୍ଷା...

‘ଓଡ଼ିଶାରେ ଏତିକି ଲୋକ ସଭା ଆସନ ଜିତିବ ଭାଜପା’

ଭୁବନେଶ୍ୱର,୧୯।୪: ବିଧାନସଭା ନିର୍ବାଚନ ପାଇଁ ଭାଜପା ଦ୍ୱିତୀୟ ପର୍ଯ୍ୟାୟ ସୁଦ୍ଧା ୧୩୧ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ତେବେ ଖୁବ୍‌ଶୀଘ୍ର ଭାଜପାର ଅବଶିଷ୍ଟ ବିଧାନସଭା ପ୍ରାର୍ଥୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri