ବାବୁ କରିବେ ଗୁରୁଗିରି

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌
ଶିକ୍ଷାନବିସ ପ୍ରଶାସନିକ ସେବା ବାବୁମାନଙ୍କୁ ଏଣିକି ନିକଟରେ ଆରମ୍ଭ ହୋଇଥିବା ମୋଦି ସରକାରଙ୍କ ‘ନର୍ଚର ଦ ଫ୍ୟୁଚର’ ବା ‘ଭବିଷ୍ୟତକୁ ପୋଷଣ ଦିଅ’ କାର୍ଯ୍ୟକ୍ରମରେ ଏକ ଅତିରିକ୍ତ ଭୂମିକା ନିଭାଇବାକୁ ପଡ଼ିବ। ଏହି କାର୍ଯ୍ୟକ୍ରମ ଅଧୀନରେ ୨୦୧୯ ବ୍ୟାଚ୍‌ର ଶିକ୍ଷାନବିସ ବାବୁମାନେ କିଶୋରମାନଙ୍କୁ ପୋଷ୍ୟ ଭାବେ ଗ୍ରହଣ କରି ସେମାନଙ୍କର ଶୈକ୍ଷିକ ଓ ବୃତ୍ତିଗତ ଜୀବନ ସାରା ତାଙ୍କର ଗୁରୁ, ଅଭିଭାବକ ଓ ପରାମର୍ଶଦାତାର ଭୂମିକା ନିର୍ବାହ କରିବେ। ମିଳିଥିବା ରିପୋର୍ଟ ଅନୁସାରେ ସରକାର ଗୁଜରାଟର ୧୧ଟି ଗାଁରୁ ୪୨୫ ଜଣ ପିଲାଙ୍କୁ ଚିହ୍ନଟ କରି ଆଇଏଏସ୍‌, ଆଇପିଏସ୍‌, ଆଇଏଫ୍‌ଏସ୍‌ ସମେତ ୨୦ ପ୍ରଶାସନିକ ସେବାର ୪୨୫ ଜଣ ଅଫିସରଙ୍କ ସହ ସେମାନଙ୍କୁ ଯୋଡ଼ିଛନ୍ତି। ଉଭୟ ଗୁରୁ ଓ ଶିଷ୍ୟମାନଙ୍କୁ ସେମାନଙ୍କ ଆଧାର ନମ୍ବର ମାଧ୍ୟମରେ ସଂଯୁକ୍ତ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱାସ କରନ୍ତି ଯେ, ୧୦ମ ବା ତଦୂର୍ଦ୍ଧ୍ୱ ଶ୍ରେଣୀରେ ପଢ଼ୁଥିବା ବଞ୍ଚିତ ପିଲାମାନଙ୍କୁ ଜଣେ ପ୍ରଶାସନିକ ଅଫିସର ପରି ପରାମର୍ଶଦାତା ମିଳିଲେ ସେମାନେ ନିଜର ଶିକ୍ଷା ଓ ବୃତ୍ତିଗତ କ୍ଷେତ୍ରରେ ସହଜରେ ଉନ୍ନତି କରିପାରିବେ ଏବଂ ବାବୁମାନଙ୍କର ବି ସାମାଜିକ ଦାୟିତ୍ୱବୋଧ ସୃଷ୍ଟି ହେବ। ପ୍ରାପ୍ତ ସୂଚନା ଅନୁସାରେ ଏହି ପାଇଲଟ ପ୍ରୋଜେକ୍ଟ ଦେଶର ଅନ୍ୟ ଅଂଶକୁ ତଥା ଅନ୍ୟ ସରକାରୀ ପ୍ରଶିକ୍ଷଣ ଏକାଡେମୀକୁ ସମ୍ପ୍ରସାରିତ ହେବ। ତେବେ ସରକାରଙ୍କର ଏହି ପଦକ୍ଷେପ ସଫଳ ହୋଇ ଆଗକୁ ବଢ଼ିବ କି ଧୀରେ ଧୀରେ ମଉଳିଯିବ, ତାହା କହିବା କଷ୍ଟକର ହେଲେ ମଧ୍ୟ ଠିକ୍‌ ଦିଗରେ ପଦକ୍ଷେପ ନିଆଯାଇଛି। ଏପରି ଏକ ପଦକ୍ଷେପ ଗ୍ରହଣ କରିଥିବାରୁ ସରକାର ପ୍ରଶଂସାଯୋଗ୍ୟ।
ଭିନ୍ନମତର ମୂଲ୍ୟ
ଜମ୍ମୁ-କଶ୍ମୀରରେ ତାଲାବନ୍ଦ ପ୍ରତିବାଦରେ ଆଇଏଏସ୍‌ ଚାକିରି ଛାଡ଼ିଥିବା କାନ୍ନନ ଗୋପୀନାଥନ୍‌ଙ୍କ ବିରୋଧରେ ସ୍ବରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏକ ଅଭିଯୋଗ ଫର୍ଦ୍ଦ ଦାଖଲ କରାଯାଇଥିବା ଜଣାପଡ଼ିଛି। ଜମ୍ମୁ-କଶ୍ମୀରରେ ବାକ୍‌ ସ୍ବାଧୀନତା ଅଧିକାରରୁ ଲୋକଙ୍କୁ ବଞ୍ଚିତ କରାଯାଉଥିବା ଅଭିଯୋଗ କରି ସେ ଗତ ଅଗଷ୍ଟ ମାସରେ ନିଜ ପଦ ତ୍ୟାଗ କରିଥିଲେ, ଯାହା ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚିତ ହୋଇଥିଲା। ପ୍ରାପ୍ତ ସୂଚନା ଅନୁସାରେ ଚାକିରି ଛାଡ଼ିବା ପୂର୍ବରୁ ଦାଦ୍ରା ଓ ନଗର ହାବେଳିର ଜିଲାପାଳ ଥିବା ଗୋପୀନାଥନ୍‌ଙ୍କ ବିରୋଧରେ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟ ନ କରିବା ଅଭିଯୋଗ ଆସିଛି। କୌତୂହଳର ବିଷୟ ହେଲା ଗୋପୀନାଥନ୍‌ଙ୍କର ଯେହେତୁ ନିଜର ଘର ନ ଥିଲା ଓ ସେ ଭଡ଼ାଘରେ ରହୁଥିଲେ, ତେଣୁ ଅଭିଯୋଗ ଫର୍ଦ୍ଦଟି ତାଙ୍କ ଇମେଲରେ ପଠାଇ ଦିଆଯାଇଛି। ତାଙ୍କ ବିରୋଧରେ ଆଗତ ଅଭିଯୋଗଗୁଡ଼ିକ ଦାଦର ଓ ନଗର ହାବେଳିରେ କାର୍ଯ୍ୟରତ ଥିବା ସମ୍ବନ୍ଧୀୟ। ଯଥାସମୟରେ ଫାଇଲ ଦାଖଲ ନ କରିବା, ଭୂମିତଳ କେବୁଲ କାମ ଠିକ୍‌ ସମୟରେ ନ ସାରିବା, କେରଳରେ ରିଲିଫ କାର୍ଯ୍ୟର ଟୁର୍‌ ରିପୋର୍ଟ ଦାଖଲ ନ କରିବା, ପ୍ରଧାନମନ୍ତ୍ରୀ ଶ୍ରେଷ୍ଠତା ପୁରସ୍କାର ପାଇଁ ଆବେଦନ ନ କରିବା ଏବଂ ସିଧାସଳଖ ପ୍ରଶାସକଙ୍କ ପାଖରେ ଫାଇଲ ଦାଖଲ କରିବା ପ୍ରଭୃତି ଅଭିଯୋଗ ତାଙ୍କ ବିରୋଧରେ ଆସିଛି। ପୁଣି ଗଣମାଧ୍ୟମ ସହ ବାର୍ତ୍ତାଳାପ କରି ସେ ସରକାରଙ୍କ ଭାବମୂର୍ତ୍ତିକୁ କ୍ଷୁଣ୍ଣ କରିଥିବାର ମଧ୍ୟ ଅଭିଯୋଗ ଅଛି। ଏହା ସ୍ପଷ୍ଟ ଯେ, ଆଇଏଏସ୍‌ ଚାକିରିରେ ଯୋଗଦେବା ଯେତିକି କଷ୍ଟ, କେତେକଙ୍କ ପାଇଁ ଏହି ଚାକିରି ଛାଡ଼ିବା ମଧ୍ୟ ତତୋଽଧିକ କଷ୍ଟଦାୟକ ହୋଇଥାଏ।
ରେଳ ଭବନରେ କଳ୍ପନାଜଳ୍ପନା
ରେଲଓ୍ବେ ବୋର୍ଡର ଅଧ୍ୟକ୍ଷ ବିନୋଦ କୁମାର ଯାଦବ ତାଙ୍କ ଚାକିରିକାଳ ବଢ଼ାଇବାକୁ ଚାହୁଁଥିବା ବେଳେ ପରବର୍ତ୍ତୀ ଅଧ୍ୟକ୍ଷ କିଏ ହେବେ ସେଥିନେଇ ବାବୁମହଲରେ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି। ବର୍ତ୍ତମାନ ଦୁଇଜଣ ମାତ୍ର ବରିଷ୍ଠ ଅଫିସର ଅଛନ୍ତି, ଯେଉଁମାନେ ଉକ୍ତ ପଦ ଲାଗି ଯୋଗ୍ୟ। ପ୍ରାପ୍ତ ସୂଚନା ଅନୁସାରେ ପୂର୍ବ କେନ୍ଦ୍ରୀୟ ରେଳପଥର ମହାପ୍ରବନ୍ଧକ ଏଲ୍‌.ସି. ତ୍ରିବେଦୀ ଯାଦବଙ୍କ ଉତ୍ତରାଧିକାରୀ ହେବା ପାଇଁ ଦୌଡ଼ରେ ସବା ଆଗରେ ଅଛନ୍ତି। ତାଙ୍କର ରେଳ ବୋର୍ଡର ପୂର୍ବତନ ଅଧ୍ୟକ୍ଷ ତଥା ବର୍ତ୍ତମାନ ଏୟାର୍‌ ଇଣ୍ଡିଆର ଅଧ୍ୟକ୍ଷ ଆଶିଷ ଲୋହାନୀଙ୍କ ସହ ସମ୍ପର୍କ ଅଛି। କେତେକଙ୍କ ମତରେ ଏଥିପାଇଁ ଅନେକେ ତାଙ୍କ ପ୍ରାର୍ଥିତ୍ୱକୁ ବିରୋଧ କରିପାରନ୍ତି। ପୁଣି ଗୁଜବ ଉଠୁଛି ଯେ, ତ୍ରିବେଦୀ ଭିଜିଲାନ୍ସ ବିଭାଗର ରାଡାରରେ ଅଛନ୍ତି। ଅନ୍ୟ ପ୍ରାର୍ଥୀ ଜଣକ ହେଉଛନ୍ତି ପୂର୍ବତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟାଭୂଷଣ, ଯିଏ ଅବସର ନେବାକୁ ଆଉ ୨୨ ମାସ ବାକି ଅଛି। ଇତିମଧ୍ୟରେ ଯାଦବଙ୍କ କାର୍ଯ୍ୟକାଳ ଆସନ୍ତା ମାସରେ ଶେଷ ହେଉଥିବା ବେଳେ ସେ ଚାକିରିକାଳ ବୃଦ୍ଧି କରିବାକୁ ଆବେଦନ କରିଛନ୍ତି। ତେବେ ସରକାର ଏ ନେଇ ନୀରବ ଅଛନ୍ତି, ଯାହାକୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଉଛି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ବୈଜ୍ଞାନିକ ଦୃଷ୍ଟିକୋଣ

ବିଜ୍ଞାନ ଯୁଗର ବୈଜ୍ଞାନିକମାନଙ୍କୁ ଦେଖିଲେ ଆମେ ବିଜ୍ଞାନଠାରୁ ଅନେକ ଦୂରରେ ରହିଲା ପରି ମନେହୁଏ। ଆମେ ଭାବୁ, ବିଜ୍ଞାନ କେବଳ ବୈଜ୍ଞାନିକର ସମ୍ପତ୍ତି। କାହିଁକି ନା ବିଜ୍ଞାନ…

ମାତୃଭାଷା ଓ ସାମଗ୍ରିକ ପ୍ରଗତି

ଜଗତୀକରଣ, ପ୍ରଯୁକ୍ତି ବିପ୍ଳବ ଓ ଆର୍ଥିକ ପ୍ରତିସ୍ପର୍ଦ୍ଧାର ଏହି ଯୁଗରେ ଭାଷା ପ୍ରଶ୍ନ ପୁଣିଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଉଠିଛି। ସରକାରଙ୍କ ଶିକ୍ଷାନୀତି, ଶିକ୍ଷିତ ଅଭିଭାବକଙ୍କ ଏଥିପ୍ରତି ଅନାଶକ୍ତି,…

ଡିଜିପି ନିଯୁକ୍ତିରେ ବିଳମ୍ବ

ସୁପ୍ରିମକୋର୍ଟ ‘କାର୍ଯ୍ୟକାରୀ ଡିଜିପି’ ସଂସ୍କୃତିକୁ ଏକ ଗୁରୁତର ସାଙ୍ଗଠନିକ ତ୍ରୁଟି ଭାବରେ ସୂଚିତ କରିବା ପରେ ବି ପଞ୍ଜାବ ଏବେ ନିୟମିତ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ନିଯୁକ୍ତ…

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ ଅଞ୍ଚଳରେ ଭାରତୀୟ ବନ ସେବା ଅଧିକାରୀ(ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଜଳାଶୟ…

ଶବ୍ଦଘାତକର ଯୁଗଯନ୍ତ୍ରଣା

ଡାକବାଜି,, ଡିଜେ, ବାଣ ଆଦି ଶବ୍ଦ ପ୍ରଦୂଷଣ ସୃଷ୍ଟିକାରୀ ଉପାଦାନ ଏବେ କେବଳ ଆଉ ପାର୍ବଣ ପାଳନ ମଧ୍ୟରେ ସୀମିତ ରହିନାହିଁ। ସହର ବଜାରରୁ ଆରମ୍ଭ କରି…

ପ୍ଲାଷ୍ଟିକମୟ ପୃଥିବୀ

ପୃଥିବୀ ସମ ଏକ ସୁନ୍ଦର ଗ୍ରହ ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ, ଯେଉଁଠାରେ ଆମେ ଜନ୍ମ ଗ୍ରହଣ କରି ନିଜକୁ ଭାଗ୍ୟବାନ ମନେକରୁ। କାରଣ ପୃଥିବୀ ଆମକୁ…

ବିଦ୍ରୋହୀ ରାଜା

୧୯୮୯ରେ ଆମେରିକାରେ ଗ୍ରୀଷ୍ମଋତୁ (ଜୁନ-ଅଗଷ୍ଟ)ରେ ଫ୍ରାନ୍ସିସ ଫୁକୁୟାମା ‘ଇତିହାସର ଶେଷ’ ସିଦ୍ଧାନ୍ତ ଉପସ୍ଥାପନ କରିଥିଲେ। ତାଙ୍କ ଦୃଷ୍ଟିକୋଣରେ ଉଦାରବାଦୀ ଗଣତାନ୍ତ୍ରିକ ପୁଞ୍ଜିବାଦ ବା ପାଶ୍ଚାତ୍ୟ ଉଦାରବାଦ ଗଣତନ୍ତ୍ର…

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri