Posted inରାଜ୍ୟ

ବାତ୍ୟା ଦୋହଲାଇଦେଲା ବିଦ୍ୟାଳୟ ଭିତ୍ତିଭୂମି: ସପ୍ତାହେ ପରେ ଖରାଛୁଟି ସରିବ

ବାଲିଆ,୯।୬: ଫନୀ ବାତ୍ୟାରେ ବିରିଡ଼ି ବ୍ଲକରେ ଥିବା କେତେକ ବ୍ଲକଗ୍ରାଣ୍ଟ ବିଦ୍ୟାଳୟର ଭିତ୍ତିଭୂମି ସମ୍ପୂର୍ଣ୍ଣ ଦୋହଲିଯାଇଛି। ବିଦ୍ୟାଳୟଗୁଡିକର ଶ୍ରେଣୀଗୃହ ଆଜବେଷ୍ଟସ ଭାଙ୍ଗିଯାଇଥିବାବେଳେ ବାତ୍ୟାର ୧ ମାସ ପରେ ମଧ୍ୟ ସେଗୁଡିକ ମରାମତି କରାଯାଇନାହିଁ। ଅନ୍ୟପକ୍ଷରେ ଆଉ ୧ ସପ୍ତାହ ପରେ ଖରାଛୁଟି ସରିବ ଓ ବିଦ୍ୟାଳୟ ଖୋଲିବ। ତେଣୁ ପିଲାମାନେ କେଉଁଠି ବସି ପାଠ ପଢିବେ ତାହାକୁ ନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ଅଭିଭାବକମାନେ ଚିନ୍ତା ପ୍ରକଟ କରିଛନ୍ତି। ବିରିଡ଼ି ବ୍ଲକର ଦଣ୍ଡିଲୋ ଗ୍ରାମରେ ଥିବା ବ୍ଲକଗ୍ରାଣ୍ଟ ବିଦ୍ୟାଳୟ ମା ନାଏକାଣୀ ବିଦ୍ୟାପୀଠର ଶ୍ରେଣୀଗୃହ ଆଜବେଷ୍ଟସ, କବାଟ ଝରକା ଆଦି ଭାଙ୍ଗିଯାଇଛି। ଗୃହର କାନ୍ଥ ମଧ୍ୟ ଫାଟି ଆଁ କରିଛି। ଏହି ବିଦ୍ୟାଳୟରେ ପିଲାମାନେ ପାଠ ପଢିବା ସୁରକ୍ଷିତ ନୁହେଁ ବୋଲି ଗ୍ରାମବାସୀ ଓ ଅଭିଭାବକ ଅଶୋକ କୁମାର ସ୍ବାଇଁ, ସୁରେନ୍ଦ୍ରନାଥ ସାହୁ, ବାବାଜି ଚରଣ ସାହୁ, ବଟକୃଷ୍ଣ ସାହୁ, ଭାଗ୍ୟଧର ମୁଦୁଲି, ରମେଶ ଚନ୍ଦ୍ର ସ୍ବାଇଁ, କୈଳାସ ବେହେରା, କୃଷ୍ଣଚନ୍ଦ୍ର ସାହୁ, ସନ୍ତୋଷ କୁମାର ସାହୁ, ବିଶ୍ୱନାଥ ଭୂୟଁା ପ୍ରମୁଖ ପ୍ରକାଶ କରିଛନ୍ତି। ତେଣୁ ଶ୍ରେଣୀଗୃହ ନିର୍ମାଣ ସହ ବିଦ୍ୟାଳୟ କିପରି ଚାଲିବ ସେଥିପ୍ରତି ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସେମାନେ ଦାବି କରିଛନ୍ତି। ସେହିପରି ଅଣଖିଆ ଉଚ୍ଚ ବିଦ୍ୟାଳୟ (ବ୍ଲକଗ୍ରାଣ୍ଟ)ର ମଧ୍ୟ ସମାନ ଅବସ୍ଥା। ଏହି ବିଦ୍ୟାଳୟର ଶ୍ରେଣୀ ଗୃହ ଆଜବେଷ୍ଟସ ଉଡ଼ିଯାଇଛି। ତେଣୁ ଖରାଛୁଟି ପରେ ପିଲାମାନେ ଖୋଲା ଆକାଶ ତଳେ ବସି ପାଠ ପଢିବାକୁ ବାଧ୍ୟ ହେବେ ବୋଲି ଗ୍ରାମର ପ୍ରତାପ ନାୟକ, ପ୍ରଶାନ୍ତ କୁମାର ପଣ୍ଡା, ଜୀବନ ବେହେରା, ବ୍ରହ୍ମାନନ୍ଦ ରାଉତ, ଅଶୋକ ସିଂହ ପ୍ରମୁଖ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ସେମାନେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହୋଇଛି। ଏହି ଦୁଇ ବିଦ୍ୟାଳୟ ସଢେଇ ଶାସନ ପଞ୍ଚାୟତରେ ରହିଛି। ତେଣୁ ସରପଞ୍ଚ ଅମିତ ରାଉଳ, ସମିତିସଭ୍ୟ ଅମୂଲ୍ୟ ମହାନ୍ତି ମଧ୍ୟ ବିଦ୍ୟାଳୟ ଖୋଲିବା ପୂର୍ବରୁ ଶ୍ରେଣୀଗୃହ ମରାମତି କରିବାକୁ ଦାବି କରିଛନ୍ତି। ସେହିପରି ଜତା ବିଦ୍ୟାପୀଠ, କାଳିଆବୁଦା ବିଦ୍ୟା ନିକେତନ ଓ ଅନ୍ୟ କେତେକ ବ୍ଲକଗ୍ରାଣ୍ଟ ବିଦ୍ୟାଳୟ ବାତ୍ୟା ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ବ୍ଲକ ପ୍ରଶାସନ କିମ୍ବା ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିବାରୁ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?