ବାରିଷ୍ଟର ରଣଜିତ୍‌ ମହାନ୍ତିଙ୍କ ଶ୍ରାଦ୍ଧୋତ୍ସବ ଓ ସ୍ମାରକୀ ବକ୍ତୃତା:ଆଇନ ଶିକ୍ଷାରେ ବିପ୍ଳବ ଆଣିଥିଲେ ରଣଜିତ୍‌ ମହାନ୍ତ

କଟକ ଅଫିସ,୩।୯: ଦେଶରେ ଆଇନ ଶିକ୍ଷାରେ ବିପ୍ଳବ ଆଣିଥିଲେ ବାରିଷ୍ଟର ରଣଜିତ୍‌ ମହାନ୍ତି। ତାଙ୍କ ପ୍ରଚେଷ୍ଟାରେ ବାଙ୍ଗାଲୋରରେ ପ୍ରଥମ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହୋଇପାରିଥିଲା। ପାଞ୍ଚବର୍ଷିଆ ଆଇନ ପାଠ୍ୟକ୍ରମ ପ୍ରଚଳନ ରଣଜିତ୍‌ଙ୍କ ମାନସ ସନ୍ତାନ ବୋଲି ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି। ସୋମବାର ହାଇକୋର୍ଟ ବାର ଆସୋସିଏଶନ ସମ୍ମିଳନୀ କକ୍ଷରେ ଆୟୋଜିତ ବାରିଷ୍ଟର ରଣଜିତ୍‌ ମହାନ୍ତିଙ୍କ ଶ୍ରାଦ୍ଧବାର୍ଷିକୀ ଓ ସ୍ମାରକୀ ବକ୍ତୃତା ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ମନ୍ତ୍ରୀ ଜେନା କହିଥିଲେ, ବାରିଷ୍ଟର ମହାନ୍ତି ଥିଲେ ବିଜୁବାବୁଙ୍କ ଘନିଷ୍ଠ ବନ୍ଧୁ ଓ ଅଣକଂଗ୍ରେସ ରାଜନୀତିର ଜଣେ ମହାନ୍‌ କର୍ଣ୍ଣଧାର। ବିଜୁବାବୁଙ୍କ ପରିବାର ସହ ବାରିଷ୍ଟର ମହାନ୍ତିଙ୍କ ପରିବାରର ମଧ୍ୟ ସମ୍ପର୍କ ରହିଛି। ଓଡ଼ିଶାର ଆଇନ ବ୍ୟବସ୍ଥାରେ ନୂତନ କୋର୍ଟ ଖୋଲିବା, ଜଜ୍‌ ନିଯୁକ୍ତି ଦ୍ୱାରା ଓଡ଼ିଶାବାସୀଙ୍କ ଆସ୍ଥା ଓ ବିଶ୍ୱାସ ବଢ଼ିବା, ନ୍ୟାୟ ବ୍ୟବସ୍ଥାରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ଭାବେ ଦେଶର ମାନଚିତ୍ରରେ ସ୍ଥାନ ପାଇବାକୁ ଯାଉଛି। ରାଜ୍ୟରେ ଖୁବ୍‌ଶୀଘ୍ର ୧୦୦ଟି ଜେଏମ୍‌ଏଫ୍‌ସି ଖୋଲିବା ବ୍ୟବସ୍ଥା କରାଯାଉଛି ବୋଲି ମନ୍ତ୍ରୀ କହିଥିଲେ। ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍‌ ଏ.ଏସ୍‌. ନାଇଡୁ କହିଥିଲେ, ଭିନ୍ନଭିନ୍ନ ଭାଷାରେ ଦକ୍ଷତା ରଖିଥିବା ବାରିଷ୍ଟର ମହାନ୍ତି କେବଳ ନ୍ୟାୟିକ କ୍ଷେତ୍ରରେ ଅନେକ ପରିବର୍ତ୍ତନ ଆଣିଥିଲେ ତାହା ନୁହେଁ ବରଂ ଆଇନ ଶିକ୍ଷା, ବାର୍‌ କାଉନ୍‌ସିଲ୍‌, ବାର୍‌ ଆସୋସିଏଶନ୍‌ର କାର୍ଯ୍ୟକାରିତା ମଧ୍ୟରେ ଫରକ ଆଣିଥିଲେ। ଏହି ଅବସରରେ ଜଷ୍ଟିସ୍‌ ନାଇଡୁ ରଣଜିତ୍‌ଙ୍କୁ ଚାମ୍ପିୟନ୍‌ ଅଫ୍‌ ହ୍ୟୁମାନ୍‌ ରାଇଟ୍‌ସ ବୋଲି ଅଭିହିତ କରିଥିଲେ। ମାନବାଧିକାର ସୁରକ୍ଷା, ସଂରକ୍ଷଣ ପାଇଁ ରଣଜିତ୍‌ ଆଜି ମଧ୍ୟ ଜନମାନସରେ ନିଜର ଛାପ ଛାଡିଯାଇଛନ୍ତି ବୋଲି ସେ କହିଥିଲେ। ଉତ୍ସବରେ ଆଡ୍‌ଭୋକେଟ୍‌ ଜେନେରାଲ୍‌ ଅଶୋକ ପରିଜା ସମ୍ମାନିତ ଅତିଥି ଭାବେ ଯୋଗଦେଇ ସ୍ବର୍ଗତ ମହାନ୍ତିଙ୍କ ଆଇନପେସାକୁ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ। ହାଇକୋର୍ଟ ବାର୍‌ର ସଭାପତି ଗୋପାଳକୃଷ୍ଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ବାର୍‌ର ସମ୍ପାଦକ ସଞ୍ଜୟ ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ବାରିଷ୍ଟର ରଣଜିତ୍‌ ମହାନ୍ତି ସ୍ମୃତି କମିଟି ପକ୍ଷରୁ ରାଜ୍ୟର ବିଭିନ୍ନ ବାର୍‌ ଆସୋସିଏଶନ୍‌ର ଯୁବ ଆଇନଜୀବୀମାନଙ୍କୁ ଆଇନ ପୁସ୍ତକ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସ୍ବର୍ଗତ ରଣଜିତ୍‌ ମହାନ୍ତିଙ୍କ ପୁତ୍ର ତଥା ବମ୍ବେ ହାଇକୋର୍ଟର ବିଚାରପତି ଇନ୍ଦ୍ରଜିତ୍‌ ମହାନ୍ତି, ଓଡ଼ିଶା ହାଇକୋର୍ଟର ବହୁ ବିଚାରପତି, ଅବସରପ୍ରାପ୍ତ ବିଚାରପତି, ଆଇନଜୀବୀ ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥିମାନେ ହାଇକୋର୍ଟ ପରିସରରେ ଥିବା ବାରିଷ୍ଟର୍‌ ରଣଜିତ୍‌ ମହାନ୍ତିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ହାଇକୋର୍ଟ ବାର୍‌ର ଉପସଭାପତି ପୀୟୂଷ ମିଶ୍ର ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri