ବିଏମ୍‌ସିର ପ୍ରସ୍ତାବିତ ଡିଡିଏନ୍‌ ପ୍ରକଳ୍ପ ବନ୍ଦ : କାର୍ଯ୍ୟକାରୀ ନ ହେଉଣୁ ମିଳିଛି ସ୍କଚ୍‌ ପୁରସ୍କାର

ବ୍ରହ୍ମପୁର ଅଫିସ,୧୬ା୬-ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି)ର ପ୍ରସ୍ତାବିତ ଡିଜିଟାଲ ଡୋର ନମ୍ବରିଂ (ଡିଡିଏନ୍‌) ଯୋଜନା ବନ୍ଦ ହୋଇଯାଇଛି ।
ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବା ପୂର୍ବରୁ ନୂଆଦିଲ୍ଲୀର ଏକ ସଂସ୍ଥା ଦ୍ୱାରା ପୁରସ୍କୃତ ହୋଇଛି ମହାନଗର ନିଗମ । ୨୦୧୮ ଜାନୁୟାରୀରେ ପୂର୍ବତନ ମେୟର କେ. ମାଧବୀ ଓ ତତ୍କାଳୀନ ବିଏମ୍‌ସି କମିଶନର ନିଖିଲ ପୱନ କଲ୍ୟାଣ ନିଗମ ଖର୍ଚ୍ଚରେ ଦିଲ୍ଲୀ ଯାଇ ସ୍କଚ୍‌ ଅର୍ଡର ଅଫ୍‌ ମେରିଟ୍‌ ପୁରସ୍କାର ଗ୍ରହଣ କରିଥିଲେ।
ଘରଗୁଡ଼ିକୁ ଡିଜିଟାଲ ନମ୍ବରିଂ କରିବା ନିମନ୍ତେ ହାଇଦ୍ରାବାଦର ଏକ ଘରୋଇ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଥିଲା।
ସେହି ସଂସ୍ଥାଦ୍ୱାରା ପୁରସ୍କାରର ଆୟୋଜନ କରାଯାଇଥିଲା।
ଏବେ ସେହି ଖବର ପଦାକୁ ଆସିଛି ।
ସୂଚନାଯୋଗ୍ୟ, ୨୦୧୮ ଜାନୁୟାରୀ ୯ରେ ବିଏମ୍‌ସି ପକ୍ଷରୁ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ପୂର୍ବତନ କମିଶନର ପୱନ କଲ୍ୟାଣ କହିଥିଲେ, ମହାନଗରର ପ୍ରତ୍ୟେକ ଘରର ନମ୍ବରିଂ କରିବା ଏକ ବୈଧାନିକ ଆବଶ୍ୟକତା। ତଦନୁଯାୟୀ ଡିଡିଏନ୍‌ (ଡିଜିଟାଲ ଡୋର ନମ୍ବରିଂ) ପ୍ରକଳ୍ପ ହାତକୁ ନିଆଯାଇଛି ।
ଏହାଦ୍ୱାରା ମହାନଗରବାସୀଙ୍କ ସ୍ବାର୍ଥ ଜଡ଼ିତ ଏବଂ ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟମାନଙ୍କୁ ମଧ୍ୟ ବହୁବିଧ ସୁବିଧା ଉପଲବ୍ଧ ହେବ ଓ ନିଗମକୁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିବାରେ ସୁବିଧା ହୋଇପାରିବ। ଏହି ପ୍ରକଳ୍ପ କାର୍ଯ୍ୟକାରିତା ପାଇଁ ମହାନଗର ନିଗମ ସ୍କଚ୍‌ ଅର୍ଡର ଅଫ୍‌ ମେରିଟ୍‌ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛି । ତେଣୁ ମେୟରଙ୍କ ସହ ସେ ଦିଲ୍ଲୀ ଯାଇ ପୁରସ୍କାର ଗ୍ରହଣ କରିବାର କଲ୍ୟାଣ ସୂଚାଇଥିଲେ । ପରେ ଉଭୟେ ଦିଲ୍ଲୀ ଯାଇ ପୁରସ୍କାର ଗ୍ରହଣ କରିଥିବା ବିଏମ୍‌ସି ରେକର୍ଡରେ ଅଛି ।
ମହାନଗରରେ ବର୍ତ୍ତମାନ ସୁଦ୍ଧା ୫୮ ହଜାରରୁ ଊର୍ଦ୍ଧ୍ୱ ବିଭିନ୍ନ ବର୍ଗର ବାସଗୃହ ରହିଛି। ନୂଆ ସାହିବସ୍ତି ସଂଖ୍ୟା ମଧ୍ୟ ବଢ଼ି ଚାଲିଛି । ତେଣୁ ସବୁ ଘର ଆଗର ଡିଜିଟାଲ ନମ୍ବରିଂ କରାଯିବାକୁ ପ୍ରସ୍ତାବ ରଖାଗଲା । ହାଇଦ୍ରାବାଦର ଏକ ଘରୋଇ ସଂସ୍ଥାକୁ କାର୍ଯ୍ୟାଦେଶ ଦିଆଯାଇଥିଲା। ବିଏମ୍‌ସିର ବିଭିନ୍ନ କଲ୍ୟାଣମୂଳକ କାର୍ଯ୍ୟକ୍ରମ ଲାଗି ବ୍ୟବସାୟୀ ଓ ସାମାଜିକ ଅନୁଷ୍ଠାନ ପକ୍ଷରୁ ଦାନ ଆକାରରେ ମିଳିଥିବା ବହୁ ଲକ୍ଷ ଟଙ୍କା ସେହି ସଂସ୍ଥା ଅଗ୍ରିମ ବାବଦରେ ନେଇଥିଲା । କାଗଜରେ ଛାପି ଅନେକ ଘର ଆଗରେ ତାହା ଲଗାଯାଇଛି ଓ ପ୍ରସ୍ତାବିତ ଡିଜିଟାଲ ନମ୍ବରିଂ ହଜିଯାଇଛି। କାନ୍ଥରେ ଲଗାଯାଇଥିବା ସେହି ରଙ୍ଗିନ ଛାପା କାଗଜ ବର୍ଷା ପାଣି ପଡ଼ି ଧୋଇ ହୋଇଯାଇଛି । ଅନ୍ୟପକ୍ଷରେ ଡିଡିଏନ୍‌ ଯୋଜନା ବନ୍ଦ ହୋଇଯାଇଥିବା ବିଏମ୍‌ସିର ଜଣେ ଦାୟିତ୍ୱ ସମ୍ପନ୍ନ ଅଧିକାରୀ ନିଜ ନାମକୁ ଗୋପନ ରଖି କହିଛନ୍ତି । ଗତ ଅକ୍ଟୋବର ମାସ ପ୍ରାରମ୍ଭରୁ ନିର୍ବାଚିତ ନିଗମ ପରିଷଦର କାର୍ଯ୍ୟକାଳ ସରିଯାଇଛି। ପୁରାତନ ସ୍ବାୟତ୍ତ ଶାସନ ସଂସ୍ଥାରେ ଏବେ ଅମଲାତନ୍ତ୍ର ଶାସନ ଚାଲିଛି। ଡିଡିଏନ୍‌ ପ୍ରକଳ୍ପ ଠପ୍‌ ହୋଇଛି ା ସ୍କଚ୍‌ ଆୱାର୍ଡ ଅଫ୍‌ ମେରିଟ ପୁରସ୍କାର ଫଳକଟି ନିଗମ ଦପ୍ତରରେ ରଖାଯାଇଛି । ଶନିବାର ଯୋଗାଯୋଗ ବେଳେ ପୂର୍ବତନ ମେୟର ମାଧବୀ କହିଛନ୍ତି, ପୁରସ୍କାର ମିଳିଥିଲେ ମଧ୍ୟ ଡିଡିଏନ୍‌ ଯୋଜନା ବନ୍ଦ ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ନିଜ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୨୪ା୪(ଦ୍ୱିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାରଠାରୁ ନିଜ ନିଜାଚନ ମଣ୍ଡଳୀ ହିଞ୍ଜିଳିରୁ ୨୦୨୪ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଛନ୍ତି। ହିଞ୍ଜିଳିକାଟୁ...

ବିରୋଧୀ କେବେ ସଫଳ ହେବେନି, ବିଜେଡି ବିପୁଳ ବିଜୟ ହାସଲ କରିବ: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିରୋଧୀ ଅପପ୍ରଚାର କରିବା ସହ ବିକାଶ କାମରେ ବାଧା...

ଓଡ଼ିଶାର ସାଢ଼େ ୪ କୋଟି ମୋର ପରିବାର: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ସମୟରେ ନିଜ ନିର୍ବାଚନ ମଣ୍ଡଳୀର ହିଞ୍ଜିଳିକାଟୁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri