ବିଏମ୍‌ସିର ପ୍ରସ୍ତାବିତ ଡିଡିଏନ୍‌ ପ୍ରକଳ୍ପ ବନ୍ଦ : କାର୍ଯ୍ୟକାରୀ ନ ହେଉଣୁ ମିଳିଛି ସ୍କଚ୍‌ ପୁରସ୍କାର

ବ୍ରହ୍ମପୁର ଅଫିସ,୧୬ା୬-ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି)ର ପ୍ରସ୍ତାବିତ ଡିଜିଟାଲ ଡୋର ନମ୍ବରିଂ (ଡିଡିଏନ୍‌) ଯୋଜନା ବନ୍ଦ ହୋଇଯାଇଛି ।
ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବା ପୂର୍ବରୁ ନୂଆଦିଲ୍ଲୀର ଏକ ସଂସ୍ଥା ଦ୍ୱାରା ପୁରସ୍କୃତ ହୋଇଛି ମହାନଗର ନିଗମ । ୨୦୧୮ ଜାନୁୟାରୀରେ ପୂର୍ବତନ ମେୟର କେ. ମାଧବୀ ଓ ତତ୍କାଳୀନ ବିଏମ୍‌ସି କମିଶନର ନିଖିଲ ପୱନ କଲ୍ୟାଣ ନିଗମ ଖର୍ଚ୍ଚରେ ଦିଲ୍ଲୀ ଯାଇ ସ୍କଚ୍‌ ଅର୍ଡର ଅଫ୍‌ ମେରିଟ୍‌ ପୁରସ୍କାର ଗ୍ରହଣ କରିଥିଲେ।
ଘରଗୁଡ଼ିକୁ ଡିଜିଟାଲ ନମ୍ବରିଂ କରିବା ନିମନ୍ତେ ହାଇଦ୍ରାବାଦର ଏକ ଘରୋଇ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଥିଲା।
ସେହି ସଂସ୍ଥାଦ୍ୱାରା ପୁରସ୍କାରର ଆୟୋଜନ କରାଯାଇଥିଲା।
ଏବେ ସେହି ଖବର ପଦାକୁ ଆସିଛି ।
ସୂଚନାଯୋଗ୍ୟ, ୨୦୧୮ ଜାନୁୟାରୀ ୯ରେ ବିଏମ୍‌ସି ପକ୍ଷରୁ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ପୂର୍ବତନ କମିଶନର ପୱନ କଲ୍ୟାଣ କହିଥିଲେ, ମହାନଗରର ପ୍ରତ୍ୟେକ ଘରର ନମ୍ବରିଂ କରିବା ଏକ ବୈଧାନିକ ଆବଶ୍ୟକତା। ତଦନୁଯାୟୀ ଡିଡିଏନ୍‌ (ଡିଜିଟାଲ ଡୋର ନମ୍ବରିଂ) ପ୍ରକଳ୍ପ ହାତକୁ ନିଆଯାଇଛି ।
ଏହାଦ୍ୱାରା ମହାନଗରବାସୀଙ୍କ ସ୍ବାର୍ଥ ଜଡ଼ିତ ଏବଂ ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟମାନଙ୍କୁ ମଧ୍ୟ ବହୁବିଧ ସୁବିଧା ଉପଲବ୍ଧ ହେବ ଓ ନିଗମକୁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିବାରେ ସୁବିଧା ହୋଇପାରିବ। ଏହି ପ୍ରକଳ୍ପ କାର୍ଯ୍ୟକାରିତା ପାଇଁ ମହାନଗର ନିଗମ ସ୍କଚ୍‌ ଅର୍ଡର ଅଫ୍‌ ମେରିଟ୍‌ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛି । ତେଣୁ ମେୟରଙ୍କ ସହ ସେ ଦିଲ୍ଲୀ ଯାଇ ପୁରସ୍କାର ଗ୍ରହଣ କରିବାର କଲ୍ୟାଣ ସୂଚାଇଥିଲେ । ପରେ ଉଭୟେ ଦିଲ୍ଲୀ ଯାଇ ପୁରସ୍କାର ଗ୍ରହଣ କରିଥିବା ବିଏମ୍‌ସି ରେକର୍ଡରେ ଅଛି ।
ମହାନଗରରେ ବର୍ତ୍ତମାନ ସୁଦ୍ଧା ୫୮ ହଜାରରୁ ଊର୍ଦ୍ଧ୍ୱ ବିଭିନ୍ନ ବର୍ଗର ବାସଗୃହ ରହିଛି। ନୂଆ ସାହିବସ୍ତି ସଂଖ୍ୟା ମଧ୍ୟ ବଢ଼ି ଚାଲିଛି । ତେଣୁ ସବୁ ଘର ଆଗର ଡିଜିଟାଲ ନମ୍ବରିଂ କରାଯିବାକୁ ପ୍ରସ୍ତାବ ରଖାଗଲା । ହାଇଦ୍ରାବାଦର ଏକ ଘରୋଇ ସଂସ୍ଥାକୁ କାର୍ଯ୍ୟାଦେଶ ଦିଆଯାଇଥିଲା। ବିଏମ୍‌ସିର ବିଭିନ୍ନ କଲ୍ୟାଣମୂଳକ କାର୍ଯ୍ୟକ୍ରମ ଲାଗି ବ୍ୟବସାୟୀ ଓ ସାମାଜିକ ଅନୁଷ୍ଠାନ ପକ୍ଷରୁ ଦାନ ଆକାରରେ ମିଳିଥିବା ବହୁ ଲକ୍ଷ ଟଙ୍କା ସେହି ସଂସ୍ଥା ଅଗ୍ରିମ ବାବଦରେ ନେଇଥିଲା । କାଗଜରେ ଛାପି ଅନେକ ଘର ଆଗରେ ତାହା ଲଗାଯାଇଛି ଓ ପ୍ରସ୍ତାବିତ ଡିଜିଟାଲ ନମ୍ବରିଂ ହଜିଯାଇଛି। କାନ୍ଥରେ ଲଗାଯାଇଥିବା ସେହି ରଙ୍ଗିନ ଛାପା କାଗଜ ବର୍ଷା ପାଣି ପଡ଼ି ଧୋଇ ହୋଇଯାଇଛି । ଅନ୍ୟପକ୍ଷରେ ଡିଡିଏନ୍‌ ଯୋଜନା ବନ୍ଦ ହୋଇଯାଇଥିବା ବିଏମ୍‌ସିର ଜଣେ ଦାୟିତ୍ୱ ସମ୍ପନ୍ନ ଅଧିକାରୀ ନିଜ ନାମକୁ ଗୋପନ ରଖି କହିଛନ୍ତି । ଗତ ଅକ୍ଟୋବର ମାସ ପ୍ରାରମ୍ଭରୁ ନିର୍ବାଚିତ ନିଗମ ପରିଷଦର କାର୍ଯ୍ୟକାଳ ସରିଯାଇଛି। ପୁରାତନ ସ୍ବାୟତ୍ତ ଶାସନ ସଂସ୍ଥାରେ ଏବେ ଅମଲାତନ୍ତ୍ର ଶାସନ ଚାଲିଛି। ଡିଡିଏନ୍‌ ପ୍ରକଳ୍ପ ଠପ୍‌ ହୋଇଛି ା ସ୍କଚ୍‌ ଆୱାର୍ଡ ଅଫ୍‌ ମେରିଟ ପୁରସ୍କାର ଫଳକଟି ନିଗମ ଦପ୍ତରରେ ରଖାଯାଇଛି । ଶନିବାର ଯୋଗାଯୋଗ ବେଳେ ପୂର୍ବତନ ମେୟର ମାଧବୀ କହିଛନ୍ତି, ପୁରସ୍କାର ମିଳିଥିଲେ ମଧ୍ୟ ଡିଡିଏନ୍‌ ଯୋଜନା ବନ୍ଦ ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା କାମ ବିଳମ୍ବକୁ ନେଇ ବଣିକ ସଂଘର ଅସନ୍ତୋଷ

ପାତ୍ରପୁର, ୬/୧୦ (ଉମା ଚରଣ ନେପାକ): ପାତ୍ରପୁର ଏନ୍‌ଏସି ଅନ୍ତର୍ଗତ ତଳ ବସଷ୍ଟାଣ୍ଡ ଛକରେ ରାସ୍ତା ନିର୍ମାଣ କାର୍ଯ୍ୟରେ ବିଳମ୍ବକୁ ନେଇ ମା’ ଦୁର୍ଗାଦେବୀ ବଣିକ ସଂଘ…

ଧରିତ୍ରୀ ପ୍ରଭାବ: ମୁକୁଳା ଡ୍ରେନରେ ପଡ଼ିଲା କଭର ପ୍ଲେଟ୍

ଗଞ୍ଜାମ, ୬/୧୦ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ମୁକୁଳା ଡ୍ରେନରେ ଗତକାଲି ବିଳମ୍ବିତ ରାତିରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ଖବର ପାଇ ଛତ୍ରପୁର…

ଛାତ୍ର ସଂସଦ ନିର୍ବାଚନ: ଅଣଛାତ୍ରଙ୍କ ପ୍ରବେଶ ଉପରେ ନଜର

ବ୍ରହ୍ମପୁର,୬ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ଛାତ୍ର ସଂସଦ ନିର୍ବାଚନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସୋମବାର ଘୋଷଣା କରାଯିବା ପରେ ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟଗୁଡ଼ିକରେ ରାଜନୈତିକ ମାହୋଲ…

ଛାତ୍ର ସଂସଦ ନିର୍ବାଚନ ପାଇଁ ବାଜିଲା ବିଗୁଲ: ଚଳଚଞ୍ଚଳ ଗଞ୍ଜାମ ମହାବିଦ୍ୟାଳୟ, ୮ ବର୍ଷ ପରେ ଫେରିବ କ୍ୟାମ୍ପସ ରାଜନୀତି

ଗଞ୍ଜାମ, ୬।୧୦ (ବିଦ୍ୟାଧର ସାହୁ): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ରାଜ୍ୟରେ ପୁଣି ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଥିବାରୁ ଗଞ୍ଜାମ ମହାବିଦ୍ୟାଳୟ ପରିସର ଚଳଚଞ୍ଚଳ…

ମୁକୁଳା ଡ୍ରେନ୍‌ରେ ପଡ଼ିଛି ଗାଈ

ଗଞ୍ଜାମ, ୬ ।୧୦ (ବିଦ୍ୟାଧର ସାହୁ): ବିଳମ୍ବିତ ରାତିରେ ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ଏକ ମୁକୁଳା ଡ୍ରେନରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ରାସ୍ତା ଦେଇ…

ଖୋଲିଲା ମା’ ତାରାତାରିଣୀଙ୍କ ଦାନହୁଣ୍ଡି; ସୁନା-ରୁପା ଅଳଙ୍କାର ସହ ମିଳିଲା…

ପୁରୁଷୋତ୍ତମପୁର,୬।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ଦାନହୁଣ୍ଡି ସୋମବାର ଖୋଲାଯାଇଛି । ମନ୍ଦିର ନିର୍ବାହୀ ଅଧିକାରୀ ତଥା ପୁରୁଷୋତ୍ତମପୁର ତହସିଲଦାର ବିନୋଦ…

ହାଇଜମ୍ପରେ ସ୍ବର୍ଣ୍ଣପଦକ ଜିତିଲେ ରୁକ୍ମିଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଭଞ୍ଜନଗର,୬।୧୦ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବାହାଡ଼ାପଦର ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ରୁକ୍ମିଣୀ ବିଷୋୟୀ ରାଜ୍ୟସ୍ତରୀୟ ହାଇଜମ୍ପ ପ୍ରତିଯୋଗିତାରେ ସ୍ବର୍ଣ୍ଣପଦକ…

ମୋବାଇଲ୍‌ଠାରୁ ଦୂରେଇ ରହିବାକୁ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଲେ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି, ୫।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଡିଗ୍ରୀ କଲେଜ ପରିସରରେ ସେବା ସଂକଳ୍ପ ଅଭିଯାନ ଆନୁକୂଲ୍ୟରେ ଯୁକ୍ତ ୩ ଛାତ୍ରୀଛାତ୍ରଙ୍କୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?