ବିଖଣ୍ଡିତ ଚଲାପଥ ସଂଯୋଗ ଉପରେ ଗୁରୁତ୍ୱ

ଅନୁଗୋଳ ସହର,୨୩।୧ – ସେଭ୍‌ ଏଲିଫ୍ୟାଣ୍ଟ ଫାଉଣ୍ଡେଶନ ଟ୍ରଷ୍ଟ ଆନୁକୂଲ୍ୟରେ ଓଡ଼ିଶା ପରିବେଶ ସମିତି ଓ ଓଡ଼ିଶା ସରକାରଙ୍କ ଜଙ୍ଗଲ ବିଭାଗ ସହଯୋଗରେ ଚାଲିଥିବା ହାତୀ ଚଲାପଥ ପଦଯାତ୍ରା ବୁଧବାର ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟ ଟିକରପଡ଼ାଠାରେ ଉଦ୍‌ଯାପିତ ହୋଇଯାଇଛି। ଅବସରପ୍ରାପ୍ତ ପିସିସିଏଫ୍‌ ଓଡ଼ିଶା ସରକାରଙ୍କ ଲୋକାୟୁକ୍ତ ସଦସ୍ୟ ଡ. ଦେବବ୍ରତ ସ୍ବାଇଁ ଏଥିରେ ଅଧ୍ୟକ୍ଷତା କରିଥିଲେ। ସେଭ୍‌ ଏଲିଫ୍ୟାଣ୍ଟ ଫାଉଣ୍ଡେଶନ୍‌ର ଚେୟାରମ୍ୟାନ ଡ. ରଜନୀକାନ୍ତ ଜେନା, ସେଭ୍‌ ଏଲିଫ୍ୟାଣ୍ଟ ଫାଉଣ୍ଡେଶନର ଟ୍ରଷ୍ଟି ଡ. ପ୍ରକାଶ ଜେନା, ଓଡ଼ିଶା ଏନ୍‌ଭରମେଣ୍ଟାଲ ସୋସାଇଟି ସଭାପତି ସୁନ୍ଦର ନାରାୟଣ ପାତ୍ର, ଓଇଏସ୍‌ର ସେକ୍ରେଟାରୀ ଡ. ଜୟକୃଷ୍ଣ ପାଣିଗ୍ରାହୀ, ୱାଇଲ୍ଡ ଲାଇଫ୍‌ ଇଣ୍ଡିଆର ଜାନବି ଅମେଡ୍‌, ନରେନ୍‌ ମୋହନ, ଆଶିଷ ଜାହାଙ୍ଗୀର, ମୋହିତ ପାୟଲ, ଶିବାଶିଷ ସାହୁ, ସାତକୋଶିଆ ଡିଏଫ୍‌ଓ ରାମାସ୍ବାମୀ ପି, ଏସିଏଫ୍‌ ଶୁଭେନ୍ଦୁ ବେହେରା ପ୍ରମୁଖ ଯୋଗ ଦେଇଥିଲେ। ରାଜ୍ୟର ପ୍ରମୁଖ ହାତୀ ଚଲାପଥ ଗୁଡ଼ିକର ବର୍ତ୍ତମାନ ସ୍ଥିତି ଓ ମୁଖ୍ୟ ସମସ୍ୟାଗୁଡ଼ିକୁ ନିରୂପଣ କରିବା ଉଦ୍ଦେଶ୍ୟରେ ଜଙ୍ଗଲ ଅଞ୍ଚଳ ମଧ୍ୟରେ ଏହି ସର୍ବେକ୍ଷଣ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ଶିମିଳିପାଳ ଜୈବମଣ୍ଡଳ ଅଧୀନସ୍ଥ ଠାକୁରମୁଣ୍ଡା ଠାରେ ୧୨ ତାରିଖରେ ଓଡ଼ିଶା ଲୋକାୟୁକ୍ତ ସଦସ୍ୟ ଓ ଦେବବ୍ରତ ସ୍ବାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏକ ସାଧାରଣ ସଭାରେ ବନ୍ୟଜୀବ ପିସିସିଏଫ୍‌ ଡ. ହରିଶଙ୍କର ଉପାଧ୍ୟାୟଙ୍କ ସମେତ ଅନ୍ୟ ଅତିଥିମାନେ ସ୍ଥାନୀୟ ଅଧିବାସୀମାନଙ୍କୁ ହାତୀ ବାସସ୍ଥଳୀ ଓ ଚଲାପଥର ଗୁରୁତ୍ୱ ସହ ସୁରକ୍ଷା ପାଇଁ ସେମାନଙ୍କ ଭୂମିକା ସମ୍ପର୍କରେ ଅବଗତ କରିଥିଲେ। ଏହାପରେ ଆୟୋଜକ ଅନୁଷ୍ଠାନର ସଦସ୍ୟ ଓ ସ୍ଥାନୀୟ ଅଧିବାସୀମାନେ ଗୋଟିଏ ଗୋଷ୍ଠୀରେ ହଦଗଡ଼, ଆନନ୍ଦପୁର, ରେମାଳ, ଦୈତାରୀ, କାଳିଆପାଣି, କାମାକ୍ଷାନଗର, କଣିହଁା, ତାଳଚେର, ହଣ୍ଡପା, କୁରାବ ଦେଇ ଟିକରପଡ଼ାରେ ପହଞ୍ଚିଥିଲେ। ସେହିପରି ଅନ୍ୟ ଗୋଷ୍ଠୀଟି ଭୀମକୁଣ୍ଡ, ଆନନ୍ଦପୁର, ଘଟଗଁା, ତେଲକୋଇ, ପାଲଲହଡ଼ା, ରେଙ୍ଗାଳି, ରିଆମାଳ, ନାକଟିଦେଉଳ, ରେଢ଼ାଖୋଲ, ମାଧପୁର, କୁରାବ ମଧ୍ୟ ଦେଇ ଟିକରପଡ଼ାରେ ୨୧ ତାରିଖରେ ପହଞ୍ଚତ୍ଥିଲେ। ଉଦ୍‌ଯାପନୀ ସଭାରେ ଡ. ଦେବବ୍ରତ ସ୍ବାଇଁ ପୌରୋହିତ୍ୟ କରିଥିଲେ। ଏଥିରେ ଆର୍‌ସିଏଫ୍‌ଙ୍କ ସହିତ ଅନ୍ୟ ସମସ୍ତ ପଦଯାତ୍ରୀ, ସ୍ଥାନୀୟ ଅଧିବାସୀ ଯୋଗଦାନ କରିଥିଲେ। ପଦଯାତ୍ରା ସମୟରେ ହାତୀ ବାସସ୍ଥଳୀ ଅବକ୍ଷୟ, ଉପଯୁକ୍ତ ଖାଦ୍ୟର ଅଭାବ, ରେଳପଥ, ସଡ଼କପଥ, କେନାଲ ଇତ୍ୟାଦିର ନିର୍ମାଣ ଫଳରେ ହାତୀ ଚଲାପଥରେ ପରିବର୍ତ୍ତନ ଆଦି ସମ୍ପର୍କରେ ସଚେତନ କରାଯାଇଥିଲା। ସେହିପରି ଶିକାର, ରେଳ, ସଡ଼କ ଓ ବିଦ୍ୟୁତ ଜନିତ ଦୁର୍ଘଟଣା, ବିଷ ପ୍ରୟୋଗ ଆଦି ଦ୍ୱାରା ହାତୀମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି। ବିଖଣ୍ଡିତ ହାତୀ ଚଳାପଥକୁ ନୂତନ ଜଙ୍ଗଲ ସୃଷ୍ଟି ମାଧ୍ୟମରେ ସଂଯୋଗ କରିବା, ଚଲାପଥରେ ଗଢ଼ି ଉଠିଥିବା ଜନବସତିକୁ ସ୍ଥାନାନ୍ତର ପରେ ଥଇଥାନ କରିବା, ଜଙ୍ଗଲ ସଂସ୍ଥାର ଗୁଣବତ୍ତାରେ ଉନ୍ନତି ଘଟାଇବାକୁ ଆହ୍ବାନ ଦିଆଯାଇଥିଲା। ଏଥିରେ ୱାଇଲ୍ଡ ଲାଇଫ୍‌ ରିସର୍ଚ୍ଚ ଗାୟତ୍ରୀ ଦେବୀ, ଏଲିଫ୍ୟାଣ୍ଟ ଏକ୍ସେପଟ୍‌ ଡ. ସର, ପିପୁଲ୍ସ ଫର୍‌ ଆନିମଲର ସଞ୍ଜୀବ କୁମାର ଦାଶ, ସେଭ୍‌ ଏଲିଫ୍ୟାଣ୍ଟର ଟ୍ରଷ୍ଟ ରିଟାର୍ଟ ଆଇଏଫ୍‌ଏସ୍‌ ଅଫିସର ଜିତାସର ମହାନ୍ତି, ରିସର୍ଚ୍ଚ ଆସୋସିଏଟ୍‌ ଶିବୁଦତ୍ତ ରଥ ପ୍ରମୁଖ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୩ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଶିବକୁମାର

ବେଙ୍ଗାଲୁରୁ,୩୦ା୫: କର୍ନାଟକ ପ୍ରଦେଶ କଂଗ୍ରେସ ସଭାପତି ଡି.କେ. ଶିବକୁମାର ଶନିବାର ବିଧାୟକ ଦଳ ନେତା ନିର୍ବାଚିତ ହୋଇଛନ୍ତି। ଜୁନ୍‌ ୩ରେ ସେ କର୍ନାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ…

ତୁମୁଡିବନ୍ଧରେ କାଳବୈଶାଖୀର ଭୟଙ୍କର ତାଣ୍ଡବ: ପତ୍ର ଭଳି ଉଡ଼ିଲା ଆଜବେଷ୍ଟସ, ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ

ତୁମୁଡିବନ୍ଧ, ୩୦।୫ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଅଞ୍ଚଳରେ କାଳବୈଶାଖୀର କରାଳ କୋପ ଦେଖିବାକୁ ମିଳିଛି। ଶନିବାର ସନ୍ଧ୍ୟା ପ୍ରାୟ ୫ଟା ୩୦…

ଫାଇନାଲରେ ପହଞ୍ଚିଲେ ସାତ୍ତ୍ୱିକ-ଚିରାଗ ଯୋଡ଼ି

ସିଙ୍ଗାପୁର,୩୦ା୫: ଭାରତର ତାରକା ଯୋଡ଼ି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ସିଙ୍ଗାପୁର ଓପନ ସୁପର ୭୫୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ଅନୁଷ୍ଠିତ…

ରେସଲିଂ ଫେରିବା ଆଶା ଧୂଳିସାତ

ନୂଆଦିଲ୍ଲୀ,୩୦ା୫- ଅଲିମ୍ପିଆନ ଭିନେଶ ଫୋଗତଙ୍କ ପ୍ରତିଦ୍ୱନ୍ଦ୍ୱିତାମୂଳକ ରେସଲିଂକୁ ଫେରିବା ଆଶା ଧୂଳିସାତ ହୋଇଛି। ଶନିବାର ଏସିଆନ ଗେମ୍ସ ଚୟନ ପ୍ରକ୍ରିୟାରେ ୫୩ କେଜି ସେମିଫାଇନାଲରେ ସେ ମୀନାକ୍ଷୀଙ୍କଠାରୁ…

ଟିଏମ୍‌ସି ନେତା ଅଭିଷେକଙ୍କୁ ଆକ୍ରମଣ

କୋଲକାତା,୩୦।୫: ଟିଏମ୍‌ସି ନେତା ତଥା ସାଂସଦ ଅଭିଷେକ ବାନାର୍ଜୀଙ୍କ ଉପରେ ଶନିବାର ସନ୍ଧ୍ୟାରେ କିଛି ଲୋକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ମୁତାବକ, ଅଭିଷେକ…

କାଳବୈଶାଖୀର କରାଳ ରୂପ:  ଭାଙ୍ଗିଗଲା ଦାଦନ ଶ୍ରମିକର ସପ୍ନର ଘର, ହାର୍ଡଖୁର୍ସି ଗ୍ରାମରେ ଏକାଧିକ ପରିବାର ବାସହୀନ

ଥୁଆମୂଳ ରାମପୁର, ୩୦।୫ (ଦୁର୍ଗା କୀର୍ତ୍ତି):ଦୁଃଖ ଉପରେ ଦୁଃଖ। ବିଧାତାଙ୍କ ବିଚିତ୍ର ଲୀଳା ଆଗରେ ହାର ମାନିଛି ଗରିବ ପରିବାର। କେରଳ ରାଜ୍ୟକୁ ଦାଦନ ଖଟିବାକୁ ଯାଇ…

ବଂଶଧାରା ଆନିକଟ ପାଇଁ ଦାବି ଉଠାଇଲା ଏବିଭିପି: ମୁଖ୍ୟମନ୍ତ୍ରୀଙ୍କୁ ଭେଟି…

ଗୁଣପୁର, ୩୦।୫ (ସୁଜାତା ପାଢ଼ୀ): ଭୁବନେଶ୍ୱରରେ ଆୟୋଜିତ ଏବିଭିପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ଅବସରରେ ଗୁଣପୁର ଶାଖାର କର୍ମକର୍ତ୍ତାମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ସାକ୍ଷାତ କରି ବଂଶଧାରା…

କେନ୍ଦ୍ରାପଡା କଲେଜର ଯୁକ୍ତ–୩ ଫଳ ପ୍ରକାଶିତ: ଅର୍ଚ୍ଚିତା, ଲକ୍ଷ୍ମୀପ୍ରିୟା ,ଶାନ୍ତନୁ ବିଭାଗୀୟ ଟପ୍ପର

କେନ୍ଦ୍ରାପଡା, ୩୦।୫ (ଜଗନ୍ନାଥ ଧଳ): କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଯୁକ୍ତ–୩ ପରୀକ୍ଷାର ଫଳ ଶନିବାର ପ୍ରକାଶ ପାଇଛି। ଏଥର ଛାତ୍ରମାନଙ୍କ ତୁଳନାରେ ଛାତ୍ରୀମାନେ ଉତ୍କୃଷ୍ଟ ଫଳାଫଳ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri