ବାଳକାଟୀ ସ୍ବାସ୍ଥ୍ୟକେନ୍ଦ୍ରରେ ଖୋଲିଲା କରୋନା ସ୍ବାବ କେନ୍ଦ୍ର, ପ୍ରଥମ ଦିନରେ ୫ ସନ୍ଦିଗ୍ଧଙ୍କ ସ୍ବାବ ସଂଗ୍ରହ

ବାଳକାଟୀ,୧ା୪(ଡି.ଏନ୍‌.ଏ)- ରାଜଧାନୀ ଉପକଣ୍ଠ ବାଲିଅନ୍ତା ବ୍ଲକର ବାଳକାଟୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ସ୍ଥାନୀୟ ସରଦେଇପୁରସ୍ଥିତ ପୂର୍ତ୍ତ ବିଭାଗ ଡାକବଙ୍ଗଳାରେ କରୋନା ସନ୍ଦିଗ୍ଧଙ୍କ ସ୍ବାବ ସଂଗ୍ରହ ପାଇଁ ବୁଧବାର ଏକ ଲାବରେଟୋରି ଖୋଲାଯାଇଛି। ଖୋଲିବାର ପ୍ରଥମ ଦିନରେ ବ୍ଲକ ଅଞ୍ଚଳରେ ଥିବା ୫ଜଣ ସନ୍ଦିଗ୍ଧ ଯୁବକଙ୍କ ସ୍ବାବ ସଂଗ୍ରହ କରାଯାଇ ଭୁବନେଶ୍ୱର ଏମ୍ସସ୍ଥିତ କରୋନା ଲାବରେଟୋରିକୁ ପରୀକ୍ଷଣ ପାଇଁ ପଠାଯାଇଛି। ଏହି ୫ଜଣ ସନ୍ଦିଗ୍ଧଙ୍କ ମଧ୍ୟରେ ରାଜ୍ୟର ତୃତୀୟ ସଂକ୍ରମିତ ଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ଭୁବନେଶ୍ୱରର କର କ୍ଲିନିକରେ କାର୍ଯ୍ୟ କରୁଥିବା ୩ଜଣ ଏବଂ ବାଳକାଟୀ ନିକଟସ୍ଥ ସାତକୋଶିଆ ଗ୍ରାମକୁ ଦିଲ୍ଲୀରୁ ନିକଟରେ ଫେରିଥିବା ୨ଜଣ ଯୁବକଙ୍କର ବୋଲି ବାଳକାଟୀ ସ୍ବାସ୍ଥ୍ୟକେନ୍ଦ୍ର ମୁଖ୍ୟ ଚିକିତ୍ସାଧିକାରୀ ଡା.ତନ୍ମୟ ତ୍ରିପାଠୀ ସୂଚନା ଦେଇଛନ୍ତି। ଏହି ସ୍ବାବ ସଂଗ୍ରହ ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜଣେ ମାଇକ୍ରୋ ବାୟୋଲୋଜିଷ୍ଟଙ୍କୁ ନିଯୁକ୍ତ କରାଯାଇଛି। ବାଳକାଟୀରେ ସ୍ବାବ କେନ୍ଦ୍ର ହେବା ଦ୍ୱାରା ଆଖପାଖ ଅଞ୍ଚଳର ସଂକ୍ରମିତଙ୍କୁ ପରୀକ୍ଷା ପାଇଁ ଆଉ ଭୁବନେଶ୍ୱର ଧାଇଁବାକୁ ପଡ଼ିବ ନାହିଁ ବୋଲି ଡା. ତ୍ରିପାଠୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

UPI ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର; ₹୨,୦୦୦ରୁ ଅଧିକ UPI ପେମେଣ୍ଟ ଉପରେ ଏବେ ଗଣିବାକୁ ପଡ଼ିବ ଚାର୍ଜ!

ନୂଆଦିଲ୍ଲୀ,୧୭।୭: ଯଦି ଆପଣ ଦୈନନ୍ଦିନ ଜୀବନରେ ୟୁପିଆଇ (UPI) ମାଧ୍ୟମରେ ବଡ଼ ଧରଣର ଆର୍ଥିକ କାରବାର କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ଦେଶରେ…

ଦିନିକିଆ ବିଶ୍ୱକପ୍ ୨୦୨୭ ଫର୍ମାଟ୍ ବଦଳାଇଲା ICC; ଜୟ ଶାହାଙ୍କ ନିଷ୍ପତ୍ତିକୁ ତୀବ୍ର ବିରୋଧ କଲେ ୪ ଦେଶର ଅଧିନାୟକ

ନୂଆଦିଲ୍ଲୀ,୧୭।୭: ଆସନ୍ତା ବର୍ଷ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଏବଂ ନାମିବିଆରେ ଅନୁଷ୍ଠିତ ହେବାକୁ ଥିବା ଦିନିକିଆ ବିଶ୍ୱକପ୍‌ର ଫର୍ମାଟ୍‌ରେ ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ହଠାତ ବଡ଼…

ଭାରତକୁ ବିଶ୍ୱକପ୍ ଜିତାଇଥିବା କ୍ରିକେଟର ଏବେ ଜେଲ୍‌ରେ! ଲାଞ୍ଚ ଯାଚିବା ଅଭିଯୋଗରେ ଶ୍ରୀଲଙ୍କାରେ ଗିରଫ ହେଲେ…

କଲମ୍ବୋ,୧୭।୭: ଭାରତୀୟ କ୍ରିକେଟ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ୨୦୧୮ ଅଣ୍ଡର-୧୯ ବିଶ୍ୱକପ ବିଜେତା ଦଳର ହିରୋ ତଥା ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ ମନଜୋତ…

ହଠାତ ଲଣ୍ଡନରେ ପହଞ୍ଚିଲେ ରୋହିତଙ୍କ ମା’ବାପା, ଲର୍ଡସ ଦିନିକିଆ ପରେ ସନ୍ନ୍ୟାସ ନିଶ୍ଚିତ!

ନୂଆଦିଲ୍ଲୀ,୧୭।୭: ଭାରତୀୟ କ୍ରିକେଟ ଇତିହାସର ସବୁଠାରୁ ସଫଳ ବ୍ୟାଟରଙ୍କ ମଧ୍ୟରୁ ଅନ୍ୟତମ ରୋହିତ ଶର୍ମାଙ୍କ ପ୍ରଶଂସକଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ଇଂଲଣ୍ଡ ବିପକ୍ଷରେ…

ସବୁକିଛି ହାସଲ କରିବା ପରେ, ସେହି ଗୋଟିଏ କଥା ‘ହିଟମ୍ୟାନ’ଙ୍କୁ ଜୀବନସାରା କନ୍ଦାଇବ! ରୋହିତ ଶର୍ମାଙ୍କୁ ଅବସର ନେବାକୁ…

ନୂଆଦିଲ୍ଲୀ,୧୭।୭: କ୍ରିକେଟ ପ୍ରଶଂସକମାନେ ନିଶ୍ଚିତ ଭାବରେ ଏହା ଜାଣିଥିବେ ଯେ ଲର୍ଡସରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ତୃତୀୟ ଦିନିକିଆ ରୋହିତ ଶର୍ମାଙ୍କ କ୍ୟାରିୟରର ଶେଷ…

ଶ୍ରୀଜଗନ୍ନାଥଙ୍କ ଟାହିଆ ପ୍ରସଙ୍ଗ, ଗୋଟି ଗୋଟି କରି ସବୁ କଥା କହିଦେଲେ ଦଇତାପତି ନିଯୋଗ ସମ୍ପାଦକ, ଜାଣନ୍ତୁ…

ପୁରୀ,୧୭।୭: ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରୁ ବିଶ୍ୱନିୟନ୍ତାଙ୍କ ବିଶ୍ୱପ୍ରସିଦ୍ଧ ନବଦିନାତ୍ମକ ରଥଯାତ୍ରା ଆରମ୍ଭ ହୋଇଯାଇଛି। ଇତିମଧ୍ୟରେ ରଥଟଣା ଶେଷ ହୋଇଛି। ଶରଧାବାଲିରେ ପହଞ୍ଚିଛନ୍ତି ୩ ରଥ। ରଥ…

ସଞ୍ଜୟ ରାଉତଙ୍କ ବଡ଼ ଦାବି: ‘ବଦଳିପାରନ୍ତି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ; ଦେବେନ୍ଦ୍ର ଫଡନଭିସଙ୍କୁ କେନ୍ଦ୍ରରେ ମିଳିବ ବଡ଼ ଭୂମିକା’

ମୁମ୍ବାଇ,୧୭।୭: ଉଦ୍ଧବ ଠାକରେଙ୍କ ଶିବସେନା (UBT)ର ରାଜ୍ୟ ସଭା ଏମପି ସଞ୍ଜୟ ରାଉତ ଏକ ଗୁରୁତ୍ୱପୂର୍ଣ୍ଣ ଦାବି କରିଛନ୍ତି। ଶୁକ୍ରବାର (୧୭ ଜୁଲାଇ) ସେ କହିଛନ୍ତି ଯେ…

କେସିଙ୍ଗା ରେଳ ଷ୍ଟେଶନ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ, ୨୨ କୋଟି ବ୍ୟୟ ଅଟକଳରେ ନିର୍ମିତ…

କେସିଙ୍ଗା,୧୭ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର ମୁଖ୍ୟଦ୍ୱାର ଦେଶରେ ଥିବା କେସିଙ୍ଗା ରେଲଓ୍ବେ ଷ୍ଟେଶନର ଶୁଭ ଉଦ୍‌ଘାଟନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କରକମଳରେ ଭର୍ଚୁଆଲ ଦ୍ବାରା ଶୁକ୍ରବାର ଅପରାହ୍ନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri