ବିପଦରେ ଐତିହ୍ୟ

ସାମ୍ପ୍ରତିକ ସମୟରେ ଆମେ ଉନ୍ନତି ପଥରେ ଦୌଡ଼ିଲା ବେଳେ ପଛରେ ରହିଯାଉଛି ଆମର ଐତିହ୍ୟ ଓ ସ୍ମୃତି। ଏହି ଐତିହ୍ୟ କେବଳ ପଥରର ସ୍ଥାପତ୍ୟ ଏବଂ ଦୁର୍ଗ ଗୁଡ଼ିକରେ ସୀମିତ ନୁହେଁ, ଏହା ଆମର ଅସ୍ତିତ୍ୱର ଚିହ୍ନ ! ଆମର ପ୍ରତିଟି ଐତିହ୍ୟର ବୈଶିଷ୍ଟ୍ୟ ହେଉଛି, ଏହା ମାନବ ଜୀବନରେ ଖୁବ୍‌ ମହତ୍ତ୍ୱ ରଖେ। ଏହା ସାଂସ୍କୃତିକ ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟର ମିଶ୍ରଣ। ବିଗତ କିଛି ବର୍ଷ ମଧ୍ୟରେ ଭାରତ ବିଶ୍ୱ ଐତିହ୍ୟ ସୂଚୀରେ ନିଜର ଉପସ୍ଥିତିକୁ ନିରନ୍ତର ଭାବରେ ବୃଦ୍ଧି କରିଚାଲିଛି। ଭାରତ ଏବେ ବିଶ୍ୱ ଐତିହ୍ୟ ସୂଚକାଙ୍କ ତାଲିକାରେ ୪୩ତମ ସ୍ଥାନ ଅଧିକାର କରିଛି।ଏହି ସୂଚୀ ଲିପିବଦ୍ଧ ହେବାର କାର୍ଯ୍ୟ ୧୯୮୩ ମସିହାରେ ଆଗ୍ରାର ଦୁର୍ଗଠାରୁ ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ତାଜମହଲ, ଅଜନ୍ତା ଓ ଏଲୋରା ଗୁମ୍ଫାକୁ ଏଥିରେ ସାମିଲ କରାଗଲା। ଏହି ଐତିହାସିକ ସ୍ଥଳୀଗୁଡ଼ିକୁ କେବଳ ଇତିହାସର ପ୍ରତୀକ ରୂପେ ନୁହେଁ ବରଂ ଆଗାମୀ ପିଢ଼ି ପାଇଁ ଶିକ୍ଷଣୀୟ ସ୍ଥାନ ରୂପେ ସଂରକ୍ଷିତ କରାଯାଇଛି।
ଗ୍ରାମୀଣ ଓଡ଼ିଶାର ବହୁ ପୁରାତନ ମନ୍ଦିର ବିଷୟରେ ଯଦି ଆଲୋଚନା କରାଯାଏ , କେତେ କେତେ ଶତାବ୍ଦୀ ପୁରୁଣା ଏହି ମନ୍ଦିରଗୁଡ଼ିକ ଆମର ଅବହେଳା ଯୋଗୁ ଏବେ ଭଗ୍ନ ଅବସ୍ଥାରେ। ସମୟ ଏବଂ ପ୍ରାକୃତିକ ବିପର୍ଯ୍ୟୟର ଆଘାତ ସହିବା ସହ ମଣିଷର ଅନାଗ୍ରହ ଏଗୁଡ଼ିକୁ ଅଧିକ ଧ୍ବଂସାଭିମୁଖୀ କରିଚାଲିଛି।ଯେଉଁଠି କେବେ ଉତ୍ସବ ଓ ଆସ୍ଥାର କେନ୍ଦ୍ର ଥିଲା, ସେଠି ଆଜି ନୀରବତା ରାଜୁତି କରୁଛି।ଆମ ପୁରୁଣା ଘରବାଡ଼ି ଓ ପାରମ୍ପରିକ ନିର୍ମାଣଶୈଳୀକୁ ମଧ୍ୟ ଉଦାହରଣ ରୂପେ ନିଆଯାଇପାରେ। ସିମେଣ୍ଟ ଓ କଂକ୍ରିଟର ଆଧୁନିକ ଗୃହ ନିର୍ମାଣର ଚାକଚକ୍ୟରେ ମାଟି ଓ କାଠର ପୁରୁଣା ଘରଗୁଡ଼ିକର ଅସ୍ତିତ୍ୱ ପ୍ରାୟତଃ ହଜିଗଲାଣି ଏବଂ ସେଗୁଡ଼ିକ ସହ ଅପସରିଯାଉଛି ଆମର ପାରମ୍ପରିକ ଓଡ଼ିଆ ଜୀବନଶୈଳୀ, ଓଡ଼ିଆ ସଂସ୍କୃତିର ସ୍ମୃତି।ଲୋକକଳା ଓ ପାରମ୍ପରିକ କୌଶଳ, ପଟ୍ଟଚିତ୍ର, ପଥର ଶିଳ୍ପ, ଲୋକଗୀତ ଆଦି ନୂତନ ପିଢ଼ି ପାଖରେ ଆକର୍ଷଣ ହରାଉଛନ୍ତି। ଡିଜିଟାଲ ଯୁଗର ସହଜ ମନୋରଞ୍ଜନ ମଧ୍ୟରେ ଏହିସବୁ ମୂଲ୍ୟବାନ୍‌ କଳା ଅବହେଳିତ ଅବସ୍ଥାରେ। ଫଳସ୍ବରୂପ, କଳାକାରମାନେ ତାଙ୍କ ପେସା ଛାଡ଼ିବାକୁ ବାଧ୍ୟ ହେଉଛନ୍ତି। ଉପରୋକ୍ତ କିଛି ଉଦାହରଣ ଆମକୁ ଏକ ସତ୍ୟର ସମ୍ମୁଖୀନ କରାଏ ଯେ, ଯଦି ଆମେ ଏବେ ଆଖି ଖୋଲିବାକୁ ଭୁଲିଯାଉ, ତେବେ ଆଗାମୀ ପିଢ଼ି ପାଇଁ ଆମର ଐତିହ୍ୟ କେବଳ ପୁସ୍ତକ ପୃଷ୍ଠାରେ ସୀମିତ ହୋଇଯିବ।
ଭାରତ ସରକାର ଏ ଦିଗରେ କିଛି ପଦକ୍ଷେପ ଯେ ନେଇନାହାନ୍ତି ତା’ନୁହେଁ। ୧୯୭୬ ରୁ ୨୦୨୪ ପର୍ଯ୍ୟନ୍ତ ବିଦେଶୀ ରାଷ୍ଟ୍ରଗୁଡ଼ିକରୁ ୬୫୫ଟି ପୁରାତନ ବସ୍ତୁ ପୁନଃ ପ୍ରାପ୍ତ କରିବାର ଉଦ୍ୟମ କରାଯାଇଛି। ବିଭିନ୍ନ ଯୋଜନା ମାଧ୍ୟମରେ ସ୍ମାରକୀଗୁଡ଼ିକୁ ସଂରକ୍ଷିତ କରିବାର ପ୍ରକ୍ରିୟା ପାଇଁ ସହଯୋଗ ପ୍ରଦାନ କରାଯାଉଛି। ଭାରତୀୟ ପୁରାତନ ସର୍ବେକ୍ଷଣ ଏବଂ ବିଭିନ୍ନ ରାଜ୍ୟର ବିଭିନ୍ନ ସଂଗଠନ ମଧ୍ୟରେ ୨୧ରୁ ଅଧିକ ବୁଝାମଣାପତ୍ର ସାକ୍ଷର ହୋଇସାରିଛି।ବର୍ଷ ୨୦୨୪ ରେ ୧୪୦ ରୁ ଅଧିକ ଦେଶ ଏବଂ ୨୯୦୦ ରୁ ଅଧିକ ଅନ୍ତଃରାଷ୍ଟ୍ରୀୟ ପ୍ରତିନିଧିମାନେ ଭାଗନେଇ ଭାରତର ସାଂସ୍କୃତିକ, ପ୍ରାକୃତିକ ଏବଂ ମିଶ୍ରିତ ଐତିହ୍ୟର ସଂରକ୍ଷଣ ଉପରେ ଚର୍ଚ୍ଚା ଏବଂ ସହଯୋଗ କରିବା ପାଇଁ ଏକତ୍ରିତ ହୋଇଛନ୍ତି।ଏହା ଭାରତର ଐତିହ୍ୟ ସଂରକ୍ଷଣ ଦିଗରେ ବିଶ୍ୱସ୍ତରୀୟ ଭୂମିକା ନିର୍ବାହ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଶ୍ଚୟ।
ଐତିହ୍ୟକୁ ନଷ୍ଟହେବାରୁ ରକ୍ଷାକରିବା ବା ଅବୈଧ ନିର୍ମାଣକୁ ରୋକିବା ପାଇଁ ସରକାରଙ୍କ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ।ଡିଜିଟାଲ ଡକ୍ୟୁମେଣ୍ଟେଶନ, 3D ସ୍କାନିଂ ଓ ସଂରକ୍ଷଣ ପ୍ରଯୁକ୍ତି ଦ୍ୱାରା ଐତିହ୍ୟକୁ ଆଧୁନିକ ଭାବେ ସୁରକ୍ଷା କରାଯାଇପାରିବ। ଗାଁ ଓ ସ୍ଥାନୀୟ ଲୋକମାନେ ଯଦି ନିଜ ଐତିହ୍ୟକୁ ନିଜର ଦାୟିତ୍ୱ ଭାବିବେ, ତେବେ ସେଗୁଡ଼ିକ ଅଧିକ ଭଲ ଭାବରେ ସୁରକ୍ଷିତ ରହିବ। ଆମର ପାରମ୍ପରିକ ଲୋକକଳା, ସଙ୍ଗୀତ, ନୃତ୍ୟ ଏବଂ ଜ୍ଞାନକୁ ଉତ୍ସାହ ଓ ସମର୍ଥନ ଦେଇ ଆମେ ରକ୍ଷା କରିପାରିବା। ପୁନରୁଦ୍ଧାର ପ୍ରକଳ୍ପ ମାଧ୍ୟମରେ ନଷ୍ଟ ହୋଇଯାଇଥିବା ସ୍ଥାନଗୁଡ଼ିକୁ ପୁନଃ ଗଢ଼ିବା ପାଇଁ ସରକାର ଓ ସଂଗଠନଗୁଡ଼ିକ ମିଶି ପ୍ରକଳ୍ପ ଗଠନ କଥା ଚିନ୍ତା କରିବା ଉଚିତ।

ଶ୍ରୁତକୀର୍ତ୍ତି ତ୍ରିପାଠୀ

ଭୁବନେଶ୍ୱର
ମୋ: ୬୩୭୦୫୧୬୪୭୮

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?