ବାରିଷ୍ଟର ରଣଜିତ୍‌ ମହାନ୍ତିଙ୍କ ଶ୍ରାଦ୍ଧୋତ୍ସବ ଓ ସ୍ମାରକୀ ବକ୍ତୃତା:ଆଇନ ଶିକ୍ଷାରେ ବିପ୍ଳବ ଆଣିଥିଲେ ରଣଜିତ୍‌ ମହାନ୍ତ

କଟକ ଅଫିସ,୩।୯: ଦେଶରେ ଆଇନ ଶିକ୍ଷାରେ ବିପ୍ଳବ ଆଣିଥିଲେ ବାରିଷ୍ଟର ରଣଜିତ୍‌ ମହାନ୍ତି। ତାଙ୍କ ପ୍ରଚେଷ୍ଟାରେ ବାଙ୍ଗାଲୋରରେ ପ୍ରଥମ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହୋଇପାରିଥିଲା। ପାଞ୍ଚବର୍ଷିଆ ଆଇନ ପାଠ୍ୟକ୍ରମ ପ୍ରଚଳନ ରଣଜିତ୍‌ଙ୍କ ମାନସ ସନ୍ତାନ ବୋଲି ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି। ସୋମବାର ହାଇକୋର୍ଟ ବାର ଆସୋସିଏଶନ ସମ୍ମିଳନୀ କକ୍ଷରେ ଆୟୋଜିତ ବାରିଷ୍ଟର ରଣଜିତ୍‌ ମହାନ୍ତିଙ୍କ ଶ୍ରାଦ୍ଧବାର୍ଷିକୀ ଓ ସ୍ମାରକୀ ବକ୍ତୃତା ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ମନ୍ତ୍ରୀ ଜେନା କହିଥିଲେ, ବାରିଷ୍ଟର ମହାନ୍ତି ଥିଲେ ବିଜୁବାବୁଙ୍କ ଘନିଷ୍ଠ ବନ୍ଧୁ ଓ ଅଣକଂଗ୍ରେସ ରାଜନୀତିର ଜଣେ ମହାନ୍‌ କର୍ଣ୍ଣଧାର। ବିଜୁବାବୁଙ୍କ ପରିବାର ସହ ବାରିଷ୍ଟର ମହାନ୍ତିଙ୍କ ପରିବାରର ମଧ୍ୟ ସମ୍ପର୍କ ରହିଛି। ଓଡ଼ିଶାର ଆଇନ ବ୍ୟବସ୍ଥାରେ ନୂତନ କୋର୍ଟ ଖୋଲିବା, ଜଜ୍‌ ନିଯୁକ୍ତି ଦ୍ୱାରା ଓଡ଼ିଶାବାସୀଙ୍କ ଆସ୍ଥା ଓ ବିଶ୍ୱାସ ବଢ଼ିବା, ନ୍ୟାୟ ବ୍ୟବସ୍ଥାରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ଭାବେ ଦେଶର ମାନଚିତ୍ରରେ ସ୍ଥାନ ପାଇବାକୁ ଯାଉଛି। ରାଜ୍ୟରେ ଖୁବ୍‌ଶୀଘ୍ର ୧୦୦ଟି ଜେଏମ୍‌ଏଫ୍‌ସି ଖୋଲିବା ବ୍ୟବସ୍ଥା କରାଯାଉଛି ବୋଲି ମନ୍ତ୍ରୀ କହିଥିଲେ। ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍‌ ଏ.ଏସ୍‌. ନାଇଡୁ କହିଥିଲେ, ଭିନ୍ନଭିନ୍ନ ଭାଷାରେ ଦକ୍ଷତା ରଖିଥିବା ବାରିଷ୍ଟର ମହାନ୍ତି କେବଳ ନ୍ୟାୟିକ କ୍ଷେତ୍ରରେ ଅନେକ ପରିବର୍ତ୍ତନ ଆଣିଥିଲେ ତାହା ନୁହେଁ ବରଂ ଆଇନ ଶିକ୍ଷା, ବାର୍‌ କାଉନ୍‌ସିଲ୍‌, ବାର୍‌ ଆସୋସିଏଶନ୍‌ର କାର୍ଯ୍ୟକାରିତା ମଧ୍ୟରେ ଫରକ ଆଣିଥିଲେ। ଏହି ଅବସରରେ ଜଷ୍ଟିସ୍‌ ନାଇଡୁ ରଣଜିତ୍‌ଙ୍କୁ ଚାମ୍ପିୟନ୍‌ ଅଫ୍‌ ହ୍ୟୁମାନ୍‌ ରାଇଟ୍‌ସ ବୋଲି ଅଭିହିତ କରିଥିଲେ। ମାନବାଧିକାର ସୁରକ୍ଷା, ସଂରକ୍ଷଣ ପାଇଁ ରଣଜିତ୍‌ ଆଜି ମଧ୍ୟ ଜନମାନସରେ ନିଜର ଛାପ ଛାଡିଯାଇଛନ୍ତି ବୋଲି ସେ କହିଥିଲେ। ଉତ୍ସବରେ ଆଡ୍‌ଭୋକେଟ୍‌ ଜେନେରାଲ୍‌ ଅଶୋକ ପରିଜା ସମ୍ମାନିତ ଅତିଥି ଭାବେ ଯୋଗଦେଇ ସ୍ବର୍ଗତ ମହାନ୍ତିଙ୍କ ଆଇନପେସାକୁ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ। ହାଇକୋର୍ଟ ବାର୍‌ର ସଭାପତି ଗୋପାଳକୃଷ୍ଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ବାର୍‌ର ସମ୍ପାଦକ ସଞ୍ଜୟ ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ବାରିଷ୍ଟର ରଣଜିତ୍‌ ମହାନ୍ତି ସ୍ମୃତି କମିଟି ପକ୍ଷରୁ ରାଜ୍ୟର ବିଭିନ୍ନ ବାର୍‌ ଆସୋସିଏଶନ୍‌ର ଯୁବ ଆଇନଜୀବୀମାନଙ୍କୁ ଆଇନ ପୁସ୍ତକ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସ୍ବର୍ଗତ ରଣଜିତ୍‌ ମହାନ୍ତିଙ୍କ ପୁତ୍ର ତଥା ବମ୍ବେ ହାଇକୋର୍ଟର ବିଚାରପତି ଇନ୍ଦ୍ରଜିତ୍‌ ମହାନ୍ତି, ଓଡ଼ିଶା ହାଇକୋର୍ଟର ବହୁ ବିଚାରପତି, ଅବସରପ୍ରାପ୍ତ ବିଚାରପତି, ଆଇନଜୀବୀ ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥିମାନେ ହାଇକୋର୍ଟ ପରିସରରେ ଥିବା ବାରିଷ୍ଟର୍‌ ରଣଜିତ୍‌ ମହାନ୍ତିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ହାଇକୋର୍ଟ ବାର୍‌ର ଉପସଭାପତି ପୀୟୂଷ ମିଶ୍ର ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?