Posted inଖେଳ

ଐତିହାସିକ ପିଙ୍କ୍‌ବଲ ଟେଷ୍ଟ ଆରମ୍ଭ; ଈଶାନ୍ତ, ଉମେଶଙ୍କ ଚମତ୍କାର ବୋଲିଂ

କୋଲକାତା, ୨୨।୧୧-
କୋଲକାତାର ଇଡେନ ଗାର୍ଡେନରେ ଶୁକ୍ରବାର ଆରମ୍ଭ ହୋଇଛି ଐତିହାସିକ ଦିବାରାତ୍ର (ପିଙ୍କ୍‌ବଲ୍‌) କ୍ରିକେଟ ଟେଷ୍ଟ। ଚଳିତ ଭାରତ-ବାଂଲାଦେଶ କ୍ରିକେଟ ସିରିଜର ଏହା ହେଉଛି ଦ୍ୱିତୀୟ ଟେଷ୍ଟ। ପ୍ରଥମ ଦିବସରେ ଈଶାନ୍ତ ଶର୍ମା ଓ ଉମେଶ ଯାଦବଙ୍କ ଘାତକ ବୋଲିଂକୁ ସମ୍ମୁଖୀନ ହୋଇ ନ ପାରି ବାଂଲାଦେଶ ୧୦୬ ରନରେ ଅଲଆଉଟ ହୋଇଛି। ଅନ୍ୟପକ୍ଷରେ ପ୍ରଥମ ଦିବସ ଖେଳ ଶେଷ ହେବା ବେଳକୁ ଭାରତ ପ୍ରଥମ ଇନିଂସରେ ୩ ଉଇକେଟ ହରାଇ ୧୭୪ ରନ ସଂଗ୍ରହ କରିଛି। ୭ ଉଇକେଟ ସୁରକ୍ଷିତ ଥିବାବେଳେ ଦଳ ବାଂଲାଦେଶ ପ୍ରଥମ ଇନିଂସଠାରୁ ୬୮ ରନରେ ଅଗ୍ରଣୀଲାଭ କରିଛି।
ଟସ୍‌ ଜିତି ପ୍ରଥମ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ବାଂଲାଦେଶ। ମାତ୍ର ଘରୋଇ ଦଳର ବୋଲରଙ୍କୁ ମୁକାବିଲା କରିବାରେ ଅସମର୍ଥ ହୋଇଥିଲେ ବାଂଲାଦେଶୀ ବ୍ୟାଟ୍ସମ୍ୟାନ। ପ୍ରଥମ ୬ ଓଭର କୌଣସି ପ୍ରକାରେ କ୍ରିଜରେ ତିଷ୍ଠି ରହିଥିଲେ ହେଁ ୭ମ ଓଭରରୁ ହିଁ ଆରମ୍ଭ ହୋଇଥିଲା ବାଂଲାଦେଶର ବିପର୍ଯ୍ୟୟ ପର୍ବ। ଏହାର କର୍ଣ୍ଣଧାର ସାଜିଥିଲେ ଈଶାନ୍ତ ଶର୍ମା।
ସପ୍ତମ ଓଭରର ତୃତୀୟ ବଲ୍‌ରେ ଇମ୍ରୁଲ କାୟେସଙ୍କୁ ଆଉଟ କରି ଅଭିଯାନ ଆରମ୍ଭ କରିଥିବା ଈଶାନ୍ତ ପରେ ମହମୁଦୁଲ୍ଲା, ନଇମ ହାସନ, ଏବାଦତ ହୋସେନ ଓ ମେହିଦି ହାସନଙ୍କ ଉଇକେଟ ନେଇ ପରଫେକ୍ଟ ପାଇଭ୍‌ ପୂରଣ କରିଥିଲେ। ଏଥିସହ ଭାରତର ପ୍ରଥମ ଦିବାରାତ୍ର ଟେଷ୍ଟ ଇତିହାସରେ ନିଜ ନାମକୁ ସ୍ବର୍ଣ୍ଣାକ୍ଷରରେ ଲିପିବନ୍ଧ କରାଇଥିଲେ ଏହି ଦ୍ରୁତ ବୋଲର। ଈଶାନ୍ତଙ୍କୁ ଉପଯୁକ୍ତ ସହାୟତା କରି ଭାରତର ଅନ୍ୟତମ ପେସର ଉମେଶ ଯାଦବ ଟପ୍‌ ଅର୍ଡରର ମୁଖ୍ୟ ୩ଟି ଉଇକେଟ ନେଇ ବାଂଲାଦେଶର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ। ସେ ଓପନର ଶଦମନ ଇସଲାମ, ଅଧିନାୟକ ମୋମିନୁଲ ହକ ଓ ମହମ୍ମଦ ମିଥୁନଙ୍କ ଉଇକେଟ ହାସଲ କରିଥିଲେ। ମହମ୍ମଦ ସାମି ଅନ୍ୟ ୨ଟି ଉଇକେଟ ନେଇଥିଲେ। ବାଂଲାଦେଶ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଶଦମାନ ସର୍ବାଧିକ ୨୯ ଓ ରିଟାୟର୍ଡ ହର୍ଟ ହୋଇଥିବା ଲିଟନ ଦାସ ୨୪ ରନ କରିବାକୁ ସକ୍ଷମ ହୋଇଥିଲେ। ୯ ଜଣ ବ୍ୟାଟ୍ସମ୍ୟାନ ଦୁଇଅଙ୍କ ସ୍ପର୍ଶ କରିପାରି ନ ଥିଲେ। ଭାରତର ପେସ୍‌ ତ୍ରୟଙ୍କ ସମ୍ମୁଖରେ ବାଂଲାଦେଶ ଇନିଂସ ମାତ୍ର ୩୦.୦ ଓଭର ତିଷ୍ଠିଥିଲା।
ଭାରତର ଆରମ୍ଭ ଏଠାରେ ଆଶାନୁରୂପ ହୋଇପାରି ନ ଥିଲା। ଦୁଇ ଓପନର ମୟଙ୍କ ଅଗ୍ରଓ୍ବାଲ ଓ ରୋହିତ ଶର୍ମା ଯଥାକ୍ରମେ ଚୌକା ଓ ଛକା ମାରି ଇନିଂସ ଆରମ୍ଭ କରିଥିଲେ ହେଁ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ। ମୟଙ୍କ ୧୪ ଓ ରୋହିତ ୨୧ ରନ କରି ଆଉଟ ହେବାରୁ ୪୩ ରନରେ ଭାରତ ୨ଟି ଉଇକେଟ ହରାଇଥିଲା। ତେବେ ଚେତେଶ୍ୱର ପୂଜାରା ଓ ଅଧିନାୟକ ବିରାଟ କୋହଲି ଇନିଂସ ସମ୍ଭାଳି ନେଇଥିଲେ। ଦୁହେଁ ଅର୍ଦ୍ଧଶତକ ହାସଲ କରିବା ସହ ଭାରତକୁ ବଡ଼ ସ୍କୋର ଆଡ଼କୁ ନେଇ ଯାଇଥିଲେ। ପୂଜାରା ୧୦୫ ବଲ୍‌ରୁ ୫୫ (୮ ଚୌକା) ରନ କରିଥିବାବେଳେ ଏବାଦତ ହୋସେନଙ୍କ ବଲ୍‌ରେ ଆଉଟ ହୋଇ ପ୍ୟାଭିଲିୟନ ଫେରିଥିଲେ। ପରେ କୋହଲି ଓ ଅଜିଙ୍କ୍ୟ ରାହାନେ ଭାରତୀୟ ସ୍କୋରକୁ ଆଗେଇ ନେଇଥିଲେ। ଷ୍ଟମ୍ପ୍ସ ବେଳକୁ କୋହଲି ୯୩ ବଲ୍‌ରୁ ୫୯(୮ ଚୌକା) ଓ ରାହାନେ ୨୨ ବଲ୍‌ରୁ ୨୩(୩ ଚୌକା) ରନ କରି ଅପରାଜିତ ରହିଥିଲେ। ବାଂଲାଦେଶ ପକ୍ଷରୁ ଏବାଦତ ୨ଟି ଓ ଅଲ୍‌ ଅମିନ ହୋସେନ ଗୋଟିଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ବାଂଲାଦେଶ ପ୍ରଥମ ଇନିଂସ: ୧୦୬/ଅଲଆଉଟ(ଶଦମାନ-୨୯, ଲିଟନ-୨୪, ଈଶାନ୍ତ-୫/୨୨, ଉମେଶ-୩/୨୯, ଶାମି-୨/୩୬)।
ଭାରତ ପ୍ରଥମ ଇନିଂସ: ୧୭୪/୩(କୋହଲି-୫୯*, ପୂଜାରା-୫୫, ରାହାନେ-୨୩*, ଏବାଦତ-୨/୬୧, ଅଲ୍‌ ଅମିନ-୧/୪୯)।


Enter your email to get our daily news in your inbox.

All Right Reserved By Dharitri.Com

SIRର ଲକ୍ଷ୍ୟ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତ: ପ୍ରତି ଘରକୁ ୩ ଥର ଯିବେ ବିଏଲଓ

ଭଞ୍ଜନଗର,୩୦।୫(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ଏସଆଇଆର ଉପରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ହୋଇଛି। ଏନେଇ ଭଞ୍ଜନଗର ଉପଜିଲାପାଳଙ୍କ କାର୍ଯ୍ୟାଳୟରୁ ଶନିବାର ଏକ…

ରାଜପଥରୁ ବନ୍ଧୁକ ଦେଖାଇ ଲୁଟ ଉଦ୍ୟମ:ମାଡ଼ିବସିଲା ପୋଲିସ

ଧର୍ମଶାଳା,୩୦।୫(ଶିବ ପ୍ରସାଦ ମହାନ୍ତି):ଯାଜପୁର ଜିଲା ଧର୍ମଶାଳା ଥାନା ୧୬ ନମ୍ବର ଜାତୀୟ ରାଜପଥର ସାରୋଇ ନିକଟରେ ବନ୍ଧୁକ ଦେଖାଇ ଲୁଟ ଉଦ୍ୟମ କରୁଥିବାବେଳେ ଲୋକଙ୍କ ସହଯୋଗରେ ଲୁଟେରାକୁ…

‘ଅଦ୍ଭୁତ ସୂର୍ଯ୍ୟା’! ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରଶଂସାରେ ଶତମୁଖ ଅମିତାଭ ବଚ୍ଚନ; କହିଲେ- ଏହି ବୟସରେ ଆମେ…

ନୂଆଦିଲ୍ଲୀ,୩୦।୫: ଆଇପିଏଲର କ୍ୱାଲିଫାୟର୍‌-୨ରେ ଶୁକ୍ରବାର ରାଜସ୍ଥାନ ରୟାଲ୍ସ (RR) ଗୁଜରାଟ ଟାଇଟନ୍ସ (GT) ହାତରୁ ପରାଜୟର ସମ୍ମୁଖୀନ ହୋଇଛି। ଏହି ପରାଜୟ ସହ ଦଳ ଟୁର୍ନାମେଣ୍ଟରୁ ବାହାରି…

ଖୋଲିବ ହର୍ମୁଜ ପ୍ରଣାଳୀର ତାଲା! ଦ୍ରୁତ ଗତିରେ ଚାଲିବ ଭାରତୀୟ ଜାହାଜ, ଖୁସିରେ ସର୍ବନିମ୍ନ ସ୍ତରକୁ ଖସିଲା…

ନୂଆଦିଲ୍ଲୀ,୩୦।୫: ଖୁସି ଖବର! ଇନ୍ଧନ ସଙ୍କଟ ଖୁବ ଶୀଘ୍ର ଶେଷ ହେବାକୁ ଯାଉଛି। ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିଚୁକ୍ତିର ସମ୍ଭାବନା ଦ୍ରୁତ ଗତିରେ ବୃଦ୍ଧି ପାଉଛି…

ଲୋପ ପାଇବାରେ ଲାଗିଛି ତାଳଗଛ: ବଢ଼ି ଚାଲିଛି ପ୍ରାକୃତିକ ବିପର୍ଯ୍ୟୟ

ପଦ୍ମପୁର,୩୦ା୫(ପ୍ରଦୀପ୍ତ ଦାଶ):କାହିଁ କେଉଁ କାଳରୁ ପ୍ରାକୃତିକ ବିପର୍ଯ୍ୟୟ ରୋକିବାରେ ତାଳଗଛର ଗୁରୁତ୍ୱ ଭୂମିକା ବହନ କରିଆସୁଛି। ବାତ୍ୟା ସମୟରେ ତାଳଗଛ ଭୟଙ୍କର ପବନ ଓ ବଜ୍ରପାତକୁ ବହୁ…

ଟାଣ ଖରାରେ ପିକଅପ ଭ୍ୟାନରେ ବୁହା ହେଉଛନ୍ତି ଲୋକେ: ଶୋଇଛି ପରିବହନ ବିଭାଗ

ଦାରିଙ୍ଗବାଡି,୩୦।୫(ଅରୁଣ ସାହୁ): ଏବେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଦିନ ୧୦ଟାଠାରୁ ବାହାରକୁ ବାହାରିବା ମୁସ୍କିଲ ହୋଇପଡୁଛି। ଜରୁରୀ କାମଧନ୍ଦା ନ ଥିଲେ ଲୋକ ଘରୁ…

IPLରୁ RR ବିଦାୟ ନେବା ପରେ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ; ଭାଇରାଲ ଭିଡିଓ ଦେଖି ପ୍ରଶଂସକଙ୍କ ଆଖିରେ ବି ଲୁହ!

ନୂଆଦିଲ୍ଲୀ,୩୦।୫: ଆଇପିଏଲ ୨୦୨୬ରେ ରାଜସ୍ଥାନ ରୟାଲ୍ସର ସଫଳତାରେ ବୈଭବ ସୂର୍ଯ୍ୟବଂଶୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହି ୧୫ ବର୍ଷୀୟ ବ୍ୟାଟସମ୍ୟାନ ଏହି ସିଜିନରେ ଲଗାତାର ଭାବରେ…

ଇତିହାସ ରଚିଲେ ବୈଭବ ସୂର୍ଯ୍ୟବଂଶୀ: ହାସଲ କଲେ IPLରେ ସବୁଠୁ ବଡ଼ ରେକର୍ଡ

ନୂଆଦିଲ୍ଲୀ,୩୦।୫:ବୈଭବ ସୂର୍ଯ୍ୟବଂଶୀ ଗୁଜରାଟ ଟାଇଟାନ୍ସ ବିପକ୍ଷରେ କ୍ୱାଲିଫାୟର ୨ରେ ଇତିହାସ ରଚିଛନ୍ତି। IPLରେ ଦ୍ରୁତତମ ୧,୦୦୦ ରନ ସ୍କୋର କରିବାରେ ପ୍ରଥମ ଭାରତୀୟ ବ୍ୟାଟସମ୍ୟାନ ହୋଇଛନ୍ତି। ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri