ବାତ୍ୟାରେ କ୍ଷତିଗ୍ରସ୍ତ ପୋଲିସ ବାରାକ୍‌ : ଚିନ୍ତାରେ କର୍ମଚାରୀ

କଟକରୋଡ୍‌,୧୨ା୫(ଡି.ଏନ୍‌.ଏ.) : ଫନୀ ବାତ୍ୟାରେ ବ୍ୟାପକ କ୍ଷତି ହୋଇଛି ରାଜଧାନୀରେ। ବିଭିନ୍ନ ଅଞ୍ଚଳର ବାସଗୃହ ଭାଙ୍ଗିବା ସହ ପାଣି ଓ ବିଦ୍ୟୁତ ସମସ୍ୟାରେ ଲୋକେ ଅତିଷ୍ଠ ହୋଇ ପଡୁଛନ୍ତି। ଯଦିଓ ଏଥିରେ କିଛି ସୁଧାର ଆସିଛି ତଥାପି ପୂରାମାତ୍ରାରେ ସମସ୍ୟା ଦୂର ହୋଇନାହିଁ। ଫନୀ ମୁହଁରୁ ବି ବାଦ୍‌ ପଡ଼ିନି ଲକ୍ଷ୍ମୀସାଗର ଥାନା ପୋଲିସ ବାରାକ । ବାତ୍ୟାରେ ବାରାକ୍‌ର ଆଜବେଷ୍ଟସ ଉଡ଼ିଯାଇଛି। ଫଳରେ କର୍ମଚାରୀମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଇତିମଧ୍ୟରେ ବାତ୍ୟାକୁ ୧୦ଦିନ ପୂରଣ ହୋଇଥିବାବେଳେ ବାରାକ ମରାମତି ଦିଗରେ ରାଜ୍ୟ ପୋଲିସ ଗୃହ ନିର୍ମାଣ ବିଭାଗ ଏ ଦିଗରେ କୌଣସି ଆନ୍ତରିକତା ପ୍ରକାଶ କରୁନାହିଁ। ଫଳରେ ଜଟିଳ ପରିସ୍ଥିତି ସୃଷ୍ଟି ହୋଇଛି। ବାତ୍ୟା ପରେ ଆଇନଶୃଙ୍ଖଳା ପରିସ୍ଥିତି, ରିଲିଫ ବଣ୍ଟନ କେନ୍ଦ୍ରରେ ଉପସ୍ଥିତ ରହୁଥିବା ପୋଲିସ କର୍ମଚାରୀଙ୍କ ପାଇଁ ସାମାନ୍ୟ ଶୌଚ ପାଇଁ ପାଣି ନ ମିଳିବା ବିଡ଼ମ୍ବନାର ବିଷୟ। ପାଣି ପାଇଁ ବାରଦୁଆର ଶୁଣ୍ଢିପିଣ୍ଡା ହେଉଥିବା ଜଣେ କନଷ୍ଟେବଳ ନାମ ଗୋପନ ରଖି ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଥାନା ସମ୍ମୁଖରେ ଥିବା ନାମଫଳକଟି ମଧ୍ୟ ଉଡ଼ିଯାଇଛି। ସୂଚନାଥାଉ କି, ଏହି ପୋଲିସ ବାରାକରେ ୧୫ ଜଣ କନଷ୍ଟେବଳ ଏବଂ ୫ ଜଣ ଅଧିକାରୀ ରହୁଥିଲେ। ଘଟଣା ସମ୍ପର୍କରେ ଡିସିପି ଅନୁପ କୁମାର ସାହୁ କୁହନ୍ତି, ବାତ୍ୟାରେ କ୍ଷୟକ୍ଷତି ହୋଇଥିବା କେତେକ ବାରାକ ବାବଦରେ ଆକଳନ ଚାଲିଛି। ଖୁବ୍‌ଶୀଘ୍ର ସେଗୁଡ଼ିକର ମରାମତି କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡିଶା ରାଜନୀତିରେ ଚହଳ,ଭାଜପାରେ ଯୋଗଦେବେ ଦୁଇ ବଡ଼ ନେତା!

ଭୁବନେଶ୍ୱର,୧୯।୪: ଆଗକୁ ରାଜ୍ୟ ରାଜନୀତି ସରଗରମ ହେବାକୁ ଯାଉଛି କାରଣ ଭାଜପାରେ ଯୋଗ ଦେଇ ପାରନ୍ତି ଓଡିଶା ରାଜନୀତିର ଦୁଇ ବଡ଼ ନେତା। ଏବେ ଚର୍ଚ୍ଚା...

 ୨୫ରୁ ସିଝିବ ଓଡ଼ିଶା, ପୁଣି କଲବର କରିବ ତାତି

ଭୁବନେଶ୍ୱର,୧୯ା୪: ଡହଡହ ଖରାରେ ସିଝୁଛି ସାରା ରାଜ୍ୟ। ଉପକୂଳଠାରୁ ଆରମ୍ଭ କରି ଆଭ୍ୟନ୍ତରଣ ଓଡ଼ିଶା ପର୍ଯ୍ୟନ୍ତ ପାରଦ ଉପରମୁହାଁ ହୋଇଛି। ଏହି ତାପମାତ୍ରା ଆସନ୍ତା ୨୧...

ଗେଷ୍ଟ ହାଉସରେ ବ୍ୟବସାୟୀ ରହସ୍ୟମୟ ମୃତଦେହ ଠାବ

ଭୁବନେଶ୍ୱର,୧୯।୪: ଗୁରୁବାର ଭୁବନେଶ୍ୱରର ମୈତ୍ରୀ ବିହାର ଅଞ୍ଚଳର ଏକ ଗେଷ୍ଟ ହାଉସରୁ ଜଣେ ବ୍ୟବସାୟୀଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତକଙ୍କ ନାମ ତପନ ପ୍ରସାଦ...

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଧଳାବାଘ ‘ସ୍ନେହା’ ମୃତ

ଭୁବନେଶ୍ୱର,୧୯।୪: ଶୁକ୍ରବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଚିକିତ୍ସିତ ହେଉଥିବାବେଳେ ଧଳାବାଘ ‘ସ୍ନେହା’ର ମୃତ୍ୟୁ ଘଟିଛି। ବୃଦ୍ଧାବସ୍ଥା ଏବଂ ଗ୍ରୀଷ୍ମ ପ୍ରବାହ କାରଣରୁ ଗତକାଲି ଅସୁସ୍ଥ ହେବା...

୨ଦିନ ପରେ ହ୍ରାସ ପାଇବ ତାପମାତ୍ରା

ଭୁବନେଶ୍ୱର,୧୯।୪: ଆଗାମୀ ୨ଦିନ ତାପମାତ୍ରାରେ କୌଣସି ପ୍ରକାର ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। ଅର୍ଥାତ ୨ ଦିନ...

୨୧ରୁ ତାତିରେ ଲାଗିବ ବ୍ରେକ୍‌, ଏହି ସବୁ ଜିଲାରେ ବର୍ଷିବ

ଭୁବନେଶ୍ୱର,୧୯।୪: ତାତିରୁ ମିଳିବ ଆଶ୍ୱସ୍ତି। ୨୧ ଓ ୨୨ ତାରିଖ ବେଳକୁ ଖରାର ପ୍ରକୋପ ସାମାନ୍ୟ ହ୍ରାସ ପାଇବା ସହ ରାଜ୍ୟରେ କିଛି ସ୍ଥାନରେ ବର୍ଷା...

‘ଓଡ଼ିଶାରେ ଏତିକି ଲୋକ ସଭା ଆସନ ଜିତିବ ଭାଜପା’

ଭୁବନେଶ୍ୱର,୧୯।୪: ବିଧାନସଭା ନିର୍ବାଚନ ପାଇଁ ଭାଜପା ଦ୍ୱିତୀୟ ପର୍ଯ୍ୟାୟ ସୁଦ୍ଧା ୧୩୧ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ତେବେ ଖୁବ୍‌ଶୀଘ୍ର ଭାଜପାର ଅବଶିଷ୍ଟ ବିଧାନସଭା ପ୍ରାର୍ଥୀ...

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri