Posted inଫୁରସତ

‘ବାପା ଜଲ୍‌ଦି ଫେରିଆସନ୍ତୁ’

ଥିରୁଭାନନ୍ତପୁରମ୍‌: ‘ଆମେ ତାଙ୍କୁ ବହୁତ ମନେପକାଉଛୁ। ଆମେ ଚାହୁଁଛୁ, ସେ ଆମମାନଙ୍କ ପାଖକୁ ଜଲ୍‌ଦି ଫେରିଆସନ୍ତୁ’। କିଛି ଏମିତି କହି ଆଫଗାନିସ୍ତାନରେ ଫସିଥିବା ବାପାଙ୍କୁ ଫେରାଇ ଆଣିବାକୁ ତାଙ୍କ କୁନି ଝିଅ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। ଆଫଗାନିସ୍ତାନର ଗୁଲାବମିର ରେହମାନି କେରଳ ୟୁନିଭର୍ସିଟିରେ ସୋସିଓଲୋଜି ବିଭାଗରେ ରିସର୍ଚ୍ଚ ଷ୍ଟାଫ୍‌ ଭାବେ କାର୍ଯ୍ୟ କରନ୍ତି । ଗବେଷଣା ସମ୍ବନ୍ଧୀୟ ତଥ୍ୟ ଯୋଗାଡ଼ ଏବଂ ଭିଜା ରିନୁଆଲ୍‌ କରିବା ସକାଶେ ଗୁଲାବମିର ୨୦୨୦ରେ ଆଫଗାନିସ୍ତାନ ଯାଇଥିଲେ। କିନ୍ତୁ ୨ ବର୍ଷରୁ ଅଧିକ ସମୟ ବିତି ଯାଇଥିବାବେଳେ ଭିଜା ନ ମିଳିବାରୁ ସେ କେରଳରେ ଥିବା ତାଙ୍କ ପରିବାର ନିକଟକୁ ଫେରିପାରୁ ନାହାନ୍ତି। ଭିଜା ନିୟମରେ ଭାରତ ପକ୍ଷରୁ କରାଯାଇଥିବା ବିଶେଷ ପ୍ରକାର ପରିବର୍ତ୍ତନ ପାଇଁ ଗୁଲାବମିରଙ୍କୁ ଭିଜା ମିଳିପାରୁ ନାହିଁ। ସେ ଇରାନ୍‌ ହୋଇ ଭାରତ ଆସିବାକୁ ଚେଷ୍ଟା କରିଥିଲେ ସୁଦ୍ଧା ଗୁଲାବମିର ସେଥିରେ ବିଫଳ ହୋଇଥିବା କହିଛନ୍ତି।
ସ୍ତ୍ରୀ ଜାମଜମା କେରଳ ୟୁନିଭର୍ସିଟିରେ ପଦାର୍ଥ ବିଜ୍ଞାନରେ ପିଏଚ୍‌ଡି କରୁଥିବାବେଳେ ତିନି ପିଲାଙ୍କ ସହ ସେ କେରଳରେ ରହୁଛନ୍ତି। ଇଣ୍ଟରନେଟ୍‌ରେ ତ୍ରୁଟି କାରଣରୁ ଜାମଜମା ଓ ପିଲାମାନେ ଗୁଲାବମିରଙ୍କ ସହ କଥା ହେବାରୁ ବଞ୍ଚିତ ହେଉଛନ୍ତି। ଏ ନେଇ ରାଜ୍ୟ ସରକାର ଓ କେନ୍ଦ୍ରର ମିଳିତ ସହଯୋଗରେ ଗୁଲାବମିରଙ୍କୁ ଭିଜା ମିଳିପାରିବ ଏବଂ ସେ ପରିବାର ପାଖକୁ ଫେରିଆସିପାରିବେ ବୋଲି ଘର ଲୋକ ଆଶ ରଖିଛନ୍ତି। ପୂର୍ବରୁ ଏ ନେଇ ଜାମଜମା କେରଳ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟାନଙ୍କୁ ଭେଟିଥିଲେ ସୁଦ୍ଧା ତାଙ୍କୁ କୌଣସି ପ୍ରକାର ସାହାଯ୍ୟ ମିଳି ନ ଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଚସାରୁ ଯୁବକଙ୍କୁ ଓଭରବ୍ରିଜ୍‌ ଉପରୁ ତଳକୁ ଠେଲିଦେଲେ ଦୁର୍ବୃତ୍ତ

ଗୋପାଳପୁର, ୧୬ା୫(ନବୀନ ରାଜ ଆଚାରୀ)- ବ୍ରହ୍ମପୁର ପୋଲିସ ଜିଲା ଗତ କିଛି ମାସ ହେଲା ଅଶାନ୍ତ ହୋଇପଡିଛି। ପ୍ରତ୍ୟହ କିଛି ନା କିଛି ଅପରାଧମୂଳକ ଘଟଣା ଘଟି…

କାନାଡାକୁ ବଡ଼ ଝଟ୍‌କା: ମିଳିବନାହିଁ ଆଇସିସି ପାଣ୍ଠି

ଦୁବାଇ,୧୬ା୫: ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ(ଆଇସିସି) ଆସନ୍ତା ୬ ମାସ ପାଇଁ କ୍ରିକେଟ କାନାଡା(ସିସି)କୁ ପରିଚାଳନାଗତ ତ୍ରୁଟି କାରଣରୁ ପାଣ୍ଠି ଯୋଗାଇବ ନାହିଁ। ଏହା କାନାଡା ଭଳି ଆସୋସିଏଟ୍‌…

‘ଧର୍ମେନ୍ଦ୍ର ପ୍ରଧାନଙ୍କୁ ତୁରନ୍ତ ବହିଷ୍କାର କରାଯାଉ’

ନୂଆଦିଲ୍ଲୀ,୧୬।୫: ଲୋକ ସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶନିବାର ନିଟ (NEET) ପେପର ଲିକ୍‌ ମାମଲାକୁ ନେଇ ପ୍ରଧାନମନ୍ତ୍ରୀ…

ଆଲେନ-ରଘୁବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ, ଗୁଜରାଟ ଆଗରେ ୨୪୮ ରନର ବିଶାଳ ଟାର୍ଗେଟ

କୋଲକାତା,୧୬ା୫: ଚଳିତ ଆଇପିଏଲ୍‌ରେ ଶନିବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଓ ଗୁଜରାଟ ଟାଇଟନ୍ସ (ଜିଟି) ପରସ୍ପରକୁ ଭେଟିଛନ୍ତି। ଏହି କର ବା…

ପ୍ରଶ୍ନପତ୍ର ଲିକ୍‌, ଦରବୃଦ୍ଧି ପ୍ରତିବାଦରେ ଗର୍ଜିଲା ବିଜେଡି

ବରଗଡ଼,୧୬।୫(ପ୍ରେମାନନ୍ଦ ଖମାରୀ): ଦେଶରେ ବାରମ୍ବାର ବିଭିନ୍ନ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ହୋଇ ପରୀକ୍ଷା ବାତିଲ ହେଉଥିବା ବେଳେ କିଛି ଦିନ ତଳେ ଏନ୍‌ଇଇଟି ପରୀକ୍ଷାର ପ୍ରଶ୍ନପତ୍ର ଲିକ…

ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଚତୁର୍ଥ ସନ୍ତାନ ପାଇଁ ୪୦ ହଜାର

ବିଜୟଓ୍ବାଡ଼ା,୧୬ା୫: ଆନ୍ଧ୍ରପ୍ରଦେଶରେ ତୃତୀୟ ସନ୍ତାନ ଜନ୍ମ ପାଇଁ ୩୦ ହଜାର ଟଙ୍କା ଆର୍ଥତ୍କ ପ୍ରୋତ୍ସାହନ ମିଳିବାକୁ ଥିବାବେଳେ ଚତୁର୍ଥ ସନ୍ତାନ ଜନ୍ମ ହେଲେ ୪୦ ହଜାର ଟଙ୍କା…

ସିବିଏସ୍‌ଇ କଲା ବଡ଼ ପରିବର୍ତ୍ତନ: ୩ ଭାଷା ବାଧ୍ୟତାମୂଳକ

ନୂଆଦିଲ୍ଲୀ,୧୬ା୫: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ପକ୍ଷରୁ ନବମ ଏବଂ ଦଶମ ଶ୍ରେଣୀ ପାଇଁ ଏକ ବଡ଼ ପରିବର୍ତ୍ତନ କରାଯାଇଛି। ଜାରି ହୋଇଥିବା ସର୍କୁଲାର ଅନୁଯାୟୀ…

ବଡ଼ ଭାଇଙ୍କ ସହ ଘରକୁ ଫେରୁଥିଲେ, ହଠାତ ହେଲା ବଜ୍ରପାତ; ଚାଲିଗଲା…

ଥୁଆମୂଳ ରାମପୁର, ୧୬ା୫ (ଦୁର୍ଗା କୀର୍ତ୍ତି): ଭାଇକୁ ଖୋଜି ବଡ଼ ଭାଇଙ୍କ ସହ ଘରକୁ ଫେରିବା ସାଜିଲା କାଳ। କାଳବୈଶାଖୀ ଜନିତ ପ୍ରବଳ ପବନ ଓ ବର୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri