Posted inଫୁରସତ

ବାଲେଶ୍ୱରରୁ ବଲିଉଡ୍‌: ଅଭିନେତା ରତିକାନ୍ତ କାମିଲା; ଧାରାବାହିକରୁ ମିଳିଛି କ୍ଷୁଦ୍ର ଚଳଚ୍ଚିତ୍ରରେ କାମ କରିବାର ବି ସୁଯୋଗ

ଜନ୍ମ ତାଙ୍କର ସୁନାରୀ ପରିବାରରେ। କିନ୍ତୁ ଛୋଟବେଳୁ ନିଷ୍ପତ୍ତି ନେଇସାରିଥିଲେ ଯେ, ସେ ହେବେ ଅଭିନେତା। ଏଥିପାଇଁ ସେ କରିଥିଲେ ଅନେକ କଷ୍ଟ। ଫଳସ୍ବରୂପ ଆଜି ସେ ସୋନି, ସବ୍‌, ଜି, କଲର୍ସ, ଆଣ୍ଡ ଟିଭି ଭଳି ଚ୍ୟାନେଲ୍‌ର ଅନେକ ଲୋକପ୍ରିୟ ଟେଲି ସିରିଜ୍‌ରେ ଅଭିନୟ କରିବା ସହ ଏବେ ବଲିଉଡ୍‌ ଚଳଚ୍ଚିତ୍ରରେ କାମ କରିବାର ବି ସୁଯୋଗ ପାଇଛନ୍ତି। ଏହି ବ୍ୟକ୍ତିତ୍ୱ ଜଣକ ହେଉଛନ୍ତି ବାଲେଶ୍ୱର ଜିଲାର ରତିକାନ୍ତ କାମିଲା।

ସ୍ବପ୍ନ ପୂରଣ ପାଇଁ ପ୍ରସ୍ତୁତି- ବାଲେଶ୍ୱର, ବାଲିଆ ପାଳର କଟି ସାହି ଗାଁରେ ରତିକାନ୍ତ କାମିଲାଙ୍କର ଜନ୍ମ। ବାପା ବରେନ୍ଦ୍ର କାମିଲା ଓ ମା’ କାଞ୍ଚନ କାମିଲାଙ୍କ ୬ ସନ୍ତାନ ମଧ୍ୟରୁ ରତିକାନ୍ତ ଜଣେ। ପିଲାଟି ବେଳୁ କଳା ଓ ଅଭିନୟ ପ୍ରତି ଥିଲା ତାଙ୍କର ରୁଚି। ବାଲେଶ୍ବର, ବାଲିଆପାଳରେ କଳାରେ ସ୍ନାତକ ଡିଗ୍ରୀ କରିଥିଲେ। ଏହାପରେ ସେ ଏଇ ଛୋଟିଆ ଗାଁରୁ ବାହାରି ସ୍ବପ୍ନର ନଗରୀ ମୁମ୍ବାଇ ଯାଇ ନିଜ ସ୍ବପ୍ନକୁ ପୂରଣ କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ତା’ପୂର୍ବରୁ ନିଜକୁ ଅଭିନୟରେ ପରିପକ୍ୱ କରିବା ଥିଲା ନିହାତି ଜରୁରୀ। ରତିକାନ୍ତ କହନ୍ତି, ‘ସେଥିପାଇଁ ପ୍ରଥମେ ମୁଁ ବାଙ୍ଗାଲୋର୍‌ ଗଲି। ସେଠି ପାର୍ଟ ଟାଇମ୍‌ରେ ଏକ କଲ୍‌ ସେଣ୍ଟରରେ ରାତିରେ କାମ କଲି। ତା’ସହ ‘ନ୍ୟାଶନାଲ ଏକାଡେମୀ ଅଫ ସିନେମା ଆଣ୍ଡ ଟେଲିଭିଜନ’ ଅନୁଷ୍ଠାନରେ ଅଭିନୟର ତାଲିମ ନେଲି। ତିନିବର୍ଷ ଏହିପରି ରାତିରେ କାମ ଓ ଦିନରେ ଅଭିନୟର ତାଲିମ ନେବା ଜାରି ରହିଲା। ଏହାପରେ ଯାଇ ମାନସିକ ସ୍ତରରେ ପ୍ରସ୍ତୁତ ହୋଇଗଲି ସ୍ବପ୍ନର ନଗରୀ ମୁମ୍ବାଇ ଯିବାକୁ। ହେଲେ ସେଠାକୁ ଯାଇ ରହିବାକୁ ହେଲେ ଟଙ୍କାର ଆବଶ୍ୟକତା ଥିଲା। ତେଣୁ ତାଲିମ ସରିବା ପରେ ୫-୬ ମାସ ଫୁଲ୍‌ ଟାଇମ୍‌ ଜବ୍‌ କରି ଟଙ୍କା ସଞ୍ଚୟ କଲି। ହାତରେ କିଛି ଟଙ୍କା ହୋଇଯିବା ପରେ ଯାଇ ଚାଲିଲି ମୁମ୍ବାଇ। କିନ୍ତୁ ପରିବାର ଲୋକେ ଏ ସମ୍ପର୍କରେ କିଛି ବି ଜାଣି ନ ଥିଲେ।’
ମୁମ୍ବାଇରେ ସଂଘର୍ଷର ସେଇ ଦିନ- ‘୨୦୧୪ରେ ମୁଁ ମୁମ୍ବାଇ ଗଲି। ନୂଆ ଜାଗା, ନୂଆ ଲୋକ। ହାତରେ ଅଳ୍ପ କିଛି ସଞ୍ଚିତ ଅର୍ଥ। ପ୍ରଥମେ ମୁଁ ଅନ୍ଧେରିର ଲଜ୍‌ରେ ଦିନକୁ ୩୦୦ଟଙ୍କା ଦେଇ ରହିଲି। ଆଉ ଦେଇ ଚାଲିଲି ଅଡିଶନ୍‌ ପରେ ଅଡିଶନ୍‌। ଖାଇବା, ଶୋଇବାର ନ ଥିଲା ଠିକଣା। ସକାଳେ ଓ ରାତିରେ ଗୋଟିଏ ଲେଖାଏ ବଡ଼ାପାଓ ଖାଇ ଦିନ କାଟୁଥିଲି। ଦିନକୁ ୧୨-୧୩ ଟଙ୍କା ଖାଇବା ପାଇଁ ଖର୍ଚ୍ଚ କରୁଥିଲି। ଏମିତିରେ କଟିଗଲା ୬-୭ ମାସ। ତଥାପି ସଂଘର୍ଷ ଜାରି ରହିଥିଲା। ଶେଷରେ ଡିଡି ନ୍ୟାଶନାଲରେ ମୋତେ ମିଳିଲା ପ୍ରଥମ ବ୍ରେକ୍‌। ‘ଐଶା ପ୍ରେମ୍‌ କହଁା’ ନାମକ ଧାରାବାହିକରେ ଲିଡ୍‌ ନେଗେଟିଭ୍‌ ଭୂମିକାରେ ଅଭିନୟ କଲି। ସେ ପର୍ଯ୍ୟନ୍ତ ବି ପରିବାର ଲୋକେ ଏ ସମ୍ପର୍କରେ କିଛି ଜାଣି ନ ଥିଲେ। ଯେବେ ଧାରାବାହିକଟି ଚ୍ୟାନେଲ୍‌ରେ ଟେଲିକାଷ୍ଟ ହେଲା, ସେବେ ଯାଇ ମୁଁ ପରିବାର ଲୋକଙ୍କୁ ଫୋନ୍‌ କରି ଜଣେଇଲି। ମୋତେ ଟିଭିରେ ଦେଖି ସେମାନେ ବହୁତ ଖୁସି ହୋଇଥିଲେ। ଧାରାବାହିକଟି ଦେଢ଼ବର୍ଷ ପର୍ଯ୍ୟନ୍ତ ଚାଲିଥିଲା। ସେଥିରେ ମୋ କାମକୁ ବହୁତ ପସନ୍ଦ କରାଯାଇଥିଲା। ଏହାପରେ ମୋତେ ଅନେକ ଅଫର୍‌ ମିଳିବାକୁ ଲାଗିଲା ବୋଲି ରତିକାନ୍ତ କହନ୍ତି।

ଧାରାବାହିକରୁ କ୍ଷୁଦ୍ର ଚଳଚ୍ଚିତ୍ର- ବିଭିନ୍ନ ଧାରାବାହିକ ରେ ଭିନ୍ନ ଭିନ୍ନ ଭୂମିକାରେ ଅଭିନୟ କରିଥିଲେ ହେଁ ତାଙ୍କର ନେଗେଟିଭ୍‌ ଚରିତ୍ରର ଅଭିନୟକୁ ସମସ୍ତେ ବେଶ୍‌ ପସନ୍ଦ କରିଥିଲେ। ତେଣୁ ଏହି ଚରିତ୍ରରେ ଅଭିନୟ କରିବା ଲାଗି ତାଙ୍କୁ ମିଳିଛି ଅନେକ ଅଫର୍‌ । ଷ୍ଟାର୍‌ପ୍ଲସ୍‌ର ‘ସୁହାନି ସି ଏକ ଲଡକି’ରେ ସେ ହିରୋଙ୍କ ସାଙ୍ଗ ଭୂମିକାରେ ଓ ‘କୟାମତ କି ରାତ’ରେ ତାନ୍ତ୍ରିକ ଭୂମିକାରେ ଅଭିନୟ କରିଥିଲେ। ସବ୍‌ ଟିଭିର ‘ସାହେବ୍‌ ବିଓ୍ବି ଔର ବସ୍‌’, ସୋନି ଏଣ୍ଟରଟେନମେଣ୍ଟରେ ‘ସଙ୍କଟ ମୋଚନ ମହାବଲୀ ହନୁମାନ’(ରାକ୍ଷସ),‘କ୍ରାଇମ୍‌ ପାଟ୍ରୋଲ୍‌ ୧୦୦’ର ଏକ ଏପିସୋଡରେ କାମ କରିଛନ୍ତି। ‘ବିଗ୍‌ ମ୍ୟାଜିକ’ ଚ୍ୟାନେଲ୍‌ର ‘ଆକବର୍‌ ବିରବଲ୍‌’ ଧାରାବାହିକରେ ମନ୍ତ୍ରୀ ଚରିତ୍ର, କଲର୍ସର ‘ଚନ୍ଦ୍ରନନ୍ଦିନୀ’ରେ କଳିଙ୍ଗ ମହାରାଜଙ୍କ ସାମ୍ରାଜ୍ୟର ଏକ ଗାଁର ମୁଖିଆ ଚରିତ୍ର, ନାଗିନ୍‌ ୩ରେ ଅଘୋରି ବାବା ଭୂମିକା ଓ ‘ଇସ୍କ ମୈ ମରଜାଓ୍ବଁା’ ଧାରାବାହିକରେ ବି କାମ କରିଛନ୍ତି। ଜି ଟିଭିର ‘ଦିଲ୍‌ ଢୁଣ୍ଡତା ହୈ’ ଓ ‘ଐସି ଦିଓ୍ବାନଗୀ ଦେଖି ନହିଁ କହିଁ’ରେ ସପୋର୍ଟିଭ୍‌ ରୋଲ୍‌ରେ ଅଭିନୟ କରିଛନ୍ତି। ଏହାଛଡା ‘ଫିୟର ଫାଇଲ୍ସ’ର ଦୁଇଟି କାହାଣୀରେ ତାନ୍ତ୍ରିକ, ‘ଆପକି ଆଜାନେ ସେ’ ରେ ନେଗେଟିଭ୍‌ ରୋଲ୍‌ କରିଥିଲେ। ଆଣ୍ଡ ଟିଭିରେ ‘ମେରି ହାନିକାରକ ବିଓ୍ବି’, ‘ବିକ୍ରମ ବେତାଳ’ର ଦୁଇଟି କହାଣୀରେ ମୁଖ୍ୟ ଭୂମିକା, ‘ଲାଲ ଇସ୍କ’, ସିଦ୍ଧି ବିନାୟକ, ‘ଅଗ୍ନି ଫେରା’ ଆଦି ଧାରାବାହିକରେ କାମ କରିଛନ୍ତି। ଏହା ଛଡା ବିଭିନ୍ନ ସରକାରୀ ସ୍ତରରେ ଓ ସାମାଜିକ ବିଜ୍ଞାପନରେ ମଧ୍ୟ କାମ କରିଛନ୍ତି। ଭୋଜପୁରୀ ସିନେମା ‘ତୁହି ତୋ ମେରି ଜାନ ହେ ରାଧା ୨’ (ରିଲିଜ ୨୦୧୭)ରେ ଡାକ୍ତର ଭୂମିକାରେ କାମ କରିବାର ବି ସୁଯୋଗ ପାଇଥିଲେ ା

ଆଗାମୀ ଦିନରେ ତାଙ୍କୁ ଷ୍ଟାର ପ୍ଲସ୍‌ରେ ଆସିବାକୁ ଥିବା ‘ମହାରାଜ କୀ ଜୟ ହୋ’ ସିରିଏଲରେ ଦେଖିବାକୁ ମିଳିବ। ଅନେକ ଶର୍ଟ ଫିଲ୍ମ ବା କ୍ଷୁଦ୍ର ଚଳଚ୍ଚିତ୍ରରେ ବି ସେ କାମ କରିଛନ୍ତି। କନ୍ନଡ ଭାଷାର ଶର୍ଟ ଫିଲ୍ମ ‘ଓଣ୍ଡୁ ମାନେ କଠେ’, ହିନ୍ଦୀ ଶର୍ଟ ଫିଲ୍ମ ‘ଭୁଖ୍‌ ଏକ ସୋଚ୍‌’, ଲାଷ୍ଟଷ୍ଟେପ, ବଟଓ୍ବାରା, ଟର୍ନ ଆରାଉଣ୍ଡ, କ୍ରେଜି -ଫର, ସେଭ ଦ ଓ୍ବାଟର, ଥ୍ରୀ ମିସ୍‌ଟେକ, ହିରଣ୍ୟକଶ୍ୟପ ଆଦିରେ ବି ଅଭିନୟ କରିଛନ୍ତି। ୨୦୧୭ ପୁଣେରେ ହୋଇଥିବା ଇଣ୍ଟରନ୍ୟାଶନାଲ ଶର୍ଟ ଫିଲ୍ମ ଫେଷ୍ଟିଭାଲରେ ‘ହିରଣ୍ୟକଶ୍ୟପ’ ଫିଲ୍ମ ପାଇଁ ରତିକାନ୍ତ ବେଷ୍ଟ ଡାଏଲଗ୍‌ ପାଇଁ ସମ୍ମାନିତ ହୋଇଥିଲେ। ଏହାବ୍ୟତୀତ ସାବିତ୍ରୀ-ଗଙ୍ଗାଧର ଦାସ ପ୍ରତିଭା ସମ୍ମାନ- ୨୦୧୯, ହିମାଚଳ ପ୍ରଦେଶ ସରକାରଙ୍କ ପକ୍ଷରୁ ୨୦୧୮ରେ ଆଚିଭମେଣ୍ଟ ଆଓ୍ବାର୍ଡ ବି ପାଇଛନ୍ତି। ୨୦୧୭ରେ ରତିକାନ୍ତ ‘ଫେକ୍‌ ଫ୍ଲେସ ଫିଲ୍ମ ଫେଷ୍ଟ ଅଫିସିଆଲ ସିଲେକ୍ସନ କଲୋମ୍ବିଆ’ରେ ଭାଗ ନେବା ସୁଯୋଗ ପାଇଥିଲେ। ସେହିବର୍ଷ ପ୍ୟାରିସରେ ଅନୁଷ୍ଠିତ ‘ଲେସ ଫିଲ୍ମସ ଦେ ଲା ଟୋଇଲି’ ପ୍ରତିଯୋଗିତାରେ ସେ ସେମିଫାଇନାଲ ପର୍ଯ୍ୟନ୍ତ ଯାଇଥିଲେ।

ଏବେ ହାତରେ ବଡ଼ ବ୍ୟାନର୍‌ର ଚଳଚ୍ଚିତ୍ର- ଧାରାବାହିକ, କ୍ଷୁଦ୍ର ଚଳଚ୍ଚିତ୍ରରେ କାମ କରିବା ପରେ ଏବେ ତାଙ୍କୁ ବଲିଉଡ୍‌ର ଏକ ଭଲ ବ୍ୟାନରର ଚଳଚ୍ଚିତ୍ରରେ ଅଭିନୟ କରିବାର ସୁଯେଗ ମିଳିଛି। ଏବେ ଏହାର ଶୁଟିଂ ଚାଲିଛି। ରତିକାନ୍ତ କହନ୍ତି, ‘ଚଳଚ୍ଚିତ୍ରଟି ଆକ୍ସନଭିତ୍ତିକ ଓ ଗ୍ୟାଙ୍ଗଷ୍ଟରଙ୍କୁ ନେଇ ହୋଇଛି। ଏଥିରେ ମୋତେ ସେକେଣ୍ଡ ଲିଡ୍‌ରେ ଅଭିନୟ କରିବାର ସୁଯୋଗ ମିଳିଛି। ଏହି ଚଳଚ୍ଚିତ୍ରକୁ ନେଇ ମୋର ଅନେକ ଆଶା ରହିଛି। ଫିଲ୍ମଟି ରିଲିଜ୍‌ ହେବା ପରେ ସମସ୍ତେ ଏହାକୁ ପସନ୍ଦ କରିବେ ବୋଲି ଭାବୁଛି।’ ସେ ଆହୁରି କହନ୍ତି ଯେ, ଅଭିନୟ ଜଗତରେ ସଂଘର୍ଷ ସବୁବେଳେ ରହିଛି। ପ୍ରଥମେ ଏହି ଦୁନିଆ ଭିତରେ ପ୍ରବେଶ କରିବାର ସଂଘର୍ଷ, ଆଉ ଥରେ ପଶିଗଲା ପରେ ନିଜର ସ୍ଥିତିକୁ ବଜାୟ ରଖିବା ସହ ପ୍ରତିଯୋଗିତା ଭିତରେ ଆଗକୁ ବଢିବାର ପ୍ରତିଯୋଗିତା ଲାଗି ରହିଥାଏ। ଆଉ ଯିଏ ଦୃଢ଼ବିଶ୍ୱାସର ସହ କାମ କରେ ସେ ହିଁ ଏଠି ତିଷ୍ଠି ପାରେ।
-ଶିବାନୀ ମହାନ୍ତି
ତଥ୍ୟ ସହାୟତା-ନରେଶ ଚନ୍ଦ୍ର ପଟ୍ଟନାୟକ


Enter your email to get our daily news in your inbox.

All Right Reserved By Dharitri.Com

କୁକୁଟବନ୍ଧ ଛକରେ ମର୍ମନ୍ତୁଦ ଦୁର୍ଘଟଣା; ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେଲା ସ୍କୁଟି, ଚାଳକ ମୃତ

ଦିଗପହଣ୍ଡି,୨୭।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଛକରେ ରାସ୍ତାକଡର ଏକ ଗଛକୁ ଧକ୍କା ଦେଲା ସ୍କୁଟି । ଦୁର୍ଘଟଣାରେ ସ୍କୁଟି…

ପତ୍ନୀଙ୍କୁ ହତ୍ୟା, ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଲେ ରାୟଗଡା ଏଡିଜେ

ଗୁଣପୁର,୨୭।୫( ସୁଜାତା ପାଢ଼ୀ ): ଘରୋଇ କନ୍ଦଳ ପରେ ପତ୍ନୀଙ୍କୁ ନିର୍ମମ ଭାବେ ହତ୍ୟା କରିବା ଘଟଣାରେ ବିଚାରଣା କରି ରାୟଗଡା ଏଡିଜେ ଅଳ୍ପନା ସ୍ବାଇଁ ଅଭିଯୁକ୍ତ…

ସାର୍ଟିଫିକେଟ ପାଇଁ ଯାଉଥିବା ବେଳେ ବାଇକକୁ ଧକ୍କା ଦେଲା ଟ୍ରକ, ଚାଲିଗଲା ଚନ୍ଦନଙ୍କ ଜୀବନ

ଗଜପତି,୨୭।୫(ଗିରିଧାରୀ ପରିଛା) : ଚାଉଳ ବୋଝେଇ ଟ୍ରକ ସହ ମୁହାଁମୁହିଁ ଧକ୍କା ହେଲା ବାଇକ । ଦୁର୍ଘଟଣାରେ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଥିବା ବେଳେ ଚାଳକ ଆହତ…

୨ ମାସରୁ ଊର୍ଦ୍ଧ୍ୱ ହେବ ଭତ୍ତା ପାଇନାହାନ୍ତି ହିତାଧିକାରୀ, ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ବିଡିଓଙ୍କୁ କଲେ ଗୁହାରି

ଥୁଆମୂଳ ରାମପୁର,୨୭ା୫(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ସାମାଜିକ ସୁରକ୍ଷା ଯୋଜନାରେ ଭତ୍ତା ପାଉଥିବା ହିତାଧିକାରୀମାନେ ଚରମ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ୨ ମାସରୁ…

ମର୍ମନ୍ତୁଦ ଦୁର୍ଘଟଣା; କାମସାରି ଘରକୁ ଫେରୁଥିବା ବେଳେ ଓଲଟିଲା ପିକଅପ୍ ଭ୍ୟାନ, ୨…

ରାଜନଗର, ୨୭ା୫ (ଭାସ୍କର ରାଉତରାୟ): ରାଜନଗର ବ୍ଲକ ରାଜନଗର ଗୁପ୍ତି ମୁଖ୍ୟ ରାସ୍ତାର ହାତୀନା ଗ୍ରାମ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ଦୁଇ…

ରାଜ୍ ପ୍ରସାଦ ରାୟଗଡ଼ାର ନୂଆ ଏସ୍ପି; ଦାୟିତ୍ବ ଗ୍ରହଣ କରୁକରୁ କହିଦେଲେ ଏହି କଥା, ଛାନିଆ…

ଗୁଣପୁର,୨୭।୫(ସୁଜାତା ପାଢ଼ୀ): ରାୟଗଡ଼ା ଜିଲାର ନୂତନ ଏସପି ଭାବେ ରାଜ୍ ପ୍ରସାଦ ବୁଧବାର କାର୍ଯ୍ୟରେ ଯୋଗଦାନ କରିଛନ୍ତି । ପୂର୍ବତନ ଏସପି ସ୍ୱାତି ଏସ କୁମାରଙ୍କ ଠାରୁ…

କର୍ନାଟକରେ ସତ୍ତା ପରିବର୍ତ୍ତନ ପାଇଁ ପ୍ରସ୍ତୁତି ଶେଷ! କାଲି ଏହି ସମୟରେ ଇସ୍ତଫା ଦେବେ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ,୨୭।୫: କର୍ନାଟକରେ ଆଗାମୀ ଦୁଇ ଦିନ ମଧ୍ୟରେ କ୍ଷମତା ପରିବର୍ତ୍ତନ ନେଇ କଳ୍ପନାଜଳ୍ପନା ତୀବ୍ର ହେଉଥିବା ବେଳେ, କଂଗ୍ରେସ ବିଧାୟକ ଆର.ଭି. ଦେଶପାଣ୍ଡେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ…

ବେଆଇନ ଗୋହତ୍ୟା ରୋକିବାକୁ ଜିଲାପାଳ, ଥାନାଧିକାରୀଙ୍କୁ ସ୍ମାରକପତ୍ର

ବନ୍ତ,୨୭ା୫(କିଶୋର କୁମାର ସେଠୀ): ମୁସଲମାନ ସମ୍ପ୍ରଦାୟର ପର୍ବ ଇଦ-ଉଲ-ଜୁହା (ବକ୍ରିଦ) ପର୍ବ ପାଳନ ହେବାକୁ ଯାଉଥିବା ବେଳେ, ଏହି ସମୟରେ ବେଆଇନ ଗୋହତ୍ୟା ଏବଂ ଗୋ-ଚାଲାଣକୁ ସମ୍ପୂର୍ଣ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri