ସଂସ୍କୃତିକୁ ପ୍ରୋତ୍ସାହନ

ଓଡ଼ିଆ ଘରର ଗାଥା-ଗୌରବ, ଚାଲିଚଳଣି, ଖାଦ୍ୟ ପାନୀୟ, ପୋଷାକ ପରିଧାନ, ସଂସ୍କୃତି ଓ ପରମ୍ପରାକୁ ବିଶ୍ୱବିଦିତ କରିବା ଲକ୍ଷ୍ୟରେ ଏପ୍ରିଲ ପହିଲାରୁ ୧୪ ତାରିଖ ପର୍ଯ୍ୟନ୍ତ ପାଳିତ ହେଉଛି ‘ଓଡ଼ିଆ ପକ୍ଷ-୨୦୨୬’। ପ୍ରତ୍ୟେକ ଜିଲା ଓ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ ବିଭାଗ ପକ୍ଷରୁ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ପୋଷାକକୁ ନେଇ ଓଡ଼ିଆଙ୍କର ସ୍ବତନ୍ତ୍ର ପରିଚିତି ରହିଛି। ଖୋର୍ଦ୍ଧାର ଗାମୁଛା, ବୋମକାଇ ପାଟ, କୋଟପାଡ଼ର ପାଟ, ସମ୍ବଲପୁରର ସମ୍ବଲପୁରୀ ଶାଢ଼ି ଓ ପାଟଶାଢ଼ିର ସ୍ବତନ୍ତ୍ର ସ୍ଥାନ ଅଛି। ସେହିପରି ମାଣିଆବନ୍ଧ ଶାଢ଼ି ନିଜର ପରିଚୟ ବଜାୟ ରଖିଥିବା ବେଳେ ଓଡ଼ିଶାର ଆଦିବାସୀମାନେ ସ୍ବତନ୍ତ୍ର ବେଶଭୂଷାର ପରିଚୟ ରଖିଥା’ନ୍ତି। ଭାରତୀୟ ସମ୍ଭ୍ରାନ୍ତପଣର ପ୍ରତୀକ ଖଦି. ଯହା ସ୍ବଦେଶୀ, ସ୍ବରାଜ, ସ୍ବାଭିମାନ ଓ ସ୍ବାବଲମ୍ବନର ପ୍ରେରଣା। ଗାନ୍ଧିଜୀଙ୍କ ଦୃଷ୍ଟିରେ ଏହା କେବଳ ଏକ ବସ୍ତ୍ର ନ ଥିଲା, ବରଂ ଥିଲା ଅହିଂସା ଆନ୍ଦୋଳନର ଅସ୍ତ୍ର। ସ୍ବାଧୀନତା ଓ ଅର୍ଥନୈତିକ ସମୃଦ୍ଧି ପାଇଁ ଖଦିବସ୍ତ୍ରକୁ ଗାନ୍ଧିଜୀ ବ୍ୟବହାର କରିଥିଲେ ରାଜନୈତିକ, ସାଂସ୍କୃତିକ ଓ ଅର୍ଥନୈତିକ ଆୟୁଧ ଭାବରେ। ସ୍ବାଧୀନତା ସଂଗ୍ରାମକୁ ଅଧିକ ଲୋକାଭିମୁଖୀ କରିବା ଲକ୍ଷ୍ୟରେ ବିଦେଶୀ ବସ୍ତ୍ର ପରିବର୍ତ୍ତେ ଖଦିବସ୍ତ୍ର ପରିଧାନ କରିବା ପାଇଁ ଦେଶବାସୀଙ୍କୁ ଆହ୍ବାନ ଦେଇ ସେ କହିଥିଲେ, ଚୁଲି ପରି ଚରଖା ସର୍ବବ୍ୟାପୀ ହେବା ଦରକାର। ତା’ ନ ହେଲେ ସହଜରେ ସ୍ବରାଜ ମିଳିବ ନାହିଁ କି ସୁଧୁରିପାରିବ ନାହିଁ ଦେଶର ଅର୍ଥନୀତି। ଗାନ୍ଧିଜୀଙ୍କ ଦୃଷ୍ଟିରେ ଖଦିବସ୍ତ୍ର ଥିଲା ଏକ ସାଂସ୍କୃତିକ ବିଚାର ଓ ସ୍ବାବଲମ୍ବନର ସୂତ୍ର।
କପା ଓ ବୟନ ଶିଳ୍ପରେ ଓଡ଼ିଶାର ସମୃଦ୍ଧ ଐତିହ୍ୟ ରହିଛି। ବୟନ ଶିଳ୍ପର ସ୍ବଦେଶୀ ଶୈଳୀ ପୁରୁଣା ଧାର୍ମିକ ଗ୍ରନ୍ଥରୁ ଅନୁପ୍ରାଣିତ ହୋଇଛି। ବିଶେଷକରି ଭଗବାନ୍‌ ଶ୍ରୀକୃଷ୍ଣଙ୍କ କଥାବସ୍ତୁକୁ କେନ୍ଦ୍ର କରି ବୁଣାକାରମାନେ ଶାଢ଼ି ବୁଣୁଥିବା ଦେଖିବାକୁ ମିଳିଥାଏ। ଜଗନ୍ନାଥ ସଂସ୍କୃତିରୁ ପ୍ରେରିତ ହୋଇ ଅଧିକାଂଶ ଶାଢ଼ିରେ ଜଗନ୍ନାଥଙ୍କ ଶ୍ରୀମନ୍ଦିର, ଧାର୍ମିକ ଡିଜାଇନ ଓ ପାରମ୍ପରିକ ରଙ୍ଗ ଦେଖିବାକୁ ମିଳିଥାଏ। ଏହା ବ୍ୟତୀତ ଓଡ଼ିଶା ଏହାର ସିଲ୍କ ଓ କଟନ ପାଇଁ ମଧ୍ୟ ଜଣାଶୁଣା। ଭିନ୍ନ ଭିନ୍ନ ପ୍ରକାରର ଟସର ସିଲ୍କ ଓ କଟନ ଏହା ଉତ୍ପାଦନ କରୁଛି। ଇକତ ରଙ୍ଗ ଓ ବୁଣାର ଶୈଳୀ ପାଇଁ ଏହି ରାଜ୍ୟ ଅଧିକ ଜଣାଶୁଣା। ଓଡ଼ିଶାର ସବୁଠାରୁ ଲୋକପ୍ରିୟ ଶାଢ଼ି ମଧ୍ୟରେ ସମ୍ବଲପୁରୀ ଶାଢ଼ି ଅନ୍ୟତମ। ଏହି ଶାଢ଼ି ଉପରେ ସାଧାରଣତଃ ପକ୍ଷୀ, ପଶୁ, ରୁଦ୍ରାକ୍ଷ ମାଳା, ଜ୍ୟୋମେଟ୍ରିକ ଡିଜାଇନ, ପଶା, ମନ୍ଦିରର ଶିଖର, ଫୁଲ ଆଦି କାରୁକାର୍ଯ୍ୟ କରାଯାଇଥାଏ। ଏହି ଶାଢ଼ି ଜଗନ୍ନାଥଙ୍କ ମନ୍ଦିରରେ ଠାକୁରଙ୍କୁ ସଜ୍ଜାଯାଉଛି। ବୋମକାଇ ଶାଢ଼ି ପିନ୍ଧିବା ଆରାମଦାୟକ। ସାଧାରଣତଃ ନରମ ରେଶମରେ ବୁଣାଯାଇଥିବା ଏହି ଶାଢ଼ିର ପଣତ ଓ ପାଢ଼ିରେ ରେଶମ ବା ସିଲ୍କ ସୂତାରେ ଏମ୍ବ୍ରୋଡରୀ ଓ ଇକତ ବୟନ କଳାର ସଂଯୋଜନା ଦେଖିବାକୁ ମିଳିଥାଏ। କୋରାପୁଟ ଜିଲାର କୋଟପା ସୂତା ଶାଢ଼ିର ବର୍ଡର ବହୁତ ଟାଣ। ଏହାକୁ ଅର୍ଗାନିକ୍‌ ଭାବରେ ରଙ୍ଗ କରାଯାଇଥାଏ। ବରଗଡ଼ରେ ବୁଣାଯାଉଥିବା ପଶାପାଲି ଶାଢ଼ି ହେଉଛି ଏକ ଇକତ ଶାଢ଼ି। ଏହି ଶାଢ଼ିର ଡିଜାଇନ ଚେକ୍‌ବୋର୍ଡ ବା ପଶାପାଲିରୁ ଅନୁପ୍ରାଣିତ ହୋଇଛି। ଡବଲ ଇକତରେ ଏହି ଶାଢ଼ି ବୁଣାଯାଏ। ପଶାପାଲି ଶାଢ଼ିର ରଙ୍ଗ ଉଜ୍ଜ୍ୱଳ। ଏହି ଶାଢ଼ି ପଶ୍ଚିମ ଓ ସୋନପୁର, ବରପାଲି, ବାଉଁସରର ବୁଣାକାରମାନେ ବୁଣିଥାନ୍ତି। କଟକର ନୂଆପାଟଣାରେ ବୁଣାଯାଉଥିବା ଖଣ୍ଡୁଆ ପାଟ ଶାଢ଼ି ସାଧାରଣତଃ ନରମ ସିଲ୍କ କିମ୍ବା ମାଲଦା ସିଲ୍କ ସୂତାରେ ବୁଣାଯାଏ। ବ୍ରହ୍ମପୁରର ବୁଣାକାରମାନେ ବୟନ କରୁଥିବା ବ୍ରହ୍ମପୁରୀ ଶାଢ଼ି ବା ବ୍ରହ୍ମପୁରୀ ପାଟ ଜିଆଇ ଟ୍ୟାଗ ପାଇଛି। ଏହାର ସ୍ବାତନ୍ତ୍ର୍ୟ ହେଉଛି ଏହା ପୁରୁଷଙ୍କ ପାଇଁ ଉପଯୁକ୍ତ ଯୋଡ଼ ସହିତ ଆସିଥାଏ। ଏହି ଶାଢ଼ି ବିବାହ ଓ ଅନ୍ୟାନ୍ୟ ମାଙ୍ଗଳିକ କାର୍ଯ୍ୟରେ ପିନ୍ଧିବାକୁ ଅଧିକ ପସନ୍ଦ କରାଯାଏ।
ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ରାଜ୍ୟର ପାରମ୍ପରିକ କଳା, ବୁଣାକାର ଏବଂ ଶିଳ୍ପୀମାନଙ୍କ ବିକାଶ ପାଇଁ କାର୍ଯ୍ୟ କରେ । ଏହା ବୁଣାକାରଙ୍କୁ ସୁଧମୁକ୍ତ ଋଣ, ବୟନ ଜ୍ୟୋତି ଯୋଜନା ଏବଂ ବଜାର ସୁବିଧା ଯୋଗାଇବା ସହ ୫୫ଟି ହସ୍ତଶିଳ୍ପକୁ ପ୍ରୋତ୍ସାହନ ଦେଉଛନ୍ତି। ରାଜ୍ୟରେ ଉଭୟ ଗଣଶିକ୍ଷା ବିଭାଗ ଓ ଉଚ୍ଚଶିକ୍ଷା ବିଭାଗ ଅଧୀନ ସମସ୍ତ ଛାତ୍ରୀଛାତ୍ରଙ୍କୁ ଗଣ-ପୋଷାକ ପରିଧାନ କରିବା ପାଇଁ ବାଧ୍ୟତାମୂଳକ କରାଯାଇଛି। ମହାବିଦ୍ୟାଳୟରେ ଗଣ-ପୋଷାକ ଶିକ୍ଷାନୁଷ୍ଠାନରେ ଶୃଙ୍ଖଳା ଓ ସମାନତାର ପ୍ରତୀକ।
ମହାବିଦ୍ୟାଳୟଗୁଡ଼ିକରେ ସ୍ଥାନୀୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ସହଜ ଓ ସୁଲଭ ମୂଲ୍ୟରେ ମିଳିପାରୁଥିବା କପଡ଼ାକୁ ଛାତ୍ରୀଛାତ୍ରମାନେ ବ୍ୟବହାର କରିବା ପାଇଁ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ନିର୍ଦ୍ଦେଶନାମା ଜାରି କରିଥା’ନ୍ତି। ଓଡ଼ିଶାରେ ସରକାରୀ କର୍ମଚାରୀଙ୍କ ପାଇଁ ସ୍ଥାନୀୟ ପୋଷାକ ଭାବରେ ପାରମ୍ପରିକ ଓଡ଼ିଆ ପୋଷାକକୁ ପ୍ରୋତ୍ସାହିତ କରାଯାଉଛି। ଏହି କ୍ରମରେ ହସ୍ତତନ୍ତ, ବୟନ ଏବଂ ହସ୍ତଶିଳ୍ପ ବିଭାଗ ଦ୍ୱାରା ”ଆମା ପୋଷକ ଆମ ପରିଚୟ ଦିବସ“ ପାଳନ କରି ଓଡ଼ିଆ ଅସ୍ମିତାର ପରିଚୟ ସୃଷ୍ଟି କରିଛନ୍ତି। ଏହାର ମୂଳ ଉଦ୍ଦେଶ୍ୟ ସ୍ଥାନୀୟ କଳାକାର ଓ ବୁଣାକାରଙ୍କୁ ସହଯୋଗ କରିବା ଏବଂ ଓଡ଼ିଶାର ସଂସ୍କୃତିକୁ ପ୍ରୋତ୍ସାହିତ କରିବା। ଫଳରେ ପାରମ୍ପରିକ ପୋଷାକ ଶିଳ୍ପ ପୁନର୍ଜୀବନ ପାଇପାରିବ। ଓଡ଼ିଆଙ୍କ ମଧ୍ୟରେ ନିଜର ପାରମ୍ପରିକ ପୋଷାକ ପ୍ରତି ଆଗ୍ରହ ବଢ଼ିଲେ ଚାହିଦା ବଢ଼ିବ ଓ ବଜାର ମଧ୍ୟ ବଢ଼ିବ। ବଜାର ବଢ଼ିଲେ ବୁଣାକାରମାନେ ରୋଜଗାର ପାଇବେ।

କିଶୋର ଚନ୍ଦ୍ର ବେହେରା
ଅଧ୍ୟାପକ, ରାଜନୀତି ବିଜ୍ଞାନ ବିଭାଗ,
ସିନ୍ଧେଦେବୀ ସ୍ନାତକ ମହାବିଦ୍ୟାଳୟ.ନନ୍ଦପୁର, କୋରାପୁଟ
ମୋ: ୯୪୩୭୯୫୫୫୬୮


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?