ବାତରକ୍ତ ସମସ୍ୟା ଦୂର କରିବ ଅମୃତଭଣ୍ଡା ଚା’

ଶରୀରରେ ୟୁରିକ୍‌ ଏସିଡ୍‌ର ମାତ୍ରା ଅଧିକ ହେଲେ ବାତରକ୍ତ ସମସ୍ୟା ଉପୁଜିଥାଏ। ଏହି ରୋଗ ଯୋଗୁ ଜଏଣ୍ଟ୍‌ ପେନ୍‌ ଯନ୍ତ୍ରଣା ପୀଡ଼ିତକୁ ଦରମରା କରିପକାଏ। ଯନ୍ତ୍ରଣା ଲାଘବ କରିବାକୁ ଚାହଁୁଥିଲେ, ଅମୃତଭଣ୍ଡା ଚା’ ଏ କ୍ଷେତ୍ରରେ ରାମବାଣ ପରି ସହାୟକ ହେବ। ବାତରକ୍ତ ଏକ ଗମ୍ଭୀର ସମସ୍ୟା, ଯେଉଁ କାରଣରୁ ପୀଡ଼ିତଙ୍କୁ ଦୀର୍ଘଦିନ ପର୍ଯ୍ୟନ୍ତ ଜଏଣ୍ଟ୍‌ ପେନ୍‌ର ସମ୍ମୁଖୀନ ହେବାକୁ ପଡ଼େ। ଆଜିକାଲି ଅନେକ ଲୋକଙ୍କଠାରେ ଏହି ଗମ୍ଭୀର ସମ୍ଯଯା ଦେଖିବାକୁ ମିଳୁଛି। ଏହାର ମୁ୍ଯଯ କାରଣ ଶରୀରରେ ୟୁରିକ୍‌ ଏସିଡ୍‌ର ମାତ୍ରାଧିକ ବୃଦ୍ଧି। ଅଚାନକ ମେଦବୃଦ୍ଧି କିମ୍ବା ଓଜନ ବୃଦ୍ଧି ଦ୍ୱାରା ମଧ୍ୟ ୟୁରିକ୍‌ ଏସିଡ୍‌ ସ୍ତର ବୃଦ୍ଧି ପାଇଥାଏ। କିନ୍ତୁ ଏକ ବିଶେଷ ଉପଚାର ମାଧ୍ୟମରେ ଏହି ରୋଗଠାରୁ ସବୁଦିନ ପାଇଁ ରକ୍ଷା ପାଇହେବ। କଞ୍ଚା ଅମୃତଭଣ୍ଡା ଚା’। ଏହା ରକ୍ତବାତ ରୋଗ ଭଲ କରିବାରେ ସହାୟକ ହୋଇଥାଏ। ନିୟମିତ ଭାବେ ଦିନକୁ ଥରେ ଲେଖାଏ ଏହି ଚା’ ସେବନ କଲେ ରକ୍ତବାତ ସମସ୍ୟାରୁ ଉପଶମ ମିଳେ। ଏହାଛଡ଼ା ହାଡ଼ ମଧ୍ୟ ମଜଭୁତ୍‌ ରହେ। ଅମୃତଭଣ୍ଡା ଚା’ ସମ୍ପର୍କରେ ଖୁବ୍‌ କମ୍‌ ଲୋକଙ୍କୁ ଜଣା। କିନ୍ତୁ ଚିକିତ୍ସା ବିଜ୍ଞାନ ଜଗତରେ ଏହି ଚା’ର ବିଶେଷ ମହତ୍ତ୍ୱ ରହିଛି। ଗଣ୍ଠିବାତ ଯନ୍ତ୍ରଣା ବ୍ୟତୀତ ଏହି ଚା’ ଆହୁରି ଅନେକ ରୋଗର ନିଦାନରେ ସାହାଯ୍ୟ କରିଥାଏ। ଅମୃତଭଣ୍ଡା ଶରୀରରେ ୟୁରିକ୍‌ ଏସିଡ୍‌ ମାତ୍ରାକୁ ହ୍ରାସ କରିଥାଏ। ଏହି ଚା’ ପ୍ରସ୍ତୁତି ପାଇଁ ପ୍ରଥମେ ଅମୃତଭଣ୍ଡାକୁ ଛୋଟ ଛୋଟ ଟୁକୁଡ଼ା କରି ପାଣିରେ ଧୋଇବାକୁ ପଡ଼େ। ପରେ ଏକ ପାତ୍ରରେ ୨ କପ୍‌ ପାଣି ଦେଇ ଏହି ଟୁକୁଡ଼ାକୁ କିଛି ସମୟ ଆଞ୍ଚରେ ବସାଯାଏ। ପରେ ପାଣିକୁ ଛାଣି ସେଥିରେ ଗ୍ରୀନ୍‌ ଟି’ ବ୍ୟାଗ୍‌ ପକାଇ ଗରମ ଗରମ ପିଅନ୍ତୁ। ଏହି ଚା’ ପିଇବା ଦ୍ୱାରା ରକ୍ତବାତ ରୋଗ ତ ଭଲ ହୁଏ; ତା’ ସାଙ୍ଗକୁ ପୁରୁଣା ଯନ୍ତ୍ରଣାରୁ ମଧ୍ୟ ଉପଶମ ମିଳିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନର ତୈଳ ଜାହାଜ ଉପରେ ଆମେରିକାର ବଡ଼ ଆକ୍ରମଣ

ଓ୍ବାଶିଂଟନ,୫ା୯: ଇରାନର ଇସ୍‌ଲାମିକ ରିଭଲ୍ୟୁଶନାରି ଗାର୍ଡ କର୍‌ (ଆଇଆର୍‌ଜିସି) ଆମେରିକା ନୌସେନାର ୨ ଯୁଦ୍ଧଜାହାଜକୁ ଟାର୍ଗେଟ କରି କ୍ଷେପଣାସ୍ତ୍ର ଛାଡ଼ିବା ପରେ ଆମେରିକା ସେନା ଅଶୋଧିତ ତୈଳ…

ଭୂସ୍ଖଳନ ଘଟି ଚାମେଲିଆ ନଦୀ ଗତିପଥ ଅବରୋଧ, କାଳୀ ନଦୀରେ ବଡ଼ ବନ୍ୟା ଆଶଙ୍କା

ଡେରାଡୁନ୍‌,୫ା୯: ଏକ ବଡ଼ ଧରଣର ଭୂସ୍ଖଳନ ଯୋଗୁ ନେପାଳର ଚାମେଲିଆ ନଦୀ ଆଂଶିକ ଅବରୋଧ ହୋଇ ଏକ କୃତ୍ରିମ ହ୍ରଦ ସୃଷ୍ଟି କରିଛି। ଫଳରେ ଭାରତ ପାର୍ଶ୍ୱରେ…

କେନ୍ଦୁଝରରେ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟ

କେନ୍ଦୁଝର,୬।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା ପ୍ରଶାସନର ଅଧିକାରୀ ଓ କର୍ମଚାରୀମାନଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବ, ସହଯୋଗିତା ଏବଂ ସୁସ୍ଥ କାର୍ଯ୍ୟ ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ କେନ୍ଦୁଝର…

ଅଧିକ ମାର୍କ ଚାହୁଁଥିଲେ…JNU ପ୍ରଫେସରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ନୂଆଦିଲ୍ଲୀ,୬ା୯: ଦିଲ୍ଲୀର ଜବାହରଲାଲ ନେହେରୁ ୟୁନିଭର୍ସିଟି (JNU)ର ଜଣେ ପ୍ରଫେସରଙ୍କ ବିରୋଧରେ ୧୧ ଜଣ ଛାତ୍ରୀ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗ ମେ’ ମାସରେ…

ବ୍ଲକ ସଂଯୋଜକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ, ଆବେଦନକାରୀଙ୍କୁ ମିଳିନି ପରୀକ୍ଷା ସୂଚନା

ବରଗଡ଼/ଅତାବିରା,୬।୯(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର): ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ସେଣ୍ଟର ଫର୍‌ ରିସର୍ଚ୍ଚ ଇନ୍‌ ସ୍କିମ୍‌ ଏଣ୍ଡ୍‌ ପଲିସିଜ୍‌(ସିଆରଆଇଏସପି)ର ମିଳିତ ପ୍ରକଳ୍ପ ବ୍ଲେସ୍‌(ବିଲଡ଼ିଂ ଲାଇଭହୁଡସ୍‌…

ପାଟଣା କଲେଜରେ ୬କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେରଫେର ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

ପାଟଣା,୬।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟସ୍ଥିତ ସର୍ବ ପ୍ରଥମ ୪୪ବର୍ଷ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ବାମପାଟଣାରେ ୬ କୋଟି ୬୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ…

ପୋଲିସକୁ କାହିଁକି ଡାକିଲୁ…. ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ, ବନ୍ଧାହେଲେ ସ୍ବାମୀ

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମ ଢେପ ସାହିର ଟି.ବିଜୟ ଦୋରା ତାଙ୍କ ସ୍ତ୍ରୀ ଟି.ଲିଲି ଦୋରାଙ୍କୁ ମରଣାନ୍ତକ ମାଡ଼ ମାରି…

ଜାମିନରେ ଆସିବା ପରେ କୁଲାଡ଼ ବ୍ୟାଘ୍ରଦେବୀଙ୍କ ଦର୍ଶନ କଲେ ବିକ୍ରମ ପଣ୍ଡା, ଭଞ୍ଜନଗର-ଆସିକାରେ ସ୍ବାଗତ

ଭଞ୍ଜନଗର,୬।୯(ବାବୁଲା ପ୍ରଧାନ): ଆଇନଜୀବୀ ପିତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଜାମିନ ମିଳିଛି । ଏହାରି ଭିତରେ ସେ ନିଜର ମାନସିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri