Posted inଭଦ୍ରକ

ବାଲିମାଫିଆ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ

ଭଣ୍ଡାରିପୋଖରୀ,୧୪।୧୨(ଡି.ଏନ.ଏ.)- ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ଷୋଳମପୁର ପଞ୍ଚାୟତ ମଣିନାଥପୁରସ୍ଥିତ ବୈତରଣୀ ନଦୀ ଘାଟରୁ ନିୟମିତ ବାଲି ଚୋରା ଚାଲାଣ ନେଇ ବିଭିନ୍ନ ସମୟରେ ଅଭିଯୋଗ ହୋଇଥାଏ। ଏହି ପରିପ୍ରେକ୍ଷୀରେ ମଣିନାଥପୁର ଗ୍ରାମର କେତେଜଣ ବାଲିମାଫିଆ ଏକ ହାଇଓ୍ବାକୁ ପ୍ରରୋଚିତ କରି ବାଲି ଚୋରା ଚାଲାଣ କରିବାକୁ ନେଇ ଶୁକ୍ରବାର ସନ୍ଧ୍ୟାରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ଏହି ଗଣ୍ଡଗୋଳରେ ଦୁଇ ପକ୍ଷରୁ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଦୁଇଜଣ ଯାଜପୁର ଜିଲା ଚିକିତ୍ସାଳୟ ଓ ଅନ୍ୟ ଜଣେ ଭଣ୍ଡାରିପୋଖରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।
ସୂଚନା ଅନୁଯାୟୀ, ଗୁରୁବାର ରାତିରେ ମୁଢ଼ାପଦା ଗ୍ରାମକୁ ଯାଉଥିବା ଏକ ହାଇଓ୍ବାକୁ ମଣିନାଥପୁରସ୍ଥିତ ବୈତରଣୀ ନଦୀ ବଲ୍ଲଭୀଘାଟ ସେତୁ ଉପରେ ସ୍ଥାନୀୟ କେତେକ ଯୁବକ ଅଟକାଇଥିଲେ। ମୁଢ଼ାପଦାର ଯୁବକମାନେ ଏହାର ପ୍ରତିବାଦ କରିବାରୁ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା। ଶୁକ୍ରବାର ସନ୍ଧ୍ୟାରେ ମଣିନାଥପୁରର କେତେଜଣ ବାଲିମାଫିଆ ମୁଢ଼ାପଦାର ଜଣେ ଯୁବକଙ୍କୁ ନେଇ ମୁଣ୍ଡ ଜାମିନ ରଖିଛନ୍ତି। ଏହାକୁ କେନ୍ଦ୍ରକରି ମୁଢ଼ାପଦା ଗ୍ରାମ ନିକଟରେ ଗୋଷ୍ଠୀସଂଘର୍ଷ ହୋଇଛି। ରିପୋର୍ଟ ଲେଖା ହେବା ବେଳକୁ ଏ ନେଇ ଥାନାରେ ଅଭିଯୋଗ ହୋଇନାହିଁ। ତେବେ ଖବର ପାଇ ଭଣ୍ଡାରିପୋଖରୀ ଥାନା ପୋଲିସ ଦୁଇ ଗଁ।କୁ ଯାଇ ତଦନ୍ତ କରିବା ସହ ଯାଜପୁର ମେଡିକାଲରେ ପହଞ୍ଚି ଆହତଙ୍କ ଅବସ୍ଥା ପଚାରି ବୁଝିଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ସକାଳୁ ସକାଳୁ ପାଇଖାନାରୁ ମିଳିଲା ଛାତ୍ରଙ୍କ ହାତବନ୍ଧା ମୃତଦେହ: ହତ୍ୟା ସନ୍ଦେହ

ଭଦ୍ରକ, ୨୧।୫(ସନାତନ ରାଉତ):ଭଦ୍ରକ ଟାଉନ ଥାନା ଚରମ୍ପାର ଏକ ପାଇଖାନାରୁ ଜଣେ ଛାତ୍ରଙ୍କ ହାତବନ୍ଧା ମୃତଦେହ ଉଦ୍ଧାର l ପରିବାର ପକ୍ଷରୁ ହତ୍ୟା ସନ୍ଦେହ କରାଯାଉଛି l…

ଏହି ଜିଲାରେ କାଲିଠୁ ବନ୍ଦ ରହିବ ଅଙ୍ଗନବାଡ଼ି କେନ୍ଦ୍ର, ପିଲାଙ୍କ ଘରକୁ ଶୁଖିଲା ଖାଦ୍ୟ….

ଭଦ୍ରକ,୨୦ା୫: ପ୍ରବଳ ଗ୍ରୀଷ୍ମ ପ୍ରବାହରେ ହନ୍ତସନ୍ତ ହେଉଛନ୍ତି ରାଜ୍ୟବାସୀ । ଅନେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବା ବେଳେ ଗରମ ସାଙ୍ଗକୁ ଗୁଳୁଗୁଳି ମଧ୍ୟ…

ଅଙ୍ଗନୱାଡ଼ିରୁ ମିଳୁଥିବା ବାଦାମ ଚିକି ଖାଇ ଗର୍ଭବତୀ ଗୁରୁତର, ସିଡିପିଓ ଅଫିସରେ ଧାରଣା ଦେଲେ ଲୋକେ

ବନ୍ତ,୧୯।୫(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ବ୍ଲକ ବନ୍ତ ପଞ୍ଚାୟତର ସଖୀପାଟଣା ଅଙ୍ଗନୱାଡ଼ି କେନ୍ଦ୍ରରୁ ମିଳିଥିବା ଅସ୍ବାସ୍ଥ୍ୟକର ପୃଷ୍ଟିକର ଖାଦ୍ୟ ଖାଇ ଜଣେ ଗର୍ଭବତୀ ମହିଳା…

ବାହାଘରକୁ ହୋଇଥିଲା ବର୍ଷେ ଟ୍ରାକ୍ଟର ଚକା ତଳେ ଗଲା ଯୁବକଙ୍କ ଜୀବନ: ବାହୁନି ବାହୁନି କାନ୍ଦୁଛି …

ଚାନ୍ଦବାଲି, ୧୬/୦୫ (ଅଶୋକ ପଣ୍ଡା/କିଷାନ )ପାତ୍ର: ସାବିତ୍ରୀ ବ୍ରତ ଦିନ ଟ୍ରାକ୍ଟର ଚକା ତଳେ ଗଲା ଯୁବକଙ୍କ ଜୀବନ ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲା…

ପିକ୍‌ଅପ୍‌ରେ ଯାଉଥିଲେ ୨୭ ଶ୍ରମିକ, ଭାରସାମ୍ୟ ହରାଇ ରାସ୍ତାରେ ଓଲଟି ପଡ଼ିଲା, ତା’ ପରେ…

ବାସୁଦେବପୁର,୧୬ା୫(କାଳିପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଅରଣ୍ଡୁଆ ପଞ୍ଚାୟତର ବେକମୁଡ଼ି ଛକ ନିକଟରେ ଶନିବାର ଏକ ପିକ୍‌ଅପ୍‌ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଛି।…

୨୫ରୁ ଅଧିକ ଶ୍ରମିକ ନେଇ ଆସୁଥିବା ପିକଅପ ଭ୍ୟାନ ଓଲଟିଲା, ଆହତ ହସ୍ପିଟାଲରେ ଭର୍ତ୍ତିି

ବାସୁଦେବପୁର,୧୬।୫(ନାରାୟଣ ପ୍ରସାଦ ବାରିକ/ କାଳୀପଦ ରାୟ ): ଭଦ୍ରକ ଜିଲାର ସଦର ମହକୁମାରୁ ବାସୁଦେବପୁରକୁ ଏକ ଛାତ ଢାଳିବାକୁ ଏକ ପିକଅପରେ ଆସୁଥିବା ୨୫ରୁ ଅଧିକ ଶ୍ରମିକ…

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା: ଭିଜିଲାନ୍ସ ଜାଲାରେ କନିଷ୍ଠଯନ୍ତ୍ରୀ

ଭଦ୍ରକ,୧୪ା୫(ସନାତନ ରାଉତ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଇଞ୍ଜିନିୟର ବିଜୟ କୁମାର ମହାନ୍ତିଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି। ଗୁରୁବାର ଆରଡିଛକସ୍ଥିତ ୩ ମହଲା ଘର…

ବିଦ୍ୟୁତ ଆଘାତରେ ବ୍ୟକ୍ତି ଗୁରୁତର, ବିଦେଇପୁର ବିଦ୍ୟୁତ କାର୍ଯ୍ୟାଳୟ ଆଗରେ ଗ୍ରାମବାସୀଙ୍କ ଧାରଣା

ବାସୁଦେବପୁର,୧୪।୫(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ବିଦେଇପୁର ୩୩ କେଭି ଷ୍ଟ୍ରକ୍ଚର ଠାରେ ବିଦ୍ୟୁତ ଆଘାତରେ ସହଦେଵ ତରେଇ ଆହତ ହୋଇଥିଲେ । ତାଙ୍କୁ କ୍ଷତିପୂରଣ ଦେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri