ବାସୋପଯୋଗୀ ଗ୍ରହର ସନ୍ଧାନ କରିବ ବୃହତ୍ତମ ଟେଲିସ୍କୋପ୍‌

ବେଜିଂ: ବିଶ୍ୱର ସର୍ବବୃହତ୍‌ ରେଡିଓ ଟେଲିସ୍କୋପ୍‌ ମହାକାଶରେ ପୃଥିବୀ ଭଳି ଗ୍ରହର ସନ୍ଧାନ କରିବା ସହ ଏଲିଅନ୍‌ଙ୍କ ସଙ୍କେତକୁ ଖୋଜିପାଇବ। ଏହି ସେନ୍‌ସିଟିଭ୍‌ ଟେଲିସ୍କୋପ୍‌ ମହାକାଶରେ ପୃଥିବୀଠାରୁ ୧୦୦ ଆଲୋକ ବର୍ଷ ଦୂରରେ ପୃଥିବୀ ଭଳି ଚୁମ୍ବକୀୟ କ୍ଷେତ୍ର ରହିଥିବା ଅନ୍ୟ ସୌରମଣ୍ଡଳୀୟ ଗ୍ରହ କିମ୍ବା ସୌରମଣ୍ଡଳ ବାହାରେ ରହିଥିବା ଉପଗ୍ରହର ସନ୍ଧାନ କରିପାରିବ। ଚାଇନା ଓ ଫ୍ରାନ୍ସର ଜ୍ୟୋତିର୍ବିଜ୍ଞାନୀମାନେ ଫାଇଭ ହଣ୍ଡ୍ରେଡ୍‌ ମିଟର ଆପେର୍‌ଚର ସ୍ପିୟରିକାଲ ରେଡିଓ ଟେଲିସ୍କୋପ (ଏଫଏଏସ୍‌ଟ) ମାଧ୍ୟମରେ କିଭଳି ମହାକାଶରେ ଅନୁଧ୍ୟାନ କରାଯିବ ସେ ସମ୍ପର୍କିତ ଯୋଜନା ରିସର୍ଚ୍ଚ ଇନ୍‌ ଆଷ୍ଟ୍ରୋନୋମୀ ଆଣ୍ଡ୍‌ ଆଷ୍ଟ୍ରୋଫିଜିକ୍ସର ଜର୍ନାଲରେ ପ୍ରକାଶ କରିଛନ୍ତି। ଏହି ଟେଲିସ୍କୋପରେ କେଉଁ ଗ୍ରହରେ ରେଡିଓ ରାଡିଏସନ୍‌ ଓ ଚୁମ୍ବକୀୟ କ୍ଷେତ୍ର ରହିଛି, ତାହା ଜଣାପଡିବ। ସୌରମଣ୍ଡଳ ମଧ୍ୟରେ ଥିବା ଗ୍ରହରେ ଚୁମ୍ବକୀୟ କ୍ଷେତ୍ର ରହିଥାଏ, କିନ୍ତୁ ସୌରମଣ୍ଡଳ ବାହାରେ ଥିବା ଗ୍ରହରେ ଚୁମ୍ବକୀୟ କ୍ଷେତ୍ର କିଭଳି ସମ୍ଭବ ତା’ର କାରଣ ଖୋଜି ପାଇବାରେ ଏହି ଟେଲିସ୍କୋପ ସାହାଯ୍ୟ କରିବ। ଗ୍ରହରେ ଚୁମ୍ବକୀୟ କ୍ଷେତ୍ର ନ ରହିଲେ ସେଥିରେ ବାୟୁମଣ୍ଡଳ ରହିବା ଅସମ୍ଭବ ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନକୁ ବୁଦ୍ଧି ଶିଖାଇଲା ଆମେରିକା

ଓ୍ବାଶିଂଟନ,୨୦ା୪: ଆମେରିକା ତିନୋଟି ଚାଇନିଜ୍‌ ଏବଂ ଗୋଟିଏ ବେଲାରୁଷ କମ୍ପାନୀକୁ ପାକିସ୍ତାନର କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ ପାଇଁ ଯନ୍ତ୍ରପାତି ଯୋଗାଇବାକୁ ବାରଣ କରିଛି। ଆମେରିକା ବୈଦେଶିକ ବିଭାଗ...

ଅନ୍‌ଲାଇନ୍‌ ଗେମ୍‌ ଖେଳି ଛାତ୍ରଙ୍କ ଜୀବନ ଗଲା

ଓ୍ବାଶିଂଟନ,୨୦ା୪: ଆମେରିକା କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ପଢୁଥିବା ଭାରତୀୟ ଛାତ୍ରଙ୍କ ପାଇଁ ଏକ ଗମ୍ଭୀର ତଥା ପ୍ରଥମ ଘଟଣା ଘଟିଛି। ଜଣେ ଛାତ୍ର ଅନ୍‌ଲାଇନ୍‌ ଗେମ୍‌...

Featured Video Play Icon

ମାର୍କେଟକୁ ଆସିଲା ଏସି ହେଲମେଟ୍‌, ଦାମ୍‌ ମାତ୍ର ଏତିକି…

ନୂଆଦିଲ୍ଲୀ,୨୦।୪: କେବଳ ରାଜ୍ୟରେ ନୁହେଁ ସାରା ଦେଶରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଅସହ୍ୟ ତାତିକୁ ନିଆଁବର୍ଷା ଲୋକଙ୍କୁ ଅସ୍ତବ୍ୟସ୍ତ କରିଦେଉଛି। ବାହାରେ ହେଉ କି...

ଗାଈର କଞ୍ଚା କ୍ଷୀରରୁ ମିଳିଲା H5N1 ବାର୍ଡ ଫ୍ଲୁ ଷ୍ଟ୍ରେନ୍‌; ସତର୍କ କଲା WHO

ନୂଆଦିଲ୍ଲୀ,୨୦।୪: ଆମେରିକାରେ ଗାଈର କଞ୍ଚା କ୍ଷୀରରେ ବାର୍ଡ ଫ୍ଲୁ ଭାଇରସ୍‌ ଷ୍ଟ୍ରେନ୍‌ ଏଚ୍‌୫ଏନ୍‌୧(H୫N୧) ଚିହ୍ନଟ ହୋଇଛି। ଏହାକୁ ନେଇ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ଚିନ୍ତା ପ୍ରକଟ...

ମସ୍କଙ୍କ ଭାରତ ଗସ୍ତ ସ୍ଥଗିତ

ନୁୟର୍କ/ନୂଆଦିଲ୍ଲୀ,୨୦।୪: ଟେସଲା ସିଇଓ ଏଲନ ମସ୍କଙ୍କ ଭାରତ ଗସ୍ତକୁ ସ୍ଥଗିତ ରଖାଯାଇଛି। ୨୧-୨୨ ଏପ୍ରିଲରେ ଦୁଇ ଦିନ ପାଇଁ ମସ୍କ ଭାରତ ଗସ୍ତ କରିବାର କାର୍ଯ୍ୟକ୍ରମ...

ସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିୟୁଟି ପାର୍ଲର

ଉନ୍ନାଓ: କୌଣସି ମଧ୍ୟ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପଦ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ବିଦ୍ୟାଳୟକୁ ଠିକ୍‌ ଭାବେ ଚଳାଇବା ସହ ଅନୁଶାସନ ବଜାୟ ରଖିବାର ସମ୍ପୂର୍ଣ୍ଣ...

ଅତି ଜରୁରୀ ନ ଥିଲେ ଯାତ୍ରା କରନ୍ତୁ ନାହିଁ

ଆବୁଧାବି,୨୦।୪: ସଂଯୁକ୍ତ ଆରବ ଏମିରେଟ୍‌ସ(ୟୁଏଇ)ରେ ଭୟଙ୍କର ବନ୍ୟା ମଧ୍ୟରେ ଫସିରହିଥିବା ଭାରତୀୟଙ୍କ ପାଇଁ ନୂଆ ଆଡ୍‌ଭାଇଜରି ଜାରି ହୋଇଛି। ଦୁବାଇରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ...

ଇରାନରେ ଇସ୍ରାଏଲ୍‌ର ଏୟାରଷ୍ଟ୍ରାଇକ୍‌

ଦୁବାଇ,୨୦ା୪: ଇରାନ୍‌ ଉପରେ ଇସ୍ରାଏଲୀ ସେନା ଶୁକ୍ରବାର ମିଶାଇଲ୍‌ ଆକ୍ରମଣ କରିଥିବା ଆମେରିକାର ଜଣେ ବରିଷ୍ଠ ସେନା ଅଧିକାରୀ ସୂଚନା ଦେଇଛନ୍ତି। ଇରାକ୍‌ ଓ ସିରିଆରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri