ବିଏସ୍‌ଏନ୍‌ଏଲ ମଜଦୁର ସଂଘର ତାଲାବନ୍ଦ ଆନ୍ଦୋଳନ

ବଲାଙ୍ଗୀର ଅଫିସ, ୧୧ା୬-ବିଏସ୍‌ଏନ୍‌ଏଲ ମଜଦୁର ସଂଘ ସଭାପତି ଲଳିତ କୁମାର ନାଏକଙ୍କ ନେତୃତ୍ୱରେ ଶତାଧିକ ବିଏସ୍‌ଏନ୍‌ଏଲ କର୍ମଚାରୀ ସ୍ଥାନୀୟ ବିଏସ୍‌ଏନ୍‌ଏଲ କାର୍ଯ୍ୟାଳୟ ଓ ଏକ୍ସଚେଞ୍ଜ ଅଫିସକୁ ତାଲା ପକାଇ ବନ୍ଦ କରିଦେଇଥିଲେ ା ୬ ଦଫା ଦାବି ନେଇ ଏହି କର୍ମଚାରୀମାନେ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ା କରୋନା ସମୟରେ ଲୋକେ ଲକ୍‌ଡାଉନ୍‌ରେ ଥିବାବେଳେ କର୍ତ୍ତବ୍ୟ ଜାରି ରଖିଥିବା ବିଏସ୍‌ଏନ୍‌ଏଲ କମଚାରୀଙ୍କ ଦୀର୍ଘ ୧୦ ମାସ ହେଲା ଦରମା ମିଳି ନ ଥିବା ଦୁର୍ଭାଗ୍ୟଜନକ ବୋଲି ସଭାପତି ନାଏକ କହିଥିଲେ ା କରୋନା ମହାମାରୀ ସମୟରେ ଏହି କର୍ମଚାରୀମାନଙ୍କୁ ଦରମା ନଦେବା ମାନବିକତାର ଉଲ୍ଲଂଘନ ବୋଲି ସେ କହିଛନ୍ତି ା ଏହି କର୍ମଚାରୀଙ୍କୁ ଗୋଟିଏ ମାସରେ ୨୬ ଦିନ କାମ ଦିଆଯିବାର ପ୍ରାବଧାନ ଥିଲେ ମଧ୍ୟ କର୍ମଚାରୀମାନଙ୍କୁ ଏହା ଯୋଗାଇ ନ ଦିଆଯାଇ ମାସିକ ୧୪/୧୫ ଦିନ ମାସ ଯୋଗାଇ ଦିଆଯାଉଛି ା ଏଣୁ ତୁରନ୍ତ ସମସ୍ତ କର୍ମଚାରୀଙ୍କୁ ୨୬ଦିନର କାମ ଯୋଗାଇବାକୁ ସେ ଦାବି କରିଥିଲେ ା ଅନ୍ୟ ଦାବିଗୁଡିକ ମଧ୍ୟରେ ଅଣକୁଶଳୀକୁ ଅର୍ଦ୍ଧକୁଶଳୀ ଓ ଅର୍ଦ୍ଧକୁଶଳୀକୁ କୁଶଳୀ ଶ୍ରମିକ ପଦୋନ୍ନତି ଦେବା, ମାର୍ଚ୍ଚ ମାସର ଦରମାରୁ ଠିକାଦାର ଅଧା ଦରମା କାଟି ଦେଇଥିବାରୁ ତୁରନ୍ତ ସବୁ ଦରମା ପ୍ରଦାନ, କଟାଯାଉଥିବା ଇପିଏଫ୍‌ ତୁରନ୍ତ ଜମା କରିବା, ଦରମା ମାଗିଲେ ଧମକ ଦିଆଯାଉଥିବାରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି ା ଏହି କାର୍ଯ୍ୟକ୍ରମରେ ବଲାଙ୍ଗୀର, ସୋନପୁର, ପାଟଣାଗଡ, କଣ୍ଟାବାଞ୍ଜିର ବିଏସ୍‌ଏନ୍‌ଏଲ କର୍ମଚାରୀ ଉପସ୍ଥିତ ଥିଲେ ା ଦାବିପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସଭାପତି ନାଏକ ସୂଚନା ଦେଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ପୁଅଙ୍କ ଲଢ଼େଇ, ବାପାଙ୍କ ଚିନ୍ତା

ବଲାଙ୍ଗୀର,୨୬ା୪(ବୀରେନ୍ଦ୍ର କୁମାର ଝାଙ୍କର):୨୦୨୪ ନିର୍ବାଚନରେ ନିଜ ପୁଅକୁ ପ୍ରାର୍ଥୀ କରି ରାଜ୍ୟର ଅନେକ ବରିଷ୍ଠ ଏବଂ ସଫଳ ରାଜନେତା ଏବେ ଷ୍ଟାର ପ୍ରଚାରକ ପାଲଟିଛନ୍ତି। ବିଶେଷକରି...

ମୁଣ୍ଡଜାମିନ ରଖି ପୁତୁରାକୁ ମାରିଲେ କକା

ଟିଟିଲାଗଡ଼,୨୧ା୪(ଶରତ ମିଶ୍ର)ଟଙ୍କା ପାଇଁ ମଣିଷ କେତେ କ୍ରୂର ହୋଇଯାଏ ତାହାର ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲା ଟିଟିଲାଗଡ଼ ଥାନା ବେଲପଡ଼ା ଗ୍ରାମରେ। ୧୪...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ଭିଟାମାଟି ଛାଡ଼ି ଅନୁତପ୍ତ ବୁଡ଼ଇଞ୍ଚଳ ବିସ୍ଥାପିତ

ବଲାଙ୍ଗୀର, ୧୯ା୪(ବୀରେନ୍ଦ୍ର କୁମାର ଝାଙ୍କର):ଲୋୟର ସୁକ୍‌ତେଲ ଡ୍ୟାମ୍‌ ହେଲେ ଚିର ମରୁଡି ପ୍ରପୀଡିତ ବଲାଙ୍ଗୀର ଜିଲା ଜଳପ୍ଳାବିତ ହେବ। ହଜାର ଏକର କୃଷିକ୍ଷେତ୍ରକୁ ପାଣି ମାଡ଼ିବ।...

ନବୀନ ଖେଳିଲେ ପଶ୍ଚିମ ଓଡ଼ିଶା କାର୍ଡ

ବଲାଙ୍ଗୀର, ୧୮ା୪(ବୀରେନ୍ଦ୍ର କୁମାର ଝାଙ୍କର)ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ହୋଇଛନ୍ତି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପଶ୍ଚିମ ଓଡ଼ିଶାରେ...

୩ଦିନ ହେଲା ଜଳଯୋଗାଣ ବନ୍ଦ: ପାଣି ପାଇଁ ଭରସା ନଦୀଜଳ

ସଇଁତଳା, ୧୪ା୪ (ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁତଳା ବ୍ଲକ ଡ଼େଙ୍ଗ ପଞ୍ଚାୟତବାସୀ ଏବେ ଘୋର ପାନୀୟ ଜଳକଷ୍ଟରେ ରହିଛନ୍ତି। ପାଇପ୍‌ ଫାଟି ଯାଇଥିବାରୁ...

ସୋନିଆଙ୍କୁ ଭେଟିଲେ ନରସିଂହ

ବଲାଙ୍ଗୀର,୧୪ା୪(ବୀରେନ୍ଦ୍ର କୁମାର ଝାଙ୍କର)କଂଗ୍ରେସ ଦଳର ସର୍ବୋଚ୍ଚ ନେତ୍ରୀ ସୋନିଆ ଗାନ୍ଧୀଙ୍କୁ ଶନିବାର ବଲାଙ୍ଗୀର ବିଧାୟକ ତଥା ବିଧାନ ସଭାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ...

ଏଭଳି ନେତା ଦଳ ଛାଡିଲେ ପ୍ରଭାବ ପଡିବନି- ଶିବାଜୀ 

ବଲାଙ୍ଗୀର,୧୧ା୪ (ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ଭାଜପାର ପୂର୍ବତନ  ଜିଲା ସଭାପତି ପ୍ରଭାସ ପାଣିଗ୍ରାହୀ ଭାଜପାରୁ ଇସ୍ତଫା ଦେଇ ବିଜେଡିରେ ଯୋଗ  ଦେଇଛନ୍ତି। ଭୁବନେଶ୍ୱରଠାରେ ବିଜେଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri