ବାତ୍ୟାରେ କ୍ଷତିଗ୍ରସ୍ତ ପୋଲିସ ବାରାକ୍‌ : ଚିନ୍ତାରେ କର୍ମଚାରୀ

କଟକରୋଡ୍‌,୧୨ା୫(ଡି.ଏନ୍‌.ଏ.) : ଫନୀ ବାତ୍ୟାରେ ବ୍ୟାପକ କ୍ଷତି ହୋଇଛି ରାଜଧାନୀରେ। ବିଭିନ୍ନ ଅଞ୍ଚଳର ବାସଗୃହ ଭାଙ୍ଗିବା ସହ ପାଣି ଓ ବିଦ୍ୟୁତ ସମସ୍ୟାରେ ଲୋକେ ଅତିଷ୍ଠ ହୋଇ ପଡୁଛନ୍ତି। ଯଦିଓ ଏଥିରେ କିଛି ସୁଧାର ଆସିଛି ତଥାପି ପୂରାମାତ୍ରାରେ ସମସ୍ୟା ଦୂର ହୋଇନାହିଁ। ଫନୀ ମୁହଁରୁ ବି ବାଦ୍‌ ପଡ଼ିନି ଲକ୍ଷ୍ମୀସାଗର ଥାନା ପୋଲିସ ବାରାକ । ବାତ୍ୟାରେ ବାରାକ୍‌ର ଆଜବେଷ୍ଟସ ଉଡ଼ିଯାଇଛି। ଫଳରେ କର୍ମଚାରୀମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଇତିମଧ୍ୟରେ ବାତ୍ୟାକୁ ୧୦ଦିନ ପୂରଣ ହୋଇଥିବାବେଳେ ବାରାକ ମରାମତି ଦିଗରେ ରାଜ୍ୟ ପୋଲିସ ଗୃହ ନିର୍ମାଣ ବିଭାଗ ଏ ଦିଗରେ କୌଣସି ଆନ୍ତରିକତା ପ୍ରକାଶ କରୁନାହିଁ। ଫଳରେ ଜଟିଳ ପରିସ୍ଥିତି ସୃଷ୍ଟି ହୋଇଛି। ବାତ୍ୟା ପରେ ଆଇନଶୃଙ୍ଖଳା ପରିସ୍ଥିତି, ରିଲିଫ ବଣ୍ଟନ କେନ୍ଦ୍ରରେ ଉପସ୍ଥିତ ରହୁଥିବା ପୋଲିସ କର୍ମଚାରୀଙ୍କ ପାଇଁ ସାମାନ୍ୟ ଶୌଚ ପାଇଁ ପାଣି ନ ମିଳିବା ବିଡ଼ମ୍ବନାର ବିଷୟ। ପାଣି ପାଇଁ ବାରଦୁଆର ଶୁଣ୍ଢିପିଣ୍ଡା ହେଉଥିବା ଜଣେ କନଷ୍ଟେବଳ ନାମ ଗୋପନ ରଖି ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଥାନା ସମ୍ମୁଖରେ ଥିବା ନାମଫଳକଟି ମଧ୍ୟ ଉଡ଼ିଯାଇଛି। ସୂଚନାଥାଉ କି, ଏହି ପୋଲିସ ବାରାକରେ ୧୫ ଜଣ କନଷ୍ଟେବଳ ଏବଂ ୫ ଜଣ ଅଧିକାରୀ ରହୁଥିଲେ। ଘଟଣା ସମ୍ପର୍କରେ ଡିସିପି ଅନୁପ କୁମାର ସାହୁ କୁହନ୍ତି, ବାତ୍ୟାରେ କ୍ଷୟକ୍ଷତି ହୋଇଥିବା କେତେକ ବାରାକ ବାବଦରେ ଆକଳନ ଚାଲିଛି। ଖୁବ୍‌ଶୀଘ୍ର ସେଗୁଡ଼ିକର ମରାମତି କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?