Posted inଖେଳ

ଆଇସିସି ବିଶ୍ୱକପ୍‌: ଶୀର୍ଷରେ ଅଷ୍ଟ୍ରେଲିଆ

ଲଣ୍ଡନ,୧୬।୬(ପି.ଟି.)- ଗତଥରର ଚାମ୍ପିୟନ ଅଷ୍ଟ୍ରେଲିଆ ଚଳିତ ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି) ବିଶ୍ୱକପର ୨୦ତମ ମ୍ୟାଚ୍‌ରେ ୮୭ ରନରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ସ୍ଥାନୀୟ କେନିଂଟନ ଓଭାଲ ଗ୍ରାଉଣ୍ଡରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଉଭୟ ବ୍ୟାଟିଂ ଓ ବୋଲିଂରେ କମାଲ କରି ବାଜି ମାରିଛି। ପ୍ରଥମେ ଅଧିନାୟକ ଆରୋନ ଫିଞ୍ଚ୍‌ଙ୍କ ଦମ୍‌ଦାର ୧୫୩ ରନରେ ଶତକୀୟ ପାଳି ଓ ପରେ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ଏବଂ କେନ୍‌ ରିଚାର୍ଡସନଙ୍କ ପ୍ରଭାବୀ ବୋଲିଂ ବଳରେ ଅଷ୍ଟ୍ରେଲିଆ ସହଜରେ ବିଜୟୀ ହୋଇଛି। ଏଥିସହିତ ଅଷ୍ଟ୍ରେଲିଆ ଟୁର୍ନାମେଣ୍ଟରେ ଏପର୍ଯ୍ୟନ୍ତ ୫ଟି ମ୍ୟାଚ୍‌ ଖେଳି ୪ଟି ବିଜୟ ଓ ଗୋଟିଏ ପରାଜୟ ସହ ମୋଟ ୮ ପଏଣ୍ଟ ପାଇଁ ତାଲିକାର ଶୀର୍ଷକୁ ଉଠିଛି। ଟସ୍‌ ଜିତି ଶ୍ରୀଲଙ୍କା ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୭ ଉଇକେଟ ହରାଇ ୩୩୪ ରନ ସଂଗ୍ରହ କରିଥିଲା। ଜବାବରେ ଶ୍ରୀଲଙ୍କା ୪୫.୫ ଓଭରରେ ୨୪୭ ରନ କରି ଅଲଆଉଟ ହୋଇ ପରାସ୍ତ ହୋଇଛି। ଏଥି ସହିତ ଶ୍ରୀଲଙ୍କା ୫ଟି ମ୍ୟାଚ୍‌ ଖେଳି ଗୋଟିଏ ବିଜୟ, ୨ଟି ପରାଜୟ ଓ ଦୁଇଟି ବିନା ଫଳାଫଳ ସହ ୪ ପଏଣ୍ଟ ହାସଲ କରି ପୂର୍ବପରି ପଞ୍ଚମ ସ୍ଥାନରେ ରହିଛି। ମ୍ୟାଚ୍‌ ବିଜୟୀ ଶତକୀୟ ଇନିଂସ ଖେଳିଥିବା ଫିଞ୍ଚ୍‌ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି।
୩୩୫ ରନ ବିଜୟ ଲକ୍ଷ୍ୟର ପିଛା କରି ଶ୍ରୀଲଙ୍କା ଭଲ ଆରମ୍ଭ କରିଥିଲେ ମଧ୍ୟ ମିଡିଲ ଓ ଲୋୟର ଅର୍ଡର ବ୍ୟାଟ୍ସମ୍ୟାନଙ୍କ ବିଫଳତା ଯୋଗୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଓପନର ତଥା ଅଧିନାୟକ ଦୁମୁଥ କରୁଣାରତ୍ନେ ୯୭, କୁଶାଲ ପେରେରା ୫୨, କୁଶାଲ ମେଣ୍ଡସ୍‌ ୨୯, ଲାହିରୁ ଥିରିମାନେ ୧୬ ରନ କରି ଆଉଟ ହୋଇଥିବା ବେଳେ ଧନଞ୍ଜୟ ଡି’ସିଲଭା ୧୬ ରନ କରି ଅପରାଜିତ ରହିଥିଲେ। ବାକି ୬ଜଣ ବ୍ୟାଟ୍ସମ୍ୟାନ ଦୁଇଅଙ୍କ ଛୁଇଁ ପାରି ନ ଥିଲେ। ବୋଲିଂରେ ଅଷ୍ଟ୍ରେଲିଆ ତରଫରୁ ମିଚେଲ ଷ୍ଟାର୍କ ୪, କେନ୍‌ ରିଚାର୍ଡସନ ୩, ପ୍ୟାଟ କୁମିନ୍ସ ୨, ଜାସନ ବେହରନଡୋର୍ଫ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ଫିଞ୍ଚ୍‌ଙ୍କ ଧୂଆଁଧାର ଶତକ
ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଅଷ୍ଟ୍ରେଲିଆ ଆରମ୍ଭରୁ ଦ୍ରୁତ ଗତିରେ ରନ୍‌ ସଂଗ୍ରହ କରିଥିଲା ଓ ବଡ଼ ସ୍କୋର ହାସଲ କରିବାରେ ସକ୍ଷମ ହୋଇଥିଲା। ଅଧିନାୟକ ଆରୋନ ଫିଞ୍ଚ୍‌ ୧୩୨ଟି ବଲର ସମ୍ମୁଖୀନ ହୋଇ ୧୫ ଚୌକା ଓ ୫ ଛକା ସହ ୧୫୩ ରନର ବୃହତ୍‌ ଶତକୀୟ ପାଳି ଖେଳିଥିଲେ। ଏଥିସହ ସେ ଦିନିକିଆରେ ୧୪ତମ ଶତକ ହାସଲ କରିଛନ୍ତି। ତେବେ ଇନ୍‌ଫର୍ମ ଓପନର ଡେଭିଡ ଓ୍ବାର୍ନର ମନ୍ଥର ବ୍ୟାଟିଂ କରି ୪୮ଟି ବଲ ଖେଳି ୨ ଚୌକା ସହ ୨୬ ରନ କରି ପ୍ରଥମେ ଆଉଟ ହେବା ପରେ ଉସ୍‌ମାନ ଖ୍ବାଜା ୧୦ ରନ କରି ପ୍ୟାଭିଲିୟନ ଫେରିଥିଲେ। ପୂର୍ବତନ ଅଧିନାୟକ ଷ୍ଟିଭେନ୍‌ ସ୍ମିଥ୍‌ ୫୯ଟି ବଲ୍‌ ଖେଳି ୭ ଚୌକା ଓ ୧ ଛକା ସହ ୭୩ ରନର ଦ୍ରୁତ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ଧୂଆଁଧାର ବ୍ୟାଟିଂ ପାଇଁ ବେଶ୍‌ ପରିଚିତ ଥିବା ଗ୍ଲେନ୍‌ ମ୍ୟାକ୍ସଓ୍ବେଲ ଏଥର କିନ୍ତୁ ନିରାଶ କରି ନ ଥିଲେ। ସେ ମାତ୍ର ୨୫ଟି ବଲର ସମ୍ମୁଖୀନ ହୋଇ ୫ ଚୌକା ଓ ୧ ଛକା ସହ ୪୬ ରନ କରି ଅପରାଜିତ ରହିଥିଲେ। ବାକି ୪ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ। ସନ ମାର୍ଶ ୩, ଆଲେକ୍ସ କାରୀ ୪ ରନ କରି ଆଉଟ ହୋଇଥିବାବେଳେ ପ୍ୟାଟ କୁମିନ୍ସ ଖାତା ଖୋଲିପାରି ନ ଥିଲେ। ମିଚେଲ ଷ୍ଟାର୍କ ୫ ରନ କରି ଅପରାଜିତ ରହିଥିଲେ। ତୃତୀୟ ଉଇକେଟରେ ଫିଞ୍ଚ୍‌ ଓ ସ୍ମିଥ୍‌ ୧୭୩ ରନ ସଂଗ୍ରହ କରି ଶ୍ରୀଲଙ୍କା ବୋଲରଙ୍କୁ ନିରାଶ କରିଥିଲେ। ଏହାପୂର୍ବରୁ ଓପନିଂ ଯୋଡିରେ ଫିଞ୍ଚ୍‌ ଓ ଓ୍ବାର୍ନର ୮୦ ରନ କରି ଦେଖିଚାହିଁ ଆରମ୍ଭ କରିଥିଲେ। ବୋଲିଂରେ ଇସୁରୁ ଉଡାନା ଓ ଧନଞ୍ଜୟ ଡି’ସିଲଭା ୨ଟି ଲେଖାଏ ଓ ଲାସିଥ ମାଲିଙ୍ଗା ଗୋଟିଏ ଉଇକେଟ ଅକ୍ତିଆର କରିଥିଲା।
ସଂକ୍ଷିପ୍ତ ସ୍କୋର:
ଅଷ୍ଟ୍ରେଲିଆ ୫୦ ଓଭରରେ ୩୩୪/୭
(ଫିଞ୍ଚ୍‌- ୧୫୩, ସ୍ମିଥ୍‌- ୭୩, ମ୍ୟାକ୍ସଓ୍ବେଲ-୪୬, ଓ୍ବାର୍ନର- ୨୬, ଉଡାନ- ୨/୫୭, ଧନଞ୍ଜୟ- ୨/୪୦ )।
ଶ୍ରୀଲଙ୍କା ୪୫.୫ ଓଭରରେ ୨୪୭ ଅଲଆଉଟ୍‌
(କରୁଣାରତ୍ନେ- ୯୭, କୁଶାଲ ପେରେରା- ୫୨,ମେଣ୍ଡିସ୍‌- ୩୦,ଷ୍ଟାର୍କ- ୪/୫୫, ରିଚାର୍ଡସନ- ୩/୪୭, କୁମିନ୍ସ- ୨/୩୮)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

ଇଣ୍ଡିଆନ ୟୁନିଭର୍ସିଟିଜ୍‌ ରଗ୍‌ବୀ, ଚେସ୍‌ ଦଳ ଘୋଷିତ

ଭୁବନେଶ୍ୱର, ୨୪।୪(ତପନ ସ୍ବାଇଁ): ଫ୍ରାନ୍ସର ଏକ୍ସେନ-ପ୍ରୋଭିନ୍ସରେ ୨୦୨୪ ଓ୍ବାଲର୍‌ଡ ୟୁନିସର୍ଭିଟି ରଗ୍‌ବୀ ସେଭେନ୍ସ ଚାମ୍ପିୟନଶିପ୍‌ ଜୁନ୍‌ ୧୦ରୁ ୧୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ସେହିପରି ଉଗାଣ୍ଡାର...

Video: ଆଉଟ୍‌ ଦେଇଥିବା ଅମ୍ପାୟାରଙ୍କଠାରୁ ‘ପ୍ରତିଶୋଧ’ ନେଲେ ବିରାଟ, ସର୍ବସମ୍ମୁଖରେ କଲେ ଏଭଳି…

ନୂଆଦିଲ୍ଲୀ,୨୩।୪: ବିରାଟ କୋହଲି କ୍ରିକେଟ ମଇଦାନରେ ନିଜର କ୍ରୋଧକୁ ନେଇ ପରିଚିତ। ଖେଳ ସମୟରେ ନିଜ ବିରୋଧୀ ଟିମ୍‌ର ମୁହଁ ଏବଂ ବ୍ୟାଟ୍‌ ଉଭୟର ଉଚିତ...

‘ପନ୍ତଙ୍କୁ ଚୟନ କରା ନ ଗଲେ ଭାରତ ମ୍ୟାଚ୍‌ରେ ପ୍ରଭାବ ପଡ଼ିବ’ 

ନୂଆଦିଲ୍ଲୀ,୨୩।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆର ଚୟନ ଚଳିତ ମାସ ଶେଷ ଆଡ଼କୁ ହୋଇପାରେ। ଦଳରେ ଅନେକ ଖେଳାଳିଙ୍କୁ ଚୟନ କରିବାକୁ ନେଇ ଏଯାଏ...

ହେଲା ବଡ଼ ଖୁଲାସା, ଏହି ଗୋଟିଏ ଭୁଲ୍‌ ପାଇଁ ଆର୍‌ସିବିରେ ନାହାନ୍ତି ଚହଲ…

ନୂଆଦିଲ୍ଲୀ,୨୩।୪: ଯୁଜବେନ୍ଦ୍ର ଚହଲଙ୍କୁ ଦଳରେ ନ ରଖିବାର ନିଷ୍ପତ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି)କୁ ଅବଶୋଷ ରହିବ। କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି ଫ୍ରାଞ୍ଚାଇଜ୍‌ର ପୂର୍ବ କ୍ରିକେଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri