ବିଏମ୍‌ସିର ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ: ବିକୃତ ହେଉଛି ରାଜଧାନୀ

ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ରୁ ଏବେ ଦୈନିକ ୬୦୦ ମେଟ୍ରିକ ଟନ୍‌ରୁ ଊର୍ଦ୍ଧ୍ୱ ଆବର୍ଜନା ବାହାରୁଛି। ବିଭିନ୍ନ ସ୍ଥାନରେ ଛୋଟବଡ଼ ଡଷ୍ଟବିନ୍‌ ରଖାଯାଇ ଆବର୍ଜନା ସଂଗ୍ରହ କରାଯିବାର ବ୍ୟବସ୍ଥା ରହିଛି। ହେଲେ ଡଷ୍ଟବିନଗୁଡ଼ିକର ଦୟନୀୟ ସ୍ଥିତିକୁ ଦେଖିଲେ ବ୍ୟବସ୍ଥାକୁ ନେଇ ନାନା ପ୍ରଶ୍ନ ଉଠୁଛି । କେଉଁଠି ଡଷ୍ଟବିନ୍‌ ଉଭାନ ହୋଇଯାଇଥିବାବେଳେ ଅଳିଆ ଆବର୍ଜନା ରାସ୍ତାରେ ଜମା ହେଉଛି। ପୁଣି ଆଉ କେଉଁଠି ରହିଥିବା ଡଷ୍ଟବିନ୍‌ଗୁଡିକ ମଧ୍ୟରୁ କିଛି ଭାଙ୍ଗିଯାଇଥିବା ବେଳେ ଆଉ କେତେକ କଳଙ୍କି ଲାଗି ନଷ୍ଟ ହୋଇଯାଇଛି। ଡଷ୍ଟବିନ୍‌ଗୁଡିକର ତଳ ଓ ପାର୍ଶ୍ୱ ଅଂଶ ମେଲା ହୋଇ ରହିଥିବାରୁ ଅଳିଆ ଆବର୍ଜନାଗୁଡିକ ତଳକୁ ଖସି ଦୁର୍ଗନ୍ଧ ହେଉଛି। ସହରର ଏପରି ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ପ୍ରତି ବିଏମ୍‌ସି କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ଆଖିବନ୍ଦ କରିଦେଇଥିବା ଭଳି ମନେ ହେଉଛି। କର୍ତ୍ତୃପକ୍ଷଙ୍କ ଏଭଳି ଆଭିମୁଖ୍ୟ ପାଇଁ ରାଜଧାନୀ ଭୁବନେଶ୍ୱରର ସୌନ୍ଦର୍ଯ୍ୟ ବିକୃତ ହେବାରେ ଲାଗିଛି ।

ଯୋଜନା କେବଳ କାଗଜକଲମରେ
ସ୍ବଚ୍ଛତାକୁ ନେଇ ବିଏମ୍‌ସିର ଯୋଜନା କମ୍‌ ନାହିଁ। ହେଲେ କାର୍ଯ୍ୟକାରିତା କେବଳ କାଗଜ କଲମରେ ସୀମିତ ରହୁଥିବାରୁ ଆରମ୍ଭରୁ ଉତ୍ସାହିତ ହୋଇପଡୁଥିବା ଅଧିକାରୀମାନେ କିଛିଦିନ ପରେ ପୂରା ଶୋଇପଡୁଛନ୍ତି। ଦେଶର ନଂ.୧ ସ୍ମାର୍ଟସିଟି ଭୁବନେଶ୍ୱର ବର୍ତ୍ତମାନ ସ୍ବଚ୍ଛ ସର୍ବେକ୍ଷଣ ତାଲିକାରେ ୨୪୯ ନମ୍ବର ସ୍ଥାନରେ ରହିଛି। ତଥାପି ବିଭାଗୀୟ କର୍ତ୍ତୃପକ୍ଷଙ୍କ ଚେତା ପଶୁନି କିମ୍ବା ଅଳିଆ ସଫା ଦାୟିତ୍ୱରେ ଥିବା ଠିକା ସଂସ୍ଥା କ’ଣ କରୁଛି ତାହା ତଦାରଖ କରିବାକୁ ମନ ବଳାଉନି। ଫଳରେ ସହର ସାରା ଯୁଆଡ଼େ ଦେଖିବ ଅଳିଆ ଆବର୍ଜନା ପଡ଼ିରହୁଛି। ବିଭିନ୍ନ ୱାର୍ଡ ଓ ବଜାରରେ ରଖାଯାଇଥିବା ଡଷ୍ଟବିନର ବିକଳାଙ୍ଗ ଅବସ୍ଥା ଦେଖିଲେ ମନେ ହେଉଛି ସ୍ମାର୍ଟସିଟିରେ ବି କଳଙ୍କି ଲାଗି ଯାଇଛି।
ବିଏମ୍‌ସିରୁ ମିଳିଥିବା ସୂଚନାନୁସାରେ, ବର୍ତ୍ତମାନ ଭୁବନେଶ୍ୱରରେ ୧୨୦ ଲିଟର ୫ଟି, ୨୪୦ ଲିଟର ୭୪୨ଟି, ୧୧ଶହ ଲିଟର ୯୫୩ଟି, ୫ଶହ ଲିଟର ୭ଟି, ୩ଶହ ୫୦ ଲିଟର ୨୩୦ଟି ଡଷ୍ଟବିନ୍‌ ରହିଛି। ଏହାବାଦ୍‌ ରାସ୍ତାପାର୍ଶ୍ୱରେ ଛୋଟ ଛୋଟ ୧୮ଶହଟି ଡଷ୍ଟବିନ ରହିଛି। ସେହିଭଳି କିଛିଦିନ ତଳେ ୫୦ଟି ଅଣ୍ଡରଗ୍ରାଉଣ୍ଡ୍‌ ଡଷ୍ଟବିନ ମଧ୍ୟ କାର୍ଯ୍ୟକ୍ଷମ କରାଯାଇଛି। ଏତେ ସଂଖ୍ୟକ ଡଷ୍ଟବିନ୍‌ ସତ୍ତ୍ୱେ କାହିଁକି ରାସ୍ତାକଡ଼, କଲୋନୀ ଓ ବଜାରରେ କୁଢ଼କୁଢ଼ ଅଳିଆ ବାହାରେ ପଡ଼ି ରହୁଥିବା ଦେଖିବାକୁ ମିଳୁଛି। ହସ୍ତଗତ ରିପୋର୍ଟ ଅନୁସାରେ, ବିଏମ୍‌ସି ଠିକ୍‌ ଭାବେ ପରିଚାଳନା କରୁ ନ ଥିବାରୁ ଏସବୁ ଡଷ୍ଟବିନ ମଧ୍ୟରୁ ଅଧିକାଂଶ ଭାଙ୍ଗି ଯାଇଥିବାବେଳେ ଆଉକିଛି ଉଭାନ ହୋଇଯାଇଛି।
ଖୋଲା ଗାଡ଼ିରେ ବୁହାହେଉଛି ଅଳିଆ
ଟ୍ରକ କିମ୍ବା ଟ୍ରାକ୍ଟରରେ ଆବର୍ଜନା ସ୍ଥାନାନ୍ତର ସମୟରେ ଉପରେ ପାଲ କିମ୍ବା ଅନ୍ୟ କିଛି ଘୋଡ଼େଇ ନେବାକୁ ଠିକାସଂସ୍ଥାଗୁଡ଼ିକୁ ନିର୍ଦ୍ଦେଶ ରହିଛି। ମାତ୍ର ଖୋଲା ଗାଡ଼ିରେ ଅଳିଆ ଆବର୍ଜନା ବୁହାଯାଉଥିବାରୁ ତାହା ରାସ୍ତା ଖସିପଡ଼ିବା ସହ ଦୁର୍ଘଟଣା ଓ ଦୁର୍ଗନ୍ଧର କାରଣ ହେଉଛି। ସହରରେ ପ୍ରତିଦିନ ଏଭଳି ଚିତ୍ର ଦେଖିବାକୁ ମିଳୁଥିବାବେଳେ ରାସ୍ତାରେ ଯାଉଥିବା ଲୋକେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାକୁ ନେଇ ଅନେକ ସମୟରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?