Posted inଖେଳ

ବାପା ବିକୁଥିଲେ କ୍ଷୀର, ପୁଅ ଦେଶ ପାଇଁ ଆଣିଲେ ପଦକ

ନୁର୍‌-ସୁଲତାନ(କଜାଖସ୍ତାନ),୨୩।୯: ଭାରତର ଯୁବ ରେସଲର୍‌ ଦୀପକ ପୁନିଆ ଆହତ କାରଣରୁ ୱାଲର୍‌ଡ ରେସଲିଂ ଚାମ୍ପିୟନଶିପର ଫାଇନାଲ ଓହରିଯାଇଛନ୍ତି, ଯାହା ଫଳରେ ତାଙ୍କୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡିଛି। ୱାଲର୍‌ଡ ଚାମ୍ପିୟନଶିପରେ ଭାଗ ନେବା ପୂର୍ବରୁ ଦୀପକ କାନ୍ଧଜନିତ ଆଘାତ ସମସ୍ୟାରେ ଥିଲେ। ଏହା ସତ୍ତ୍ୱେ ସେ ପୂରା ଟୁର୍ଣ୍ଣାମେଣ୍ଟରେ ଦମ ଦେଖାଇଥିଲେ। ସେ ଚଳିତ ସଂସ୍କରଣରେ ପ୍ରଥମ ଭାରତୀୟ ଭାବେ ଫାଇନାଲରେ ପହଞ୍ଚିଥିଲେ। ସେ ପୂର୍ବରୁ ହିଁ ଅଲିମ୍ପିକ କୋଟା ହାସଲ କରିସାରିଛନ୍ତି। ଦୀପକଙ୍କ ଏହି ସଫଳତା ପାଇଁ ତାଙ୍କ ବହୁ ସଂଘର୍ଷ କରିବାକୁ ପଡିଥିଲା। ଯେତେବେଳେ ସେ କୁସ୍ତି ଖେଳିବା ଆରମ୍ଭ କରିଥିଲେ, ସେତେବେଳେ ତାଙ୍କର ଏକମାତ୍ର ଲକ୍ଷ୍ୟ ଥିଲା କେବିତି ଏକ ସରକାରୀ ଚାକିରି ପାଇ ଘର ଚଳାଇବେ। ୨୦୧୬ରେ ତାଙ୍କୁ ଭାରତୀୟ ସେନାରେ ସିପାହୀ ପଦରେ ନିଯୁକ୍ତି ମିଳିଥିଲା। ଅଲମ୍ପିକ୍ସ ବିଜେତା ସୁଶୀଲ କୁମାର ଦୀପକଙ୍କୁ ଏଭଳି ଛୋଟ ଲକ୍ଷ୍ୟ ଛାଡି ଆଗକୁ ବଢିବା ପାଇଁ ଉପଦେଶ ଦେଇଥିଲେ। ପ୍ରଥମେ କୁସ୍ତିକୁ ପ୍ରାଥମିକତା ଦିଅ, ବଡ ବଡ ଚାକିରି ତୁମ ପଛେ ଗୋଡାଇବ ବୋଲି ସୁଶୀଲଙ୍କଠାରୁ ଶୁଣି ଦୀପକ ନିଜ କ୍ୟାରିୟର ଉପରେ ବେଶୀ ଧ୍ୟାନ ଦେଇଥିଲେ। ଦୀପକଙ୍କ ପିତା ୬୦ କିମି ଦୂର ପର୍ଯ୍ୟନ୍ତ ସାଇକେଲରେ ଯାଇ କ୍ଷୀର ବିକ୍ରି କରି ପରିବାର ଚଳାନ୍ତି।
ଫାଇନାଲରୁ ଓହରିବା ନେଇ ଦୀପକ କହିଛନ୍ତି, ମୋ ବାମ ପାଦରେ ଆଘାତ ଲାଗିଛି। ଏଭଳି ସ୍ଥିତିରେ ମ୍ୟାଚ ପାଇଁ ଓହ୍ଲାଇବା ମୋ ପାଇଁ କଷ୍ଟକର। ମୁଁ ଜାଣିଛି ଇରାନର ରେସଲରଙ୍କ ବିପକ୍ଷରେ ଲିବାର ଏକ ବଡ ସୁଯୋଗ ହାତଛଡା କଲି। ସ୍ବର୍ଣ୍ଣ ପଦକ ପାଇଁ ଲଢି ନ ପାରିବା ମୋତେ ନିରାଶ କରିଛି। କିନ୍ତୁ ପୂରା ଟୁର୍ଣ୍ଣାମେଣ୍ଟରେ ନିଜର ପ୍ରଦର୍ଶନ ନେଇ ମୁଁ ବହୁତ ଖୁସି। ଅଲିମ୍ପିକରେ ପଦକ ଜିତିବା ପାଇଁ ମୁଁ କଠିନ ପରିଶ୍ରମ କରିବି।
ଦୀପକଙ୍କ ପାଖରେ ଇତିହାସ ରଚିବାର ଭଲ ସୁଯୋଗ ଥିଲା। ଯଦି ସେ ଫାଇନାଲ ମୁକାବିଲା ଜିତିଥାନ୍ତେ, ତାହେଲେ ବିଶ୍ୱ ଚାମ୍ପିୟନଶିପରେ ଭାରତ ପକ୍ଷରୁ ସ୍ବର୍ଣ୍ଣ ପଦକ ଜିତିବାରେ ଦ୍ୱିତୀୟ ଖେଳାଳି ହୋଇଛନ୍ତି। ଦୁଇଥରର ଅଲିମ୍ପିକ ପଦକ ବିଜେତା ସୁଶୀଲ କୁମାର ୨୦୧୦ରେ ମସ୍କୋରେ ଆୟୋଜିତ ବିଶ୍ୱ ଚାମ୍ପିୟନଶିପରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ଦୀପକ ମଧ୍ୟ ଭାରତର କନିଷ୍ଠ ରେସଲର୍‌ ଭାବେ ୱାଲର୍‌ଡ ଚାମ୍ପିୟନଶିପର ଫାଇନାଲରେ ସ୍ଥାନ ହାସଲ କରିଥିଲେ। ସେ ମଧ୍ୟ ଜୁନିୟର ବିଶ୍ୱ ଚାମ୍ପିୟନଶିପ ଟାଇଟଲ ମଧ୍ୟ ନିଜ ନାଁରେ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?