ବାରିପଦା ଅଫିସ,୨୫ା୧- ଶୀତ ଋତୁରେ ମୟୂରଭଞ୍ଜ ଜିଲାକୁ ଦେଶ ବିଦେଶ ତଥା ବିଭିନ୍ନ ଅଞ୍ଚଳରୁ ଆସୁଥିବା ପକ୍ଷୀଙ୍କ ଗଣନା କାର୍ଯ୍ୟ ଗତ ୩ ଓ ୪ ତାରିଖ ଦୁଇଦିନ ଧରି କରାଯାଇଥିଲା। ବାରିପଦା ବନଖଣ୍ଡର ୭ଟି ବନାଞ୍ଚଳରେ ଗଣନା କାର୍ଯ୍ୟ ଶେଷ ହୋଇ ରିପୋର୍ଟ ପ୍ରସ୍ତୁତି ହୋଇଛି। ଚଳିତ ବର୍ଷ ଏହି ବନଖଣ୍ଡରେ ୮ ହଜାର ୧୫୭ ପକ୍ଷୀ ଥିବା ସୂଚନା ମିଳିଛି। ଅନ୍ୟପକ୍ଷେ ଗତ ବର୍ଷ ୮ ହଜାର ୬୮୧ ପକ୍ଷୀ ଥିଲେ। ଚଳିତ ବର୍ଷ ମୋଟ ୫୨୪ ଟି ପକ୍ଷୀ କମିଥିବା ବନଖଣ୍ଡ କାର୍ଯ୍ୟାଳୟ ରିପୋର୍ଟରେ ଉଲ୍ଲେଖ ରହିଛି।
ସୂଚନା ମୁତାବକ, ବାରିପଦା ବନଖଣ୍ଡର ବେତନଟୀ ବନାଞ୍ଚଳର ୧୩ ଜଳାଶୟ, ଉଦଳା ବନାଞ୍ଚଳର ୩, ଦେଉଳି ବନାଞ୍ଚଳର ୪ , ବାଙ୍ଗିରିପୋଷି ବନାଞ୍ଚଳର ୫, ବାରିପଦା ବନାଞ୍ଚଳର ୧୩, କପ୍ତିପଦା ବନାଞ୍ଚଳର ୨ ଓ ରାସଗୋବିନ୍ଦପୁର ବନାଞ୍ଚଳର ୫ ଟି ଜଳାଶୟରେ ପକ୍ଷୀ ଗଣନା କରାଯାଇଥିଲା। ଗଣନା ପରେ ରିପୋର୍ଟ ମୁତାବକ ବେତନଟୀ ବନାଞ୍ଚଳରେ ୨୬୦୨, ଉଦଳାରେ ୪୨୦, ଦେଉଳିରେ ୨୦୦୫, ବାଙ୍ଗିରିପୋଷିରେ ୬୬୯, ବାରିପଦାରେ ୧୬୭୯, କପ୍ତିପଦାରେ ୩୮୧ ଓ ରାସଗୋବିନ୍ଦପୁର ବନାଞ୍ଚଳରେ ୪୦୧ ପକ୍ଷୀ ଥିବା ଜଣାପଡିଥିଲା। ଚଳିତ ବର୍ଷ ଉକ୍ତ ବନଖଣ୍ଡର ୪୫ଟି ଜଳାଶୟରେ ପକ୍ଷୀ ଗଣନା ହୋଇଥିବାବେଳେ ଗତ ବର୍ଷ ୪୮ ଟି ଜଳାଶୟରେ ଗଣନା ହୋଇଥିଲା। ବାରିପଦା ବନଖଣ୍ଡ ଅଧିକାରୀ ସ୍ବୟମ ମଲିକ ‘ଧରିତ୍ରୀ’କୁ ସୂଚନା ଦେଇ କହିଛନ୍ତି ଯେ, ଚଳିତ ବର୍ଷ ଗଣନା ବେଳେ ପାଗ ଖରାପ ଥିବାରୁ ଠିକ ଭାବେ ପକ୍ଷୀ ଦୃଶ୍ୟମାନ ହୋଇ ନାହାନ୍ତି। ଏଥିପାଇଁ ପକ୍ଷୀ ସଂଖ୍ୟା କମିଥିବା ବିଭାଗ ଅନୁଧ୍ୟାନ ବେଳେ ଜାଣିବାକୁ ପାଇଛି। ସେହିପରି ସ୍ଥାନୀୟ ପକ୍ଷୀ ବହୁତ ସଂଖ୍ୟାରେ ଥିବାବେଳେ ବିଦେଶୀ ପକ୍ଷୀ ନ ଥିବା ମଧ୍ୟ ସେ କହିଛନ୍ତି।
ନ୍ୟାୟ ମାଗିବାକୁ ଥାନାକୁ ଯାଇଥିଲେ ନାବାଳିକା; ଥାନା ଅଧିକାରୀଙ୍କ ଧମକରେ ଅଚେତ ହୋଇଗଲେ, ତାପରେ…
ବାରିପଦା/ମୋରଡ଼ା,୧୮।୫ (ନୀଳାଦ୍ରି ବିହାରୀ ଦଣ୍ଡପାଟ/ସ୍ମାରକ ମାଜୀ): ମା’ବାପାଙ୍କ ସହିତ ଅଭିଯୋଗ ପତ୍ର ନେଇ ଥାନାକୁ ଯାଇଥିବା ଜଣେ ନାବାଳିକା ଥାନା ଅଧିକାରୀଙ୍କ ଧମକପୂର୍ଣ୍ଣ ବ୍ୟବହାରରେ ଚେତାଶୂନ୍ୟ ହୋଇ…
ସମ୍ପର୍କୀୟ ଭାଇ ଦେଲା ବିଶ୍ବାସରେ ବିଷ:୧୩ ବର୍ଷୀୟା ନାବାଳିକା ହେଲେ ୬ ମାସର ଗର୍ଭବତୀ, ଡାକ୍ତରୀ ପରୀକ୍ଷା ପରେ…
ବୈଶିଙ୍ଗା,୧୫।୫(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଅଞ୍ଚଳରେ ବଳାତ୍କାର ଶିକାର ଜନୈକା ୧୩ ବର୍ଷିୟା ନାବାଳିକା ୬ମାସର ଗର୍ଭବତୀ ହେବା ଘଟଣାରେ ସମ୍ପର୍କୀୟ ଭାଇକୁ ଗିରଫ କରିଛି…
ଯୁବତୀଙ୍କୁ ଦୁର୍ବ୍ୟବହାର ଉଦ୍ୟମ, ଯୁବକଙ୍କୁ ଗଛରେ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ଗ୍ରାମବାସୀ
ଉଦଳା,୧୨ା୫(ସନ୍ତୋଷ କୁମାର ବାଚ୍ଛିନୀ): ରାତିରେ ଗ୍ରାମରେ ପଶି ଯୁବତୀଙ୍କୁ ଦୁର୍ବ୍ୟବହାର ଉଦ୍ୟମ କରିବା ପଡିଲା ମହଙ୍ଗା। ଯୁବକଙ୍କୁ ଗଛରେ ବାନ୍ଧି ଗ୍ରାମବାସୀ ଦେଲେ ଉତ୍ତମ ମଧ୍ୟମ। ଉଦଳା…
ଗୋତସ୍କରଙ୍କ ଗୁଳିମାଡ଼ ଘଟଣା, ପୋଖରୀ ଭିତରୁ ଡାକ୍ତରଙ୍କୁ ବାନ୍ଧିଲା ପୋଲିସ
ବୈଶିଙ୍ଗା,୮।୫(ରତନ ଦାଶ ): ମୟୂରଭଞ୍ଜ-ବାଲେଶ୍ୱର ସୀମାବର୍ତ୍ତୀ ବୈଶିଙ୍ଗା ଥାନା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଥିବା ଗୋମାଫିଆଙ୍କ ଗୁଳିମାଡ଼ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଥିବା ସୂଚନା ମିଳିଛି…
ଗାଁରେ ପଶି ମହିଳାଙ୍କ ଉପରେ ଆକ୍ରମଣ କଲା ଭାଲୁ, ଆଖି ତାଡି….
ଉଦଳା,୭।୫(ସନ୍ତୋଷ କୁମାର ବାଚ୍ଛିନୀ): ଭାଲୁ ଆକ୍ରମଣରେ ଜଣେ ମହିଳା ଗୁରୁତର ହୋଇଛନ୍ତି । ଉଦଳା ବନାଞ୍ଚଳ କୁଶଳଦା ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି । ଭାଲୁଟି…
ସିସିଟିଭିରେ ରଙ୍ଗ ମାରି ଏଟିଏମ ଲୁଟିନେଲେ ଦୁର୍ବୃତ୍ତ, ସାଇରନ ବାଜିବା ଡରରେ ଭାଙ୍ଗିଦେଲେ…
ଉଦଳା,୭।୫(ସନ୍ତୋଷ କୁମାର ବାଚ୍ଛିନୀ): ଏଟିଏମ ଲୁଟିନେଲେ ଦୁର୍ବୃତ୍ତ । ଏକ ନୂଆ ଫଣ୍ଡାରେ ଲୁଟ୍ କରିଛନ୍ତି । ନିଜ ଚେହେରାକୁ ସିସିଟିଭିରୁ ବଞ୍ଚାଇବା ପାଇଁ ସିସିଟିଭିରେ ଲାଲ…
ଗୋରକ୍ଷକଙ୍କ ଉପରକୁ ଗୁଳି ଚଳାଇଲେ ଗୋତସ୍କର, ଭ୍ୟାନ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ
ବୈଶିଙ୍ଗା,୨୯।୪(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଅଞ୍ଚଳରେ ଦିନକୁ ଦିନ ଗୋରୁ ଚୋରା ଚାଲାଣ ବୃଦ୍ଧି ପାଉଥିବା ବେଳେ ଏହି ଗ୍ୟାଙ୍ଗ ସହ ଜଡ଼ିତ ଅସାମାଜିକ ବ୍ୟକ୍ତିମାନଙ୍କର…
ସ୍ବାମୀଙ୍କ ମୃତ୍ୟୁକୁ ୧୫ବର୍ଷ ପୂରିଲେବି ମହିଳାଙ୍କୁ ମିଳୁନି ଭତ୍ତା
ମୋରଡ଼ା,୨୮ା୪(ସ୍ମାରକ ମାଜୀ)- ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ପଳାସମୁଣ୍ଡୁଳି ପଞ୍ଚାୟତର କୁସୁମକୁଟି ଗ୍ରାମ ୧୪ ନମ୍ବର ୱାର୍ଡର ବିଧବା ମହିଳା ବୁଧୁ ହେମ୍ବ୍ରମ ଭତ୍ତା ପାଇବାରୁ…
Archives

