ବିକଳ୍ପ ଜୀବିକା ସନ୍ଧାନେ

କିଛି ଦିନ ପୂର୍ବରୁ ଫୁଡ୍‌ ସର୍ଭିସ ସ୍ବିଗ୍ଗିରୁ କିଛି ଖାଦ୍ୟ ମଗାଇଥିଲି। ଏହା ଜଣଙ୍କର ଜନ୍ମଦିନ ଥିଲା ଓ ଏଥିପାଇଁ ମୁଁ ୧ କିଲୋ କେକ୍‌ ଅର୍ଡର କରିଥିଲି। ଅର୍ଡର କଲେ ସ୍ବିଗ୍ଗି ଆପ୍‌ ତାହା ଗ୍ରହଣ କରିଛି ବୋଲି ତୁମକୁ ଜଣାଇବା ସହ ଯେଉଁ ବ୍ୟକ୍ତି ଖାଦ୍ୟ ଡେଲିଭରି କରିବେ ତାଙ୍କ ନାମ ମଧ୍ୟ ଜଣାଇଦିଏ। ମୁଁ ପ୍ରାୟ ଲକ୍ଷ୍ୟ କରେ ଯେ, ସେମାନେ କଲ୍‌ କରି ଠିକଣା ଜାଣିବାକୁ ଚାହାନ୍ତି । ଯଦି ଏହା କରନ୍ତି ତେବେ ମୁଁ ସେମାନଙ୍କୁ ଏହା ଜଣାଇଦିଏ ଏବଂ ମୁଁ ଏଥିପ୍ରତି ଭାରି ଉତ୍ସୁକ ଥାଏ। କିନ୍ତୁ ଏଥର ମୁଁ ଜଣେ ମହିଳାଙ୍କ ନାମ ଦେଖି ଆଶ୍ଚର୍ଯ୍ୟ ହୋଇଗଲି। ତା’ପରେ କେକ୍‌ ଉପରେ କିଛି ଲେଖା ରହିବ ବୋଲି ଜଣେ ବ୍ୟକ୍ତି ମୋତେ କଲ୍‌ କରି ପଚାରିଲେ। କୌଣସି ଏକ ବିଶେଷ ଅବସର ନିମନ୍ତେ କେକ୍‌ଟିର ଆବଶ୍ୟକତା ରହିଛି ବୋଲି ଭାବି ସେହି ବ୍ୟକ୍ତି ଜଣକ ଚିନ୍ତିତ ମଧ୍ୟ ଥିଲେ। ପରେ ମୁଁ ମହିଳା ଜଣଙ୍କୁୁ ଧନ୍ୟବାଦ ଦେଇ ଫୋନ କରିଥିବା ବ୍ୟକ୍ତିଙ୍କ ନାମ ମଧ୍ୟ ଜଣାଇଦେଲି। କିଛି ସମୟ ପରେ ମହିଳା ଜଣକ ଘର ପାଖରେ ପହଞ୍ଚିଲେ। ମୁଁ ଗେଟ୍‌ ପାଖରେ ଠିଆ ହୋଇଥିଲି, କାରଣ ମୁଁ ତାଙ୍କୁ ଭେଟିବାକୁ ଚାହୁଁଥିଲି । ସେ ମହିଳା ଜଣକ ଆଉ ଜଣେ ମହିଳାଙ୍କୁ ସ୍କୁଟିରେ ନେଇ ଆସିଥିଲେ। ସାଲଓ୍ବାର କୁର୍ତ୍ତା ପିନ୍ଧିଥିଲେ। ତାଙ୍କ ବୟସ ୩୦ ପାଖାପାଖି ଥିଲା। ଏହି କାମ ନୂଆ କରୁଛନ୍ତି କି ବୋଲି ମୁଁ ତାଙ୍କୁ ପଚାରିଲି। ସେ ହଁ କହିଲେ। ଏହି ଘଟଣାର ଦୁଇଦିନ ପରେ ମୁଁ ଡାକ୍ତରଙ୍କୁ ଦେଖା କରିବାକୁ ଗାଡି ଚଲାଇ ଯାଉଥିବାବେଳେ ଜଣେ ମହିଳା ହାତତିଆରି ଗାଡ଼ିରେ ଫଳ ଲଦି ଠେଲି ଠେଲି ନେଉଥିତ୍ବା ଦେଖିଲି। ମହିଳା ଜଣକ ଯେଭଳି ଠେଲି ନେଉଥିଲେ ସେଥିରୁ ଜଣାପଡୁଥିଲା ଯେ ସେ ସେହି କାମରେ ଅଭ୍ୟସ୍ତ ନହନ୍ତି। ବରଂ ଅଧିକ ଚାପରେ ଏହା କରୁଥିବା ଭଳି ମନେ ହେଉଥିଲା। ସେ ଜଣେ ଗୃହିଣୀ ଭଳି ଗାଢ଼ ବାଇଗଣୀ ରଙ୍ଗର ଶାଢି ପିନ୍ଧିଥିଲେ। ଫୁଲ ଓ ଗହଣା ମଧ୍ୟ ପରିଧାନ କରିଥିଲେ। ଜଣେ ପେସାଦାର ମହିଳା ବୁଲା ବିକାଳି ଯାହା ପିନ୍ଧନ୍ତି ତାହା ସେ ପିନ୍ଧି ନ ଥିଲେ। ସେ ଏହି କାମ ନୂଆ କରୁଥିବା ଜଣା ପଡୁଥିଲା।
ଡାକ୍ତରଙ୍କ କ୍ଲିନିକ୍‌ରେ ପହଞ୍ଚିବା ପରେ ସେଠାରେ ଜଣେ ଫିଜିଓଥେରାପିଷ୍ଟ ଥିଲେ । ଏହି ଦିନଟି ଥିଲା ଏପ୍ରିଲ ୭। ସେଠାରେ ସେ ମୋ ଭଙ୍ଗା ଗୋଡକୁ ଠିକ୍‌ କରିଦେଲେ। ସେହି ଫିଜିଓଥେରାପିଷ୍ଟଙ୍କ ଘର ଓଡ଼ିଶାରେ। ସେ ଭାରି ଭଲ କାମ ବି କରନ୍ତି। ମାର୍ଚ୍ଚ ୨୪ ପରେ ମୁଁ ପ୍ରଥମ ରୋଗୀ ଥିଲି ବୋଲି ସେ ମୋତେ କହିଥିଲେ। ସେ ଯାଏ ସେ କିଛି ରୋଜଗାର ମଧ୍ୟ କରି ନ ଥିବା ଜଣାଇଥିଲେ। ଏପରିକି ସେ ନିଜକୁ ଜଣେ ଦିନ ମଜୁରିଆ ସହ ତୁଳନା କରିଥିଲେ। ତାଙ୍କ କହିବା ବି ଠିକ୍‌, କାରଣ ରୋଗୀ ଚିକିତ୍ସା କଲେ ସେ ଟଙ୍କା ପାଆନ୍ତି। କହିଲେ ଯେ, ସେ ଓଡ଼ିଶାର ଜଣେ ପ୍ରସିଦ୍ଧ ହାସ୍ୟକାରଙ୍କୁ ଜାଣନ୍ତି ଯିଏ କି ଏପ୍ରିଲରୁ ଡେଲିଭରି କାର୍ଯ୍ୟ କରୁଛନ୍ତି। ଏହାର ଦିନକ ପୂର୍ବରୁ ମୋ ସ୍ତ୍ରୀ ମଧ୍ୟ ରେସ୍ତୋରାଁରେ କାମ କରୁଥିବା ଜଣେ ପରିଚିତ ବ୍ୟକ୍ତିଙ୍କ ସହ କଥା ହୋଇଥିଲେ। ସେହି ରୋସ୍ତୋରାଁ ଏବେ ବନ୍ଦ ହୋଇଯାଇଛି। ସେ ସେଠାରେ ଜଣେ ସିନିୟର ଓ୍ବେଟର ଥିଲେ ଓ ଏବେ ଜଣେ ଡେଲିଭରି ବୟ ଭାବେ କାର୍ଯ୍ୟ କରୁଛନ୍ତି ବୋଲି ମୋ ସ୍ତ୍ରୀଙ୍କୁ କହିଲେ। ସେ ଘରେ ରହି ବୋର୍‌ ହୋଇଗଲା ପରେ ଏହି କାର୍ଯ୍ୟ କରୁଥିବା ପ୍ରକାଶ କରିଥିଲେ। ଏହା ପଛରେ ଆଉ ଏକ କାରଣ ବି ରହିଛି। ତାହା ହେଉଛି, ତାଙ୍କ ଦରମା ଅଧା କିମ୍ବା ପୂରା ବନ୍ଦ କରାଯାଇଛି। ଏହାବାଦ୍‌ ମୁଁ ଏହି ସମୟରେ ଛୋଟ ଭ୍ୟାନ୍‌ରେ ତରଭୁଜ, ଠେଲା ଗାଡ଼ିରେ କଞ୍ଚା ଆମ୍ବ, ପିଜୁଳି ଓ କଦଳୀ ନେଇ ବୁଲି ବିକୁଥିବା ଦେଖୁଛି। ସେମାନଙ୍କ ପାଖକୁ ଅଳ୍ପ କେତେଜଣ ଗରାଖ ଯାଉଥିବା ଲକ୍ଷ୍ୟ କରୁଛି। ରାସ୍ତାରେ ଲୋକ ଗହଳି ନ ଥିବାରୁ ସେମାନେ ଏକୁଟିଆ ଲାଗୁଛନ୍ତି।
କୋଟି କୋଟି ଭାରତୀୟଙ୍କର ଏବେ ରୋଜଗାର ନାହିଁ। କିନ୍ତୁ ଘର ଭଡ଼ା ଓ ଋଣର ମାସିକିଆ କିସ୍ତି ବି ଦେବାକୁ ପଡ଼ିବ। ଖାଦ୍ୟ ଏବଂ ବିଦ୍ୟୁତ୍‌ ପାଇଁ ଯେଉଁଠୁ ହେଲେ ଟଙ୍କା ଯୋଗାଡ କରିବାକୁ ହେବ। ଏହି ଆବଶ୍ୟକତା ପୂରଣ କରିବାକୁ ଲୋକଙ୍କୁ କାମ ଖୋଜିବା ଲାଗି ବାଧ୍ୟ କରିବ। ସେମାନଙ୍କ ମଧ୍ୟରୁ ଅନେକଙ୍କୁ ଦୁଇ ଜଣ ମହିଳା (ଉପରେ ଦର୍ଶାଇଥିବା କାମ କରୁଥିବା ମହିଳା)ଙ୍କ ଭଳି କାମ ଖୋଜିବାକୁ ପଡ଼ିବ। ସେହି ମହିଳାମାନେ ବଞ୍ଚିବା ପାଇଁ ପ୍ରଥମ ଥର ଏଭଳି କାମ କରୁଛନ୍ତି। ସେମାନେ ଯେଉଁ କାମ ଶିଖିଥିଲେ ବା ଯେଉଁ କାମ ଉପରେ ଅଭିଜ୍ଞତା ଥିଲା ତା’ ବଦଳରେ ଅଲଗା କାମ କରୁଛନ୍ତି ବୋଲି ବୁଝିବାକୁ ପଡିବ। ଏହି ପରିସ୍ଥିତିରେ ମହିଳାମାନେ ରୋଜଗାର ବିକଳ୍ପ ପନ୍ଥା ବାଛିବା ଉଚିତ, କାରଣ ସେମାନଙ୍କ ପାର୍ଟନର ଏବେ ବେରାଜଗାରୀ କିମ୍ବା ଆଶିଂକ ରୋଜଗାର କରୁଛନ୍ତି। ଆମମାନଙ୍କ ମଧ୍ୟରୁ ସଂଖ୍ୟାଧିକ ଯାହା ଆମେ ଜାଣିଛେ କି ପଢିଛେ (ଅଧିକାଂଶ ଆଦୌ ଜାଣିିନାହାନ୍ତି।) ତା ବାଦ୍‌ ଆଉ କିଛି କରିବା ଲାଗି ଟେକ୍‌ନିକାଲି ଯୋଗ୍ୟ ନୁହନ୍ତି। ତେଣୁ ବାହାରକୁ ଯାଇ ବେଶି ଦରମାରେ କାମ କରିବା ଆମମାନଙ୍କ ପାଇଁ ସମ୍ଭବ ନୁହେଁ। ଏଥିପାଇଁ ଶାରୀରିକ କାର୍ଯ୍ୟ କରିବା ଦରକାର, ଯେଉଁଥିରେ କୌଶଳ ଲୋଡା ନାହିଁ ବରଂ ଦରକାର ଶ୍ରମ ଏବଂ ଯେଉଁମାନେ ଏଯାବତ ସେଭଳି କାମ ପାଇପାରିନାହାନ୍ତି ସେମାନଙ୍କ ପାଖରେ ବୁଲାବିକାଳି କିମ୍ବା ଦିନମଜୁରିଆ ହେବାର ବିକଳ୍ପ ହିଁ ରହିଛି। ଅର୍ଥାତ୍‌ ଆମେ ଆଗକୁ ଅଧିକ ବୁଲା ବିକାଳି ଦେଖିବାର ସମ୍ଭାବନା ରହିଛି ଯାହା ଏବେ ଦେଖାଗଲାଣି। ସମ୍ଭବତଃ ଅନେକେ ଏହି କାର୍ଯ୍ୟ କରିବେ କିନ୍ତୁ ଏହା ଅନିଶ୍ଚିତ ଓ ବିପଦପୂର୍ଣ୍ଣ। ବୁଲାବିକାଳି ନିର୍ଯାତନା ତଥା ଧମକ ଚମକର ସମ୍ମୁଖୀନ ହୁଅନ୍ତି ଏବଂ ନୂଆ କରି ଏହି ବ୍ୟବସାୟ କରୁଥିବା ବ୍ୟକ୍ତି ପାଖ ବ୍ୟବସାୟୀ କେଉଁ ମୂଲ୍ୟରେ ବିକୁଛି ସେ ସମ୍ପର୍କରେ କିଛି ଜାଣିପାରନ୍ତିନି କି କେମିତି ବିକ୍ରି କରାଯିବା ତାହା ବି ଜାଣିନଥାନ୍ତି। ସୁରକ୍ଷା ଥିବା ଚାକିରି କରିବାକୁ ଆମମାନଙ୍କ ମଧ୍ୟରୁ ସଂଖ୍ୟାଧିତ୍କ ଚାହାନ୍ତି ଓ ଏହା ପଛରେ ଏକ କାରଣ ରହିଛି। ଏହି ସମୟରେ ଉକ୍ତ ଘଟଣାରୁ ଏହା ସ୍ପଷ୍ଟ ହୋଇଯାଇଛି। ଆମ ଦେଶର କୋଟି କୋଟି ତଥା ବିଶ୍ୱର ଶହ ଶହ କୋଟି ଲୋକଙ୍କ ପାଇଁ ସୁରକ୍ଷା ହଜିିଯାଇଛି ଏବଂ ଏବେ ସେମାନେ ଖାଇ ବଞ୍ଚତ୍ ରହିବା ପାଇଁ ଏକ ନୂଆ ପଥ ଖୋଜିବା ଉଚିତ।
Email:aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

ରୋପଣ ଓ ରକ୍ଷଣ ଗୁରୁତ୍ୱପୂର୍ଣ୍ଣ

ଏକ ବାସ୍ତବ କାହାଣୀ ଅବତାରଣା କରୁଛି। ଗୋଟିଏ ଅନୁଷ୍ଠାନରେ ଧରିତ୍ରୀ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉଥାଏ। କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥାଆନ୍ତି। ସେମାନଙ୍କୁ ସହଯୋଗ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?